Categories
ବିଶେଷ ଖବର ରାଜ୍ୟ ଖବର

ଆସିଲା ବିଜେଡିର ନୂଆ ଜିଲ୍ଲା ପ୍ରଭାରୀ ତାଲିକା, ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବେ ବବି ଦାସ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ ଜିଲ୍ଲା ପ୍ରଭାରୀ ତାଲିକା ପ୍ରକାଶ କରିଛି। ପୂର୍ବରୁ ଯେଉଁ ପ୍ରଭାରୀ ତାଲିକା କରାଯାଇଥିଲା ତାହାକୁ ବାତିଲ କରାଯାଇଛି। ଏ ନେଇ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେହି ଅନୁସାରେ ତିରିଶିଟି ଜିଲ୍ଲା ପାଇଁ ଯେଉଁମାନେ ନିଯୁକ୍ତି ହେଲେ ସେମାନେ ହେଲେ..

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଚାରୋଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ସେଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କେଉଁଝର ଏବଂ ସମ୍ବଲପୁର।  ତେବେ ଏହି ଚାରୋଟି ଜିଲ୍ଲା ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇଟି ଜିଲ୍ଲା ଅନୁଗୁଳ ଓ ଢେଙ୍କାନାଳରେ ପତିୟାରା ରହିଛି।

ସେହି ଦୁଇଟି ଜିଲ୍ଲା ପ୍ରଭାରୀ ଦାୟିତ୍ବ ଦଳର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସ ବା ବବି ଦାସଙ୍କୁ ଦିଆଯାଇଛି। ଫଳରେ ଧର୍ମେନ୍ଦ୍ରଙ୍କ ପତିୟାରାକୁ ବବି ସେଠାରେ ଚେକ ଦେବାକୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏ ନେଇ ବିଜେଡି ନେତାଙ୍କ ମଧ୍ୟରେ ବେଶ୍ କିଛି ଆଲୋଚନା ପରେ ଶେଷରେ ବବିଙ୍କ ହାତରେ ଏହି ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି। କାରଣ ବବିଙ୍କ ବ୍ୟତିରକେ ଅନ୍ୟ କେହି ଧର୍ମେନ୍ଦ୍ରଙ୍କୁ ରୋକିବାରେ ସକ୍ଷମ ହେବେ ନାହିଁ।

ସେହିପରି ଏହି ତାଲିକାରେ ଅତନୁ ସବ୍ୟସାଚୀ ନାୟକଙ୍କୁ ଦୁଇଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି। ସେଗୁଡିକ ହେଲା ଗଜପତି ଏବଂ ରାୟଗଡା। ଦଳର ଅନ୍ୟତମ ପାୱାରଫୁଲ ନେତା ହେଉଛନ୍ତି ସୁଶାନ୍ତ କୁମାର ସିଂଙ୍କୁ ଏଥର ବଲାଙ୍ଗିର ଦାୟିତ୍ବ ଦିଆଯାଇଛି। କ୍ୟାପେଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ବଲାଙ୍ଗିର ଦାୟିତ୍ବ ଦିଆଯାଇଛି।

ତେବେ ଏହି ତାଲିକାରେ ଯୋଡି ହୋଇଛନ୍ତି ପୂର୍ବତନ ସାଂସଦ ରବିନ୍ଦ୍ର ଜେନା। ବେଶ କିଛିଦିନ ଧରି ସେ ରାଜନୀତିରୁ ଏକ ପ୍ରକାର ନିଷ୍କ୍ରିୟ ଥିବା ରବିନ୍ଦ୍ରଙ୍କୁ ଦଳ ତାଙ୍କୁ ଖୋର୍ଦ୍ଧା ପରି ଗୁରୁତପୂର୍ଣ୍ଣ ଜିଲ୍ଲାର ପ୍ରଭାରୀ କରିଛି। ସେହିପରି ପ୍ରତାପ ଦେବଙ୍କ ବାଲେଶ୍ବର ଏବଂ ପ୍ରମିଳା ମଲ୍ଲିକଙ୍କୁ କେନ୍ଦ୍ରାପଡା ପ୍ରଭାରୀ କରାଯାଇଛି।