Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କରିଥିବା ୯ ପ୍ରାର୍ଥୀଙ୍କ ମଧ୍ୟରୁ ୬ ମହିଳା, ୩ ବିଧାୟକଙ୍କ ଟିକେଟ କଟିଲା, ୭ ଜଣ ନୂଆ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୩ ଜଣ ବିଧାୟକଙ୍କ ଟିକେଟ କଟିଯାଇଛି। ଏହି ପ୍ରାର୍ଥୀ ତାଲିକାରେ ଯେଉଁମାନେ ମହିଳା ଅଛନ୍ତି ସେମାନେ ହେଲେ

ପଦ୍ମପୁର- ବର୍ଷା ସିଂ ବରିହା

ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ

ଦେଓଗଡ- ଅରୁନ୍ଧତୀ ଦେବୀ

ଅନୁଗୁଳ- ସଂଯୁକ୍ତା ସିଂ

ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ

ଜୟପୁର- ଇନ୍ଦିରା ନନ୍ଦ

କେବଳ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ, କୁଚିଣ୍ଡାରେ ରାଜେନ୍ଦ୍ର କୁମାର ଛତ୍ରିଆ ଏବଂ ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ଛାଡିଦେଲେ ଅନ୍ୟମାନ ମହିଳା। ସେହିପରି ଏହି ତାଲିକାରେ ନବୀନ ତିନି ଜଣ ବିଧାୟକଙ୍କ ଟିକେଟ କାଟିଛନ୍ତି। ସେମାନେ ହେଲେ

ଟିକେଟ କଟିଥିବା ବିଧାୟକ

ନିମାପଡା- ସମୀର ରଂଜନ ଦାସ

କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ

ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା

ଏଥର ନବୀନ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଆଜିର ତାଲିକା ଦେଖିଲେ ସ୍ପଷ୍ଟ ହୋଇଛି ଯେ, ଏଥିରେ ନବୀନ ମୋଟ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ନୂଆ ପ୍ରାର୍ଥୀ ଦେଇଛନ୍ତି। କେବଳ ପଦ୍ମପୁରରୁ ବର୍ଷା ସିଂ ବରିହା ଏବଂ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ବିଜେଡିର ନୂଆ ପ୍ରାର୍ଥୀ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାମ ନବମୀରେ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଦେବଗଡରୁ ଅରୁନ୍ଧତୀ ଦେବୀ

ଭୁବନେଶ୍ବର: ଆଜି ରାମନବମୀରେ ବିଜେଡି ୯ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେମାନେ ହେଲେ

ପଦ୍ମପୁର- ବର୍ଷା ସିଂ ବରିହା

ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ

କଣ୍ଟାବାଞ୍ଜୀ- ନବୀନ ପଟ୍ଟନାୟକ

କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ

ଦେଓଗଡ- ଅରୁନ୍ଧତୀ ଦେବୀ

ଅନୁଗୁଳ- ସଂଯୁକ୍ତା ସିଂ

ନିମାପଡା- ଦିଲ୍ଲୀପ ନାୟକ

ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ

ଜୟପୁର- ଇନ୍ଦିରା ନନ୍ଦ

ଏହା ମଧ୍ୟ ପଢନ୍ତୁ- ନବୀନ ପଟ୍ଟନାୟକ ଦୁଇଟି ଆସନରୁ ପ୍ରାର୍ଥୀ ହେବେ, ସମ୍ବଲପୁର ପ୍ରାର୍ଥୀ ବଦଳିଲେ

 

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚତୁର୍ଥ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ବିଜେଡି କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବହୁ ବିବାଦୀୟ ଥିବା କେତେକ ଆସନକୁ ସମାଧାନ କରି ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ଗୋଟିଏ ହେଲା ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ। ଏହି ଆସନର ବର୍ତ୍ତମାନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନବୀନ ପୁଣି ଥରେ ଭରସା କରିଛନ୍ତି। ଏହି ଆସନରୁ କରର୍ପୋରେଟର ଅମରେଶ ଜେନା ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ ହେଲେ ତାହା ହେଲା ନାହିଁ। ଏବେ ସେ କଣ କରିବେ ତାହାକୁ ନେଇ ଅପେକ୍ଷା।

ଅନ୍ୟପଟେ ପାରାଦ୍ବୀପ ଆସନକୁ ନେଇ ମଧ୍ୟ ବଡ ବିବାଦ ଉପୁଜିଥିଲା। ଏହି ଆସନ ଉପରେ ଆଖି ରଖିଥିଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବାପି ସର୍ଖେଲ। ବାପିଙ୍କ ଧର୍ମପତ୍ନୀ ମନୋଦୀପା ସର୍ଖେଲ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ସେ କିମ୍ବା ତାଙ୍କ ସ୍ବାମୀ ପାରଦ୍ବୀପରୁ ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହା ମଧ୍ୟ ହେଲେ ନାହିଁ। ଶେଷରେ ଦାମୋଦର ରାଉତରାୟଙ୍କ ବୋହୂ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କୁ ନବୀନ ପ୍ରାର୍ଥୀ କରିଛନ୍ତି।

ସେହିପରି ନର୍ଲା ଆସନରେ ନବୀନ ପଟ୍ଟନାୟକ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ତାହା ହେଲା ନର୍ଲା ବ୍ଲକର ଦୁଇଥର ଅଧ୍ୟକ୍ଷ ଥିବା ମନୋରମା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେଠାରେ ବର୍ତ୍ତମାନ ବିଧାୟକ ଅଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେଠାରେ ବର୍ତ୍ତମାନ କଂଗ୍ରେସ ଯାହାକୁ ପ୍ରାର୍ଥୀ କରିଛି ସେ ହେଉଛନ୍ତି ଭକ୍ତ ଦାସ। ଭକ୍ତ ଏବଂ ଭୂପିନ୍ଦର ଉଭୟ କଂଗ୍ରେସରେ ଏକାଠି ଥିଲେ। ବୋଧହୁଏ ସେଥିପାଇଁ ନବୀନ ସେଠାରେ ବରିଷ୍ଠଙ୍କ ଉପରେ ଭରସା ନ କରି ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି।

ସମ୍ବଲପୁର ବିଧାନସଭାକୁ ନେଇ ମଧ୍ୟ ନବୀନ ଏକ ନୂଆ ସମୀକରଣ କରିଛନ୍ତି। ତାହା ହେଲା ସେଠାରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ଏହି ଆସନରେ ଉଭୟ ଏକ ପ୍ରକାରର ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏପରି ପରିସ୍ଥିତିରେ ସମ୍ବଲପୁରରେ ବେଶ ଦବଦବା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ବାଲେଶ୍ବର ଲୋକସଭା ଆସନ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହାର ମଧ୍ୟ ଅନ୍ତ ଘଟିଛି। ତାହା ହେଲା ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ନବୀନ ଭରସା କରିଛନ୍ତି। ସେ ବର୍ତ୍ତମାନ ବିଜେପିର ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ସହିତ ଲଢେଇ କରିବେ। ଏହି ଆସନ ପାଇଁ ପ୍ରାର୍ଥୀ ବାଛିବା ବିଜେଡି ପାଇଁ କଷ୍ଟକର ଥିଲା। କାରଣ ବାଲେଶ୍ବରର ପୂର୍ବତନ ସାଂସଦ ରବି ଜେନାଙ୍କ ଧର୍ମପତ୍ନୀ ଶୁଭାସିନୀ ଜେନାଙ୍କୁ ଦଳ ବସ୍ତାରେ ବିଧାନସଭା ପ୍ରାର୍ଥୀ କରିବା ପରେ ତାଙ୍କୁ ଆଉ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ନ ଥିଲା।

ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିବାଦୀୟ ଆସନରେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବର୍ତ୍ତମାନ ଆଜିର ଘୋଷଣା ପରେ ବିଜେଡି ମୋଟ 174 ଆସନରୁ 117 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବାକିଥିବା ଗୋଟିଏ ଲୋକସଭା ଆସନ ବାଲେଶ୍ବରରେ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିଛି।