Categories
ଆଜିର ଖବର

ଆଉ ଜଣେ ମୁଖପାତ୍ରଙ୍କୁ ନିଯୁକ୍ତି ଦେଲା ବିଜୁ ଜନତା ଦଳ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ନୂଆ ନେତାଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ହେଲେ ମହେନ୍ଦ୍ର ବଢେଇ। ନିକଟରେ ମହେନ୍ଦ୍ର ସରକାରୀ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ।

ମହେନ୍ଦ୍ର ପଦ୍ମପୁର ଅଞ୍ଚଳର ହୋଇଥିବାରୁ ଟିକେଟ ପାଇବାକୁ ଆଶାୟୀ ଥିଲେ। ହେଲେ ଶେଷ ମୂହୁର୍ତ୍ତରେ ବର୍ଷା ସିଂ ବରିହାଙ୍କୁ ଟିକେଟ ମିଳିଥିଲା। ସେଥିପାଇଁ ମହେନ୍ଦ୍ରଙ୍କୁ  ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ମହେନ୍ଦ୍ର ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ମାମୁଲି ପ୍ରସଙ୍ଗ ଉଠାଉଛି ବିଜେପି: ବିଜେଡି

ଭୁବନେଶ୍ୱର, ସାଧାରଣ ନିର୍ବାଚନ ଓ ପରବର୍ତ୍ତୀ ଉପନିର୍ବାଚନଗୁଡିକରେ ଲଗାତାର ପରାଜୟ ଯୋଗୁଁ ଓଡିଶା ବିଜେପି ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିବା ସହିତ ସେମାନେ ହତୋତ୍ସାହିତ ହୋଇ ପଡିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହିତ ଓଡିଶା ବିଜେପି ପ୍ରତିଦିନ ଗଣମାଧ୍ୟମରେ ତିଷ୍ଠି ରହିବାପାଇଁ ଅତି ମାମୁଲି ପ୍ରସଙ୍ଗ ଉଠାଉଛି ଯାହା ରାଜନୈତିକ ଦୃଷ୍ଟି କୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ରାଜ୍ୟ ବିଜେପି ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଭୁବନେଶ୍ୱର ସ୍ମାର୍ଟ ସିଟି ଭାରତର ଅନ୍ୟ ବିଜେପି ଶାସିତ ସହର ତୁଳନାରେ ବିକଶିତ ଓ ବହୁ ଭଲ ପରିଚାଳିତ । ତେଣୁ ଓଡିଶା ବିଜେପି ଏ କ୍ଷେତ୍ରରେ ଆତ୍ମ ନିରୀକ୍ଷଣ କରିବା ଉଚିତ୍‍ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ବିଜେଡିର ନୂଆ ମୁଖପାତ୍ର ତାଲିକା

ଭୁବନେଶ୍ବର : ବିଜେଡିର ନୂଆ ମୁଖପାତ୍ର ତାଲିକା ପ୍ରକାଶ ପାଇଛି । 6 ଜଣଙ୍କୁ ଜାତୀୟ ମୁଖପାତ୍ର ରହିଥିବାବେଳେ 16ଜଣ ରାଜ୍ୟ ମୁଖପାତ୍ର ରହିଛନ୍ତି । 6 ଜଣିଆ ଜାତୀୟ ମୁଖପାତ୍ର ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ,  ଅମର ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ସସ୍ମିତ ପାତ୍ର, ପିନାକୀ ମିଶ୍ର,  ଶର୍ମିଷ୍ଠା ସେଠୀ ।

ସେହିପରି 16 ଜଣିଆ ତାଲିକାରେ ପ୍ରତାପ ଦେବ, ଚନ୍ଦ୍ରଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ବ୍ୟୋମକେଶ ରାୟ, ରାସେଶ୍ବରୀ ପାଣିଗ୍ରାହୀ,  କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ,  ଲୋପାମୁଦ୍ରା ବକ୍ସିପାତ୍ର, ଲେନିନ୍‌ ମହାନ୍ତି, ସଞ୍ଜୟ ବାବୁ, ସୁଲତା ଦେଓ, ଶ୍ରୀମୟୀ ମିଶ୍ରୀ, ଚିନ୍ମୟ ସାହୁ, ଏଲିନା ଦାସ, ହରିଶ ଚୌଧୁରୀ ପ୍ରମୁଖ ସାମିଲ୍‌ ରହିଛନ୍ତି ।