Categories
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନରେ ଅନିୟମିତତା ଅଭିଯୋଗ: ନାକଟିଦେଉଳ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା

କନ୍ଦର୍ପ ବେହେରା
ରେଢାଖୋଲ: ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗରେ ଆଜି ନାକଟିଦେଉଳ ବିଜେପି ତରଫରୁ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ।

କେନ୍ଦ୍ର ସରକାର ୨୦୨୨ ମସିହା ପର୍ଯ୍ୟନ୍ତ ଦେଶରେ ସମସ୍ତ ଗରୀବ ଲୋକଙ୍କୁ ପକ୍କାଘର ପ୍ରଦାନ କରିବାକୁ ଲକ୍ଷ୍ୟ କରିଥିବା ବେଳେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରିଥିବା ବିଜେପି ଅଭିଯୋଗ କରିଛି। ୨୦୧୯ ମସିହାରେ ଜିଓ ଟ୍ୟାଗିଂ ଓ ଘର ସର୍ବେକ୍ଷଣ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ସର୍ଭେ କାମରେ ଭୁଲ କରିଥିଲେ। ଅନେକ ଅଯୋଗ୍ୟ ହିତାଧିକାରୀ ଶାସକ ଦଳ ସହିତ ରାଜନୈତିକ ସଂପର୍କ ରଖି ଘର ହାତେଇଥିଲେ। ବହୁ ଗରୀବ ହିତାଧିକାରୀ ବାଦ୍ ପଡିଥିଲେ ମଧୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ୍ କରାଯାଇ ପାରି ନ ଥିବା ବିଜେପି ଅଭିଯୋଗ କରିଛି।

ଯେଉଁ ମାନେ ଏହି ଭ୍ରଷ୍ଟାଚାର କାମ କରିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ବିଜେପି ତରଫରୁ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିଲା। ଆଜିର ଏହି ବିକ୍ଷୋଭରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଢାଖୋଲ ନିର୍ବାଚନ ମଣ୍ଡଳିର ବିଧାନସଭା ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ନାକଟିଦେଉଳ ଜୋନ୍‌-୧ର ଜିଲ୍ଲା ପରିଷଦ ସଭ୍ୟ ପୂର୍ଣଚନ୍ଦ୍ର ଗଡତ୍ୟା, ଜୋନ୍‌-୨ର ସଭ୍ୟ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖଙ୍କ ନେତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା। ବହୁ ବିଜେପି କର୍ମୀ ଏହି ବିକ୍ଷୋଭରେ ସାମିଲ୍ ହୋଇଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ରେଢାଖୋଲରେ ବିଜେପିର ଧାରଣା

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ଚାଷୀ ଅଧିକାର ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ଦାବୀ ଦେଇ ଧାରଣା ଦିଆଯାଇଥିଲା।

ରେଢାଖୋଲ ନିର୍ବାଚନ ମଣ୍ଡଳୀର କର୍ମୀ ଓ ନେତାମାନେ ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ। ଶୋଭାଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଧାରଣାରେ ବସିଥିଲେ।

ମଣ୍ଡିରୁ ସମସ୍ତ ଧାନ ଉଠେଇବା, କଟନି ଛଟନି ବନ୍ଦ କରିବା, ବସ୍ତାର ବ୍ୟବସ୍ଥା କରିବା, ମଣ୍ଡି ଗୁଡିକରେ ମିର୍ଲସ୍ ମାନଙ୍କର ଦୌରାତ୍ମ ବନ୍ଦ କରିବା, ବାତିଲ ହୋଇଥିବା ଟୋକନ୍ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା, ରାଜ୍ୟ କୃଷକ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧିରେ ସାମିଲ କରିବା, ଚାଷୀର ଅମଳ ହୋଇଥିବା ସମସ୍ତ ଧାନ କୁ କିଣିବା ଆଦି ୯ ଦଫା ସଂବଳିତ ଦାବୀପତ୍ର ରେଢାଖୋଲ ଉପଜିଲ୍ଲାପାଳ ପଦ୍ମନାଭ ବେହେରାଙ୍କୁ ପ୍ରଦାନ କରିଥିଲେ। ଯଦି ଏହି ସବୁ ଦାବୀ ସରକାର ନ ମାନନ୍ତି ଆଗାମୀ ଦିନରେ ବିଜେପି ତରଫରୁ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଧାୟକ ଜୟନାରାୟଣ ମିଶ୍ର ଚେତାବନୀ ଦେଇଥିଲେ।

ଏହି ଧାରଣାରେ ରାଜ୍ୟ ସାଧାରଣ ସଂପାଦକ ସୀମାଂଚଳ ଖଟାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବଡପଣ୍ଡା, କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ ସାହୁ, ପୂର୍ଣଚନ୍ଦ୍ର ଗଡତ୍ୟା, ପ୍ରତାପ ପ୍ରଧାନ, ସଭାପତି ରାମାନୁଜ ମହାପାତ୍ର, ସାଧାରଣ ସଂପାଦକ ନରେନ୍ଦ୍ର ମଲ୍ଲୀକ, ରାଜେନ୍ଦ୍ର ପ୍ରସାଦ ବୈଠାରୁ, ଯୁବମୋର୍ଚ୍ଚା ସଭାପତି ଅମର କୁମାର ସିଂ, ସାଂସଦ ପ୍ରତିନିଧି ଶିବରାମ ସାହୁ ଓ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।