Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୨୦ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୦ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ହୋଟେଲ ନୁ୍ୟ ମ୍ୟାରିୟନଠାରେ ଅନୁଷ୍ଠିତ ହେବ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବ।

ଏହି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତିନି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶର ଟୁଡୁ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଶ୍ରୀମତୀ ଡି.ପୁରନେ୍ଦଶ୍ୱରୀଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗ ଦେବେ।

କେନ୍ଦ୍ରରେ ମୋଦି ସରକାରଙ୍କ ୯ବର୍ଷ ପୂର୍ତି ଏବଂ ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା ହେବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ କାହିଁକି କରିବେ ଶକ୍ତି ପ୍ରଦର୍ଶନ?

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଆଗାମୀ ନିର୍ବାଚନ ପାଇଁ ଦଳ ତରଫରୁ ଆରମ୍ଭ ହେବ ରଣନୀତି। ସେଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି। ତେବେ ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀରେ କରିବେ ନିଜର ଶକ୍ତି ପ୍ରଦର୍ଶନ।

ଏହି ବୈଠକରେ ଯୋଗଦେବା ପାଇଁ ମୋଦୀ ନୂଆଦିଲ୍ଲୀରେ ଏକ ରୋଡ ସୋର ଆୟୋଜନ କରିଛନ୍ତି। ସେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇ ବୈଠକରେ ଯୋଗଦେବେ। ସେଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଏହାକୁ କିପରି ସିଧାପ୍ରସାଣ କରାଯିବ ସେ ନେଇ ମଧ୍ୟ ଦଳ ପ୍ରସ୍ତୁତି କରିଛି।

ଆଜି ଅପରାହ୍ଣ ୩ଟାରେ ପ୍ରାଧାନମନ୍ତ୍ରୀଙ୍କ ଏହି ରୋଡ୍ ଶୋ ଅନୁଷ୍ଠିତ ହେବ। ସେଥିପାଇଁ ଦିଲ୍ଲୀ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏପରିକି ମୋଦୀ ଯାଉଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ କରିଦିଆଯାଇଛି। କେବଳ ଚାଲିଚାଲି ଯିବା ପାଇଁ ଅନୁମତି ରହିବ। ତେବେ ସେହି ରାସ୍ତାରେ ଯିବା ଥିବା ଗାଡିମୋଟରକୁ ଅନ୍ୟ ରାସ୍ତାକୁ ପରିବର୍ତ୍ତନ କରାଯାଇଛି। ସେଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ତରଫରୁ ସୂଚନା ଦିଆଯାଇଛି।

ଏପରି ରୋଡ ସୋ’ର କାହିଁକି ହେଲା ଆୟୋଜନ

ନିକଟରେ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବିରାଟ ଭାରତ ଯୋଡ ଯାତ୍ରାର ଆୟୋଜନ କରିଥିଲେ। ଯାହାକି ଜାତୀୟ ରାଜନୀତିରେ ବେଶ ହଇଚଇ ସୃଷ୍ଟି କରିଥିଲା। ଏପରିକି ଜାତୀୟ ରାଜନୀତିରେ ଏହା ଚହଳ ସୃଷ୍ଟି କରିଥିଲା। ସେହିପରି ରାହୁଳଙ୍କ ସାରା ଭାରତରେ କରୁଥିବା ପଦଯାତ୍ରା ପ୍ରତି ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି।

ତାହାକୁ ଟକ୍କର ଦେବା ପାଇଁ ମୋଦି କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଏପରି ଏକ ବଡ ଆୟୋଜନ କରିବାକୁ ନିଷ୍ପତି କରିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ନଅ ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଫଳରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ମୋଦୀ ଏହି ରୋଡ ସୋ ର ଆୟୋଜନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର କଲ୍ୟାଣ ପାଇଁ କାମ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

ଭୁବନେଶ୍ୱର, ଆମେ କେବଳ ବିଧାୟକ କିମ୍ବା ସାଂସଦ ହେବା ନୁହେଁ ବରଂ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାର୍ଯ୍ୟକର୍ତାମାନେ ଏହାକୁ ଏକ ରାଜନୈତିକ ଲକ୍ଷ୍ୟ ଭାବରେ ନେଇ କାମ କରିବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେଧୀରେ ଧୀରେ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଆଗକୁ ଆଗକୁ ବଢ଼ୁଛେ । ଦଳ କାର୍ଯ୍ୟକର୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ କାରଣରୁ ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ବିଜେପି ଅଭୁତପୂର୍ବ ସଫଳତା ପ୍ରଦର୍ଶନ କରୁଛି । ବିଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ବିଜେପିର ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତା ଓ ଦାୟିତ୍ୱ ୨୦୧୯ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇଛି ।

ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ ଆଗକୁ ବଢ଼ିବା ପାଇଁ କାର୍ଯ୍ୟକର୍ତା ମାନେ ତୃଣମୂଳ ସ୍ତରରେ ପରିଶ୍ରମ କରି ଦଳକୁ ଆହୁରି ମଜବୁତ୍ କରିବା ଦରକାର । ଓଡ଼ିଶାରେ ବିଜେପି ପାଇଁ ରାଜ୍ୟରେ ଚାଲୁଥିବା ସରକାରଙ୍କ ଦୋଷ ଦୁର୍ବଳତା ପାଇଁ କେବଳ ନକରାଞଗକ ଭୋଟ୍‌ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ସକରାଞଗକ ଭୋଟର ଏକ ବିରାଟ ବଡ଼ ଯୋଗଦାନ ରହିବ ।

ଆଗାମୀ ଦିନରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଁଚାଇବା ପାଇଁ ପଡ଼ିବ । ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ନୂଆ ଓ ଆତ୍ମନିର୍ଭର ଓଡ଼ିଶାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ପୂର୍ବାପେକ୍ଷା ଆମକୁ ଦୁଇଗୁଣା ପରିଶ୍ରମ କରିବାକୁ ପଡ଼ିବ । ଆମର ଉଦ୍ୟମ ଓ ଜନଆନ୍ଦୋଳନ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି, ସ୍ୱରାଷ୍ଟ୍ର ମବୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନେତୃତ୍ୱରେ ମୋଦି ସରକାରଙ୍କର ପୂର୍ବ ଭାରତର ବିକାଶ ଓ ଗରିବ କଲ୍ୟାଣ ଯୋଜନା ତଥା ସବକା ସାଥ୍ -ସବକା ବିକାଶ- ସବକା ବିଶ୍ୱାସର ନାରାରେ ଦଳ ବିଜୟୀ ହୋଇପାରିବ ବୋଲି ଦଳୀୟ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ କେନ୍ଦ୍ରମବୀ ଶ୍ରୀ ପ୍ରଧାନ କହିଛନ୍ତି ।