Categories
ଆଜିର ଖବର ରାଜ୍ୟ ଖବର

ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମଣ୍ଡିରେ ଧାନ ସଂଗ୍ରହ ଅଭିଯାନ ନେଇ ପ୍ରସ୍ତୁତି ବୈଠକ 

ଖଡିଆଳ: ଶ୍ରୀଜି ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ମଣ୍ଡିରେ ଧାନ ସଂଗ୍ରହ ଅଭିଯାନ ସାଙ୍ଗକୁ ସଦସ୍ୟତା ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସଭାରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗ ଦେଇ ରାଜ୍ୟରେ କୃଷକଙ୍କ ଉତ୍ପାଦିତ ଧାନ କୁ ସରକାର ସଂଗ୍ରହ କରି ସମ୍ମାନର ସହ ୪୮ ଘଣ୍ଟା ମଧ୍ୟରେ ତାଙ୍କ ଧାନ ଟଙ୍କା ବ୍ୟାଙ୍କ୍ ଖାତାରେ ଜମା ହେବ ବୋଲି ପ୍ରକାଶ କରିଥିଲେ। ଧାନ ମଣ୍ଡିରେ କଟଣୀ ଛ ବନ୍ଦ ହେବା ସହ କୃଷକ ମୋର୍ଚ୍ଚା କର୍ମୀ ମାନେ ମଣ୍ଡି ଜଗି ଚୌକିଦାର ଦାୟିତ୍ବ ନିର୍ବାହ କରିବେ ବୋଲି ପ୍ରକାଶ କରିଛନ୍ତି।

ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ପୁଳିନ ପ୍ରକାଶ କୁହାନ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ସ୍ବାଇଁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଭାପତି ଦେବ ଦେବ ସିଂ ଦେଓ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋବର୍ଦ୍ଧନ ସାହୁ, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଶାନ୍ତ ବିଶି, ବରିଷ୍ଠ ଚାଷୀ ସଂଜୟ ତିୱାରୀ, ପ୍ରମୁଖ ଯୋଗ ଦେଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଧାନ କିଣାରେ କଟନୀ ଛଟନୀ ବନ୍ଦ କରିବାକୁ ମଣ୍ଡି ଜଗିବ କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ଆସନ୍ତା ଖରିଫ ଧାନ କିଣା ନଭେମ୍ବର ୨୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ। ଏହି ଧାନ କିଣା କାରବାରରେ ସ୍ୱଚ୍ଛତା ଆଣିବା ସହ କଟନୀ ଛଟନୀ ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାରା ରାଜ୍ୟର ସମସ୍ତ ଧାନମଣ୍ଡି ଜଗିବେ ଓ ତଦାରଖ କରିବେ।

ଓଡ଼ିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହ ସେମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ମୋହନ ମାଝି ସରକାର ଅନେକ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହାର ସଫଳ ରୁପାୟନ କରିବାରେ କୃଷକ ମୋର୍ଚ୍ଚା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଧାନ କିଣାବେଳେ ରାଜ୍ୟର ୪,୧୯୩ ମଣ୍ଡିରେ କାର୍ଯ୍ୟକର୍ତାମାନେ ଚାଷୀମାନଙ୍କୁ ସହଯୋଗ କରିବେ। ଏଥିପାଇଁ ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କୁ ଜିଲା ଓ ମଣ୍ଡି ଦାୟିତ୍ୱ ବଂଟନ କରାଯାଇଛି।

ଓଡ଼ିଶାରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଓ ବିକାଶ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି।
ଧାନ ସଂଗ୍ରହ ଅଭିଯାନର ସଫଳ ରୁପାୟନ ପାଇଁ ଭୁବନେଶ୍ୱରଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ, ମତ୍ସ୍ୟ ଚାଷ ଓ ପଶୁପାଳନ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ଲୋକସଭା ସାଂସଦ ଡ. ରବିନାରାୟଣ ବେହେରା ଓ ବରିଷ୍ଠ ବିଜେପି ନେତା ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ସର୍ବଶ୍ରୀ ସୂର୍ଯ୍ୟ ନାରାୟଣ ମହାପାତ୍ର, ବରିଷ୍ଠ ଚାଷୀ ନେତା ଶ୍ରୀ ଅମରେଶ୍ୱର ମିଶ୍ର, ହଳପାଣି ମାଝି, ପୁଲିନ୍ ପ୍ରକାଶ ପୁହାଣ, ବିପଦଭଞ୍ଜନ ଦାସ, ରାଜ୍ୟ ସମ୍ପାଦକ ମନୋଜ କୁମାର ସାହୁ, ଅଶୋକ କୁମାର ରଥ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସ୍ୱାଇଁ, ରାଜ୍ୟ ସଂଯୋଜକ ଡ. ଜଗନ୍ନାଥ ମହାପାତ୍ର, କୌଶିକ ଚାନ୍ଦ, ମଧୁସୂଦନ ଶର୍ମା, ରାଜକିଶୋର ମେଣ୍ଡଲୀ ଉପସ୍ଥିତ ଥିଲେ।

ସେହିପରି ବିକ୍ରମ ରାଉତ, ସୁରଥ ସେଠୀ, ଗୋବିନ୍ଦ ପ୍ରଧାନ, ସୁନୀଲ କୁମାର ମହାନ୍ତି, କୈଳାସ ବାରିକ, କୈଳାସ ରଥ, ଶିବ ମିଶ୍ର, ଶ୍ୱେତ ଦୋରା, ପ୍ରଶାନ୍ତ ପାଲ, ଶ୍ରୀନିବାସ ପ୍ରଧାନ, ଅବନେଶ୍ୱର ପ୍ରଧାନ, ତପନ ବେହେରା, ଶ୍ରୀଧର ପ୍ରଧାନ, ପାଣ୍ଡବ ଧଳ, ଉତ୍କଳମଣି ମନ୍ତ୍ରୀ, ବିଜୟ କୁମାର ମାଝି, ଶିବରାଜ ବେହେରା, ସନ୍ତୋଷ ମିଶ୍ର, ଭାଗିରଥୀ ସିଂ, ସୁଧାକର ସାହୁ, ଶ୍ରୀଧର ସାହୁ, ମଦନ ମୋହନ ମାହାନ୍ତ, ଶଙ୍କର୍ଷଣ ଜେନା, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି, ରୋଜାଲିନ୍ ମହାନ୍ତି, ଅମିତା କର, ପୂର୍ଣ୍ଣିମା ଦାସ ପ୍ରମୁଖଙ୍କ ସମେତ ରାଜ୍ୟରୁ ଆସିଥିବା ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ନେତା ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମଣ୍ଡିରେ ଧାନ ନକିଣିବା ସମସ୍ୟାକୁ ନେଇ ଅସନ୍ତୋଷ: ଚାଷୀଙ୍କ ଧାରଣା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କଠୋର ପରିଶ୍ରମ ପରେ ଅମଳ ଧାନକୁ ମଣ୍ଡି ଗ୍ରହଣ କରୁନଥିବା ସମସ୍ୟାର ସମାଧାନ ପାଇଁ ଅସନ୍ତୁଷ୍ଟ ଚାଷୀମାନେ କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ଧାରଣା ଦେଇଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଧାନ ଅମଳ ପରେ ଧାନକୁ ମଣ୍ଡିଉ ନେତା ପାଇଁ କିଛି ଚାଷୀଙ୍କୁ ଟୋକନ୍ ମିଳିଛି ଓ ଅନ୍ୟାନ୍ୟ ବହୁତ ଚାଷୀଙ୍କୁ ଟୋକନ୍ ମିଳିନାହିଁ। ଅନ୍ୟ ପକ୍ଷରେ ଟୋକନ୍ ମିଳିଥିବା କିଛି ଚାଷୀଙ୍କର ଅବଧି ସରିବାକୁ ଥିବାବେଳେ ମଣ୍ଡି ଧାନ ନେଇ ନାହାନ୍ତି। ଏତଦବ୍ୟତୀତ ମିଲର୍ ମାନେ ବସ୍ତା ପିଛା ୪ କିଲୋ ଧାନ କାଟି ନେଉଛନ୍ତି।

ଏହିଭଳି ପରିସ୍ଥିତିରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟା ନନ୍ଦ ଦାସ ଙ୍କ ନେତ୍ରୁତ୍ବରେ ଅନେକ ଚାଷୀ ଯଥା ଏ ନନ୍ଦକିଶୋର,ବାପି ପ୍ରଧାନ, ଚଣ୍ଡୀ ସାହୁ,ବଦ୍ରି ସାବତ ଚନ୍ଦନ ମହାରଣା ଙ୍କ ସୁନୀଲ ଚୌଧୁରୀଙ୍କ ସମେତ ଅନେକ ଚାଷୀ ଉକ୍ତ ଧାରଣା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଚାଷୀମାନଙ୍କ ଏହି ଭଳି ଧାରଣା ସମୟରେ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଓ ଯୋଗାଣ ଅଧିକାରୀ ଧୀରେନ୍ ସାହୁ ଧାରଣା ସ୍ଥଳରେ ପହଞ୍ଚି ଧାରଣାରତ ଚାଷୀମାନଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣା ରୁ ଉଠିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଧାନର ଏମଏସପି ବୃଦ୍ଧି ଦାବୀରେ ଯୋଗାଣ ବିଭାଗ ସଚିବଙ୍କୁ ଦାବିପତ୍ର ଦେଲା ବିଜେପି କୃଷକ ମୋର୍ଚ୍ଚା

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାବିକା ଅବ୍ୟବହିତ ପୂର୍ବରୁ ବିଜେପି କୃଷକ ମୋର୍ଚ୍ଚା ମଣ୍ଡିମାନଙ୍କରେ ମିଲର୍ସମାନଙ୍କର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ୱିଂଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ବିଜେପି ତାଗିଦ୍ କରିଛି ।

ଗତ କାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ସଚିବଙ୍କ ଅନୁପସ୍ଥିତିରେ ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେନ୍ଦ୍ର ମିଶ୍ରଙ୍କୁ ଲୋକସେବା ଭବନରେ ସାକ୍ଷାତ କରି ଏ ସମ୍ବନ୍ଧରେ ଦାବୀ ପତ୍ର ଦେବା ସହ ଚାଷୀମାନେ କିଭଳି ସୁରୁଖୁରୁରେ ଧାନ ବିକ୍ରୀ କରିପାରିବେ, ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ ।