Categories
ଆଜିର ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ବିଜେପି ନେତ୍ରୀ ଇରାନୀ ରାୟ

ଭୁବନେଶ୍ୱର: ନୟାଗଡ଼ ନିର୍ବାଚନମଣ୍ଡଳୀର ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ସହ ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡଃ ଅରୁଣ ସାହୁ, ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ଡଃ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଏବଂ ଶତାଧିକ ବିଜେପି କର୍ମୀଙ୍କୁ ଡଃ ସାହୁ, ଶ୍ରୀ ମଙ୍ଗରାଜ ଓ ଡଃ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ନୟାଗଡ଼ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡଃ ସାହୁ, ଶ୍ରୀ ମଙ୍ଗରାଜ ଓ ଡଃ ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ନୟାଗଡ଼ରେ ବିଜେପି ପାଇଁ ବହୁତ କିଛି କରିଥିଲି । ମୋ ପରିଶ୍ରମ ଓ ତ୍ୟାଗର ସମ୍ମାନ ମୋତେ ବିଜେପିରେ ମିଳିଲାନି। ବିଜେପିରେ ମହିଳାଙ୍କୁ ସମ୍ମାନ ମିଳେନାହିଁ। ମୋ ସହିତ ଅନ୍ୟାୟ କରିଛି ବିଜେପି। ବିଜେପିର ଅନ୍ୟାୟ ବିରୋଧରେ ଲଢ଼ିବି। ବିଜେପିରେ ମୋତେ ବହୁତ ଅଣଦେଖା କରାଯାଉଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ବାଲୁଗାଁ ମଣ୍ଡଳ ସଭାପତି ବିନୋଦ କୁମାର ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଭାତ କୁମାର ଷଡ଼ଙ୍ଗୀ, ଓଡଗାଁ ମଣ୍ଡଳ ସଭାପତି ଦୁର୍ଗା ଚରଣ ପଣ୍ଡା, କୃଷକ ମୋର୍ଚ୍ଚା ସଭାପତି ଶିବ ଶଙ୍କର ମହାନ୍ତି, ଓଡଗାଁ ଏନଏସି ମଣ୍ଡଳ ସଭାପତି ପ୍ରକାଶ ଦାସ, ନୟାଗଡ଼ ଜିଲ୍ଲା ଉପସଭାପତି ବିରେନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ମାନସ ରଞ୍ଜନ ସାହୁଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ମୁଖପାତ୍ର ତୁମ୍ବନାଥ ପଣ୍ଡା ଓ ଅମିତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କନ୍ଧନୟାଗଡରେ ପୁଣି ବିଜେପି ନେତ୍ରୀ ସୁରମା ପାଢୀଙ୍କୁ କଳା ପତାକା ପ୍ରଦର୍ଶନ

ରଣପୁର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ରଣପୁର ନିର୍ବାଚନମଣ୍ଡଳୀ ଚଳଚଂଚଳ ହାଇଛି। ସୋମବାର ଭଳି ମଙ୍ଗଳବାର ଦିନ ମଧ୍ୟ କନ୍ଧନୟାଗଡ ପଚାଂୟତରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କୁ କଳା ପତକା ପ୍ରଦର୍ଶନ କରାଯାଇଛି। ୪ ଦିନ ତଳେ ବିଜେଡି ତରଫରୁ କନ୍ଧନୟାଗଡରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ବେଳେ ବିଜେପି ତରଫରୁ ସ୍ଥାନୀୟ ବିଧାୟକଙ୍କୁ କଳା ପତକା ପ୍ରଦର୍ଶନ ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ଏବେ ପୁଣି ସେହି ପଚାଂୟତରେ ବିଜେଡି ତରଫରୁ ବିଜେପି ନେତ୍ରୀଙ୍କୁ କଳା ପତକା ପ୍ରଦର୍ଶନ କରାଯିବା ସହ ଗୋବ୍ୟାକ୍ ସ୍ଲୋଗାନ ଦିଆଯାଇଥିଲା। ସୋମବାର ଦିନ ଜଙ୍କିଆ ପଚାଂୟତରେ ଏଭଳି ଘଟଣା ଘଟିଥିବା ବେଳେ ମଙ୍ଗଳବାର ପୁଣି କନ୍ଧନୟାଗଡ ପଚାଂୟତରେ ଏହି ଘଟଣାର ପୁନରାବୃତ୍ତି ଘଟିଛି।

ଘଟଣାରୁ ପ୍ରକାଶ ଗତକାଲି ରଣପୁର ବ୍ଲକ ଚାନ୍ଦପୁର ପଚାଂୟତରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଏହି କାର୍ଯ୍ୟକ୍ରମ କନ୍ଧନୟାଗଡ ପଚାଂୟତରେ ଅନଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ,  ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇଥିଲେ। କିନ୍ତୁ ସୁରମା ପାଢୀଙ୍କ ଯୋଗଦାନକୁ ବିଜେଡି ତରଫରୁ ଜୋରଦାର ବିରୋଧ କରାଯାଇଥିଲା। କେବଳ ନିର୍ବାଚିତ ପ୍ରତିନିଧି ମାନେ ଏହି ବୈଠକରେ ବସି ପାରିବେ ବୋଲି ମତ ଦେବା ସହ ସୁରମାଙ୍କୁ କଳାପତକା ଦେଖାଇବା ସହ ଗୋବ୍ୟାକ୍ ସ୍ଲୋଗାନ ଦେଇଥିଲେ।

ଖବର ପାଇଁ ଘଟଣାସ୍ଥଳରେ ଚାନ୍ଦପୁର ପୁଲିସ ପହଚିଂ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଜେପି ନେତ୍ରୀ ପୂଜା ଦାଦୁଙ୍କ ଆତ୍ମହତ୍ୟା: ତଦନ୍ତରେ ନିୟୋଜିତ ପୋଲିସ

ବୁରହାନପୁର: ମଧ୍ୟପ୍ରଦେଶର ଖକନାର ଜିଲ୍ଲା ସଭାପତି ପୂଜା ଦାଦୁ ଶନିବାର ବିଳମ୍ବିତ ରାତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପରିବାର ସଦସ୍ୟ ମୃତ ଦେହକୁ ଝୁଲୁଥିବାର ଦେଖି ତୁରନ୍ତ ଏହାକୁ ବୁରହାନପୁରର ସଞ୍ଜୟ ନଗରର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ ଯେଉଁଠାରେ ଡାକ୍ତରମାନେ ଯାଞ୍ଚ କରି ମୃତ ଘୋଷଣା କରିଥିଲେ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଖଣ୍ଡୱା ସଂସଦୀୟ ନିର୍ବାଚନମଣ୍ଡଳୀ ସାଂସଦ ଦୀନେଶ୍ୱର ପାଟିଲ, ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ମନୋଜ ଲଧଭେ, ପୂର୍ବତନ ମ୍ୟୁନିସିପାଲିଟି କର୍ପୋରେସନ୍ ସଭାପତି ମନୋଜ ତାରୱାଲା, ପୂର୍ବତନ ବିଜେପି ଜିଲ୍ଲା ସଭାପତି ବିଜୟ ଗୁପ୍ତାଙ୍କ ସହ ବହୁ ନେତା ଏଠାରେ ପହଞ୍ଚିଥିଲେ। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂଜା ଦାଦୁ ଖକନାର ଜିଲ୍ଲାର ସଭାପତି ଥିଲେ। ବର୍ତ୍ତମାନ ତାଙ୍କ ବଡ଼ ଭଉଣୀ ମଞ୍ଜୁ ଦାଦୁ ମଣ୍ଡି ବୋର୍ଡର ଉପାଧ୍ୟକ୍ଷ ଅଟନ୍ତି। ପୂଜା ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଦାଦୁଙ୍କ ଝିଅ।

Categories
ଆଜିର ଖବର ଜାତୀୟ ଖବର

ସନାତନ ଧର୍ମ ଓ ପ୍ରଭୁ ଶ୍ରୀ ରାମଙ୍କୁ ନେଇ ରୁବି ଆସିଫ ଖାନ କହିଲେ ବଡ କଥା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବିଜେପି ନେତ୍ରୀ ରୁବି ଆସିଫ ଖାନ ପୁଣି ଏକ ଅଜବ ବିବୃତ୍ତି ଦେଇଛନ୍ତି। ରୁବି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରବୁଦ୍ଧ ସମ୍ମିଳନୀ ହିନ୍ଦୁ-ମୁସଲମାନ ଏକତାକୁ ମଜବୁତ କରିଛି। ଅନେକ ମୁସଲମାନ ସେହି ସାଧାରଣ ସଭାରେ ଯୋଗଦେବାକୁ ଯାଇଥିଲେ। ସେ କହିଛନ୍ତି ଯେ, ବର୍ତ୍ତମାନ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବୁଝୁଛନ୍ତି ଯେ, ଭଗବାନ ଶ୍ରୀ ରାମ ଆମର ଭବିଷ୍ୟ‌ଦ୍‌ବକ୍ତା। ରୁବି କହିଛନ୍ତି ଯେ, ସନାତନ ଧର୍ମ ହେଉଛି ସର୍ବୋତ୍ତମ ଧର୍ମ।

ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଗମନ ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ। ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଶୁଣି ମୁଖ୍ୟମନ୍ତ୍ରୀ ବହୁତ ଖୁସି। ହିନ୍ଦୁ-ମୁସଲମାନ ଏକତାର ଉଦାହରଣ ଆଜି ମୁସଲମାନ ସମାଜର ଲୋକମାନେ ବୁଝୁଛନ୍ତି। ରୁବି ଆସିଫ ଖାନ କହିଛନ୍ତି ଯେ, ସନାତନ ଧର୍ମ ହେଉଛି ସର୍ବୋତ୍ତମ ଧର୍ମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଭେଦଭାବ ଦୂର କରିଛନ୍ତି। ବିରୋଧୀ ଦଳ ଜାଣିବା ଉଚିତ୍ ଯେ, ମୁସଲମାନ ସମ୍ପ୍ରଦାୟ ଜାଗ୍ରତ ହୋଇଛି। ଏହି ସମାଜ ଜାଣିବାକୁ ପାଇଛି ଯେ କେବଳ ବିଜେପି ସେମାନଙ୍କୁ ସୁରକ୍ଷା ଦେଇପାରିବ।

ପ୍ରକାଶ ଯୋଗ୍ୟ ଯେ, ଗଣେଶ ଚତୁର୍ଥୀରେ ନିଜ ବାସଭବନରେ ରୁବି ଗଣେଶ ମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ନବରାତ୍ରୀ ସମୟରେ ଉପବାସ ରଖିଥିଲେ। ଏହା ପରେ ମୁସଲମାନ କଟ୍ଟରପନ୍ଥୀମାନେ ମଧ୍ୟ ତାଙ୍କୁ ଜୀବନ୍ତ ଜାଳିଦେବାକୁ ଧମକ ଦେଇଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ଧର୍ମ

ଗଣପତି ପ୍ରତିଷ୍ଠା କରିବାରୁ ମିଳିଲା ମୃତ୍ୟୁ ଧମକ, ବେଜେପି ନେତ୍ରୀ ରୁବି ଖାନ ଦେଲେ ଏଭଳି ଉତ୍ତର

ଆଲିଗଡ: ଆଲିଗଡରେ ଗଣେଶ ଚତୁର୍ଥୀ ଅବସରରେ ବିଜେପି ନେତ୍ରୀ ରୁବି ଆସିଫ ଖାନ ତାଙ୍କ ଘରେ ଗଣେଶ ମୂର୍ତ୍ତି ସ୍ଥାପନ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି। ଗୃହରେ ଗଣପତି ପ୍ରତିଷ୍ଠାକୁ ମୌଲାନା ବିରୋଧ କରିଛନ୍ତି। ଏହାର ଉତ୍ତରରେ ରୁବି କହିଛନ୍ତି ଯେ, ମୌଲାନା ଅତୀତରେ ତାଙ୍କ ବିରୋଧରେ ପୋଷ୍ଟର ଲଗାଇଥିଲେ ଏବଂ ତଥାପି ଏବେ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ ସେ ସେମାନଙ୍କୁ ଭୟ କରିବେ ନାହିଁ। ସେ କହିଥିଲେ ଯେ, ଭଗବାନ-ଇଶ୍ଵର ଏକ। ରୁବି ଆସିଫ ଖାନ ହେଉଛନ୍ତି ଆଲିଗଡ ବିଜେପି ମହିଲା ମୋର୍ଚ୍ଚା ଜୟଗଞ୍ଜର ମଣ୍ଡଳ ଉପାଧ୍ୟକ୍ଷ।

ରୁବି ଖାନଙ୍କ ପାଇଁ ମୃତ୍ୟୁ ଧମକ:

ରୁବି ଖାନ ଶାହଜମାଲଙ୍କ ମାବୁଦ ନଗରରେ ରୁହନ୍ତି। ସେ କହିଥିଲେ ଯେ ‘ଅଗଷ୍ଟ ୩୧ ତାରିଖରେ ଗଣେଶ ଚତୁର୍ଥୀ ଅବସରରେ ମୁଁ ମୋ ଘରେ ଭଗବାନ ଗଣେଶଙ୍କୁ ୭ ଦିନ ପ୍ରତିଷ୍ଠା କରିଥିଲି। ପୂର୍ଣ୍ଣ ରୀତିନୀତି ସହିତ ୭ ଦିନ ପରେ ମୁଁ ଗଣେଶ ଜୀଙ୍କୁ ବିସର୍ଜନ କରିବା ପାଇଁ ନେବି। ମୁଁ ପୂର୍ବରୁ ମୋ ଘରେ ପ୍ରଭୁ ଶ୍ରୀ ରାମଙ୍କୁ ପୂଜା କରିଥିଲି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମ ମନ୍ଦିରର ମୂଳଦୁଆ ପକାଇଥିଲେ। ସେତେବେଳେ ମଧ୍ୟ କଟ୍ଟରପନ୍ଥୀ ଲୋକମାନେ ଏହାକୁ ବିରୋଧ କରି ଇସଲାମ ଧର୍ମକୁ ପ୍ରତ୍ୟାଖ୍ୟାନ କରି ଫତୱା ଜାରି କରିଥିଲେ। ପୋଷ୍ଟର ଲଗାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି କଟ୍ଟରପନ୍ଥୀମାନେ ପୂର୍ବ ପରି ସମାନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମୋତେ ମୃତ୍ୟୁ ଧମକ ମିଳିଛି। ହେଲେ ମୁଁ ଭୟ କରିବି ନାହିଁ।

ରୁବି ଖାନ କହିଛନ୍ତି ଯେ, “ମୁଁ ଭଗବାନ ଗଣେଶଙ୍କୁ ସମ୍ପୂର୍ଣ୍ଣ ରୀତିନୀତିରେ ବିସର୍ଜନ କରିବି। ମୋର ପୁରା ପରିବାର ଏବଂ ମୋ ସ୍ୱାମୀ ମୋ ସାଥିରେ ଅଛନ୍ତି। ମୋ ଆଖପାଖର ଲୋକମାନେ ମଧ୍ୟ ମୋ ସାଥିରେ ଅଛନ୍ତି। କିନ୍ତୁ ଆଗକୁ ବଢୁଥିବା ସମସ୍ତ କଟ୍ଟରପନ୍ଥୀ ମୁସଲମାନ ଯେଉଁମାନେ ମୋ ବିରୁଦ୍ଧରେ ଠିଆ ହୋଇଛନ୍ତି, ହେଲେ ମୁଁ ସେମାନଙ୍କର ବିରୋଧକୁ ଭୟ କରେ ନାହିଁ। “

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଦୁଇ ଗିରଫ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟିକ୍ ଟକ୍ ତାରକା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟଣାରେ ଗୋଆ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଫୋଗାଟଙ୍କ ସହ ଅଗଷ୍ଟ ୨୨ ତାରିଖରେ ଗୋଆରେ ପହଞ୍ଚିଥିବା ସୁଧୀର ସାଙ୍ଗୱାନ ଏବଂ ସୁଖବିନ୍ଦର ବାସିଙ୍କୁ ଗିରଫ କରାଯାଇଛି। ସୁଧୀର ସାଙ୍ଗୱାନ ସୋନାଲି ଫୋଗାଟଙ୍କ ପିଏ ଥିଲେ। ତେବେ ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ସୋନାଲିଙ୍କ ଶରୀରରେ ଆଘାତ ଲାଗିଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଟିକଟକ୍ ତାରକା ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ହୃଦଘାତରେ ପରଲୋକ

ପାଣାଜୀ: ଗୋଆରେ ହୃଦଘାତରେ ଟିକଟକ୍ ତାରକା ତଥା ବିଜେପି ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ଘଟିଛି। ବିଜେପି ତାଙ୍କୁ ୨୦୧୯ ନିର୍ବାଚନରେ ହିସାର ଜିଲ୍ଲାର ଆଦମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ସେଠାରେ ସେ କଂଗ୍ରେସ ନେତା ଥିବା କୁଲଦୀପ ବିଷ୍ନୋଇଙ୍କ ଠାରୁ ପରାସ୍ତ ହୋଇଥିଲେ। ସୋନାଲି ଅନେକ ଛୋଟ ପରଦା ସିରିଏଲରେ କାମ କରିଛନ୍ତି। ସୋନାଲି ଫୋଗାଟ ସୋମବାର ରାତିରେ ମଧ୍ୟ ନିଜେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଏକ ଭିଡିଓ ପୋଷ୍ଟ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଟିକଟକ୍ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସିଦ୍ଧ ରିଅଲିଟି ସୋ ବିଗ୍ ବସ୍ ର ୧୪ ତମ ସଂସ୍କରଣରେ ସୋନାଲି ଭାଗ ନେଇଥିଲେ।