Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪ ବ୍ୟବସାୟ

ଆଜି ଆସିବ ନୂଆ ସରକାରଙ୍କ ନୂଆ ବଜେଟ, ବିଏସକେୱାଇ, କାଳିଆ ଯୋଜନା ଉପରେ ନଜର

ଭୁବନେଶ୍ବର: ଆଜି ଉପସ୍ଥାପିତ ହେବ ନୂଆ ସରକାରଙ୍କ ନୂଆ ବଜେଟ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଏହି ବଜେଟ ଉପସ୍ଥାପନା କରିବେ। ପ୍ରଥମ ଥର ପାଇଁ ବିଜେପି ସରକାର ବଜେଟ ଉପସ୍ଥାପନା କରିବେ। ଅନ୍ୟପକ୍ଷରେ ନିଜେ ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ଦାୟିତ୍ବରେ ଥିବାରୁ ସେ ହିଁ ବଜେଟ ଉପସ୍ଥାପନା କରିବେ।

ଏଥର ବଜେଟ କଳେବର ବେଶ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ଏହାର ପରିମାଣ ପ୍ରାୟ ତିନି ଲକ୍ଷ କୋଟି ଛୁଇଁବାର ସମ୍ଭାବନା ରହିଛି। ତେବେ ବିଜେପି ସରକାର କାଳିଆ ଏବଂ ବିଏସକେୱାଇ ଯୋଜନା ପାଇଁ ବ୍ୟୟ ବରାଦ କରୁଛନ୍ତି କି ନାହିଁ  ତା ଉପରେ ସମସ୍ତଙ୍କ ନଜର ରହିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଚଳିତ ବଜେଟ ଉପସ୍ଥାପନା କରିବେ।