Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଭୋଟ ହାସଲ ପାଇଁ ବିଜେପି ନେତା ସମ୍ବିତ ପାତ୍ର କରୁଛନ୍ତି ତଳି ରୁଆ ନାଟକ !!!

ଭୁବନେଶ୍ବର: ପୁରୀ ଲୋକସଭା ଆସନରୁ ବିଜେପିର ଆଶାୟୀ ପ୍ରାର୍ଥୀ ସମ୍ବିତ ପାତ୍ର ଖୁବ ଜୋରରେ ଲୋକଙ୍କ ମନ ଜିଣିବାରେ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ସେହି ପରିପ୍ରେକ୍ଷୀରେ ସମ୍ବିତ ପାତ୍ର ପିପିଲିର ଏକ ଧାନ ବିଲରେ ତଳି ରୁଆଉ ଥିବାର ଦେଖିବାକୁ ମିଳିଛି। ସମ୍ବିତ ଏହାକୁ ନେଇ ସେ ତାଙ୍କର ସାମାଜିକ ଗଣମାଧ୍ୟମରେ ବେଶ ପ୍ରଚାର ମଧ୍ୟ କରିଛନ୍ତି।

ତେବେ ସମ୍ବିତଙ୍କ ତଳିରୁଆରେ ତାଙ୍କର ବେଶଭୂଷା ଦେଖିଲେ କୌଣସି କଳାକାରଙ୍କଠାରୁ ବି କମ ହେବ ନାହିଁ। କାରଣ ସେ ଯେପରି ବେଶରେ କାଦୁଅ ସରସର ଧାନ ବିଲରେ କାମ କରୁଛନ୍ତି ତାହା ଏକ ପକ୍କା ଅଭିନେତା ପରି ଜଣାପଡୁଛି। ସେ ଧୋବ ଫରଫର ନୂଆ ଧୋତି ଏବଂ ଧଲା ଗଂଜି ପିନ୍ଧି ତଳି ରୁଆଉଛନ୍ତି। ତାଙ୍କ ତଳି ରୁଆ ତରିକା ଭୁଲ ହୋଇପାରେ ତାହା ବଡ କଥା ନୁହେଁ ହେଲେ ସେ ଯେଉଁ ପୋଷାକରେ କାଦୁଅ ସରସର ବିଲରେ ଅଛନ୍ତି ତାହାକୁ ନେଇ ଚର୍ଚ୍ଚା।

ଯେଉଁମାନେ ପ୍ରକୃତ ଚାଷୀ ସେମାନେ କେବେ ଧାନ ବିଲକୁ ଧୋବ ଫରଫର ଧୋତି ପିନ୍ଧି ତଳି ରୁଆନ୍ତି ନାହିଁ। ଏପରିକି ନୂଆ ଗଂଜି ପିନ୍ଧି କେହି ବିଲରେ କାମ କରେ ନାହିଁ। କେବଳ ପୂଜା ପାର୍ବଣ କିମ୍ବା ଅଖିମୁଠି ଅନୁକୂଳରେ ଚାଷୀ ନୂଆ ଲୁଗା ପିନ୍ଧି ବିଲକୁ ଯାଏ। ହେଲେ ସମ୍ବିତ ଯେପରି ବେଶ ଭୂଷାରେ ତଳି ରୁଆଉଛନ୍ତି ତାହାକୁ ଯେ କେହି ଦେଖିଲେ ସମାଲୋଚନା କରୁଛି। ଏସବୁ ଭୋଟ ହାତେଇବା ପାଇଁ ନାଟକ ବୋଲି ଯେକେହି ଦେଖି କହିବାରେ ଲାଗିଛି।

ସମ୍ବିତ ତଳି ରୁଆଇବେ ବୋଲି ସଂପୂର୍ଣ୍ଣ ପୂର୍ବ ପ୍ରସ୍ତୁତି ହୋଇ ଆସିଛନ୍ତି। ବେଶଭୂଷା ହୋଇ ଏହି ବିଲରେ କାମ କରି ଫଟୋ ଉଠାଇବେ ବୋଲି ପ୍ରସ୍ତୁତି ହୋଇଛନ୍ତି। ତାଙ୍କ ସାଥିରେ ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକ ମଧ୍ୟ ସୁନ୍ଦର ବେଶଭୂଷାରେ ସମ୍ବିତଙ୍କ ସହିତ ତଳି ରୁଆଛନ୍ତି। ସେ ରାହୁଳ ଗାନ୍ଧିଙ୍କ ପରି ହଠାତ ବିଲ ଭିତରକୁ ଫୁଲ ପ୍ୟାଣ୍ଟ ଉପରକୁ ଟେକି ପଶି ନାହାଁନ୍ତି।

ପୂର୍ବରୁ କଂଗ୍ରେସ ନେତା ରାହୁଳ ଗାନ୍ଧି ବିଲ ଭିତରକୁ ଯାଇ ଚାଷୀଙ୍କ ସହିତ କାମ କରିଥିଲେ ତଳି ରୁଆଉ ଥିଲେ। ହେଲେ ତାହା ଯେ କେହି ଦେଖିବ ସେ କେବେ ବି ନାଟକ କହିବ ନାହିଁ। କାରଣ ରାହୁଳ ରାସ୍ତାରେ ଯାଉଥିବା ବେଳେ ହଠାତ ଗାଡି ଅଟକାଇ ନିଜ ଫୁଲ ପ୍ୟାଣ୍ଟକୁ ଉପରକୁ ଟେକି କାଦୁଅ ବିଲରେ ପଶିଥିଲେ। ହେଲେ ସମ୍ବିତଙ୍କ ଏହି ତଳି ରୁଆ ପୁରା ପୂର୍ବ ପ୍ରସ୍ତୁତି ଏବଂ ଲୁଗାପଟା କିଣାକିଣି କରି ବିଲ ଭିତରକୁ ଯାଇଛନ୍ତି ବୋଲି ସ୍ପଷ୍ଟ ଜଣାପଡୁଛି।

ରାହୁଳ ଗାନ୍ଧିଙ୍କ ତଳି ରୁଆକୁ ନେଇ ସେତେବେଳେ ବିଜେପି ତରଫରୁ ତୀବ୍ର ସମାଲୋଚନା କରାଯାଇଥିଲା। ଏହା ରାହୁଳ ବାବାଙ୍କ ନାଟକ ବୋଲି କୁହାଯାଉଥିଲା। ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ସଂସଦରେ ରାହୁଳଙ୍କ ଏହି ଚାଷୀମାନଙ୍କ ସହ କାମକୁ ନେଇ ସମାଲୋଚନା କରିଥିଲେ। ହେଲେ ଏବେ ଖୋଦ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଏପରି କାମକୁ ଦଳ କେଉଁ ଦୃଷ୍ଟିରେ ଦେଖିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବରୁ ସମ୍ବିତ ଜଗନ୍ନାଥଙ୍କୁ ମୂର୍ତ୍ତିକୁ ମୁଣ୍ଡରେ ମୁଣ୍ଡାଇ ବଡଦାଣ୍ଡରେ ଏକ ରାଜନୈତିକ ରାଲି କରିବା ନେଇ ବେଶ ସମାଲୋଚନା କରାଯାଇଥିଲା। ଏପରିକି 2019 ଲୋକସଭା ନିର୍ବାଚନ ବେଳେ ମୋତେ ଜଗନ୍ନାଥ ଡାକିଛନ୍ତି ବୋଲି କହି ସମ୍ବିତ ପୁରୀ ନିର୍ବାଚନ ମଣ୍ଡଳିରେ ବେଶ ତୁମ୍ବିତୋଫାନ କଲେ। ଭାବି ଥିଲେ ଜଗନ୍ନାଥ ପ୍ରେମୀ ପୁରୀ ଲୋକସଭା ଲୋକେ ଏହି କଥାରେ ଭାସିଯାଇ ତାଙ୍କ ଉପରେ ଭୋଟ ଗଦେଇ ଦେବେ। ହେଲେ ଶେଷରେ ସେ ହାରିବା ହିଁ ସାର ହୋଇଥିଲା।

ଏଥର ମଧ୍ୟ ସମ୍ବିତ ଏହି ପରି ବିଭିନ୍ନ ନାଟକ କରିବାରେ ଲାଗିଛନ୍ତି। ଦଳିତଙ୍କ ଘରେ ଖାଇବା ହେଉ କିମ୍ବା କେଉଁ ଉତ୍ସବରେ ବାଜା ବଜାଇବା ହେଉ, ଏହିପରି ନାଟକ ଜାରୀ ରଖିଛନ୍ତି। ହେଲେ ଏଥର ମଧ୍ୟ ତାଙ୍କୁ ଭୋଟରମାନେ କେତେ ବିଶ୍ବାସକୁ ନେବେ ତାହା ହିଁ ପ୍ରଶ୍ନ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ତେଜେଶ୍ବର, ମନୋଜ, ଅନିଲଙ୍କୁ ବିଜେପି ମୁଖପାତ୍ର ଭାବେ ମିଳିଲା ନିଯୁକ୍ତି

ଭୁବନେଶ୍ବର: ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ମିଶିଥିବା ନୂଆ ନେତାଙ୍କୁ ମିଳିଛି ନୂଆ ନିଯୁକ୍ତି। ସେମାନେ ହେଲେ ମନୋଜ ମହାପାତ୍ର, ଅନିଲ ବିଶ୍ୱାଳ ଏବଂ ତେଜେଶ୍ୱର ପରିଡା।ଏହି ତିନିଜଣଙ୍କୁ ଆଜି ଦଳ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛି।

ଦଳୀୟ ମିଡଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏହି ୩ ଜଣଙ୍କୁ ରାଜ୍ୟ ମୁଖପାତ୍ର ଦାୟୀତ୍ୱ ପ୍ରଦାନ କରାଯାଇଛି। ଏ ନେଇ ରାଜ୍ୟ ଗଣମାଧ୍ୟମର ମୁଖ୍ୟ ତଥା ପ୍ରବକ୍ତା ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି।

ତେଜେଶ୍ବର ପରିଡା ବିଜେଡିର ମୁଖପାତ୍ର ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ। ସେ ନିକଟରେ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ମନୋଜ ମହାପାତ୍ର ମଧ୍ୟ କଂଗ୍ରେସର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ମହିଳାଙ୍କୁ ବିଜେପି ମୁଖପାତ୍ର କହି ଅଶ୍ଳୀଳ ଭିଡିଓ କଲେ ଭାଇରାଲ, ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେଉଛି ଏବଂ ସେହି ଭିଡିଓରେ ତାଙ୍କୁ ବିଜେପି ମହିଳା ମୁଖପାତ୍ର ବୋଲି କୁହାଯାଉଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ବିଜେପି ନେତା ଏ ସମ୍ପର୍କରେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ଦିଲ୍ଲୀ ପୋଲିସର ସାଇବର ସେଲର ଟିମ୍ ଏହି ମାମଲାରେ ଗ୍ରହଣ କରାଯାଇଥିବା ଅଭିଯୋଗ ଆଧାରରେ ଏକ ମାମଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଏହି ଅଭିଯୋଗ ଦିଲ୍ଲୀ ବିଜେପି ମୁଖପାତ୍ରଙ୍କ ନିକଟରେ ଦାଖଲ କରାଯାଇଛି। ଏହି ଅଭିଯୋଗରେ ଏକ ୱେବସାଇଟରେ ଏକ ଅଶ୍ଳୀଳ ଭିଡିଓ ଅପଲୋଡ୍ ହୋଇଥିବା ଅଭିଯୋଗ ହୋଇଛି ଯେଉଁଥିରେ ଜଣେ ମହିଳାଙ୍କୁ ବିଜେପି ମୁଖପାତ୍ର ଭାବରେ ବର୍ଣ୍ଣନା କରାଯାଇଛି। ଅଭିଯୋଗ ପରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ଆଇପିସି ଏବଂ ଆଇଟି ଆକ୍ଟର ଧାରା ୩୫୪ଏ, ୫୦୯ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ଦିଲ୍ଲୀ ବିଜେପି ମୁଖପାତ୍ରଙ୍କଠାରୁ ଅଭିଯୋଗ ପାଇବା ପରେ ଦିଲ୍ଲୀ ପୋଲିସର ସାଇବର ସେଲ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ମୁଖପାତ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ କେହି ଏପରି କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ, ଶନିବାର ଦିନ ଯେତେବେଳେ ତାଙ୍କ ସାଙ୍ଗମାନେ ଫୋନରେ ଏହି କଥା କହିଥିଲେ, ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।