Categories
ଆଜିର ଖବର ଜାତୀୟ ଖବର

କୌଣସି ମୂହୁର୍ତ୍ତରେ ଏନଡିଏକୁ ଫେରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ: ଗତ ବର୍ଷ ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ଭାଙ୍ଗିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେକୌଣସି ସମୟରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) କୁ ଫେରିପାରିବେ ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି। ରାମଦାସ ଆଠୱାଲେ ହେଉଛନ୍ତି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ସଭାପତି। ତାଙ୍କ ଦଳ ଏନଡିଏର ଏକ ଅଂଶ।

କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଯେ, ନୀତୀଶ କୁମାର ଏହା ପୂର୍ବରୁ ଏନଡିଏର ଏକ ଅଂଶ ଥିଲେ ଏବଂ ବିହାରରେ ଗତ ବିଧାନସଭା ନିର୍ବାଚନରେ ​​ବିଜେପି ଅଧିକ ଆସନ ପାଇବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ବିରୋଧୀ ‘ଇଣ୍ଡିଆ’ ମିଳିତ ମେଣ୍ଟକୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ ଆଠୱାଲେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ଏହାର ଏକମାତ୍ର ଏଜେଣ୍ଡା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଜେପି ଭିତରେ ନିତିଦିନ ଚାଲିଛି ଛକାପଞ୍ଚା, ନ ହେଲେ ଏମିତି କେମିତି ହୁଅନ୍ତା ?

ଭୁବନେଶ୍ବର: ଓଡିଶା ବିଜେପି ଭିତରେ କିଛି ଗୋଟେ ଛକାପଞ୍ଚା ଚାଲିଛି। ଯାହା ବାହାରକୁ ସ୍ପଷ୍ଟ ଦେଖାଯାଉଥିଲେ ମଧ୍ୟ ଭିତରେ କେହି ସ୍ବୀକାର କରୁ ନାହାଁନ୍ତି। ହେଲେ ଭିତରେ ଭିତରେ ତାଙ୍କ ମଧ୍ୟରେ ଲଢେଇ ଚାଲିଛି ଯାହା ଜଳଜଳ ହୋଇ ଦେଖାଯାଉଛି। ତାଙ୍କର ଭିତରର ଗୋଟିଏ ଦଳ ପୁରା ବିଜେପିକୁ ନିଜ କବଜାରେ ରଖି ନିୟନ୍ତ୍ରଣ କରିବାକୁ ଚେଷ୍ଠା କରୁଛନ୍ତି। ଫଳରେ ଅନ୍ୟମାନେ ଅବହେଳିତ ହୋଇପ଼ିଛନ୍ତି। ଯାହା ତାଙ୍କ ମିଡିଆ ଗ୍ରୁପରୁ ଜଣାପଡିଛି।

ଗତକାଲି ଓଡିଶାର ବିଜେପି ନେତା ବୈଜୟନ୍ତ ପଣ୍ଡା ପୁଣି ଥରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ। ସେ ଲଗାତର ତିନିଥର ଏହି ପଦବୀରେ ରହିଆସିଲେଣି। ହେଲେ ଆଶ୍ଚର୍ଯ୍ୟର କଥା ସେ ନେଇ କୌଣସି ଖବର ରାଜ୍ୟ ବିଜେପି ତରଫରୁ ପ୍ରଦାନ କରାଗଲା ନାହିଁ। କେବଳ କେନ୍ଦ୍ର ବିଜେପିର ଯେଉଁ ନାମ ତାଲିକା ପ୍ରକାଶ କରାଯାଇଥିଲା ତାହା ପ୍ରଦାନ କରି ଦିଆଗଲା। ସେ ଓଡିଶାରୁ ଏକମାତ୍ର ନେତା ହିସାବରେ ଏହି ଲମ୍ବା ତାଲିକାରେ ଅଛନ୍ତି, ତାହାକୁ ବିଜେପି ମିଡିଆ ଗୁରୁତ୍ବ ଦେଲା ନାହିଁ।

ସେହିପରି ଆଉ ଏକ ଘଟଣା ମଧ୍ୟ ଉଦାହରଣ ଭାବେ ନିଆଯାଇପାରେ। ତାହା ହେଲା ନିକଟରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡଙ୍ଗୀ ଟାଙ୍ଗୀରେ ଏକ ଜନସମାବେଶ କରିଥିଲେ। ସେଥିରେ ଦଳୀୟ ସଭାପତି ମନମୋହନ ସାମଲ ଯୋଗ ଦେଇଥିଲେ। ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରାୟ 45 ମିନଟ ଧରି ଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ମନମୋହନ ମାତ୍ର 15 ମିନିଟରେ ଭାଷଣ ଶେଷ କରିଥିଲେ।

ହେଲେ ବିଜେପି ତରଫରୁ ଯେଉଁ ପ୍ରେସ ରିଲିଜ ଦିଆଗଲା ସେଥିରେ ମନମୋହନ କଣ କହିଲେ ତାହା ବିସ୍ତୁୃତ ଭାବେ ପ୍ରଦାନ କରାଯାଇଥିଲା। କିନ୍ତୁ ଅପରାଜିତା କଣ କହିଲେ ସେ କଥା ଆଦୌ ଗୁରୁତ୍ବ ଦିଆଯାଇ ନ ଥିଲା କି ଉଲ୍ଲେଖ କରାଯାଇ ନ ଥିଲା। ବିଜେପି ଖବରରେ କେବଳ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏହି ସଭାରେ ଯୋଗ ଦେଇଥିଲେ ବୋଲି ଲେଖି ଦୋଷ ତୁଟାଇ ଥିଲେ। ବିଜେପିର ଏପରି ତଥ୍ୟକୁ ନେଇ ବହୁ ଦଳୀୟ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ।

ତେବେ ସବୁଠାରୁ ବଡ ଗୁରୁତ୍ବପୂର୍ଣ୍ଣ ଘଟଣା ହେଲା ଯେ, ଓଡିଶା ପ୍ରଭାରୀ ସୁନୀଲ ବଂଶଲଙ୍କ ଓଡିଶା ଗସ୍ତ ଏବଂ ତାଙ୍କ ବୈଠକ। ଆଶ୍ଚର୍ଯ୍ୟର କଥା ସୁନୀଲ ବଂଶଲର କୌଣସି ଖବର ଓଡିଶା ବିଜେପି ତରଫରୁ ପ୍ରଦାନ କରାଯାଉ ନାହିଁ। କିଛି ଦିନ ତଳେ ସୁନୀଲ ବଂଶଲ ଓଡିଶା ଆସି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ। ହେଲେ ସେତେବେଳେ ତାଙ୍କର ସମୀକ୍ଷା ବୈଠକ ଖବର ଦଳ ତରଫରୁ ପ୍ରଦାନ କରାଗଲା ନାହିଁ। ଏପରିକି ତାଙ୍କର ଗୋଟିଏ ଫଟୋଟିଏ ମଧ୍ୟ ପ୍ରଦାନ କରାଗଲା ନାହିଁ।

ଏ ସବୁକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ବିଜେପି ଭିତରେ ଭିତରେ କିଛି ନା କିଛି ଚକାପଞ୍ଚା ଚାଲିଛି। ତେବେ ଏ ନେଇ ଜଣେ ବରିଷ୍ଠ ବିଜେପି ନେତା ଯାହା କହିଲେ ତାହା ଆହୁରି ଆଶ୍ଚର୍ଯ୍ୟଜନକ। ତାଙ୍କର କହିବା କଥା ଯେ, ରାଜ୍ୟ ବିଜେପି ମିଡିଆ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ ଲାଗିଛି।

କୋଲକାତାରେ ହେଉ କିମ୍ବା ଦିଲ୍ଲୀରେ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଠାରେ ବୈଠକ କଲେ ତାହାର ବଡ ବଡ ରିପୋର୍ଟ କରି ପଠାଯାଉଛି। ହେଲେ ଅନ୍ୟ ବେଳକୁ ବିଜେପି ମିଡିଆ ଚୁପ ରହୁଛି। ବର୍ତ୍ତମାନ ନିର୍ବାଚନ ପାଖେଇଲାଣି, ଯଦି ଓଡିଶା ବିଜେପି ଭିତରେ ଏପରି ଛକାପଞ୍ଚା ଲାଗି ରହେ ତେବେ ସେମାନେ କିପରି ମୁକାବିଲା କରିବେ ତାହା ସନ୍ଦେହ ସୃଷ୍ଟି କରିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ଟାର୍ଗେଟ୍‌ରେ ଓଡ଼ିଶାରେ ହାରିଥିବା ୧୩ ଲୋକସଭା ଆସନ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶାରୁ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବିଜେପି ପକ୍ଷରୁ ରଣନୀତି ଆରମ୍ଭ ହୋଇଯାଇଛି। ଗତ ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ହାରିଥିବା ୧୩ଟି ଆସନରେ କାହିଁକି ହାରିଲା ଓ ଏବେ କ’ଣ ସ୍ଥିତି ଅଛି ସେ ନେଇ ସମୀକ୍ଷା ହୋଇଛି।

ଇତି ମଧ୍ୟରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳୀୟ ନେତାଙ୍କୁ ଗତ ନିର୍ବାଚନରେ ହାରିଥିବା ୧୩ଟି ଲୋକସଭା ଆସନ ଜିତିବା ପାଇଁ ରଣନୀତି ପ୍ରସ୍ତୁତ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ବିଜେପିର ସାଂସଦ ଥିବା ୮ଟି ଆସନ ସହିତ ଅଧିକରୁ ଅଧିକ ଆସନରେ ଜିତିବା ପାଇଁ ବଂଶଲ ପର୍ଯ୍ୟବେକ୍ଷକ, ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ସତର୍କ କରାଇଛନ୍ତି।

କେନ୍ଦ୍ରରେ ମୋଦୀ ସରକାରର ୯ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନେଇ ଗଠନ ହୋଇଥିବା କମିଟିର ସଂଯୋଜକ ସାଂସଦ ପ୍ରତାପ ଷଡ଼ଙ୍ଗୀ, ହାରିଥିବା ୧୩ଟି ଲୋକସଭା ଆସନ ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କନ୍ଧମାଳ, ଆସ୍କା, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର ଲୋକସଭା ଆସନର ପ୍ରଭାରୀ, ସଂଯୋଜକ, ବିସ୍ତାରକମାନଙ୍କୁ ନେଇ ସମୀକ୍ଷା ହୋଇଛି।

ଗତଥର ସାରାଦେଶରେ ମୋଦୀ ହାୱା ଯୋଗୁ ବିଜେପି କ୍ଷମତାକୁ ଆସିଥିଲା। ଓଡ଼ିଶାରେ ଗୋଟିଏରୁ ଉଠି ୮ଟି ଆସନ ଜିତିଥିଲା। ୧୩ଟିରେ ହାରିଥିଲେ ମଧ୍ୟ ଅଧିକାଂଶ କମ୍ ବ୍ୟବଧାନରେ ହାରି ସିଟ୍‌ରେ ଦ୍ୱିତୀୟ ସ୍ଥାନରେ ଥିଲା। କେଉଁ ଲୋକସଭା ଆସନରେ ସାଂସଦ ପ୍ରାର୍ଥୀ ବଦଳିବା ଦରକାର ନା ନାହିଁ, କିଏ ସାଂସଦ ପ୍ରାର୍ଥୀ ହେବା ଦରକାର ସେନେଇ ସଂଗଠକମାନଙ୍କର ମତାମତ ମଧ୍ୟ ଦଳୀୟ ସ୍ତରରେ ସଂଗ୍ରହ ହୋଇସାରିଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବ ନିର୍ବାଚନରେ ବିଜୟୀ ହୋଇଥିବା ସମ୍ବଲପୁର, ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି ଆସନରେ ବିଜୟୀ ହୋଇଥିବା ସାଂସଦ ଏବେ ଲୋକପ୍ରିୟତା ହରାଇଥିବାରୁ ସେମାନଙ୍କୁ ଆଗାମୀ ନିର୍ବାଚନରେ ଟିକଟ ମିଳିବାର ସମ୍ଭାବନା ନାହିଁ। ଏପରିକି ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, କଟକ, କେନ୍ଦ୍ରାପଡ଼ା, ବ୍ରହ୍ମପୁର ଲୋକସଭା ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦେବାକୁ ଦଳୀୟ ସମୀକ୍ଷା ବୈଠକରେ ମତ ପ୍ରକାଶ ପାଇଥିବା ଜଣାପଡ଼ିଛି।

Categories
ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ, କହିଲେ ଏପରି କଥା

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଆଜି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏହି ରେକର୍ଡକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଶୃତି ପାଳନ ନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ।

ତେବେ ଏହାର କଡା ଜବାବ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି। ସେ କହିଛନ୍ତି ଯେ, ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି। ରାଜନୀତିରେ ତିଷ୍ଠି ରହିବା ପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି।

ଏକ ଟୁଇଟ୍‍ ଜରିଆରେ ବିଜେପି ନେତା ଶ୍ରୀ ମହାନ୍ତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍‍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ। ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ରକୁ ବିଜେଡ଼ି ଅପହରଣ କରିଛି: ପ୍ରଦେଶ କଂଗ୍ରେସ ସଭାପତି

ଭୁବନେଶ୍ୱର: ହୋଟେଲ ମେଫେୟାର କନଭେନସନ ହଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ବିଜୁ ଜନତା ଦଳ ଗଣତନ୍ତ୍ରକୁ ଅପହରଣ କରିଦେଇଛି। ଏହି ଅପହରଣକାରୀଙ୍କୁ ବିଜେପି ପ୍ରଚ୍ଛନ ସହାୟତା ପ୍ରଦାନ କରିଚାଲିଛି।

ଶ୍ରୀ ପଟ୍ଟନାୟକ ଅତି କ୍ଷୋଭର ସହ କହିଛନ୍ତି ରାଜ୍ୟବାସୀ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଲୋକପ୍ରତିନିଧି ବାଛିଥିଲେ କିନ୍ତୁ ଜନତା ଜନାର୍ଦ୍ଦନଙ୍କର ଅଧିକାରକୁ ସମ୍ମାନ ଦେବା ପରିବର୍ତେ ଗଣତନ୍ତ୍ରର ମୁଖା ପିନ୍ଧି ବିଜୁ ଜନତା ଦଳ ସରକାର ମୁଖ୍ୟମନ୍ତ୍ରୀଙ୍କର ଜଣେ ବ୍ୟକ୍ତିଗତ ସଚିବକୁ ରାଜ୍ୟର ସମସ୍ତ ଶାସନଭାର ଟେକିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟୀତ୍ୱ ରାଜ୍ୟର ଜନସାଧାରଣଙ୍କୁ ଲୋଟିବା ଏବା ତାଙ୍କର ଅଭାବ ଅସୁବିଧାକୁ ଦୂର କରିବାକୁ ଶାସନ ବ୍ୟବସ୍ଥାର ନିଷ୍ପତି ନେବା, କିନ୍ତୁ ଦୁର୍ଭଗ୍ୟର ବିଡ଼ମ୍ବନା ଏ ରାଜ୍ୟର ଜଣେ ବେତନଭୋଗୀ ସରକାରୀ ଅଧିକାରୀ ଏ ସରକାରର ଅପାରଗତା ଯୋଗୁଁ ସର୍ବମୟ କର୍ତା ବୋଲି ଓଡ଼ିଶାର ଜନସାଧାରଣଙ୍କ ଆଗରେ ପ୍ରତିପାଦିତ କରିଛି। କଂଗ୍ରେସ ଦଳ ଏକଛତ୍ରବାଦୀ ଓ ଗଣତନ୍ତ୍ରକୁ ଅସମ୍ମାନ କରୁଥିବା ସରକାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାରା ରାଜ୍ୟରେ ଜନ ଆନ୍ଦୋଳନ ସୃଷ୍ଟି କରାଯିବ।

ଦୀର୍ଘ ୨୩ ବର୍ଷର ସରକାର ରାଜ୍ୟର କୃଷକ, ଶ୍ରମିକ, ଛାତ୍ର, ଯୁବ ଓ ମହିଳା ମାନଙ୍କ ମୌଳିକ ଆବଶ୍ୟକତାକୁ ପୁରଣ କରିପାରିନାହାନ୍ତି। ରାଜ୍ୟ ହୁ ହୁ ବେକାରୀ ବୃଦ୍ଧି, କୃଷକ ଆତ୍ମହତ୍ୟା, ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ମହିଳା ଉତପିଡ଼ନ ଓ ଅତ୍ୟାଚାର ବୃଦ୍ଧି ସହିତ ଧର୍ତବ୍ୟ ଅପରାଧର ବହୁ ବୃଦ୍ଧି ଘଟିଛି । କିନ୍ତୁ ଏ ସରକାର ନଂ୧ ସରକାରର ଡିମଡିମ ପିଟୁଛି।

ଡା. ଏ. ଚେଲ୍ଲା କୁମାର, ସାଂସଦ, ଓଡ଼ିଶା କଂଗ୍ରେସ ପ୍ରଭାରୀ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି କହିଲେ ଯେ, ସାରା ଭାରତବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ନିର୍ବାଚିତ ସରକାର ଗୋଟେ ପ୍ରଶାସନିକ ଅଧିକାରୀ ହାତରେ ସମସ୍ତ କ୍ଷମତା ହସ୍ତାନ୍ତର କରିଦେଇଛନ୍ତି। ଯେଉଁ କାର୍ଯ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କରିବାକଥା ତାହା ଏହି ପ୍ରଶାସନିକ ଅଧିକାରୀ ଜଣଙ୍କ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଘୋର ଅପମାନ।

ଲୋକମାନଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ସାଂସଦ ଏବଂ ମନ୍ତ୍ରୀମାନେ ତିନି ମାଙ୍କଡ଼ ଭଳି ଆଚଦ ପ୍ରଦର୍ଶନ କରୁଛନ୍ତି। ଏମାନେ କେହି କିଛି ଦେଖୁନାହାନ୍ତି, ଶୁଣୁନାହାନ୍ତି କି କହୁନାହାନ୍ତି। ରାଜ୍ୟ କଂଗ୍ରେସ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପତ୍ର ପଠାଇଛନ୍ତି। ଯେଉଁଥିରେ ନିର୍ବାଚିତ ପ୍ରତିନିଧିଙ୍କର ଦାୟିତ୍ୱ, ଗଣତନ୍ତ୍ରକୁ ରକ୍ଷା କରିବା ଓ ସାମ୍ବାଦିକ ବିଧିବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ଉଲ୍ଲେଖ ଅଛି। ପ୍ରକାଶ ଥାଉକି ଏହି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପକୁ ଏବଂ ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ନେଇ ବହୁ ଚିଠି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସ୍ପିଡିପୋଷ୍ଟ ପଠାଇବାର ସମସ୍ତ ରସିଦ ଉପସ୍ଥାପନ କଲେ।

ଆଶା କରାଯାଉଛି ୨୦୨୪ ରେ ଓଡ଼ିଶାର ଜନସାଧାରଣଙ୍କୁ ବିଜୁ ଜନତା ଦଳ ଓ ବିଜେପିକୁ ଉପଯୁକ୍ତ ଶିକ୍ଷା ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମର ଅଧ୍ୟକ୍ଷ ଗଣେଶ୍ୱର ବେହେରା ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ପ୍ରାର୍ଥୀ ଚୟନ ଆରମ୍ଭ, ଏଥର ସେଲିବ୍ରିଟି ଓ ପ୍ରଶାସକଙ୍କୁ ୧୦ ପ୍ରତିଶତ ଟିକେଟ୍

ଭୁବନେଶ୍ବର : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧିଦଳର ନେତାମାନଙ୍କ ପାଇଁ ପ୍ରାର୍ଥୀ ଚୟନ କରିବା ଦୂରର କଥା ହୋଇଥିଲା ବେଳେ ମେଣ୍ଟ ପ୍ରକ୍ରିୟା ଚୂଡ଼ାନ୍ତ କରିପାରୁ ନାହାନ୍ତି। କିନ୍ତୁ ବିଜେପି ବିରୋଧିଦଳମାନଙ୍କଠାରୁ ଦୁଇପାଦ ଆଗରେ ରହିଛି। ବିଜେପି ଏପର୍ଯ୍ୟନ୍ତ ଟିକେଟ ବଣ୍ଟନ ଆରମ୍ଭ କରିନଥିଲେ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି।

ଦଳ ୪୫୦ଟି ଆସନରେ ଲଢ଼ିବ ବୋଲି ଆକଳନ କରାଯାଉଛି। ଅନ୍ୟଦଳର କିଛି ପ୍ରାର୍ଥୀ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ସୁଦ୍ଧା ଏଭଳି ୧୧ ଜଣଙ୍କ ନାମ ସାମ୍ନାକୁ ଆସିଛି। କ୍ରୀଡ଼ା ଓ ଚଳଚ୍ଚିତ୍ର ଜଗତର କିଛି ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି। ଅତିକମରେ ୧୦ ପ୍ରତିଶତ ଆସନ ବାହାର ଲୋକଙ୍କୁ ଦେବାକୁ ପଡ଼ିବ ବୋଲି ବିଜେପି ନେତାମାନେ ମୋଟାମୋଟି ଆକଳନ କରିଛନ୍ତି।

ଓଡ଼ିଶାରେ ସେଲିବ୍ରିଟି ଖୋଜା ଚାଲିଛି

ଓଡ଼ିଶାରେ ଗତ ଲୋକସଭା ନିର୍ବାଚନରେ ଦୁଇ ଜଣ ପ୍ରଶାସନିକ ଅଧିକାରୀ ନିର୍ବାଚନ ଲଢ଼ିଥିଲେ। ସେମାନେ ହେଲେ କଟକରୁ ପୂର୍ବତନ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଓ ଭୁବନେଶ୍ୱରରୁ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇଥିବାବେଳେ ପ୍ରକାଶ ମିଶ୍ର ହାରିଯାଇଥିଲେ।

ସେହିପରି ବିଧାନସଭା ପାଇଁ ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ଉତ୍ତର ଓ ପିଙ୍କି ପ୍ରଧାନ ଦିଗପହଣ୍ଡିରୁ ଲଢି ପରାଜିତ ହୋଇଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଅନେକ ନେତାଙ୍କ ଟିକଟ କାଟି ଭୋଟରମାନଙ୍କୁ ଆକୃଷ୍ଟ କରିପାରୁଥିବା ସେଲିବ୍ରିଟିମାନଙ୍କୁ ଟିକଟ ଦେବାପାଇଁ ଯୋଜନା କରୁଥିବା ଦଳୀୟ ମହଲରେ ଆଲୋଚନା ହେଉଛି।

ଆମଦାନୀ ନେତାଙ୍କୁ ଗୁରୁତ୍ୱ

ବିଜେପିର ପୁରୁଖା ସଦସ୍ୟମାନଙ୍କର ଚିନ୍ତା ରହିଛି ବାହାର ଲୋକମାନେ ଦଳରେ ଯୋଗ ଦେଉଛନ୍ତି ଏବଂ ବଡ଼ ଲାଭ ପାଉଛନ୍ତି। କିଛି ସାଂସଦ, ମନ୍ତ୍ରୀ ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ହେଉଛନ୍ତି। ଫଳରେ ପୁରୁଣା ସଦସ୍ୟମାନେ ଖାଲି ହାତରେ ରହୁଛନ୍ତି। ଏବେ ତେଲେଙ୍ଗାନାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଇତେଲା ରାଜେନ୍ଦ୍ରଙ୍କୁ ରାଜ୍ୟରେ ପ୍ରଚାର କମିଟିର ମୁଖ୍ୟ କରାଯାଇଛି।

ବିଜେପି ଜିତିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସଙ୍କେତ ମିଳିଛି। ଆଉ ଏକ ପ୍ରସଙ୍ଗ ହେଉଛି ଦଳରେ ଯୋଗ ଦେଉଥିବା ବାହାର ଲୋକମାନେ ହିନ୍ଦୁତ୍ୱ ଏବଂ ଏହାର ଆଦର୍ଶ ବିଷୟରେ ଅଧିକ ସ୍ପଷ୍ଟ ଭାବରେ କହୁଛନ୍ତି, ଯାହା ପୁରୁଣା ସଦସ୍ୟଙ୍କ ପାଇଁ ଲଜ୍ଜାଜନକ ହେବାରେ ଲାଗିଛି। ଆପଣ ବୁଝିପାରିବେ ଏହା କେଉଁଠାରେ ଘଟୁଛି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପିର କଳା ପତାକା ଦେଖାଇ ୫-ଟି ସଚିବଙ୍କୁ ବିରୋଧ

ରଣପୁର: ଆଜି ୫-ଟି ସଚିବ ଭି.କେ. ପାଣ୍ଡିଆନ ରଣପୁର ଗସ୍ତରେ ଆସିଥିବା ବେଳେ ବିଜେପି ଯୁବ ମୋର୍ଚ୍ଛା ତରଫରୁ କଳା ପତାକା ପ୍ରଦର୍ଶନ କରାଯାଇ ବିରୋଧ କରାଯାଇଥିଲା। ସଚିବଙ୍କ କାରକେଟ ଆସି ତଳ ସଡକ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଛକ ଠାରେ ପହଂଚିବା ବେଳେ ବିଜେପି କର୍ମୀମାନେ କଳା ବ୍ୟାଚ ପିନ୍ଧିବା ସହ କଳା ପତାକା ଦେଖାଇ ବିରୋଧ କରିଥିଲେ। ପରେ ରଥ ପଡିଆରେ ଠାରେ ବିରୋଧ କରିଥିଲେ । ପୁଲିସ ୨୦ ରୁ ଉର୍ଦ୍ଧ ଜଣଙ୍କୁ ଅଟକ ରଖି ପରେ ଛାଡି ଦେଇଥିଲା।

Categories
ବିଶେଷ ଖବର

ବିଜେପି ଛାଡି ଓମାର ଅବଦୁଲ୍ଲାଙ୍କ ଦଳରେ ଯୋଗ ଦେଇଥିବା ସୁରେନ୍ଦ୍ର ଚୌଧୁରୀଙ୍କୁ ମାନହାନୀ ନୋଟିସ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଜଣେ ବଡ଼ ନେତା ନିକଟରେ ଭାରତୀୟ ଜନତା ପାର୍ଟି ଛାଡି ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଥିଲେ। ଏହା ପରେ ଦଳ ପୂର୍ବତନ ବିଜେପି ନେତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛି। ବିଶ୍ୱାସ କରାଯାଏ ଯେ, ମାନହାନିର ଏହି ଦାବି ହେଉଛି ବିଜେପିର ଏକ ଡ୍ୟାମେଜ କଣ୍ଟ୍ରୋଲ ପଦକ୍ଷେପ। ଯେଉଁଥିପାଇଁ ଦଳ ଛାଡୁଥିବା ନେତାମାନଙ୍କୁ ରୋକାଯାଇପାରିବ।

ମାମଲା ଜୁଲାଇ ୧୧ ତାରିଖର ଅଟେ। ରାଜ୍ୟରେ ବିଜେପି ଏବଂ ପିଡିପି ସରକାର ସମୟରେ ପିଡିପି କୋଟାରୁ ଏମଏଲସି ଥିବା ସୁରେନ୍ଦ୍ର ଚୌଧୁରୀ ପୂର୍ବରୁ ପିଡିପି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ ସେ ଜୁଲାଇ ୧୧ ତାରିଖରେ ବିଜେପି ଛାଡି ଜମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ପାର୍ଟିରେ ଯୋଗ ଦେଇଥିଲେ।

ସୁରେନ୍ଦ୍ର ଚୌଧୁରୀ ଜମ୍ମୁର ରାଜୌରୀ ଜିଲ୍ଲାର ନୌଶେରା ଅଞ୍ଚଳରୁ ଆସନ୍ତି। ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରେନା ଏହି ଅଞ୍ଚଳର ପୂର୍ବତନ ବିଧାୟକ। ସୁରେନ୍ଦ୍ର ଚୌଧୁରୀଙ୍କ ନ୍ୟାସନାଲ କନଫରେନ୍ସରେ ଯୋଗଦେବା ସହିତ ନୌଶେରାର ବହୁ ଦଳର ଅଧିକାରୀ ତଥା ବିଜେପି କର୍ମୀମାନେ ମଧ୍ୟ ନ୍ୟାସନାଲ କନଫରେନ୍ସରେ ଯୋଗ ଦେଇଥିଲେ।

ନ୍ୟାସନାଲ କନଫରେନ୍ସରେ ଯୋଗଦେବାବେଳେ ସୁରେନ୍ଦ୍ର ଚୌଧୁରୀ ମଧ୍ୟ ବିଜେପି ଉପରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ବିଜେପି ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇଛି। ସୁରେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଏହି ଅଭିଯୋଗ ପ୍ରମାଣ କରିବାକୁ ବିଜେପି ରାଜ୍ୟ ସଭାପତି ରବିନ୍ଦ୍ର ରେନା କୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।

ରବିନ୍ଦ୍ର ରେନା ଏକ ସପ୍ତାହ ମଧ୍ୟରେ ଲିଖିତ ଆକାରରେ କ୍ଷମା ମାଗିବାକୁ ସୁରେନ୍ଦ୍ର ଚୌଧୁରୀଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ମଧ୍ୟ କହିଛନ୍ତି ଯେ, ଯଦି ସେ ତାହା ନକରନ୍ତି ତେବେ ରବୀନ୍ଦ୍ର ତାଙ୍କ ଉପରେ ୫ କୋଟି ଟଙ୍କା ମାନହାନି ମକଦ୍ଦମା ଦାୟର କରିବେ।

ଅନ୍ୟପକ୍ଷରେ ଏହି ନୋଟିସ ବାହାନାରେ ବିଜେପିକୁ ପିଡିପି ଟାର୍ଗେଟ କରିଛି। ସୂତ୍ରରୁ ପ୍ରକାଶ ଯେ, ସୁରେନ୍ଦ୍ର ଚୌଧୁରୀ ବିଜେପି ଛାଡିବା ପରେ ଦଳ ତାଙ୍କ ଉପରେ ଅସନ୍ତୁଷ୍ଟ ଅଛି। ଏହା ସହିତ ଆହୁରି ଅନେକ ନେତା ମଧ୍ୟ ବିଜେପି ଛାଡିପାରନ୍ତି, ଯେଉଁଥି ପାଇଁ ବର୍ତ୍ତମାନ ବିଜେପି କ୍ଷତି ନିୟନ୍ତ୍ରଣରେ ନିୟୋଜିତ ଅଛି ଏବଂ ମାନହାନି ମକଦ୍ଦମା ମଧ୍ୟ ଏହି ସିରିଜରେ ଏକ ଲିଙ୍କ ଅଟେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ବିଜେପି-କଂଗ୍ରେସ ପାଇଁ ଆଉ ଏକ ବଡ଼ ଆହ୍ଵାନ, ଆସୁଛି ଆଦିବାସୀ ସମାଜର ନୂଆ ଦଳ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ମେୱାଡ଼ କିମ୍ବା ଉଦୟପୁର ଡିଭିଜନର ଆଦିବାସୀ ଭୋଟରଙ୍କ ଉପରେ ବିଜେପି ଏବଂ କଂଗ୍ରେସର ନଜର ରହିଛି। ଦଳଗୁଡିକ କେବଳ ସେମାନଙ୍କୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ଆଦିବାସୀ ଗୋଷ୍ଠୀ ଖୋଲାଖୋଲି ଭାବେ ଆଗକୁ ଆସି ଏକ ନୂତନ ଦଳ ଘୋଷଣା କରିଛନ୍ତି।

ପ୍ରାୟ ୩ ଲକ୍ଷ ଆଦିବାସୀ ବାଂଶୱାଡାର ମାନଗଢରେ ଗୋଟିଏ ଦିନ ପୂର୍ବରୁ ଏକ ଜନସମାଗମ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଆଦିବାସୀମାନେ ମଧ୍ୟ ୧୭ ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏଠାରେ ବିଜେପି ଏବଂ କଂଗ୍ରେସ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ଅଛି, କାରଣ ଏହି ଆସନଗୁଡ଼ିକ ସିଧାସଳଖ ଆଦିବାସୀ ଭୋଟରଙ୍କ ଦ୍ୱାରା ପରିଚାଳିତ ହେଉଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ବିଧାୟକ ରାଜ କୁମାର ରୋଟ କ’ଣ କହିଛନ୍ତି ଜାଣନ୍ତୁ।

ଭାରତୀୟ ଟ୍ରାଇବଲ ପାର୍ଟିରେ ବର୍ତ୍ତମାନ ଦୁଇଜଣ ବିଧାୟକ ଅଛନ୍ତି। ଡଙ୍ଗରପୁର ଜିଲ୍ଲାର ଚୌରାସୀ ବିଧାନସଭାର ରାଜ କୁମାର ରୋତ ଏବଂ ସାଗୱାଡ଼ା ବିଧାନସଭାର ରାମପ୍ରସାଦ ଡିଣ୍ଡୋର ଅଛନ୍ତି। ଗତ ନିର୍ବାଚନରେ ​​ଦୁହେଁ ଭାରତୀୟ ଟ୍ରାଇବଲ ପାର୍ଟିର ବିଧାୟକ ହୋଇଥିଲେ। ତଥାପି ଭାରତୀୟ ଟ୍ରାଇବଲ ପାର୍ଟିର ବିଧାୟକ ରାଜକୁମାର ରୋତ କହିଛନ୍ତି ଯେ, ବର୍ତ୍ତମାନ ବିଟିପି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ଆଦିବାସୀ ସମାଜର ବ୍ୟାନରରେ ଭାରତୀୟ ଟ୍ରାଇବଲ ପାର୍ଟି (ବିଏପି) ଗଠନ ହେବାକୁ ଯାଉଛି, ଯେଉଁଥିପାଇଁ ପ୍ରସ୍ତୁତି ଚାଲିଛି। ନିଜେ ପ୍ରତାପଗଡ ଜିଲ୍ଲା ଉପ-ନିର୍ବାଚନରେ ​​ବିଟିପି ସହିତ ସମ୍ପର୍କ ଭାଙ୍ଗିଥିଲେ। ଏବେ ଉଦୟପୁର ଡିଭିଜନର ୧୭ ଟି ଆସନରେ ପ୍ରାର୍ଥୀ ଦେବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କିଛି ଦିନ ପୂର୍ବରୁ ଡୁଙ୍ଗରପୁର ଗସ୍ତରେ ଥିଲେ। ସେ ତାଙ୍କ ଭାଷଣରେ କହିଛନ୍ତି ଯେ, ବିଟିପି ଆମକୁ ସମର୍ଥନ କରିଛି ଏବଂ ସେମାନଙ୍କ ଭବିଷ୍ୟତ ବିଷୟରେ କହିଛନ୍ତି ଯେ ବର୍ତ୍ତମାନ ଉଭୟ ବିଧାୟକଙ୍କୁ କଂଗ୍ରେସ ସହିତ ମିଶ୍ରଣ କରାଯିବା ଉଚିତ। ଏହା ଉପରେ ରାଜ କୁମାର ରୋତ କହିଛନ୍ତି ଯେ ଆମେ ସମର୍ଥନ ଦେଇଛୁ। ଆମ କାରଣରୁ ଗେହଲୋଟ୍ ଆଜି ମୁଖ୍ୟମନ୍ତ୍ରୀ। ସେ ଆମର ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତୁ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ବିପଦରେ ଅଭିଷେକ ବାନାର୍ଜୀଙ୍କ ସଦସ୍ୟତା?, ଲୋକସଭା ବାଚସ୍ପତିଙ୍କ ଠାରେ ଦାବି କଲା ବିଜେପି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କଲିକତା ହାଇକୋର୍ଟରେ ବିଜେପି ନେତାମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେପି ନେତାମାନଙ୍କୁ ବଞ୍ଚାଇବା ପାଇଁ ହାଇକୋର୍ଟ କାର୍ଯ୍ୟ କରୁଛନ୍ତି। ଏବେ ବିଜେପି ମଧ୍ୟ ଏହାର ପାଲଟା ଆକ୍ରମଣ କରିଛି।

ବିଜେପି ସାଂସଦ ସୌମିତ୍ର ଖାନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ନ୍ୟାୟପାଳିକା ଉପରେ ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ ମନ୍ତବ୍ୟ ପାଇଁ ତାଙ୍କ ଲୋକସଭା ସଦସ୍ୟତା ପ୍ରତ୍ୟାହାର କରାଯିବାକୁ ଦାବି କରିଛନ୍ତି। ଶ୍ରୀ ଖାନ କହିଛନ୍ତି ଯେ, ସେ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିବେ।

ଅଭିଷେକ ବାନାର୍ଜୀଙ୍କ ଅଭିଯୋଗ:

ଜଷ୍ଟିସ ରାଜଶେଖର ମନ୍ଥାଙ୍କ ନିଷ୍ପତ୍ତିକୁ ଉଲ୍ଲେଖ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ଯଦି ଶୁଭେନ୍ଦୁ ଅଧିକାରୀ ଟ୍ୱିଟରରେ କିଛି ଭୁଲ କରନ୍ତି, ତେବେ ଏଫଆଇଆର ପଞ୍ଜୀକୃତ ହୋଇପାରିବ ନାହିଁ। ଅଭିଷେକ କହିଛନ୍ତି ଯେ ଯାହାକୁ ଜେଲରେ ରହିବା ଉଚିତ୍, ତାଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି? ପରୋକ୍ଷରେ ହିଂସାକୁ ସମର୍ଥନ କରୁଥିବା ନେଇ ସେ ବିଜେପି ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି।

ଶ୍ରୀ ବାନାର୍ଜୀ କହିଛନ୍ତି ଯେ, “ସାମାଜିକ ବିରୋଧୀ ଲୋକଙ୍କୁ ହାଇକୋର୍ଟ ସୁରକ୍ଷା କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଖଦାୟକ। ଯେଉଁମାନେ ଗିରଫ ହେବା ଉଚିତ ସେମାନଙ୍କୁ ହାଇକୋର୍ଟ ସୁରକ୍ଷା ଦେଉଛନ୍ତି। ଗ୍ରାମାଞ୍ଚଳ ନିର୍ବାଚନ ସମୟରେ ଯେଉଁ ୧୪ ଜଣଙ୍କୁ ଆକ୍ରମଣ କରାଯାଇଥିଲା, ଯଦି କେହି ହେବାକୁ ଚାହାଁନ୍ତି। ଦାୟୀ ତେବେ ଏହା ହାଇକୋର୍ଟ |

ସେ ଆହୁରି ମଧ୍ୟ ଅଭିଯୋଗ କହିଛନ୍ତି ଯେ, ରାଜ୍ୟରେ ଧାରା ୩୫୫ କିପରି ଲାଗୁ କରାଯିବ ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ସେ ସମ୍ପର୍କରେ ମନ୍ତବ୍ୟ ଦେବା ସତ୍ତ୍ୱେ ଶୁଭେନ୍ଦୁ ଅଧିକାରୀଙ୍କୁ ହାଇକୋର୍ଟ ସୁରକ୍ଷା ଦେଇଛନ୍ତି। ୧୪ ଜଣ ଟିଏମସି କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଉଲ୍ଲେଖ ନକରିବାରୁ ସେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଉପରେ କଡା ଆକ୍ରମଣ କରିଥିଲେ ଏବଂ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଉ ଓଡିଶାରୁ ନୁହଁ, ଆସାମ କିମ୍ବା ଦିଲ୍ଲୀରୁ ଲଢିବେ ବୈଜୟନ୍ତ ପଣ୍ଡା, ଚାଲିଛି ଚିନ୍ତନ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ରାଜନୈତିକ ପାଣିପାଗ କେତେବେଳେ କଣ ହେଉଛି ତାହା କହିବା ସମ୍ଭବପର ନୁହେଁ। ହେଲେ ଏହା ନିଶ୍ଚିତ ଯେ, ବର୍ତ୍ତମାନ ଯେଉଁମାନେ ଆସନ୍ତା ନିର୍ବାଚନ ଲଢେଇ କରିବେ ସେମାନେ ଏବେଠାରୁ ଆସନ ଠିକ କରିସାରିଲେଣି। ସେହିପରି ଭାବେ ଯଦି ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ କଥା କୁହାଯାଏ ତେବେ ସେ ଆଉ ଓଡିଶାରୁ ଲଢେଇ କରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି।

ସୁତ୍ର ଅନୁସାରେ ବୈଜୟନ୍ତ ଏଥର ଆସାମ କିମ୍ବା ଦିଲ୍ଲୀର କୌଣସି ଲୋକସଭା ଆସନରୁ ଛିଡା ହେବା ପାଇଁ ମନସ୍ଥ କରୁଛନ୍ତି। କାରଣ ସେ ଏହି ଉଭୟ ରାଜ୍ୟର ପ୍ରଭାରୀ ଅଛନ୍ତି। ଏଥିସହିତ ସେ ଏହି ଦୁଇ ରାଜ୍ୟରେ ନିଜର ପତିୟାରା ମଧ୍ୟ ସୃଷ୍ଟି କରିସାରିଛନ୍ତି। ରାଜନୈତିକ କାମରେ ଏହି ଦୁଇ ରାଜ୍ୟରେ ବାରମ୍ବାର ସଂଗଠନ ଓ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି।

ଚର୍ଚ୍ଚା ଅନୁସାରେ ଆସାମରେ କେତେକ ବିଜେପି ନେତା କୁଆଡେ ବୈଜୟନ୍ତଙ୍କୁ ସେଠାରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିବାରୁ ଜଣାପଡିଛି। ହେଲେ ବୈଜୟନ୍ତ ଆସାମ ଅପେକ୍ଷା ଦିଲ୍ଲୀରୁ ଛିଡା ହେବା ପାଇଁ ଏକ ପ୍ରକାର ମନ ବଳାଇଥିବାର ଜଣାପ଼ଡିଛି। କାରଣ ତାଙ୍କର ଦିଲ୍ଲୀରେ ରହିଛି ନିଜ ଘର, ଏଥିସହିତ ସେ ଦିଲ୍ଲୀରେ ହିଁ ବେଶୀ ସମୟ କାଟିଥାନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ସେ ଓଡିଶାରୁ କାହିଁକି ଲଢେଇ କରିବେ ନାହିଁ। ତାହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ବୈଜୟନ୍ତ ଓଡିଶାରୁ ଯେଉଁଠି ଛିଡା ହେଲେ ମଧ୍ୟ ବିଜେଡି ତାଙ୍କ ପଛରେ ପୁରା ଦମରେ ଲାଗିପଡୁଛି। ନିର୍ବାଚନରେ ତାଙ୍କୁ ଲହୁ ଲୁହାଣ କରିଦେଉଛି। ସେଥିପାଇଁ ଗତ ଲୋକସଭା ନିର୍ବାଚନରେ ସେ କେନ୍ଦ୍ରାପଡାରୁ ଲକ୍ଷେ ଅଶି ହଜାର ଉପରେ ଭୋଟରେ ହାରିବାକୁ ପଡିଥିଲା।

ବର୍ତ୍ତମାନ ମଧ୍ୟ ସେହି ପରିସ୍ଥିତି ଜାରୀ ରହିଛି। ସେ ଓଡିଶାରୁ କେଉଁଠାରୁ ଛିଡା ହେଲେ ମଧ୍ୟ ବିଜେଡି କେବେ ତାଙ୍କ ପିଛା ଛାଡିବ ନାହିଁ। ବୈଜୟନ୍ତ ନିଶ୍ଚିତ ଅଛନ୍ତି ଯେ, ଯଦି ସେ ଏଥର ଲୋକସଭାରେ ଜିତି ଯାଆନ୍ତି ତେବେ କେନ୍ଦ୍ରମନ୍ତ୍ରୀ ହେବା ନିଶ୍ଚିତ। ସେଥିପାଇଁ ସେ ଏଥର କଣ କରିବେ ସେହି ଚିନ୍ତାରେ ଅଛନ୍ତି। ଯେନତେନ ପ୍ରକାରେଣ ଏଥର ନିର୍ବାଚନ ନ ଜିତିଲେ ତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯିବ ବୋଲି ସେ ଭାବି ସାରିଲେଣି।

ସେଥିପାଇଁ ସୁବିଧା ଉପାୟରେ ଜିତିବାକୁ ହେଲେ ଓଡିଶା ରାଜନୀତି ଛାଡିବାକୁ ପଡିବ। ଏ ନେଇ ତାଙ୍କ ଉପଦେଷ୍ଠାମାନେ ତଥା ପ୍ରଶଂସକମାନେ ମଧ୍ୟ ପ୍ରସ୍ତାବ ଦେଇ ସାରିଲେଣି। ଓଡିଶା ମୋହ ଛାଡିଲେ ସେ ମନ୍ତ୍ରୀ ହୋଇପାରିବେ ବୋଲି ସେମାନେ ଭବିଷ୍ୟବାଣୀ ଦେଇ ସାରିଲେଣି। ସେଥିପାଇଁ ଜୟ ପଣ୍ଡା ଦିଲ୍ଲୀ କିମ୍ବା ଆସାମରୁ ଲଢେଇ କରିବେ ବୋଲି ଚିନ୍ତା କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ହରିୟାଣା: କଂଗ୍ରେସରେ ସାମିଲ ହେଲେ ବିଜେପି-ଜେଜେପି-ଏଏପି ର ଶତାଧିକ ନେତା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ହରିୟାଣାରେ ରାଜନୈତିକ ସରଗରମ ଜୋରଦାର ହୋଇଛି। ଏହି ସମୟରେ ଦଳର ନେତାଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି, ଜେଜେପି, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟ ଦଳର ନେତାମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। ଗୁରୁବାର ଦିନ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ସିଂ ହୁଡାଙ୍କ ଦିଲ୍ଲୀ ବାସଭବନରେ ଅନ୍ୟ ଦଳର ଶତାଧିକ ନେତା କଂଗ୍ରେସ ଉପରେ ବିଶ୍ୱାସ ରଖିଛନ୍ତି। ଦୀପେନ୍ଦ୍ର ହୁଡା ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି।

ହରିୟାଣାରେ ବିଜେପି-ଜେଜେପି ମିଳିତ ମେଣ୍ଟ ମଧ୍ୟରେ ହୋଇଥିବା କଳହର ଫାଇଦା କଂଗ୍ରେସ ଲାଭ କରୁଥିବା ଜଣାପଡିଛି। ବିଜେପି-ଜେଜେପି ନେତାଙ୍କ ମଧ୍ୟରେ ସନ୍ଦେହ ଏହା ରହିଛି ଯେ, ଉଭୟ ଦଳର ମେଣ୍ଟ ଶେଷ ହେବ ନା ମିଳିତ ଭାବେ ନିର୍ବାଚନ ଲଢିବେ। ଯେଉଁଥିପାଇଁ ବର୍ତ୍ତମାନ ଦଳର ନେତାମାନେ କଂଗ୍ରେସ ଆଡକୁ ମୁହାଁଇଛନ୍ତି। ଦ୍ୱିତୀୟତଃ ଆମ୍ ଆଦମୀ ପାର୍ଟି ନେତାମାନଙ୍କୁ ରାଜ୍ୟରେ ଜନାଧାର ଦେଖିବାକୁ ନଜର ଆସୁନାହିଁ। ଯେଉଁଥିପାଇଁ ସେମାନେ ମଧ୍ୟ ଦଳ ଛାଡିଛନ୍ତି।

ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ସକ୍ରିୟ ମୋଡରେ ଦେଖାଯାଉଛି। ଚଣ୍ଡିଗଡ଼ରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଦୀପକ ବାବରିଆଙ୍କ ବୈଠକର ପ୍ରଭାବ ହେଲା ଯେ ଚାରିଟି ଦଳରେ ବିଭକ୍ତ ହୋଇଥିବା କଂଗ୍ରେସ ବର୍ତ୍ତମାନ ଦୁଇଟି ଦଳରେ ବିଭକ୍ତ ହୋଇଛି। ରଣଦୀପ ସିଂ ସୁରଜେୱାଲା, କୁମାରୀ ଶୈଳଜା ଏବଂ କିରଣ ଚୌଧୁରୀ ସମସ୍ତେ ଗୋଟିଏ ମଞ୍ଚରେ ନଜର ଆସିଛନ୍ତି। ରାଜ୍ୟର ମେଣ୍ଟ ସରକାରକୁ ଆକ୍ରମଣ କରିଥିଲେ। ଏଥି ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡା ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ କ୍ରମାଗତ ଭାବରେ ସାଧାରଣ ସଭା କରୁଛନ୍ତି। ଅର୍ଥାତ୍ ମେଣ୍ଟ ସରକାର ଉପରେ ସମ୍ପୂର୍ଣ୍ଣ ଚାପ ପକାଇବାକୁ ଏକ ଯୋଜନା ପ୍ରସ୍ତୁତ ହେଉଛି।

Categories
ଆଜିର ଖବର ଜାତୀୟ ଖବର

ପାଟନାରେ ବିଜେପିର ପଦଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ଅନେକ କର୍ମୀ ଆହତ

ପାଟନା: ବିହାରର ରାଜଧାନୀ ପାଟନାରେ ବିଜେପିର ବିରୋଧ ସମୟରେ ପୋଲିସ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି। ଏହି ଲାଠିଚାର୍ଜରେ ଅନେକ ଲୋକ ଆହତ ହୋଇଛନ୍ତି। ଗୁରୁବାର ଦିନ ପାଟନାରେ ବିଜେପି କର୍ମୀ ଓ ନେତାମାନେ ବର୍ତ୍ତମାନର ନୀତୀଶ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ପଦଯାତ୍ରା କରିଥିଲେ। ବିକ୍ଷୋଭକାରୀଙ୍କୁ ବିକ୍ଷୋଭ ସ୍ଥାନରୁ ହଟାଇବା ପାଇଁ ପୋଲିସ ପାଣି ତୋପ ଏବଂ ଲୁହବୁହା ଗ୍ୟାସ ଗୁଳି ବ୍ୟବହାର କରିଥିଲା। ପ୍ରକାଶ ଯେ, ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ବିଜେପି କର୍ମୀମାନେ ବିହାର ସରକାର ବିରୋଧରେ ବିଧାନସଭା ପଦଯାତ୍ରା କରୁଥିଲେ।

ବିହାର ବିଜେପିର ବହୁ ବଡ ନେତା ମଧ୍ୟ ପାଟନାରେ ବିଜେପିର ଏହି ପଦଯାତ୍ରାରେ ଭାଗ ନେଇଥିଲେ। ବିଜେପି ନେତା ଓ କର୍ମୀମାନେ ବିଧାନସଭାକୁ ଅବରୋଧ କରିବାକୁ ଯାଉଥିଲେ। ଏହି ସମୟରେ ପୋଲିସ ପ୍ରଥମେ ବିଜେପି ନେତା ଓ କର୍ମୀଙ୍କୁ ଅଟକାଇଥିଲା ଏବଂ କିଛି ସମୟ ପରେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ପଦଯାତ୍ରା ପାଟଣାର ଗାନ୍ଧୀ ମଇଦାନରୁ ବିଧାନସଭା ପର୍ଯ୍ୟନ୍ତ କରାଯାଉଥିଲା।

ରାଜ୍ୟରେ ଚାଲିଥିବା ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପାଇବାରେ ବିଳମ୍ବ, ଭ୍ରଷ୍ଟାଚାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିଜେପି ଗୁରୁବାର ବିହାରରେ ମାର୍ଚ୍ଚ କରିଥିଲା। ବିଜେପି ନେତା ଓ କର୍ମୀମାନେ ଗାନ୍ଧୀ ମୈଦାନରୁ ବିଧାନସଭାକୁ ପଦଯାତ୍ରା କରୁଥିଲେ। ଏହି ସମୟରେ ପୋଲିସ ଏହି କର୍ମୀ ଓ ନେତାମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା।

ପାଟନାରେ ବିଜେପିର ଏହି ପଦଯାତ୍ରାରେ ବିଜେପିର ଅନେକ ସାଂସଦ ଏବଂ ବିଧାୟକ ମଧ୍ୟ ଭାଗ ନେଇଥିଲେ। ଏହି ପଦଯାତ୍ରାରେ ରାଜ୍ୟସଭା ସାଂସଦ ରାକେଶ ସିହ୍ନା, ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବହୁ ବିଧାୟକ ମଧ୍ୟ ଅଂଶଗ୍ରହଣ କରିଥିଲେ। କର୍ମୀଙ୍କ ଉପରେ ଲାଠିଚାର୍ଜକୁ ବିହାରର ବିଜେପି ନେତାମାନେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦମନକାରୀ ନୀତିର ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କ କବଜାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସହ ସଭାପତି ମନମୋହନ ସାମଲ

ଭୁବନେଶ୍ବର: ଧିରେଧିରେ ଭୁବନେଶ୍ବର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀଙ୍କ ରାଜ୍ୟର ଦଳିୟ ବ୍ୟାପାରରେ ହସ୍ତକ୍ଷେପ ଜୋରଦାର ହେବାରେ ଲାଗିଲାଣି। ଏପରିକି ସେ ରାଜ୍ୟ କାର୍ଯ୍ୟାଳୟକୁ ମଧ୍ୟ ନିଜ କବଜାକୁ ନେଇ ସାରିଲେଣି। ପୂର୍ବରୁ ଏହି କାର୍ଯ୍ୟାଳୟର ହର୍ତାକର୍ତ୍ତା ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବେ ସେହିପରି ଅପରାଜିତା ମଧ୍ୟ ବିଜେପି ଅଫିସକୁ ଦଖଲ କରିବାକୁ ବସିଲେଣି।

ଦଳୀୟ କର୍ମିଙ୍କ ଅନୁସାରେ ମନମୋହନ ସାମଲ ସଭାପତି ହେବା ପରେ ଅପରାଜିତାଙ୍କ ଏହି ଦଖଲ ଜୋରଦାର ହୋଇଯାଇଛି। ପୂର୍ବରୁ ସେ ବହୁ ଚେଷ୍ଠା କରି ମଧ୍ୟ ଧର୍ମେନ୍ଦ୍ରଙ୍କ ପତିୟାରାରେ ତାହା କରିପାରୁ ନ ଥିଲେ। ହେଲେ ଏବେ ସେହି ମିଶନ ସଫଳ ହୋଇଯାଇଛି। ଯାହାକୁ ନେଇ ବିଜେପି ନେତା ତଥା କର୍ମିଙ୍କ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେହି ମୁହଁ ଖୋଲୁ ନ ଥିଲେ ମଧ୍ୟ ଭୁବନେଶ୍ବର କାର୍ଯ୍ୟାଳୟରେ ତାଙ୍କର ଆଧିପତ୍ୟକୁ ସମସ୍ତେ ଅନୁଭବ କରିସାରିଲେଣି।

ଖବର ଅନୁସାରେ ଅପରାଜିତାଙ୍କ ପ୍ରାୟ ପାଞ୍ଚରୁ ସାତ ଜଣ କର୍ମି ପ୍ରତିଦିନ ଭୁବନେଶ୍ବର କାର୍ଯ୍ୟାଳୟରେ ପଇଁତରା ମାରୁଛନ୍ତି। ଗୋଟିଏ ଦଳ ମଧ୍ୟାହ୍ନ ପର୍ଯ୍ୟନ୍ତ ପଇଁତରା ମାରୁଥିବା ବେଳ ଆଉ ଏକ ଦଳ ଅପରାହ୍ନରେ ଆସି ସେଠାରେ ଉପସ୍ଥିତ ହେଉଛନ୍ତି। ଅଫିସକୁ କିଏ ଆସିଲା, କାହା ସହିତ କିଏ କଥା ହେଲା ତାହାର ଟିକିନିଖି ଖବର ସେମାନେ ରଖୁଛନ୍ତି। ଏପରିକି ସେମାନେ ଚାହିଁଲେ କାହାକୁ ଅଫିସ ବାହାରକୁ ମଧ୍ୟ ବାହାର କରିବାର କ୍ଷମତା ରହିଛି।

ସେତିକି ନୁହେଁ ଅପରାଜିତାଙ୍କ କବଜାରେ ମଧ୍ୟ ଅଛନ୍ତି ଖୋଦ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଯାହାର ଗଣ୍ଡାଗଣ୍ଡା ପ୍ରମାଣ ନେତା ଓ କର୍ମିଙ୍କ ପାଖରେ ରହିଛି। ନିକଟରେ ଭି କେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ କେନ୍ଦ୍ରକୁ ଚିଠି ଲେଖିଥିଲେ। ଜଣେ ରାଜ୍ୟ ସଭାପତି ଭାବେ ସେ ନିଜେ ଲେଖିବା ଉଚିତ କିମ୍ବା ଅପରାଜିତାଙ୍କ ଦ୍ବାରା ଲେଖାଇବା ଉଚିତ। ହେଲେ ସେହି ଚିଠିରେ ଅପରାଜିତା ଆଗେ ଦସ୍ତଖତ କରିବା ପରେ ତଳେ ସାମଲ ଦସ୍ତଖତ କରିଛନ୍ତି।

ଏହି ଚିଠିକୁ ନେଇ ଦଳୀୟ ନେତାମାନଙ୍କ ଭିତରେ ଭିତରେ ବେଶ ଟୁପୁରୁଟାପର ଚାଲିଛି।  ସଭାପତିଙ୍କ କାନ୍ଧରେ ବନ୍ଧୁକ ରଖି ଅପରାଜିତା ଗୁଳି ଫୁଟାଉଛନ୍ତି ବୋଲି କୁହାଯାଉଛି। କାରଣ ବର୍ତ୍ତମାନ କେନ୍ଦ୍ର ସରକାର ପାଣ୍ଡିଆନଙ୍କ ଉପରେ କୌଣସି ପଦକ୍ଷେପ ନେବ ନାହିଁ। ଫଳରେ ଏକା ଚିଠି ଲେଖି ଅପରାଜିତା ଲୋକହସା ହେବା ଅପେକ୍ଷା ସେ ସଭାପତିଙ୍କ ନାମକୁ ମଧ୍ୟ ସେଥିରେ ଯୋଡିଦେଲେ।

ସେହିପରି ସଭାପତି ଯେତେବେଳେ ରାଜ୍ୟ କାର୍ଯ୍ୟାଳୟରେ ବସୁଛନ୍ତି ତାଙ୍କ ଦ୍ବାର ପାଖରେ ଅପରାଜିତାଙ୍କ ଲୋକ ଜଗି ରହୁଛନ୍ତି। ତାଙ୍କ ପାଖକୁ ଯିଏ ଯାଉଛି ତାଙ୍କର ପରିଚୟ କଣ ଏବଂ କାହିଁକି ଭେଟିବେ ପରି ବିଭିନ୍ନ ପ୍ରଶ୍ନ ପଚାରିବା ପରେ ଭିତରକୁ ଛାଡୁଛନ୍ତି। ବାହାରକୁ ଆସିବା ପରେ ମଧ୍ୟ କଣ କଥା ହେଲେ ବୋଲି ସେମାନେ ଖବର ରଖୁଛନ୍ତି। ଏକଥା ନିଜେ ମନମୋହନ ଜାଣୁଥିଲେ ମଧ୍ୟ କିଛି କହିପାରୁ ନାହାଁନ୍ତି। ସେ କୁଆଡେ ଅପରାଜିତାଙ୍କୁ ଭୟ କରୁଛନ୍ତି ବୋଲି କର୍ମିଙ୍କ ମହଲରେ ଆଲୋଚନା ଚାଲିଛି।

ଅପରାଜିତାଙ୍କ ଏପରି ଅପରେସନ ଦେଖି ବର୍ତ୍ତମାନ ଦଳର ବରିଷ୍ଠ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ସେମାନେ ମଧ୍ୟ ସଭାପତିଙ୍କୁ ଦେଖା କରିବାକୁ ଗଲେ ଅପରାଜିତାଙ୍କ ଲୋକଙ୍କର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ସହଜରେ ସେମାନେ ହଜମ କରିପାରୁ ନାହାଁନ୍ତି କି କିଛି ମଧ୍ୟ କହିପାରୁ ନାହାଁନ୍ତି। କେବଳ ଭବିଷ୍ୟତକୁ ଅପେକ୍ଷା କରି ବସି ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଗୁଜୁରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଗୁଜୁରାଟର ବାବୁଭାଇ ଜେସଙ୍ଗଭାଇ ଦେଶାଇ ଏବଂ କେସରିଦେବ ସିଂହଝାଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ଅନନ୍ତ ମହାରାଜଙ୍କୁ ପଶ୍ଚିମବଙ୍ଗରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗରୁ ବିଜେପି ପ୍ରଥମ ଥର ପାଇଁ ରାଜ୍ୟସଭା ଆସନ ଜିତିବ। ବିଜେପି ପ୍ରାର୍ଥୀ କରିଥିବା ଅନନ୍ତ ମହାରାଜ ଜଣେ ରାଜବଂଶୀ ସମ୍ପ୍ରଦାୟର ନେତା ଏବଂ ଗ୍ରେଟ କୁଚବିହାର ଆନ୍ଦୋଳନର ମୁଖ୍ୟ ମଧ୍ୟ ରହିଛନ୍ତି। ଏହା ସହିତ ସେ କୁଚବିହାର ପିପୁଲ୍ସ ଆସୋସିଏସନର ମଧ୍ୟ ମୁଖ୍ୟ ଅଟନ୍ତି। ଉଲ୍ଲେଖନୀୟ କଥା ହେଉଛି, ନାମାଙ୍କନପତ୍ରର ଶେଷ ତାରିଖ ହେଉଛି ଜୁଲାଇ ୧୩ ତାରିଖ। ଏଥି ସହିତ ଜୁଲାଇ ୧୭ ତାରିଖ ରେ ନାମାଙ୍କନ ପ୍ରତ୍ୟାହାର ତାରିଖ ରଖାଯାଇଛି। ସମସ୍ତ ୧୦ ଟି ଆସନରେ ମତଦାନ ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ଭୋଟ୍ ଗଣନା ମଧ୍ୟ କରାଯିବ।

ପ୍ରକାଶ ଯେ ଉତ୍ତର ବଙ୍ଗାଳରେ ରାଜବଂଶୀ ସମ୍ପ୍ରଦାୟର ଅନେକ ପ୍ରଭାବ ରହିଛି। ଏଭଳି ପରିସ୍ଥିତିରେ ବିଜେପି ଆଶା କରୁଛି ଯେ, ଅନନ୍ତ ମହାରାଜଙ୍କୁ ରାଜ୍ୟସଭାକୁ ପଠାଇ ଆସନ୍ତା ଲୋକସଭା ନିର୍ବାଚନରେ ​​ଦଳ ଏହି ସମ୍ପ୍ରଦାୟର ସମର୍ଥନ ପାଇବ। ବିଶେଷ କଥା ହେଉଛି ଏହା ପୂର୍ବରୁ ୧୯୫୨ ମସିହାରେ ଜନସଂଘର ଆଚାର୍ଯ୍ୟ ଦେବ ପ୍ରସାଦ ଘୋଷ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ପଞ୍ଚାୟତ ନିର୍ବାଚନରେ ​​ଟିଏମସିର ବୃହତ୍ତ ବିଜୟ, ଦ୍ୱିତୀୟ ସ୍ଥାନରେ ବିଜେପି

କଲିକତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ​​ତୃଣମୂଳ କଂଗ୍ରେସ (ଟିଏମସି) ଏକପାଖିଆ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ​​ଟିଏମସି ୩୩୧୭ ଟି ସିଟ୍ ମଧ୍ୟରୁ ମୋଟ ୨୫୫୨ ଟି ସିଟ୍ ଜିତିଛି। ଟିଏମସି ୨୩୨ ପଞ୍ଚାୟତ ସମିତି ଏବଂ ୨୦ ଟି ଜିଲ୍ଲା ପରିଷଦ ମଧ୍ୟରୁ ୧୨ ଟି ଜିତିଛି। ଭାରତୀୟ ଜନତା ଦଳ (ବିଜେପି) ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେପି ମୋଟ ୨୧୨ ଗ୍ରାମ ପଞ୍ଚାୟତ ଏବଂ ସାତୋଟି ପଞ୍ଚାୟତ ସମିତି ଜିତିଛି। ତେବେ ଜିଲ୍ଲା ପରିଷଦରେ ବିଜେପି ଖାତା ଖୋଲିପାରି ନାହିଁ। ଅନେକ ଆସନରେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରାଯାଇଛି।

ପଞ୍ଚାୟତ ନିର୍ବାଚନରେ ​​ଟିଏମସି ଚମତ୍କାର ପ୍ରଦର୍ଶନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫେସବୁକରେ ଏକ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ​​ଟିଏମସିର ଭଲ ପ୍ରଦର୍ଶନ ରହିଛି। ଏହି ବିଜୟ ପାଇଁ ଆମେ ଜନସାଧାରଣଙ୍କୁ ଧନ୍ୟବାଦ ଦେଉଛୁ। ଏହି ପ୍ରେମ ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ। ଏହି ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ କେବଳ ଟିଏମସି ରାଜ୍ୟବାସୀଙ୍କ ହୃଦୟରେ ରହିଛି।

Categories
ଆଜିର ଖବର ଜାତୀୟ ଖବର

ଟିଏମସି ନା ବିଜେପି, ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ନନ୍ଦିଗ୍ରାମରେ କିଏ ଜିତିଲା? ଜାଣନ୍ତୁ ଫଳାଫଳ

କଲିକତା: ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନରେ ​​ଭୋଟ୍ ଗଣନାରେ ଟ୍ରେଣ୍ଡ ଅନୁଯାୟୀ, ରାଜ୍ୟର ଅଧିକାଂଶ ଅଞ୍ଚଳରେ ବିରୋଧୀ ଦଳଠାରୁ ବହୁତ ଆଗରେ ଥିଲେ ମଧ୍ୟ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ପୂର୍ବ ମିଦନାପୁର ଜିଲ୍ଲାର ନନ୍ଦିଗ୍ରାମରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ନନ୍ଦିଗ୍ରାମ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ବୋଲି ବିବେଚନା କରାଯାଏ।

ଶ୍ରୀ ଅଧିକାରୀ ମଧ୍ୟ ନନ୍ଦିଗ୍ରାମର ବିଜେପି ବିଧାୟକ, ଯେଉଁଠାରେ ସେ ୨୦୨୧ ବିଧାନସଭା ନିର୍ବାଚନରେ ​​୧,୯୫୬ ଭୋଟ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଛନ୍ତି। ପରେ ଉପ-ନିର୍ବାଚନରେ ​​କୋଲକାତାର ଭବାନୀପୁରରୁ ନିର୍ବାଚିତ ହେବା ପରେ ବାନାର୍ଜୀ ବିଧାନସଭାରେ ପହଞ୍ଚିଥିଲେ।

ନନ୍ଦିଗ୍ରାମର ଫଳାଫଳ କ’ଣ ଥିଲା?

ପଞ୍ଚାୟତ ନିର୍ବାଚନରେ ​​ନନ୍ଦିଗ୍ରାମ-୨ ବ୍ଲକ ଅନ୍ତର୍ଗତ ବୋୟାଲ-୧, ବୋୟାଲ-୨, ଖୋଡାମ୍ବରୀ-୧ ଏବଂ ଖୋଡାମ୍ବରୀ-୨ରେ ବିଜେପିର ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ସେଠାରେ ଥିବା ମୋଟ ୬୧ ଗ୍ରାମ ପଞ୍ଚାୟତ ଆସନ ମଧ୍ୟରୁ ବିଜେପି ପ୍ରାର୍ଥୀମାନେ ଜିତିଛନ୍ତି କିମ୍ବା ୩୭ ଟି ଆସନରେ ଆଗରେ ଅଛନ୍ତି। ଏହା ପରେ ୨୩ ଟି ଆସନରେ ଟିଏମସି ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି।

ଖୋଡାମ୍ବରୀ-୧ ରେ ବିଜେପି ପ୍ରାର୍ଥୀମାନେ ୧୩ ଟି ସିଟ୍ ମଧ୍ୟରୁ ଆଠଟିରେ ଜିତିଛନ୍ତି କିମ୍ବା ଆଗୁଆ ରହି ଟିଏମସିକୁ ପାଞ୍ଚଟି ସିଟରେ ପଛକୁ ଠେଲି ଦେଇଛନ୍ତି। ଖୋଡାମ୍ବରୀ-୨ରେ ନଅଟି ଆସନ ବିଜେପି ସପକ୍ଷରେ ଥିବାବେଳେ ଟିଏମସିରେ ୬ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି।

ଖୋଡାମ୍ବରୀ-୧ ରେ ବିଜେପି ୧୫ ଟି ସିଟ୍ ମଧ୍ୟରୁ ୮ ଟି ଜିତିଛି। ସେପଟେ ଟିଏମସି ସାତୋଟି ସିଟ୍ ହାସଲ କରିଛି। ଖୋଡାମ୍ବରୀ-୨ ରେ ୧୭ ଟି ସିଟ୍ ମଧ୍ୟରୁ ୧୨ ଟି ବିଜେପି ସପକ୍ଷରେ ଅଛି। ଟିଏମସି ପାଞ୍ଚଟିରେ ଜିତିଛି।

Categories
ଆଜିର ଖବର ଜାତୀୟ ଖବର

ଏନଡିଏକୁ ଫେରିବ କି ଚିରାଗ ପାସୱାନ?, କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ମିଳିଲା ଏହି ସଂକେତ

ପାଟନା: ଲୋକସଭା ନିର୍ବାଚନ ୨୦୨୪ କୁ ନେଇ ବିହାର ରାଜନୀତିରେ ମଧ୍ୟ ସରଗରମ ଆରମ୍ଭ ହୋଇଯାଇଛି। LJP ରାମ ବିଳାସଙ୍କ ରାଷ୍ଟ୍ରୀୟ ସଭାପତି ଚିରାଗ ପାସୱାନ ଆଜି ତାଙ୍କ ବାସଭବନରେ ଦଳର କାର୍ଯ୍ୟାଳୟ ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଏଥି ସହ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ବୈଠକ ପୂର୍ବରୁ ଚିରାଗଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ବୈଠକ ବିଷୟରେ ନିତ୍ୟାନନ୍ଦଙ୍କୁ ପଚରାଯାଇଥିଲା କି ଚିରାଗ ଏନଡିଏକୁ ଆସୁଛନ୍ତି କି? ଏବଂ ସେ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବେ କି? ଏହା ଉପରେ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଅନେକ ଆଲୋଚନା ହୋଇଛି। ବହୁତ ଭଲ ମାହୋଲରେ ଆଲୋଚନା ହୋଇଛି।

ବୈଠକ ପରେ ଚିରାଗ ପାସୱାନ୍ କହିଛନ୍ତି ଯେ, ଦଳର ଅଧିକାରୀଙ୍କ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ମେଣ୍ଟ ଉପରେ ନିଷ୍ପତ୍ତି ନେବାକୁ ମୋତେ ଅନୁମତି ଦିଆଯାଇଛି। ଆହୁରି ୨-୩ ଟି ବୈଠକ ହେବ। ଏହା ପରେ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସମୟ ସମୟରେ ମୁଁ ଅନେକ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଥିଲି। ବିହାରରେ ବିଧାନସଭା ଉପ-ନିର୍ବାଚନରେ ​​ମୁଁ ବିଜେପି ପାଇଁ ପ୍ରଚାର କରିଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ମୋତେ ଭେଟିଥିଲେ। ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କାହା ସହିତ ଆମେ ୨୦୨୪ ରେ ମେଣ୍ଟ ଗଠନ କରିବୁ, ଆମେ ଏହା ଉପରେ ଶୀଘ୍ର ନିଷ୍ପତ୍ତି ନେବୁ। ଏଥି ସହ ସେ କେନ୍ଦ୍ରରେ ମନ୍ତ୍ରୀ ହେବା ପ୍ରଶ୍ନରେ କିଛି କହି ନାହାଁନ୍ତି। ଚିରାଗ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କୁ ଭେଟିବେ।

Categories
ଆଜିର ଖବର ଜାତୀୟ ଖବର

୪ ଟି ରାଜ୍ୟର ସଭାପତି ବଦଳାଇଲା ବିଜେପି, ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀଙ୍କୁ ମିଳିଲା ନୂଆ ଦାୟିତ୍ଵ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଜେପି ଆଜି ଚାରିଟି ରାଜ୍ୟରେ ସଭାପତି ପରିବର୍ତ୍ତନ କରିଛି। କେନ୍ଦ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କୁ ତେଲେଙ୍ଗାନାର ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଆନ୍ଧ୍ରପ୍ରଦେଶରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡି ପୁରନ୍ଦେଶ୍ୱରୀ, ଝାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଏବଂ ପଞ୍ଜାବର ସୁନୀଲ ଜାଖଡଙ୍କୁ ଦଳର ନେତୃତ୍ଵ ଦିଆଯାଇଛି।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀଙ୍କୁ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଛି। ସେ ଏପ୍ରିଲରେ ବିଜେପିରେ ଯୋଗ ଦେଇଥିଲେ। ତେଲେଙ୍ଗାନାରେ ବିଜେପିର ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଏଟାଲା ରାଜେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେପି ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବିଜେପି ସଭାପତି ଜେପି ନଡ୍ଡା ଏହି ନିଯୁକ୍ତିକୁ ଚୂଡାନ୍ତ କରିଛନ୍ତି ଏବଂ ସେମାନେ ତୁରନ୍ତ ଦାୟିତ୍ଵ ଗ୍ରହଣ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସରିଲା ବିଜେପିର ମହାଜନସଂପର୍କ ଯାତ୍ରା, ନଡ୍ଡାଙ୍କ ଛଡା ଆଉ ଆସିଲେନି କେହି, ନେତାଙ୍କ ପାଟି ଚୁପ୍

ଭୁବନେଶ୍ବର: ବଡ ତୁମ୍ବି ତୋଫାନ କରାଗଲା। ମୋଦୀ ସରକାରର ନଅ ବର୍ଷ ପୁର୍ତ୍ତି ଉପଲକ୍ଷେ ସାରାଦେଶରେ ଆୟୋଜିତ ହେବ ମହାଜନସଂପର୍କ ଯାତ୍ରା। ଓଡିଶାରେ ମଧ୍ୟ ରାଜ୍ୟ ବିଜେପି ତରଫରୁ ଏହି କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦିଆଗଲା। କୁହାଗଲା ଓଡିଶାରେ ମହାଜନସଂପର୍କ ଯାତ୍ରା ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସଭାପତି ଜେ ପି ନଡ୍ଡା ଯୋଗଦେବେ।

ଏହି ଖବର ପ୍ରଚାରିତ ହେବା ପରେ ବିଜେପି କର୍ମିଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ବୃଦ୍ଧି ପାଇଥିଲା। ଖୋଦ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଯାତ୍ରା ସଂପର୍କରେ ସୂଚନା ଦେଇ ରଥୀମହାରଥିମାନେ ଆସିବେ ବୋଲି କହିଥିଲେ। ହେଲେ ଦୁଃଖର କଥା ଗତ ମେ 31 ତାରିଖରୁ ଆରମ୍ଭ ହୋଇ ଜୁନ 30 ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି  ମାସିକିଆ ମହାଜନସଂପର୍କ ଯାତ୍ରାରେ ଯୋଗଦେବାକୁ ନଡ୍ଡାଙ୍କ ଛଡା ଆଉ କେହି ଆସିଲେ ନାହିଁ।  ଶେଷରେ ସବୁ କିଛି ଫୁସ୍… ହୋଇଗଲା।

ଏହା ଭିତରେ ଆଉ ବଡ ହାସ୍ୟସ୍ପଦ ଘଟଣା ହୋଇଯାଇଛି ଅମିତ ସାହାଙ୍କ ଢେଙ୍କାନାଳ ଗସ୍ତକୁ ନେଇ। ଖୋଦ ବିଜେପି ଚାଣକ୍ୟ ଅମିତ ସାହା ମହାଜନସଂପର୍କ ଯାତ୍ରାରେ ଯୋଗଦେବା ପାଇଁ ଓଡିଶା ଆସିବେ। ସେ ଢେଙ୍କାନାଳରେ ଏକ ଜନସଭା କରିବେ। ଏ ନେଇ ଦଳ ତରଫରୁ ସ୍ବତନ୍ତ୍ର ଭାବେ ସୂଚନା ଦିଆଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳରୁ ଛିଡା ହେଉ ଥିବାରୁ ଅମିତ ସାହା ସେଠାକୁ ନିଶ୍ଚିତ ଆସିବେ ବୋଲି ଆଶା କରାଗଲା। ହେଲେ ସେ ମଧ୍ୟ ଓଡିଶା ମଇଦାନକୁ ଓହ୍ଲାଇଲେ ନାହିଁ।

ଅମିତ ସାହା ନ ଆସିବାର କାରଣରେ ଦଳ ତରଫରୁ କୁହାଗଲା ଯେ, ଗୁଜୁରାଟ ବାତ୍ୟା ପାଇଁ ତାଙ୍କ କାର୍ଯ୍ୟକ୍ରମ ବାତିଲ କରାଗଲା। ହେଲେ ଆଶ୍ଚର୍ଯ୍ୟର କଥା ବାତ୍ୟା ସରିବା ପରେ ମଧ୍ୟ ଅମିତ ସାହା ଓଡିଶା ଆସିଲେ ନାହିଁ। କେବେଳ ଏହି ଗୋଟିଏ ଥର ନୁହେଁ ଅମିତ ସାହା ଢେଙ୍କାନାଳ ଆସିବେ ବୋଲି ପୂର୍ବରୁ ଦୁଇ ଥର ଘୋଷଣା କରାଯାଇଥିଲା। ହେଲେ ପର ମୁହୁର୍ତ୍ତରେ ସେ ଆସି ନ ଥିଲେ। ଫଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶିବିରରେ ହତାସ ଭାବ ପରିଲକ୍ଷିତ ହୋଇଛି।

ଓଡିଶାରେ ବିଜେପିର ଏପରି ଅବସ୍ଥା ଦେଖି ସାଧାରଣ ମହଲରେ ବେଶ୍ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଛି। କାରଣ ଓଡିଶାର ବିଧାନସଭା ତଥା ସାଧାରଣ ନିର୍ବାଚନ ଆଉ ମାସ କେଇଟା ରହିଲା। ଏହା ପୂର୍ବରୁ ଜନସଂପର୍କ ଯାତ୍ରା ମାଧ୍ୟମରେ ବିଜେପି ଏକ ଧମାକା କରିବ ବୋଲି ସମସ୍ତେ ଆଶା କରୁଥିଲେ। କାରଣ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ ମଙ୍ଗୁଆଳମାନେ ଆସୁଥିବାର ଏପରି ଆଶା କରିବା ସ୍ବାଭାବିକ। ହେଲେ ତାହା ନ ହେବା ବିଜେପି ପାଇଁ ଏକ ବଡ ଧକ୍କା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଯଦି ନିର୍ବାଚନ ପୂର୍ବରୁ ବିଜେପିର କେନ୍ଦ୍ରୀୟ ନେତାମାନେ ଏପରି ଆଡଛଡା ଦେଲେଣି, ତେବେ ନିର୍ବାଚନ ସମୟରେ ରାଜ୍ୟ ବିଜେପିର ଅବସ୍ଥା କଣ ହେବ ତାହା ଏବେଠାରୁ ଜଳଜଳ ଦେଖାଦେଲାଣି।

Categories
ବିଶେଷ ଖବର

ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ନମ୍ବର ଗେମ୍ କ’ଣ? ବିଜେପିର ଦୁଇ ହାତରେ ଲଡୁ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତିରେ ଏକ ନୂଆ ଝଡ ସୃଷ୍ଟି ହୋଇଛି। ଶିବସେନାର ଏକନାଥ ସିନ୍ଦେ, ଏନସିପିକୁ ଦୁଇ ଭାଗରେ ବିଭକ୍ତ କରି ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ପଦବୀ ସମ୍ଭାଳିଛନ୍ତି। କୁହାଯାଉଛି ଯେ, ଏହି ଖେଳ ଏପରି ଭାବରେ ଖେଳାଯାଇଥିଲା ଯେ, ରାଜନୀତିର ଜଣେ ଅଭିଜ୍ଞ ଖେଳାଳି ଶରଦ ପାୱାର ଏ ବିଷୟରେ କୌଣସି ସୂଚନା ପାଇ ନଥିଲେ। ମୋଟାମୋଟି ଭାବେ, ଶିବସେନା ପରେ ଏନସିପିରେ ବିଭାଜନରୁ କେବଳ ଗୋଟିଏ ଦଳକୁ ବଡ଼ ଲାଭ ମିଳିଛି ଏବଂ ସେଇଟା ହେଉଛି ବିଜେପି। ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରେ ଏହା ବିଜେପି ପାଇଁ ଏକ ଲାଭଜନକ ଚୁକ୍ତି ଭାବେ ବିବେଚନା କରାଯାଉଛି। ଅଜିତ ପାୱାରଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ନମ୍ବର ଖେଳ କେତେ ବଦଳିଛି ଆସନ୍ତୁ ଜାଣିବା…..

ବିଜେପିକୁ ମିଳିଲା ଶକ୍ତି:

ସମସ୍ତ ରାଜ୍ୟ ପରି ମହାରାଷ୍ଟ୍ରରେ ମଧ୍ୟ ବିଜେପି ଆଞ୍ଚଳିକ ଦଳର ସହାୟତାରେ କ୍ଷମତାକୁ ଆସିବା ପାଇଁ କାର୍ଯ୍ୟ କରିଥିଲା। ବର୍ତ୍ତମାନ ପରିସ୍ଥିତି ଏପରି ଯେ, ବିଜେପି ସବୁଠାରୁ ଶକ୍ତିଶାଳୀ ସ୍ଥିତିରେ ଦେଖାଯାଉଛି ଏବଂ ଅନ୍ୟ ସମସ୍ତ ଦଳ ଖରାପ ଭାବରେ ଛିନ୍ନଛତ୍ର ହୋଇଯାଇଛନ୍ତି। ବିଶେଷ କଥା ହେଉଛି ଯଦି ଅଯୋଗ୍ୟତା ଖଣ୍ଡା ସିନ୍ଦେ ଦଳ ଉପରେ ଝୁଲି ରହିଥାଏ ଏବଂ ସରକାର ପାଇଁ କୌଣସି ବିପଦ ଥାଏ, ତେବେ ଅଜିତ ପାୱାରଙ୍କ ସହାୟତାରେ ବିଜେପି ନିଜ ସରକାର ବଜାୟ ରଖିପାରିବ।

ଏହା ହେଉଛି ବିଜେପିର ନମ୍ବର ଗେମ୍:

ନମ୍ବର ଗେମ୍ ବିଷୟରେ କହିବାକୁ ଗଲେ, ବିଜେପିର ମହାରାଷ୍ଟ୍ରରେ ସ୍ୱାଧୀନ ଏବଂ ଛୋଟ ଦଳ ସମେତ ମୋଟ ୧୨୬ ବିଧାୟକ (ନିଜସ୍ୱ ୧୦୫) ଅଛନ୍ତି। ଯେଉଁଥିରେ ଶିନ୍ଦେ ଶିବିରର ୪୦ ଜଣ ବିଧାୟକ ଯୋଗ ଦେବା ପରେ ଏହି ସଂଖ୍ୟା ୧୬୬ ହୋଇଯାଇଛି। ଏଥି ସହିତ ଅଜିତ ପାୱାରଙ୍କ ସହ ୩୦ ଜଣ ବିଧାୟକ ମଧ୍ୟ ଏହି ମିଳିତ ମଞ୍ଚରେ ଯୋଗ ଦେଇଛନ୍ତି। ଏହି କ୍ଷେତ୍ରରେ, ଏହି ସଂଖ୍ୟା ୧୯୬ ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ସିନ୍ଦେ ଦଳକୁ ହଟାଇଲେ ମଧ୍ୟ ଅଜିତ ପାୱାର ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ସହ ବିଜେପି ୧୫୬ (୧୨୬ + ୩୦) ସଂଖ୍ୟାରେ ରହିବ। ଏହାର ଅର୍ଥ ସଂଖ୍ୟାଗରିଷ୍ଠତା ଅପେକ୍ଷା ୧୧ ଜଣ ଅଧିକ ବିଧାୟକ ରହିବେ। ଏଭଳି ପରିସ୍ଥିତିରେ ଅଜିତ ପାୱାରଙ୍କ ବିଦ୍ରୋହ ବିଜେପି ପାଇଁ ବଡ ଲାଭଦାୟକ ହେବ।

ବାକି ଦଳଗୁଡିକରେ କେତେ ବିଧାୟକ ଅଛନ୍ତି?:

୨୮୮ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ମୋଟ ୪୪ ଜଣ ବିଧାୟକ ଅଛନ୍ତି। ଅନ୍ୟପକ୍ଷରେ, ଶିବସେନାର ୫୬ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ବିଧାୟକ ଏକନାଥ ସିନ୍ଦେଙ୍କ ସହ ଯାଇଛନ୍ତି, ତେଣୁ ଶିବସେନାର ମାତ୍ର ୧୬ ଜଣ ବିଧାୟକ ବାକି ରହିଛନ୍ତି। ବର୍ତ୍ତମାନ NCP ର ମୋଟ ୫୩ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ବିଧାୟକ ପକ୍ଷ ପରିବର୍ତ୍ତନ କରିଛନ୍ତି। ଏଭଳି ପରିସ୍ଥିତିରେ ଏନସିପିର ସଂଖ୍ୟା ୨୩ କୁ ହ୍ରାସ ପାଇଛି। କୁହାଯାଉଛି ଯେ, ଅଜିତ ପାୱାରଙ୍କ ସାଥିରେ ୪୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ଏଭଳି ପରିସ୍ଥିତିରେ ଏନସିପି ସଂଖ୍ୟା ଆହୁରି ହ୍ରାସ ହୋଇପାରିବ। ସାମ୍ପ୍ରତିକ ପରିସ୍ଥିତିରେ, ଯଦି ତିନୋଟି ଦଳର ସଂଖ୍ୟା (ଶିବସେନା, କଂଗ୍ରେସ ଏବଂ ଏନସିପି) ଯୋଗ କରାଯାଏ, ତେବେ ବର୍ତ୍ତମାନ କେବଳ ୮୩ ଜଣ ବିଧାୟକ MVA ମେଣ୍ଟରେ ଦେଖାଯାଉଛନ୍ତି।