Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରର ପୋଲିସ ଅଧିକାରୀଙ୍କ ବଦଳି ପାଇଁ ବିଜେପିର ଦାବୀପତ୍ର, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ୱର: ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ସରକାରୀ ଦଳ କଳ ବଳର ଅପପ୍ରୟୋଗ କରି ନିର୍ବାଚନ ଜିତିବାକୁ ଚାହୁଁଛି। ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଏବଂ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଜନମତକୁ ବିଭ୍ରାନ୍ତ କରୁଥିବାର ଏବେ ଠାରୁ ବହୁ ଅଭିଯୋଗ ଓ ପ୍ରମାଣ ଆସିଲାଣି।

ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର। ସେଥିପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ବିଭିନ୍ନ ବିଭାଗର ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପିର ଏକ ପ୍ରତିିନିଧି ଦଳ ଦାବୀ ଜଣାଇଛି।

ଭୁବନେଶ୍ୱରରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି। ସେମାନେ ହେଲେ ପୋଲିସ ଅଧିକାରୀଗଣ ଯଥା, ଡିଏସ୍‌ପି ରଜତ ରାୟ, ଏସିପି ମାନସ ଗଡନାୟକ, ବାନାମ୍ବର ସେଠୀ ଓ ସଞ୍ଜୀବ ଶତପଥୀ, ଏଏସ୍‌ପି ଅଶୋକ ପାଣିଗ୍ରାହୀ, ହିମାଂଶୁ ସ୍ୱାଇଁ ଓ ଗିରିଜା ଶଙ୍କର ଚକ୍ରବର୍ତୀ, ଆଇଆଇସି ତୃପ୍ତି ରଞ୍ଜନ ନାୟକ, ଏସ୍‌ଆଇ ବିଜୟ ଦାସ ଓ ଷ୍ଟାଲିନ୍‌ଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ। ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ଏମାନଙ୍କୁ ରାଜ୍ୟ ସରକାର ଜାଣିଶୁଣି ବ୍ୟବହାର କରୁଥିବାର ଅନେକ ନଜିର ରହିଛି। ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି।

ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ଡ.ଲେଖାଶ୍ରୀ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନୂଆଦିଲ୍ଲୀ କେନ୍ଦ୍ରୀୟ ନିର୍ବାଚନ ପରିଚାଳନା ସମିତି ବୈଠକରେ ଯୋଗ ଦେଲେ ଓଡିଶା ନେତା

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟୀ ନିର୍ବାଚନ ପରିଚାଳନା ସମିତି ବୈଠକ ଅଜି ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୌଠକରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ସୁନୀଲ ବଂସଲ, ଶ୍ରୀ ତରୁଣ ଚୁଗ୍‌, ଶ୍ରୀ ଅରୁଣ ସିଂହ, ଶ୍ରୀ ବିନୋଦ ତାଓ୍‌ôଡେ ପ୍ରମୁଖ ଉପସ୍ଥିତ ରହି ସାଧାରଣ ନିର୍ବାଚନର ଗୁରୁତ୍ୱ ଏବଂ ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ।

ଓଡିଶାରେ ଏକକାଳୀନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା କାରଣରୁ ଅଜିର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ବୈଠକରେ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅଶୋକ କୁମାର ମିଶ୍ର ଯୋଗ ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ୧୦୦ ସାଂସଦଙ୍କ ଟିକଟ କଟିପାରେ! ଲାଗିପାରେ ନୂଆ ଚେହେରାଙ୍କ ଉପରେ ବାଜି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏଥର ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ଦେଇପାରେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ ଏଥର ପ୍ରାୟ ୧୦୦ କିମ୍ବା ତା’ଠାରୁ ଅଧିକ ସାଂସଦଙ୍କ ଟିକେଟ କାଟିପାରେ। ଗତକାଲି ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନିଷ୍ପତି ହୋଇଥିବାର ଜଣାପଡିଛି।

ଦିନେ କିମ୍ବା ଦୁଇଦିନ ମଧ୍ୟରେ ବିଜେପି ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଗତବର୍ଷ ଅନୁଷ୍ଠିତ ବିଭିନ୍ନ ବିଧାନସଭା ନିର୍ବାଚନରେ ବିଜେପି ଅନେକ ବିଧାୟକଙ୍କ ଟିକେଟ କାଟିଥିଲା ଏବଂ ଏଥିରେ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ଥିଲେ। ଏଥର ଲୋକସଭା ନିର୍ବାଚନରେ ବହୁ ସଂଖ୍ୟକ ଟିକେଟ କଟାଯିବ ଏବଂ ନୂଆ ଚେହେରାଙ୍କୁ ଅଧିକ ସୁଯୋଗ ମିଳିବ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବାର ଫାଇଦା ମଧ୍ୟ ବିଜେପିକୁ ମିଳିଛି। ବିଜେପି ମଧ୍ୟ ଲଗାତାର ବାର୍ତ୍ତା ଦେଉଛି ଯେ ବିଜେପିରେ କର୍ମୀମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଦଳ ଯାହାକୁ ଚାହିଁବ ତାକୁ ଦାୟିତ୍ୱ ଦେଇପାରେ। ବିଜେପି ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରି କର୍ମୀମାନଙ୍କୁ ଏହି ବାର୍ତ୍ତା ଦେଇଛି।

ନିକଟରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଫୁଲ (ବିଜେପିର ନିର୍ବାଚନ ଚିହ୍ନ) ବିଜେପିର ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ। ଏହାପରେ କିଛି ବଡ଼ ନେତାଙ୍କ ଟିକେଟ ମଧ୍ୟ କାଟି ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଯେଉଁ ଆସନରେ ବିରୋଧୀ ମେଣ୍ଟ ଏକାଠି ଲଢ଼ୁଛି ସେଠାରେ ବିଜେପି ସାଂସଦମାନେ ଟିକେଟ ହରାଇବାର ସମ୍ଭାବନା ଅଧିକ ରହିଛି।

୨୦୧୯ରେ କେତେ ସାଂସଦଙ୍କ ଟିକେଟ କଟିଥିଲା

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୭୧ରୁ ଅଧିକ ସାଂସଦଙ୍କ ଟିକେଟ କାଟିଥିଲା। ମଧ୍ୟପ୍ରଦେଶରେ ୫ ଜଣ ସାଂସଦଙ୍କୁ ବଦଳାଯାଇଥିବା ବେଳେ ଛତିଶଗଡ଼ରେ ବିଜେପି ସମସ୍ତ ୧୦ ଜଣ ସାଂସଦଙ୍କ ଟିକେଟ କାଟିଦେଇଥିଲା।

ଏଥର ଏହି ସଂଖ୍ୟା ଅଧିକ ହେବାର ସମ୍ଭାବନା ରହିଛି। କିଛିମାସ ତଳେ ବିଜେପି ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ୨୧ ଜଣ ସାଂସଦଙ୍କୁ ପ୍ରାର୍ଥୀ କରିଥିଲା। ରାଜସ୍ଥାନରେ ବିଜେପି ୭, ମଧ୍ୟପ୍ରଦେଶରେ ୭, ଛତିଶଗଡ଼ ୪ ଓ ତେଲେଙ୍ଗାନାରେ ୩ ଜଣ ପ୍ରାର୍ଥୀ ଦେଇଥିଲେ। ବିଜୟୀ ସାଂସଦମାନେ ଇସ୍ତଫା ଦେଇ ଏବେ ବିଭିନ୍ନ ବିଧାନସଭାର ସଦସ୍ୟ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ଯୁବ ନେତା ଆଲେକ୍ସଙ୍କ ନେତୃତ୍ବରେ କୋରେଇ ଏଡିଏମ୍ ଅଫିସ୍ ଘେରାଉ କଲା ବିଜେପି

ଯାଜପୁର: କୋରେଇର ବିଭିନ୍ନ ସମସ୍ୟା ନେଇ ଆଜି ଏଡିଏମ୍ ଅଫିସ୍ ଘେରାଉ କରିଛି ବିଜେପି। ଗତ ଡ଼ିସେମ୍ବର ମାସରେ ବିଜେପି ଯୁବନେତା ଇଂ ଆଲେକଜାଣ୍ଡାର ଦାସ ଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଜନ ଜାଗରଣ ଯାତ୍ରା। ଏହି ଯାତ୍ରାରେ ଆଲେକ୍ସ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଗାଁ ଗାଁ କୁ ଯାଇ ଲୋକ ମାନଙ୍କ ସହ ରହି, ଖାଇ, ଗାଁ ଗୁଡିକରେ ରାତ୍ରିଯାପନ ମଧ୍ୟ କରିଥିଲେ।

ଏହି ଦିନ ମାନଙ୍କରେ ସେ ହୃଦୟଙ୍ଗମ କରିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ସେ ଆଜି ୫୦୦୦ ରୁ ଉର୍ଦ୍ଧ୍ବ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ସହ ମିଶି କଳିଙ୍ଗନଗର ADM ଅଫିସ୍ ଘେରାଉ କରିଥିଲେ ଏବଂ ନିଜର ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋଜ କୁମାର ଦାସ, ନିତ୍ୟାନନ୍ଦ ମହାଳିକ, ପ୍ରମୋଦ ସାହୁ, ଶତ୍ରୁଘ୍ନ ସାହୁ, ବଳରାମ ମହାନ୍ତି, ନୀଳମଣି ବେହେରା, ମଦନ ମୋହନ ପଲେଇ, ସୁଶାନ୍ତ ସାହୁ, ଧନଞ୍ଜୟ ସାହୁ, ମନୋଜ ମଲ୍ଲିକ, ସୁବଳ ସ୍ୱାଇଁ, ଆଲୋକ କର, ରଞ୍ଜନ ମଲ୍ଲିକ, ପ୍ରମୋଦ ପଡ଼ିଦା, ସୌଭାଗ୍ୟ ରାଉତ, ଅନନ୍ତ ଚରଣ ରଣା, ମହେଶ୍ୱର ବେହେରା, ଦିବ୍ୟଦର୍ଶନ ସାହୁ, ରାଜେନ୍ଦ୍ର କୁମାର ଦାସ, କାଶୀନାଥ ପୃଷ୍ଟି, ସନ୍ତୋଷ ଖୁଣ୍ଟିଆ, ତପନ କୁମାର ମଲ୍ଲିକ, ଦୁର୍ଯ୍ୟୋଧନ ରଣା, ପ୍ରମିଳା ସାହୁ, ସଞ୍ଜୟ ସାହୁ, ପ୍ରମୋଦ କୁମାର ସାହୁ, ସୌମ୍ୟରଞ୍ଜନ ପଲେଇ, ଅନିଲ କୁମାର ସାହୁ, ମମତା ମଲ୍ଲିକ, ବାସନ୍ତୀ ମଲ୍ଲିକ ଆଦି ୫୦୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ପ୍ରାର୍ଥୀ ଖୋଜିବାକୁ ପ୍ରତି ନିର୍ବାଚନ ମଣ୍ଡଳିକୁ ଯିବେ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଏକକାଳୀନ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ୨୦୨୪ ନିର୍ବାଚନର ନିର୍ବାଚନ ପରିଚାଳନା ଓ ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟ ଖସଡା ସଂପର୍କରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଏବଂ ୧୪୭ ବିଧାନସଭା କ୍ଷେତ୍ରକୁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ। ଆସନ୍ତା ୧ ତାରିଖ ପୂର୍ବରୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ପ୍ରସ୍ତାବିତ କରାଯିବ।

ଆସନ୍ତା ୨ତାରିଖ ଦିନ ୨୧ଟି ଲୋକସଭା ଏବଂ ୧୪୭ ବିଧାନସଭା କ୍ଷେତ୍ରର କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉପସ୍ଥାପିତ ରିପୋର୍ଟ ପ୍ରସଙ୍ଗରେ ଆଲୋଚନା କରାଯିବ।

ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ନିର୍ବାଚନୀ ଇସ୍ତାହାର କମିଟି ମଧ୍ୟ ଗଠନ ହେବା ସହ ଆସନ୍ତା ୨୯ତାରିଖ ଦିନ ଭୁବନେଶ୍ୱରରେ ନିର୍ବାଚନୀ ଇସ୍ତାହାର କମିଟିର କାର୍ଯ୍ୟ ଶୁଭାରମ୍ଭ ହେବ। ଅଭିଯୋଗ ପତ୍ରରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅଭିଯୋଗ ପତ୍ର ସଂକଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସୂଚନା ଦେଇଛନ୍ତି।

ନିର୍ବାଚନୀ ଇସ୍ତାହାର କମିଟି ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯିବ ଏବଂ ଉକ୍ତ ମତକୁ ଇସ୍ତାହାର ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯିବ। ଦଳର ନିର୍ବାଚନ ଇସ୍ତାହାର ତିଆରିରେ ସାଧାରଣ ଜନତାଙ୍କ ଭାଗିଦାରି ରହିବ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନ କ୍ରମେ ସାଧାରଣ ଜନତାଙ୍କ ନିକଟରୁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ପାଇଁ ଦଳ ମତାମତ ସଂଗ୍ରହ କରିବ। ଏଥିସହ ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଜୀ ଓଡ଼ିଶା ଗସ୍ତ କରିବା ସମ୍ଭାବନା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି।

ଫେବୃୟାରୀ ୭ତାରିଖ ଦିନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଏବଂ ଆଜି ୨୭ ଫେବୃୟାରୀରେ ୧୪୬ ବିଧାନସଭାର ପ୍ରଭାରୀ ଓ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି।

ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ଶ୍ରୀ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ଡ. ଯତୀନ ମହାନ୍ତି, ସୀମାଚଂଳ ଖଟେଇ, ପୂର୍ଣ୍ଣିମା କେରକେଟା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ସରକାର ଗଢିବା ସ୍ବପ୍ନ ଦେଖି ନୂଆଦିଲ୍ଲୀ ଅଧିବେସନରୁ ଫେରିଲେ ବିଜେପି ନେତା

ଭୁବନେଶ୍ବର: ଶେଷ ହେଲା ନୂଆଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେସନ। ଏଥିରେ ସାରା ଭାରତରୁ ବିଜେପି ନେତାମାନେ ଯୋଗଦେଇଥିଲେ। ସେହିପରି ଓଡିଶାରୁ ପ୍ରାୟ ଦୁଇଶହରୁ ଉର୍ଦ୍ଧ ନେତା ଏହି ଅଧିବେସନରେ ଯୋଗ ଦେଇଥିଲେ। ଏହି ଅଧିବେସନ ଥିଲା କେବଳ ସଂଗଠନର ପ୍ରଚାର ଓ କର୍ମିଙ୍କୁ ଉତ୍ସାହିତ କରିବା। ସେଠାରେ ରାଜ୍ୟ ରଣନୀତି ସଂପର୍କରେ କିଛି ଆଲୋଚନା ହୋଇଥିବାର ଜଣାପଡୁ ନାହିଁ।

ହେଲେ ଓଡିଶା ବିଜେପି ନେତା ବେଶ୍ ଉତ୍ସାହିତ। ସେମାନେ ସେଠାରୁ କି ଗୁରୁମନ୍ତ୍ର ପାଇଲେ କେଜାଣି, ଅଧିବେସନ ନ ସରୁ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ଘୋଷଣା କଲେ। ବିଜେପି ସଭାପତି ମନମୋହନ ସାମଲ କହିଲେ ଯେ, ଓଡିଶାରେ ବିଜେଡି 24 ବର୍ଷରେ ଯାହା ନ କରିଛି ବିଜେପି ସରକାରକୁ ଆସିଲେ ତାହା 5 ବର୍ଷରେ କରିଦେବ। ଏହା ଏକ ରାଜନୈତିକ ବାଣ ଯାହା ଢୋ କରି ଫୁଟି ଉଭାନ ହୋଇଯିବ।

ମନମୋହନ କହିଛନ୍ତି ଯେ, ଏଥର ନିର୍ବାଚନରେ ଦଳର ସ୍ଳୋଗାନ ହେବ “ଫିର୍ ଏକବାର ମୋଦି ସରକାର, ଓଡିଶାରେ ବିଜେପି ସରକାର” ରହିବ। ଓଡ଼ିଶାରେ ବିଜେପି ବହୁମତରେ ସରକାର ଗଠନ କରୁ ବୋଲି ରାଜ୍ୟର ସାଧାରଣ ଜନତା ଚାହୁଛନ୍ତି। ତେଣୁ ଗଣତନ୍ତ୍ରରେ ଲୋକେ ଯାହା ଚାହୁଁଛନ୍ତି ତାକୁ ଆମ ଦଳ ସମ୍ମାନ ଦେବ ବୋଲି ମନମୋହନ ବେଶ ଉତ୍ସାହିତ ହୋଇ କହିଛନ୍ତି।

ସେହିପରି ସେ କହିଛନ୍ତି ଯେ, ମୋଦି ଓଡ଼ିଶାକୁ ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କାର ହିସାବ ଏଯାଏଁ ରାଜ୍ୟ ସରକାର ଦେଇପାରୁ ନାହାନ୍ତି। ଯାହା ରାଜ୍ୟ ସରକାରଙ୍କ ଭ୍ରଷ୍ଟ ଶାସନକୁ ପ୍ରମାଣିତ କରିଛି। ବିଜେପି ସରକାରକୁ ଆସିଲେ ରାଜ୍ୟର ଅଗଣିତ ଗରିବ ଜନତା ଯେଉଁ ୪୦ଲକ୍ଷ କୋଟି ଟଙ୍କା ଚିଟ୍‌ଫଣ୍ଡରେ ହରାଇଥିଲେ ତାହାକୁ ଦଳ ଫେରସ୍ତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ତେବେ ସାମଲଙ୍କ ଏହି ବକ୍ତବ୍ୟରେ କୌଣସି ନୂତନ ତଥ୍ୟ ନାହିଁ। ପୂର୍ବରୁ ମଧ୍ୟ ସେ ଏହିପରି ବିଜେଡି ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ହେଲେ ଓଡିଶାରେ ବିଜେପି ସରକାର ଆସୁ ବୋଲି କାହିଁକି ମୋଦି କହୁ ନାହାଁନ୍ତି ବୋଲି ପରଚାରିଲେ ଚୁପ ରହୁଛନ୍ତି। ବିଜେଡି ସମର୍ଥନରେ କାହିଁକି ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ଗଲେ ବୋଲି ପଚାରିଲେ କଥାକୁ ବୁଲେଇ ବଙ୍କେଇ ଉତ୍ତର ଦେଉଛନ୍ତି।

ତେବେ ଘଟଣା ହେଲା ଯେ, ସେହି ଅଧିବେସନରେ ଯୋଗଦେଇଥିବା କିଛି ବିଜେପି ନେତା ନିଜ ନାମ ଗୋପନ ରଖି କହିଛନ୍ତି ଯେ କିଛି ନୂତନତ୍ବ ନାହିଁ। ରାଷ୍ଟ୍ରୀୟ ବିଜେପିର ଗୋଟିଏ ଉଦ୍ଦେଶ୍ୟ ମୋଦି ପୁଣି କିପରି ଆସନ୍ତୁ। କେନ୍ଦ୍ରରେ ବିଜେପି ସରକାର ରହୁ। ହେଲେ ରାଜ୍ୟରେ କିଏ ଆସିବ ନ ଆସିବ ସେଥିପାଇଁ ତାଙ୍କର କୈଣସି ଗୁରୁତ୍ବ ନାହିଁ। ତେଣୁ ଏଠାରେ କୌଣସି ରାଜ୍ୟ ରଣନୀତି ଉପରେ କିଛି ଆଲୋଚନା ହୋଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦିଲ୍ଲୀ ଗଲେ ଓଡିଶା ବିଜେପି ନେତା, ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଦେବେ ଯୋଗ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଆସନ୍ତାକାଲିଠାରୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ।

ଆସନ୍ତାକାଲି ୧୭ ତାରିଖ ଦିନ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ରାଷ୍ଟ୍ରୀୟ ଅଧିବେଶନକୁ ଉଦ୍‌ଘାଟନ କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୂଚନା ଦେଇଛନ୍ତି।

ଏହି ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ରାଜ୍ୟ କୋର କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି, ଅର୍ଥ କମିଟି ସଦସ୍ୟ, ଲୋକସଭା ପ୍ରଭାରୀ, ସଂଯୋଜକ, ବିସ୍ତାରକ, ରାଜ୍ୟ ମୁଖପାତ୍ର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେବେ।

ଆସନ୍ତା ୧୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିବେ। ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେବା ପାଇଁ ଓଡିଶାରୁ ଅପେକ୍ଷିତ ସମସ୍ତ ନେତୃବୃନ୍ଦ ଦିଲ୍ଲୀ ଯାଇଛନ୍ତି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ରାଜ୍ୟ ବିଜେପି ଘୋଷଣା କଲା ବିଭିନ୍ନ ସେଲ୍ ର ସଂଯୋଜକଙ୍କ ନାମ, ଜାଣନ୍ତୁ କିଏ

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ବିଭିନ୍ନ ପ୍ରକୋଷ୍ଠ ବା ସେଲ୍ ର ରାଜ୍ୟ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରାଯାଇଛି । ସେମାନେ ହେଲେ

୦୧. ବୁଦ୍ଧିଜୀବୀ ପ୍ରକୋଷ୍ଠ – ଶ୍ରୀ ସୁଦର୍ଶନ ନାୟକ

୦୨. ଶିକ୍ଷକ ପ୍ରକୋଷ୍ଠ – ଶ୍ରୀ ଲକ୍ଷ୍ମୀକାନ୍ତ ମିଶ୍ର

୦୩. ଆଇନଜୀବି ପ୍ରକୋଷ୍ଠ – ଶ୍ରୀ ସୌର ଚନ୍ଦ୍ର ମହାପାତ୍ର

୦୪. ସମବାୟ ପ୍ରକୋଷ୍ଠ – ଶ୍ରୀ ଶ୍ରୀରଞ୍ଜନ ମଙ୍ଗରାଜ

୦୫. ଶିଳ୍ପଦ୍ୟୋଗୀ ପ୍ରକୋଷ୍ଠ – ଶ୍ରୀ ପ୍ରଭାତ କେଶରୀ ମିଶ୍ର

୦୬.ବ୍ୟବସାୟୀ ପ୍ରକୋଷ୍ଠ – ଶ୍ରୀ ଗୋବିନ୍ଦ ଅଗ୍ରୱାଲ

୦୭. ସି.ଏ ପ୍ରକୋଷ୍ଠ – ଶ୍ରୀ ମିହିର ସାହୁ

୦୮. ଅର୍ଥନୀତି ପ୍ରକୋଷ୍ଠ – ଡକ୍ଟର କେ.ସି ପାଣିଗ୍ରାହୀ

୦୯. ନଗରାଚଂଳ ପ୍ରକୋଷ୍ଠ – ଶ୍ରୀ ଜୀବନ ପ୍ରଦୀପ ଦାସ (ପୂର୍ବତନ ବିଧାୟକ)

୧୦. ପଂଚାୟତିରାଜ ପ୍ରକୋଷ୍ଠ-ଶ୍ରୀ ଶଙ୍କର୍ଷଣ ପରିଡା

୧୧. ମେଡିକାଲ ପ୍ରକୋଷ୍ଠ-ଡାକ୍ତର କୈଳାଶ ବିଶ୍ୱାଳ

୧୨. ଇ.ଡବ୍ଲ୍ୟୁ.ଏସ ପ୍ରକୋଷ୍ଠ-ଶ୍ରୀ କୁଳମଣି ମିଶ୍ର

୧୩. ମତ୍ସ୍ୟଜୀବୀ ପ୍ରକୋଷ୍ଠ -ଶ୍ରୀ ବିଜୟ ମଲ୍ଲିକ

୧୪. ସାଂସ୍କୃତିକ ପ୍ରକୋଷ୍ଠ-ଶ୍ରୀମତି ପିଙ୍କି ପ୍ରଧାନ

୧୫. ପୂର୍ବସୈନିକ ପ୍ରକୋଷ୍ଠ-କର୍ଣ୍ଣେଲ. ବିରେନ୍ଦ୍ର ବସ୍ତିଆ

୧୬. ପ୍ରବାସୀ ଓଡ଼ିଆ ପ୍ରକୋଷ୍ଠ-ଶ୍ରୀ ଜ୍ୟୋତି ରଞ୍ଜନ ନାୟକ ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୈାହାନ, ଦେବେ ଗୁରୁମନ୍ତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ଚୈାହାନ ଆଜି ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ଚୈାହାନ ଆଜି ଭୁବନେଶ୍ୱର ପହଂଚିବା ପରେ ସିଧା ଜଗତସିଂହପୁର ଗସ୍ତ କରିବେ । ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ଚୈାହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ ।

ଏହା ପରେ ସେ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶ୍ରୀ ଚୈାହାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ବିଜେପିର ପ୍ରମୁଖ ପଦାଧିକାରୀଙ୍କ ବୈଠକରେ ପ୍ରସ୍ତୁତ ହେଲା ଆସନ୍ତା ନିର୍ବାଚନ ପାଇଁ ରଣନୀତି

ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଣ ରହିବ ରଣନୀତି ସେ ନେଇ ପ୍ରସ୍ତୁତି କରାଯାଇଛି।

ଏଥିରେ ରାଜ୍ୟ ନିର୍ବାଚନ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଶ୍ରୀମତୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପୃଥକ ପୃଥକ ଭାବେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଏବଂ ମିଡିଆ ବିଭାଗ ସହ ବୈଠକ ଅନୁଷ୍ଠିତ ହୋଇଛି।

ଏ ନେଇ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଅନୁଷ୍ଠିତ ହେଉଥିବା ଉକ୍ତ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ଦଳର ସାଙ୍ଗଠନିକ ପୁର୍ନବିନ୍ୟାସ ବିଷୟରେ ଆଲୋଚନା ହେବା ସହ ଅନେକ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ଏଥି ସହ ଦଳ ତରଫରୁ ରାଜ୍ୟରେ ସଫଳ ଭାବେ ଚାଲିଥିବା ବୁଥ୍ ଚାଲ, ଗାଁ ଚାଲ, ଶକ୍ତିବନ୍ଦନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଛି । ସଂଗଠନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଓଡିଶା ଗସ୍ତ ପାଇଁ ଆସୁଥିବା ଅନେକ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ବୈଠକରେ ଧାର୍ଯ୍ୟ ହୋଇଥିବା ସମସ୍ତ ରଣନୀତି ଓ ରୋଡମ୍ୟାପକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରି ଓଡିଶାବାସୀଙ୍କ ଆଶୀର୍ବାଦ ପ୍ରାପ୍ତ କରି ଓଡିଶାରେ ସରକାର ଗଠନ କରିବୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶା ଗସ୍ତରେ କାହିଁକି ଆସୁଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୈାହାନ ଆସନ୍ତା କାଲି ୧୩ ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ଶ୍ରୀ ଚୈାହାନ ଆସନ୍ତା କାଲି ମଧ୍ୟାହ୍ନ ୧୨ ଟାରେ ଭୁବନେଶ୍ୱର ପହଂଚିବା ପରେ ସିଧା ଜଗତସିଂହପୁର ଗସ୍ତ କରିବେ।

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବା ପରେ ଶ୍ରୀ ଚୈାହାନ ପ୍ରସିଦ୍ଧ ମା ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିବେ। ଏହା ପରେ ଶ୍ରୀ ଚୈାହାନ ସଂଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ।

କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ଶ୍ରୀ ଚୈାହାନ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ସୁଚନା ଦେଇଛନ୍ତି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ସରପଞ୍ଚ ଓ ଶତାଧିକ କର୍ମି

ଭୁବନେଶ୍ୱର: ଆଜି କଟକ ସଦର ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ଶାଳଗାଁ ସରପଂଚ ପବିତ୍ର ମୋହନ ଉପାଧ୍ୟାୟ, ନଖରା ସରପଂଚ ମଧୁଛନ୍ଦା ଉପାଧ୍ୟାୟ ଓ ବରିଷ୍ଠ ନେତା ଜୟନ୍ତ ବେହେରାଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟୀରେ ସାମିଲ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପାର୍ଟିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ପ୍ରକାଶ ବେହେରା, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ପାଢ଼ୀ, ଯୁବମୋର୍ଜା ରାଜ୍ୟ ସମ୍ପାଦକ ଗଗନ ଓଝା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନଳିନୀ ରାୟ, ପୂର୍ବତନ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଓବିସି ମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ପଛୁଆ ବର୍ଗଙ୍କ ଅଧିକାର ସଂପର୍କରେ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରିଆସିଥିବା କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀ ବିଶ୍ୱର ଲୋକପ୍ରିୟ ନେତା ତଥା ଦେଶର ପ୍ରଧାନମନ୍ତ୍ରୀଙ୍କ ଜାତିକୁ ନେଇ ଅପମାନ ସୂଚକ ମନ୍ତବ୍ୟ ଏବଂ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ରାହୁଲ ଗାନ୍ଧୀଙ୍କର ହୀନମାନସିକତାର ପରିଚୟ ବୋଲି ଓବିସି ମୋର୍ଚ୍ଚା ତରଫରୁ କୁହାଯାଇଛି।

ଆଜି ରାମମନ୍ଦିର ଛକରେ ଓବିସି ମୋର୍ଚ୍ଚା ତରଫରୁ ଏକ ରାଲି କରାଯାଇ କଂଗ୍ରେସର ଅନଭିଜ୍ଞ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟର ପ୍ରତିବାଦ କରାଯିବା ସହିତ ତାଙ୍କର କୁଶପୁତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧୀଙ୍କର ବାରମ୍ବାର ପଛୁଆବର୍ଗମାନଙ୍କ ପ୍ରତି ଏବଂ ଦେଶର ପ୍ରଧାନମନ୍ତ୍ରୀ ପ୍ରତି ଏଭଳି ମନ୍ତବ୍ୟକୁ ବିଜେପି ଓବିସି ମୋର୍ଚ୍ଚା ତ୍ରୀବ୍ର ବିରୋଧ କରିଛି। ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କର ଏଭଳି ମନ୍ତବ୍ୟକୁ ଦେଶର ସମସ୍ତ ପଛୁଆବର୍ଗ ଜନତା ଉପଯୁକ୍ତ ଜବାବ ଦେବେ ବୋଲି ପଛୁଆବର୍ଗ ମୋର୍ଚ୍ଚା ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି।

ଓବିସି ବର୍ଗମାନଙ୍କ ଅଧିକାର ସମ୍ପର୍କରେ ପୂର୍ବରୁ ଗଠିତ କମିଶନମାନଙ୍କ ସୁପାରିଶକୁ କଂଗ୍ରେସ ଦଳ ଦୀର୍ଘଦିନ ଧରି ଶୀତଳ ଭଣ୍ଡାରକୁ ଫିଙ୍ଗି ଦେଇଥିଲେ। ଦେଶର ଦାୟିତ୍ୱ ନରେନ୍ଦ୍ର ମୋଦୀ ନେବା ପରେ ପଛୁଆ ବର୍ଗଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିଷ୍ପତିକୁ କଂଗ୍ରେସ ଓ ତାଙ୍କ ନେତା ରାହୁଲ ଗାନ୍ଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଜାତି ନାମରେ ଦେଶର ପ୍ରଧାନମନ୍ତ୍ରୀ ତଥା ଦେଶର ୫୪ଭାଗ ଓବିସି ବର୍ଗଙ୍କୁ ଅପମାନିତ କରିଥିବାରୁ ରାହୁଲ ଗାନ୍ଧୀ ନିସର୍ତ କ୍ଷମା ମାଗନ୍ତୁ ବୋଲି ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି।

ଏହି ପ୍ରତିବାଦ ଶୋଭାଯାତ୍ରାରେ ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା, ରାଜ୍ୟ ଓବିସି ମୋର୍ଚ୍ଚାର ସମ୍ପାଦକ ରଶ୍ମୀରଞ୍ଜନ ମୁଦୁଲି, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର, ଜଗଦିଶ ପ୍ରଧାନ, ପ୍ରଶାନ୍ତ ନାୟକ, ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ, ବାନାମ୍ବର ହାଟୁଆ, ସ୍ନେହାଶୀଷ୍ ସାହୁ, ଯଯାତି କେଶରୀ ବିଶ୍ୱାଳ, ଭୀଷ୍ମସେନ ନାୟକ ତଥା ଅନ୍ୟାନ୍ୟ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଘୋଷଣା ହେଲା ବିଜେପିର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ

ଭୁବନେଶ୍ଵର: ଲୋକସଭା ନିର୍ବାଚନ-୨୦୨୪ ପାଖେଇ ଆସୁଛି। ତେଣୁ ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଲଢିବା ପାଇଁ ଅଣ୍ଟା ଭିଡ଼ିଛି।

ତେବେ ଓଡିଶା ବିଜେପି ଆଜି ୨୧ ଲୋକସଭା ଆସନ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା କରିଛି। ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀ ପାଇଁ ଜୀବନ ସାହୁଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କାଣ୍ଡିଙ୍କୁ ସଂଯୋଜକ ଭାବେ ମନୋନୀତ କରାଯାଇଛି। ସେହିଭଳି କଟକ ନିର୍ବାଚନ ମଣ୍ଡଳୀରେ ପ୍ରତାପ କୁମାର ମିଶ୍ରଙ୍କୁ ପ୍ରଭାରୀ ଏବଂ ସୁକାନ୍ତ ବିଶ୍ଵାଳଙ୍କୁ ସଂଯୋଜକ ରୂପେ ମନୋନୀତ କରାଯାଇଛି।

ସେହିଭଳି ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଓ ପ୍ରେମାନନ୍ଦ ଜେନାଙ୍କୁ ସଂଯୋଜକ ଭାବେ ଘୋଷଣା କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ୨୧ ଲୋକସଭା ଆସନ ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି।

ଏହି ପ୍ରଭାରୀ ଏବଂ ସଂଯୋଜକମାନେ ଆସନ୍ତା ନିର୍ବାଚନ ପାଇଁ ସେମାନଙ୍କୁ ଦିଆଯାଇଥିବା ନିର୍ବାଚନ ମଣ୍ଡଳୀର ସମସ୍ତ କାର୍ଯ୍ୟ ତଦାରଖ କରିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଷ୍ଟ୍ରୀୟ ବିଜେପିର ଘୋଷଣା, ଓଡିଶା ପାଇଁ ଦୁଇଜଣ ନିର୍ବାଚନ ପ୍ରଭାରୀ, ବୈଜୟନ୍ତଙ୍କୁ ୟୁପି ଦାୟିତ୍ବ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ଆଜି ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନାମ ତାଲିକା ଘୋଷଣା କରିଛନ୍ତି।

ଓଡ଼ିଶା ପାଇଁ ଶ୍ରୀ ବିଜୟ ପାଲ ସିଂହ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିବାବେଳେ ଶ୍ରୀମତୀ ଲତା ଉସେଣ୍ଡିଙ୍କୁ ସହପ୍ରଭାରୀ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ତୋମାର ଉତର ପ୍ରଦେଶରୁ ସାଂସଦ ଏବଂ ଶ୍ରୀମତୀ ଉସେଣ୍ଡି ଛତିଶଗଡରେ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି।

ଉଭୟ ରାଜ୍ୟରେ ବିଜେପି ସରକାର ଗଠନରେ ଶ୍ରୀ ତୋମାର ଓ ଶ୍ରୀମତୀ ଲତା ଉସେଣ୍ଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ୨ ଜଣଙ୍କ ରାଜନୈତିକ ଏବଂ ସାଂଗଠନିକ ଦକ୍ଷତା ଓଡିଶାରେ ବିଜେପି ସରକାର ଗଠନ କରିବାର ବେଶ୍ ସହାୟକ ହେବ। ଓଡିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓ ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ସରକାର ଗଠନ ପାଇଁ ଏଭଳି ଦକ୍ଷ ନେତାଙ୍କୁ ଓଡ଼ିଶା ପାଇଁ ଚୟନ କରିଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଜୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହାସହ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ସାମଲ ଦୃଢ଼କ୍ତି ପ୍ରକାଶ କରିଛନ୍ତି। ସେହିପରି ଓଡିଶାର ବୈଜୟନ୍ତ ପଣ୍ଡାଙ୍କୁ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି।

Categories
ଆଞ୍ଚଳିକ

ବିଜେପି ପକ୍ଷରୁ ଜାତୀୟ ଭୋଟର ଦିବସ ପାଳିତ

ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି।

ଏହି ଦିବସରେ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ଯୋଗଦେଇ ଯୁବ ପିଢୀ ନିଜର ମୁଲ୍ୟବାନ ମତଦାନକୁ କିପରି ସଠିକ୍ ଭାବରେ ସାବ୍ୟସ୍ତ କରିବେ ପ୍ରକାଶ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ସାହୁ , ନେତ୍ରାନନ୍ଦ ରାଉଳ ପ୍ରମୁଖ ମତଦାନ ସଂପର୍କରେ ନୂତନ ଭୋଟର ମାନଙ୍କୁ ଆଲୋଚନା ମାଧ୍ୟମରେ ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମକୁ ରାମାନୂଜ ମହାପାତ୍ର ସଂଯୋଜନା କରିଥିଲେ। ନାକଟିଦେଉଳ ଓ ରେଢାଖୋଲ ବ୍ଲକ୍ ର ବହୁ ଯୁବ ଭୋଟର ଭାଇମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

‘କାନ୍ଥ ଲିଖନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ, ମହିଳା, ଚାଷୀ, ଯୁବକ, ଜନଜାତି, ଦଳିତ ତଥା ପଛୁଆବର୍ଗଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଗାଁ ଗାଁରେ ମୋଦି ଗ୍ୟାରେଂଟି ପହଂଚାଇବା ପାଇଁ ‘କାନ୍ଥ ଲିଖନ’ ଅଭିଯାନ ଆରମ୍ଭ ହୋଇଛି।

ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀଙ୍କ ଅଧିକ ଆସ୍ଥାଭାଜନ ହେବ ଭାରତୀୟ ଜନତା ପାର୍ଟି ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ। ସାଢ଼େ ଚାରିକୋଟି ଓଡିଆଙ୍କ ସମେତ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଚିହ୍ନ ହେଉଛି ପଦ୍ମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୫୫ ଠାରେ ‘କାନ୍ଥ ଲିଖନ’ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପଦ୍ମଚିହ୍ନ ଆଙ୍କିଛନ୍ତି ଶ୍ରୀ ସାମଲ। ୨୦୧୪ ଏବଂ ୨୦୧୯ରେ ବିଜେପି ପାର୍ଟିକୁ ଦେଶର ଲୋକମାନେ ପୂର୍ଣ୍ଣ ଆର୍ଶୀବାଦ ଦେଇଛନ୍ତି। ଗତ ୧୦ବର୍ଷ ମଧ୍ୟରେ ଦେଶରେ ବିକାଶର ନୂତନ ଦିଗ ଆରମ୍ଭ ହୋଇଥିଲା।

ଏହି ‘କାନ୍ଥ ଲିଖନ’ ଅଭିଯାନ ମାଧ୍ୟମରେ ୨୦୨୪ରେ ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ଜନତାଙ୍କୁ ନିବେଦନ କରୁଛୁ । ଫଳରେ ଦେଶରେ ସ୍ଥିର ବିକାଶ ହୋଇପାରିବ । ସମର୍ଥନ, ବିକାଶ, ବିଶ୍ୱାସ ଏବଂ ଦେଶରେ ଅନ୍ତର୍ଭୁକ୍ତ କରି ସମସ୍ତଙ୍କ ଉଦ୍ୟମକୁ ଆଗକୁ ବଢ଼ାନ୍ତୁ।

କାନ୍ଥରେ ଲେଖାଯାଇଥିବା ପ୍ରତ୍ୟେକ ବାକ୍ୟ ଦଳର ପ୍ରତିବଦ୍ଧତା ଏବଂ ସଂକଳ୍ପର ପ୍ରତୀକ ଅଟେ। ଦଳ ଦେଇଥିବା ପ୍ରତିଶ୍ରୁତି ତଥା କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ ଉଲ୍ଳେଖ କରାଯିବ। ମୋଦିଜୀଙ୍କ ସ୍ଲୋଗାନରୁ ଆରମ୍ଭ ହୋଇଥିବା ‘କାନ୍ଥ ଲିଖନ’ ଅଭିଯାନ ପ୍ରତ୍ୟେକ କାର୍ଯ୍ୟକର୍ତା ସଫଳ କରିବା ଉଚିତ ବୋଲି ଶ୍ରୀ ସାମଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜାରାଣୀ ମଣ୍ଡଳର ସଭାପତି ଅମରଜ୍ୟୋତି ଜଗଦେବ, ଦିଲୀପ ବେହେରା, କୁନ୍ତଳା ସାହୁ, ସିଦ୍ଧାର୍ଥ ଦାସ, ସ୍ୱୟମ୍ଭୁ ମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ସୋମନାଥ ମନ୍ଦିରର ପ୍ରାଣପ୍ରତିଷ୍ଠାରେ ନେହେରୁଙ୍କ ଅନୁପସ୍ଥିତିର କାହାଣୀ କ’ଣ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦଳକୁ ନିମନ୍ତ୍ରଣ ମିଳିଥିଲା। କଂଗ୍ରେସ ଏହାକୁ ବିଜେପି ଓ ଆରଏସଏସର ଏକ କାର୍ଯ୍ୟକ୍ରମ ବୋଲି କହି ପ୍ରତ୍ୟାଖ୍ୟାନ କରିଛି। ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ ହେବା ପରେ ରାଜନୀତି ସରଗରମ ହୋଇଛି। ଭାରତୀୟ ଜନତା ପାର୍ଟି (ବିଜେପି) ଏହାକୁ ୭୩ ବର୍ଷ ତଳେ ସୋମନାଥ ମନ୍ଦିର ଉଦ୍‍ଘାଟନ ସହ ଯୋଡ଼ିଛି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। କଂଗ୍ରେସ ରାମ ବିରୋଧୀ ବୋଲି ବିଜେପି ଅଭିଯୋଗ କରିଛି। ସାତ ଦଶନ୍ଧି ପୂର୍ବର କଥା ମନେପକାଇ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ମଧ୍ୟ ଏହି ସମଗ୍ର ପ୍ରସଙ୍ଗରେ ସମାଲୋଚନା କରାଯାଇଛି। ଏହାପରେ ନେହେରୁ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କୁ ସୋମନାଥ ମନ୍ଦିର ଉଦ୍‍ଘାଟନ ଉତ୍ସବରେ ଯୋଗଦେବାକୁ ବାରଣ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଖୋଲାଖୋଲି ମତଭେଦ ହୋଇଥିଲା। କ’ଣ ଥିଲା ସେହି କାହାଣୀ? ଆସନ୍ତୁ ଜାଣିବା ଏଠାରେ….

ଏହା ସାତ ଦଶନ୍ଧି ପୂର୍ବର କଥା। ବର୍ତ୍ତମାନ ଭଳି ବାତାବରଣ ଭଳି ପ୍ରାୟ ସମାନ ସ୍ଥିତି ଥିଲା। ତାରିଖ ଥିଲା ୧୧ ମଇ ୧୯୫୧। ଗୁଜରାଟରେ ଉଦ୍‍ଘାଟିତ ହେଲା ସୋମନାଥ ମନ୍ଦିର। ଏହା ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ। ଆକ୍ରମଣକାରୀମାନେ ଏହି ମନ୍ଦିରକୁ ଅନେକ ଥର ଧ୍ୱଂସ କରିଥିଲେ। ଔରଙ୍ଗଜେବଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଭାଙ୍ଗି ଦିଆଯାଇଥିଲା। ସ୍ୱାଧୀନତା ପରେ ଏହାର ପୁନଃନିର୍ମାଣ କରାଯାଇଥିଲା। ଏହାର ଶ୍ରେୟ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଯାଉଛି।

୧୯୫୧ ମସିହା ମଇ ୧୧ ତାରିଖରେ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମନ୍ଦିରରେ ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିଥିଲେ। ରାଜେନ୍ଦ୍ର ପ୍ରସାଦଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣକୁ ନେହେରୁ ବିରୋଧ କରିଥିଲେ। ନେହେରୁ ଏଥିରେ ଯୋଗଦେବାକୁ ସ୍ପଷ୍ଟ ମନା କରିଦେଇଥିଲେ। ରାଜେନ୍ଦ୍ର ପ୍ରସାଦଙ୍କୁ ଚିଠି ଲେଖି ନେହେରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ମଧ୍ୟ ରାଜେନ୍ଦ୍ର ପ୍ରସାଦଙ୍କ କୁହାଯାଇଥିଲା।

ପ୍ରସାଦଙ୍କୁ ଚିଠି ଲେଖିଲେ ନେହେରୁ

ସୋମନାଥ ମନ୍ଦିର ଉଦ୍‍ଘାଟନ କାର୍ଯ୍ୟକ୍ରମର ପ୍ରାୟ ତିନିମାସ ପୂର୍ବରୁ ନେହେରୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ୧୯୫୧ ମସିହା ମାର୍ଚ୍ଚ ୧୩ ତାରିଖରେ ଲେଖାଯାଇଥିଲା। ସେ ଲେଖିଛନ୍ତି- ଯଦି ଆପଣ ଭାବୁଛନ୍ତି ଯେ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ଆପଣଙ୍କ ପାଇଁ ଠିକ୍ ହେବ ନାହିଁ, ତେବେ ମୁଁ ଆପଣଙ୍କ ଉପରେ ଚାପ ପକାଇବି ନାହିଁ। ନେହେରୁ ଲେଖିଥିଲେ ଯେ ରାଜେନ୍ଦ୍ର ପ୍ରସାଦଙ୍କ ସୋମନାଥ ମନ୍ଦିର ଗସ୍ତ ରାଜନୈତିକ ଗୁରୁତ୍ୱ ବହନ କରୁଛି। ଏହା କୌଣସି ସରକାରୀ କାର୍ଯ୍ୟକ୍ରମ ନୁହେଁ। ତେଣୁ ସେମାନେ ଏଥିରେ ଯିବା ଉଚିତ ନୁହେଁ।

ବାସ୍ତବରେ ନେହେରୁ ଚାହୁଁନଥିଲେ ଯେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିବା ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ। ନେହେରୁ ଅନୁଭବ କରିଥିଲେ ଯେ ଏହା ଜନସାଧାରଣଙ୍କୁ ଏକ ଭୁଲ ବାର୍ତ୍ତା ଦେଇପାରେ। ଏହି କାରଣରୁ ନେହେରୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ଭିନ୍ନକଥା ଯେ ପ୍ରସାଦ ନେହେରୁଙ୍କ କଥା ନ ଶୁଣି ସୋମନାଥ ମନ୍ଦିର ଉଦ୍‍ଘାଟନରେ ଯୋଗ ଦେଇଥିଲେ।

ରାଜେନ୍ଦ୍ର ପ୍ରସାଦ ଚିଠିର ଉତ୍ତର ଦେଇଛନ୍ତି

ନେହେରୁଙ୍କ ଚିଠିର ଜବାବରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ମଧ୍ୟ ଏକ ଚିଠି ଲେଖିଥିଲେ। ପ୍ରସାଦ ଲେଖିଛନ୍ତି- ମୁଁ ମୋ ଧର୍ମରେ ବହୁତ ବିଶ୍ୱାସ କରେ ଏବଂ ଏଥିରୁ ନିଜକୁ ଅଲଗା କରିପାରିବି ନାହିଁ। ତା’ପରେ ସେ କେବଳ ଉଦ୍‍ଘାଟନ ଉତ୍ସବରେ ଯୋଗ ଦେଇନଥିଲେ, ତେବେ କାର୍ଯ୍ୟକ୍ରମ ଅନୁଯାୟୀ ଶିବଲିଙ୍ଗ ମଧ୍ୟ ପ୍ରତିଷ୍ଠା କରିଥିଲେ। ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁନଃନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏ ନେଇ ସେ ମହାତ୍ମା ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଗାନ୍ଧୀ ଏହି ପ୍ରସ୍ତାବକୁ ପ୍ରଶଂସା କରିଥିଲେ। କିନ୍ତୁ ସର୍ତ୍ତ ଥିଲା ଯେ ଏଥିରେ ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚ କରାଯିବ ନାହିଁ। ପଟେଲ ଏହି ସର୍ତ୍ତକୁ ଅକ୍ଷରରେ ପାଳନ କରିଥିଲେ।

Categories
ବିଶେଷ ଖବର

ରାମ ମନ୍ଦିରରୁ ବିଜେପିକୁ ଫାଇଦା ମିଳିବ କି?: ଏନଡିଏର ବିଜୟ ଅଭିଯାନକୁ ରୋକିବା ପାଇଁ ଇଣ୍ଡି ମେଣ୍ଟ କେଉଁଠି ଦୁର୍ବଳ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ଲଗାତାର ତୃତୀୟ ବିଜୟ ହାସଲ ପାଇଁ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସହାୟତା ହେବ ବୋଲି ବିଜେପି ବିଚାର କରୁଛି। ଏଭଳି ପରିସ୍ଥିତିରେ ବିଜେପି କୌଣସି ପ୍ରକାର ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହିଁ। ଆଗାମୀ ୩ ମାସ ପର୍ଯ୍ୟନ୍ତ ଦଳ ଏହି ବାହାନାରେ ସମଗ୍ର ଦେଶରେ ଏଭଳି ବାତାବରଣ ସୃଷ୍ଟି କରିବାକୁ ଚାହୁଁଛି ଯେଉଁଥିରୁ ବିଜେପିକୁ କୌଣସି ସ୍ଥାନରେ କୌଣସି ପ୍ରକାର ଚ୍ୟାଲେଞ୍ଜ ନ ମିଳେ ଏବଂ ଏହା ଉଠିବା ପୂର୍ବରୁ ବିରୋଧୀଙ୍କ ମନୋବଳ ଦୁର୍ବଳ ହୋଇଯିବ। ବିଜେପି ଅନୁଭବ କରୁଛନ୍ତି ଯେ ଇଣ୍ଡି ମେଣ୍ଟ ପ୍ରତି ଆସନରେ ବିରୋଧୀ ଦଳ ପକ୍ଷରୁ ଜଣେ ପ୍ରାର୍ଥୀ ଦେବାକୁ ଚେଷ୍ଟା କରୁଛି।

ଏଭଳି ସ୍ଥିତିରେ ବିଜେପି ଏହି ସବୁ ଆସନ ଜିତିବା ପାଇଁ ୫୦ ପ୍ରତିଶତ ଭୋଟ ସୀମା ଅତିକ୍ରମ କରିବାକୁ ଚାହୁଁଛି। କାରଣ ଏପରି ନ କଲେ ଇଣ୍ଡି ମେଣ୍ଟ ବିଜେପି ହାତରୁ କ୍ଷମତା ଛଡ଼ାଇ ନେଇପାରେ। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏହି ସାଧାରଣ ନିର୍ବାଚନକୁ ହାଲୁକାଭାବେ ନେଉନାହାନ୍ତି ଏବଂ ଅତି କମରେ ୫୦ ପ୍ରତିଶତ ଭୋଟ ପାଇବା ପାଇଁ ଦଳୀୟ କର୍ମୀଙ୍କୁ ଟାର୍ଗେଟ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଥର ରାମ ମନ୍ଦିରରୁ ଆଶୀର୍ବାଦ ସେମାନଙ୍କ ପାଇଁ ଉପଯୋଗୀ ହେବ ବୋଲି ବିଜେପି ଅନୁଭବ କରୁଛି।

ମମତା କାହିଁକି ରାଜି ହେଉନାହାନ୍ତି?

ଆଜିକାଲି ଇଣ୍ଡି ମେଣ୍ଟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ କ’ଣ ସମସ୍ୟା ରହିଛି? ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡ଼ିଛି ଯେ ଇଣ୍ଡି ମେଣ୍ଟର ଆବାହକ ପଦ ପାଇଁ ନୀତୀଶ କୁମାରଙ୍କ ନାମ ପ୍ରାୟ ସ୍ଥିର ହୋଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ମମତା ବାଧା ସୃଷ୍ଟି କରିଥିଲେ। ସେ ତାଙ୍କ ନାମରେ ରାଜି ହୋଇନଥିଲେ। ପ୍ରଥମେ ନୀତୀଶ କୁମାରଙ୍କ ଦଳ ଅନୁଭବ କରିଥିଲା ଯେ କଂଗ୍ରେସ ତାଙ୍କ ନାମକୁ ଅବରୋଧ କରୁଛି। କିନ୍ତୁ ପରେ ଜେଡିୟୁ ନେତାମାନେ ମଧ୍ୟ ଅନୁଭବ କରିଥିଲେ ଯେ କେବଳ ମମତାଙ୍କ ଯୋଗୁଁ ନୀତୀଶଙ୍କ ନାମରେ ସହମତି ପ୍ରକାଶ ପାଉନାହିଁ।

ଟିଏମସି ମୁଖ୍ୟଙ୍କ ସହ କ’ଣ ଅସୁବିଧା ଅଛି?

କଂଗ୍ରେସର ଜଣେ ବରିଷ୍ଠ ନେତା ଜେଡିୟୁ ଶିବିରକୁ ବାର୍ତ୍ତା ଦେଇଛନ୍ତି ଯେ ଯଦି ମମତା ରାଜି ହୁଅନ୍ତି ତେବେ ଗୋଟିଏ ମିନିଟ ମଧ୍ୟରେ ନୀତୀଶଙ୍କ ନାମ ଘୋଷଣା କରାଯିବ। ଏବେ ମମତା ବାନାର୍ଜୀଙ୍କର ନୀତୀଶ କୁମାରଙ୍କ ନାମରେ କ’ଣ ଅସୁବିଧା ରହିଛି ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ମମତା ବାନାର୍ଜୀ ଓ ନୀତୀଶ କୁମାରଙ୍କ ମଧ୍ୟରେ ପୂର୍ବରୁ ଭଲ ସମ୍ପର୍କ ଥିଲା। ଇଣ୍ଡି ମେଣ୍ଟ ପୂର୍ବରୁ ମଧ୍ୟ ଦୁହେଁ ଅନେକ ଥର ପରସ୍ପର ସହ ଠିଆ ହୋଇଛନ୍ତି । ଉଭୟ ଇଣ୍ଡି ମେଣ୍ଟରେ ମଧ୍ୟ ଏକାଠି ଅଛନ୍ତି। ଏଭଳି ପରିସ୍ଥିତିରେ ହଠାତ ଏମିତି କ’ଣ ଘଟିଲା ଯେ ମମତା ନୀତୀଶଙ୍କ ନାମରେ ରାଜି ହୋଇନଥିଲେ। ଏହା ପଛରେ ଜଣେ ନିର୍ବାଚନ ରଣନୀତିଜ୍ଞଙ୍କ ଭୂମିକା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Categories
ବିଶେଷ ଖବର

‘ସନାତନ ଧର୍ମ ବିରୋଧୀ ଇଣ୍ଡି ମେଣ୍ଟ’: ସୋନିଆ ଓ ମମତାଙ୍କ ଫଟୋ ଥିବା ପୋଷ୍ଟର ଜାରି କଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନେକ ବିରୋଧୀ ନେତା ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗ ଦେବେ ନାହିଁ। ଏହାକୁ ନେଇ ବିରୋଧୀ ଦଳ ଉପରେ ବିଜେପି ଆକ୍ରମଣ କରୁଛି। ସେପଟେ ଆଜି ବିଜେପି ପକ୍ଷରୁ ଏକ ପୋଷ୍ଟର ଜାରି କରାଯାଇଛି।

ବିଜେପି ପୋଷ୍ଟରରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ଅଧୀର ରଞ୍ଜନ ଚୌଧୁରୀ, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀଙ୍କ ଫଟୋ ରହିଛି। ଏଥିରେ ଲେଖାଯାଇଛି, ରାମ ମନ୍ଦିର, ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିବା ‘ସନାତନ ବିରୋଧୀ ଇଣ୍ଡି ମେଣ୍ଟ’ର ଚେହେରାମାନଙ୍କୁ ଚିହ୍ନଟ କରନ୍ତୁ।

ବାସ୍ତବରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ କଂଗ୍ରେସ, ଟିଏମସି ଓ ବାମପନ୍ଥୀ ବିରୋଧୀ ମେଣ୍ଟରେ ସାମିଲ ହୋଇଛନ୍ତି।

କ’ଣ କାରଣ ଦେଇଛି କଂଗ୍ରେସ?

କଂଗ୍ରେସ ବୁଧବାର କହିଛି ଯେ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକସଭାରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତିର ପୂଜା ସମାରୋହରେ ଯୋଗଦେବେ ନାହିଁ କାରଣ ଏହା ବିଜେପି ଏବଂ ଆରଏସଏସର ଏକ କାର୍ଯ୍ୟକ୍ରମ। ନିର୍ବାଚନୀ ଫାଇଦା ପାଇଁ ଏହି ଅର୍ଦ୍ଧନିର୍ମିତ ମନ୍ଦିରର ଉଦଘାଟନ କରାଯାଉଛି।

କ’ଣ କହିଲେ ମମତା ବାନାର୍ଜୀ?

ନିକଟରେ ମମତା ବାନାର୍ଜୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଯିବେ ନାହିଁ ବୋଲି ସୂତ୍ରରୁ ଜଣାପଡ଼ିଛି। ମମତା ବାନାର୍ଜୀ ମଧ୍ୟ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସମାରୋହ ମାଧ୍ୟମରେ ବିଜେପି ନାଟକ କରୁଛି।

ଆକ୍ରମଣ କରୁଛି ବିଜେପି

କଂଗ୍ରେସର ନିଷ୍ପତ୍ତି ଉପରେ ଆକ୍ରମଣ କରୁଛି ବିଜେପି। ବିଜେପି ନେତା ତଥା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଦାବି କରିଛନ୍ତି ଯେ ଯେଉଁମାନେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବର୍ଜନ କରିବେ ସେମାନଙ୍କୁ ନିର୍ବାଚନରେ ଲୋକମାନେ ବହିଷ୍କାର କରିବେ। କଂଗ୍ରେସର ଆଭିମୁଖ୍ୟରେ କିଛି ନୂଆ ନାହିଁ, ସେମାନେ ସର୍ବଦା ଭଗବାନ ରାମଙ୍କୁ ବିରୋଧ କରିଛନ୍ତି ଏବଂ ସନାତନଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି। ସେମାନେ ଅନେକ ସମୟରେ ଭଗବାନ ରାମଙ୍କ ଅସ୍ତିତ୍ୱକୁ ମଧ୍ୟ ଅସ୍ୱୀକାର କରିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ଜୀବନ ସମାରୋହ ଅନୁଷ୍ଠିତ ହେଉଛି। ଏଥିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ହଜାର ହଜାର ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସାଇବର ଥାନାରେ ବିଜେଡି ବିରୋଧରେ କାହିଁକି ଏତଲା ଦେଲା ବିଜେପି ?

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମ ଫେସବୁକରେ ଶାସକ ବିଜୁ ଜନତା ଦଳର ପଦାଧିକାରୀମାନେ ଆଡମିନ୍ ଥିବା ଏକ ଗୃପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଥିବାର ଏକ ପୋଷ୍ଟ କରାଯାଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ। ଏହା ଏକ ଗର୍ହୀତ ଅପରାଧ ଏବଂ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦିଆଯାଇଛି।

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବିକୁ “ବିଜୁ ଜନତା ଦଳ ଓଡ଼ିଶା”ର ଫେସବୁକ ଆଇଡିରୁ ପୋଷ୍ଟ କରାଯାଉଛି । ବିଜେଡି କର୍ମୀଙ୍କ ଅଶାଳୀନ କମେଂଟ ଦ୍ୱାରା ମୋଦିଜୀଙ୍କ ସମ୍ମାନ ହାନୀ ଘଟିଛି। ବିଜେଡି ସାମାଜିକ ଗଣମାଧ୍ୟମରେ ‘ଗୁଣ୍ଡା ସୃଷ୍ଟିକାରୀ ଦଳ’ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଅସମ୍ମାନଜନକ ମନ୍ତବ୍ୟ ପୋଷ୍ଟ କରିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେଡିର ଇପ୍ସିତା ସାହୁ, ସୁବ୍ରତ ଛାଟୋଇ, ଅଞ୍ଜନା କବି, ପଙ୍କଜ କେ ସିଂ, ଅମରଜିତ୍ ସେନାପତି, ନିବେଦିତା ବଳିୟାରସିଂ ନାୟକ ପ୍ରମୁଖ ବିଜୁ ଜନତା ଦଳର ପଦାଧିକାରୀ ଓ କର୍ମୀମାନେ ଫେସ୍‌ବୁକ୍ ପେଜ୍‌ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଲେଖି ପୋଷ୍ଟ କରିଛନ୍ତି।

ସେଥିପାଇଁ ଧାରା ୧୨୪(ଏ), ୧୫୩(ଏ), ୫୦୪, ୫୦୫(୨) ଆପିସି ୧୮୬୦ ସେକ୍ସନ ୬୬,୬୭ ଦ୍ୱାରା ଏମାନଙ୍କ ନାମରେ ମାମଲା ରୁଜୁ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଦାବୀ କରିଛନ୍ତି।

ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଠାକୁର ରଞ୍ଜିତ ଦାସ, ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପବିତ୍ର ଦାସ, ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।