Categories
ଆଞ୍ଚଳିକ

ବିଜେବି ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସ୍ଥାନୀୟ ବିଜେବି ସ୍ୱଂୟଶାସିତ ମହାବିଦ୍ୟାଳୟ ପରିସରରେ ଦର୍ଶନଶାସ୍ତ୍ର ବିଭାଗର ଯୁକ୍ତ ୩ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବିଦାୟକାଳୀଳ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଜେବି କଲେଜର ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଜେବି କଲେଜର ଦର୍ଶନଶାସ୍ତ୍ର ବିଭାଗର ପୂର୍ବତନ ମୁଖ୍ୟ ବିଭାଗୀୟ ଡ. ନିହାରିକା ଦାସ ଯୋଗଦେଇ ନୀତିଶିକ୍ଷାକୁ ଜୀବନରେ ବ୍ୟବହାର କରି ଏକ ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବା ଦରକାର ବୋଲି ଛାତ୍ରଛାତ୍ରୀମାନଙ୍କୁ ଦିଗ୍‌ଦର୍ଶନ ଦେଇଥିଲେ।

ଏହି ଅବସରରେ ୨୦୨୦ ମସିହାରେ ପ୍ରଥମସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ଏସ୍‌.କଲ୍ୟାଣୀ ରେଡି ଏବଂ ୨୦୨୧ ମସିହାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ପୂର୍ଣ୍ଣିମା ପ୍ରିୟଦର୍ଶିନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଡ. ନିହାରିକା ଦାସଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥି ଅଧ୍ୟାପିକା ସନ୍ଧ୍ୟାରାଣୀ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅତିଥି ଅଧ୍ୟାପିକା ସନ୍ତୋଷୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତମନ୍ନା ପଣ୍ଡା ଓ ଆଲୋକ କୁମାର ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସିଦ୍ଧାନ୍ତ ନାୟକ, ସ୍ୱସ୍ତିକ ସେନାପତି, ଅଏସ୍‌, ସବନମ୍ ବେଗମ, ସୁମେଧା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବିଜେବି ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଶିବିରଟି ୩ଦିନ ଧରି ଚାଲୁ ରହିବ। ଏହି ଶିବିର ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, ଏଚ୍‌ଆଇଭି, ଏଡ୍‌ସ, ପ୍ରାଥମିକ ଚିକିତ୍ସା ଓ ରେଡ଼କ୍ରସ କାର୍ଯ୍ୟର ଚିନ୍ତାଧାରା ଉପରେ ଅବଗତ କରାଯିବ। ଶିବିରଟିକୁ ବିଜେବି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନିରଞ୍ଜନ ମିଶ୍ର, ଯୁବ ରେଡ଼କ୍ରସ ଅଫିସର ଡ. ଅଜୟ କୁମାର ତ୍ରିପାଠୀ, ଚନ୍ଦକା ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ପରାମର୍ଶଦାତା ସୁରେଶ କୁମାର ମହାନ୍ତି ଏବଂ ସୃଷ୍ଟି ଏକାଡ଼େମୀର ଅଧ୍ୟାପକ ଜିତେନ ନନ୍ଦ ଉପସ୍ଥିତ ରହି ଉଦ୍‌ଘାଟନ କରିଥିଲେ।

ଏହି ଶିବିରରେ ସେଣ୍ଟ୍ରାଲ ରେଡ଼କ୍ରସ ରକ୍ତଭଣ୍ଡାର କଟକର ନିର୍ଦ୍ଦେଶକ ଡଃ ଚନ୍ଦ୍ରିକା ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରିବା ଏବଂ ରକ୍ତ ଦେବା ଦ୍ୱାରା ନିଜର ଲାଭ କଣ ହୋଇଥାଏ ସେ ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ଅବଗତ କରାଇଥିଲେ। ଶିବିରଟିକୁ ବିଜେବି କଲେଜ ଯୁବ ରେଡ଼କ୍ରସର ପରାମର୍ଶଦାତ୍ରୀ ଡ. ସାଧନା ଶତପଥୀ ପରିଚାଳନା କରିଥିଲେ। ଏଥିରେ ଅନୁଷ୍କା ରଏ, ଗୀତାଞ୍ଜଳି ଦଳେଇଙ୍କ ସମେତ ୪୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।