Categories
ଆଞ୍ଚଳିକ

ପାଖେଇ ଆସୁଛି ଏନଏସି ନିର୍ବାଚନ: ବାଣପୁରରେ ପ୍ରଚାର କ୍ଷେତ୍ରରେ ବିଜେଡି ଆଗୁଆ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ପୌର ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେ ଉଷ୍ମ ହେବାରେ ଲାଗିଛି। ମୁଖ୍ୟତଃ ଏଠାରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଚାରରେ ଆଗୁଆ ରହିଛି ବିଜେଡି। ବିଜେଡିରୁ ଅଧ୍ୟକ୍ଷ ପଦବୀ ପାଇଁ ମିଟୁ ନାୟକ ପ୍ରତିଦ୍ବନ୍ଦିତା କରୁଥିବାବେଳେ ବିଜେପିରୁ ଅଧ୍ୟକ୍ଷ ପଦବୀ ପାଇଁ ନନ୍ଦ କିଶୋର ମିଶ୍ର ପ୍ରତିଦ୍ବନ୍ଦିତା କରୁଛନ୍ତି। ଉଭୟ ପ୍ରାର୍ଥୀ ନିଜ ନିଜ ଦଳକୁ ଜିତାଇବା ପାଇଁ ଦିନ ରାତି ଏକ କରୁଥିବା ବେଳେ ପ୍ରଚାର କ୍ଷେତ୍ରରେ ବିଜେଡିର ମିଟୁ ନାୟକ ଆଗୁଆ ଥିବା ଦେଖାଯାଇଛି।

ପୁର୍ବରୁ ବିଜେଡିର ୧୨ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇସାରିଥିବା ବେଳେ ଦଳ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛି। ବାଣପୁର ପଞ୍ଚାୟତ ସମିତି ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ପରେ ବିଜେଡି ଏନଏସି ଦଖଲ କରିବା ପାଇଁ ସମସ୍ତ ପନ୍ଥା ଅବଲମ୍ବନ କରିବାରେ ଲାଗିଛି। ସହର ସାରା ବିଜେଡି ପତାକା ଓ ବ୍ୟାନର ଛାଇ ହୋଇଥିବା ବେଳେ ବିଜେପି ପକ୍ଷରୁ ସେତଟା ଚଞ୍ଚଳତା ଦେଖାଯାଉନାହିଁ। କାଁ ଭାଁ ବିଜେପି କାଉନସିଲର ପ୍ରାର୍ଥୀ ମାନେ ପ୍ରଚାର କରୁଥିବା ଦେଖାଯାଉଛି। ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ସହରର ଜଣେ ବିଶିଷ୍ଟ ବ୍ୟବସାୟୀ ହୋଇଥିବା ବେଳେ ତାଙ୍କର ବହୁ ଦଶନ୍ଧିର ରାଜନୀତି ଅଭିଜ୍ଞତା ମଧ୍ୟ ରହିଛି।

ତେବେ ଖୁବ ଶୀଘ୍ର ବିଜେପି ତାହାର ରଣନିତୀ ପ୍ରସ୍ତୁତ କରି ମୈଦାନକୁ ଓହ୍ଳାଇବ ବୋଲି ଦଳୀୟ କର୍ମୀମାନେ କହୁଥିବାର ଦେଖାଯାଇଛି। ତେବେ ବେଳ ଥାଉ ଥାଉ ଯଦି ବିଜେପି ବେଣୀ ନବାନ୍ଧେ ତେବେ ପୁନଶ୍ଚ ଏଠାରେ ପରାଜୟର ସ୍ୱାଦ ଚାଖିବ ବୋଲି ରାଜନୈତିକ ପଣ୍ଡିତ ମାନେ ଆକଳନ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପିପିଲି ଉପ-ନିର୍ବାଚନ ଫଳାଫଳ: ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ି ଆଗୁଆ

ଭୁବନେଶ୍ବର: ଆଜି ପିପିଲି ଉପ-ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇହିବା ସୂଚନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥି ଆଗରେ ଅଛନ୍ତି। ରୁଦ୍ର ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୫ ହଜାର ୪୪ ଭୋଟରେ ଆଗରେ ଅଛନ୍ତି। ତେବେ ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡ଼ିକୁ ୧୩ ହଜାର ୬୧୧ ଭୋଟ ମିଳିଥିବା ବେଳେ ବିଜେପିକୁ ୮ ହଜାର ୫୬୭ ଏବଂ କଂଗ୍ରେସକୁ ମାତ୍ର ୧ ହଜାର ୧୮୦ ଭୋଟ ମିଳିଛି।