Categories
ବିଶେଷ ଖବର ରାଜ୍ୟ ଖବର

ବିଡିଏର ଜବରଦଖଲ ଉଚ୍ଛେଦ ପାଇଁ ରହିବେ ସ୍ବତନ୍ତ୍ର ପୋଲିସ, ୬୭ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ଏଣିକି ରାଜଧାନୀରେ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ଗଠନ ହେବ ସ୍ବତନ୍ତ୍ର ପୋଲିସ ବଳ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଚଢାଉ କାର୍ଯ୍ୟକୁ ଅଧିକ ଫଳପ୍ରଦ ଓ ସୁସଂହତ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬୭ଟି ପଦବୀ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି।

ଏହି ପଦବୀ ଗୁଡିକ ରାଜ୍ୟ ପୋଲିସ୍‌ ପ୍ରଶାସନ ପକ୍ଷରୁ ସୃଷ୍ଟି କରାଯାଇ ପୂରଣ ହେବ। ଏହି ପଦବୀଗୁଡିକ ହେଲା- ୧ଟି ଆସିଷ୍ଟାଣ୍ଡ କମିଶନର ଅଫ ପୋଲିସ, ୬ ଟି ଆସିଷ୍ଟାଣ୍ଡ ସବ ଇନିସ୍ପେକ୍ଟର ଏବଂ ୬୦ଟି ପୋଲିସ କନେଷ୍ଟବଳ।

ଭୁବନେଶ୍ୱର ପୂର୍ବ ଭାରତର ଏକ ଦୃତ ଅଭିବୃଦ୍ଧିଶୀଳ ସହର। ସହରାଞ୍ଚଳ ଯୋଜନାବଦ୍ଧ ବିକାଶ ପାଇଁ ଏହି ପଦବୀଗୁଡିକ କାର୍ଯ୍ୟ କରିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରସ୍ତାବ ଅନୁଯାୟୀ ସମଗ୍ର ଭୁବନେଶ୍ୱର ସହରରେ ଏସବୁ କାର୍ଯ୍ୟ ନିମନ୍ତେ ୨୫ଟି ଜଏଣ୍ଟ ଚିମ ଓ ୫ଟି ରିଜର୍ଭ ଟିମର ଆବଶ୍ୟକତା ଥିଲା।

ପ୍ରତି ଟିମ୍‌ରେ ୨ଜଣ ପୁଲିସ୍‌ କନେଷ୍ଟବଳ ରହିବେ। ଏହି ଟିମ୍‌ଗୁଡିକର ସମନ୍ୱୟ ଓ ସୁପରିଚାଳନା ପାଇଁ ଜଣେ ଆସିଷ୍ଟାଣ୍ଡ କମିଶନର, ୬ ଜଣ ଏଏସଆଇ କାର୍ଯ୍ୟ କରିବେ। ଏହି ପଦବୀଗୁଡିକ ପୂରଣ ଦ୍ୱାରା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ସହଜ ଓ ତ୍ୱରାନ୍ୱିତ ହେବ।

ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ଉଦ୍ଦେଶ୍ୟରେ କର୍ତ୍ତୃପକ୍ଷର ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ବିଭିନ୍ନ ସମସ୍ୟା ଉପୁଜୁଥିଲା।ଏହାକୁ ଦୂର କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ନିର୍ମାଣ ହେବ କୁକୁର ପାର୍କ, ବିଡିଏ ତରଫରୁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ବର: ରାଜଧାନୀର କୁକୁର ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। କାରଣ ଖୁବ ଶିଘ୍ର ବିଡିଏ ଭୁବନେଶ୍ବରରେ କୁକୁରମାନଙ୍କ ପାଇଁ ନିର୍ମାଣ କରିବାକୁ ଯାଉଛି ଏକ ପାର୍କ। ଯେଉଁ ପାର୍କରେ କୁକୁର ମାଲିକମାନେ ସେମାନଙ୍କ ପୋଷା କୁକୁରକୁ ଧରି ଅନାୟସରେ ଭ୍ରମଣ କରିପାରିବେ। କାରଣ ବର୍ତ୍ତମାନ ଭୁବନେଶ୍ବରରେ ଯେଉଁ ପାର୍କ ରହିଛି ସେଥିରେ କୁକୁର ମାଲିକମାନେ କୁକୁରକୁ ଧରି ଯାଇପାରୁ ନାହିଁନ୍ତି। କାରଣ ସେଠାରେ ସେପରି କିଛି ସୁବିଧା ନାହିଁ।

ହେଲେ ବର୍ତ୍ତମାନ ଏହି ନୂଆ ପାର୍କରେ କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇ ନିର୍ମାଣ ହେବ। ଏଥିପାଇଁ ଭୁବନେଶ୍ବରର ଭରତପୁର ଅଞ୍ଚଳରେ ବିଡିଏ ଜାଗା ଚିହ୍ନଟ କରିଛି। ସେଠାରେ ପ୍ରାୟ ପାଞ୍ଚ ଏକର ପରିମିତ ସ୍ଥାନରେ ଏହି ପାର୍କ ନିର୍ମାଣ କରାଯିବ ବୋଲି ନିଷ୍ପତି କରାଯାଇଛି। ଏଥିପାଇଁ ବିଡିଏ ଅଧିନରେ ଥିବା ଭୁବନେଶ୍ବର ଅର୍ବାନ କେନ୍ଦ୍ରକୁ ଦାୟିତ୍ବ ଦିଆଯାଇଛି। ଏହି କେନ୍ଦ୍ରର ଅଧିକାରୀମାନେ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରି ଏହି ପାର୍କର ଡିଜାଇନିଂ ପ୍ରସ୍ତୁତ କରିଛନ୍ତି।

ଏହି ପାର୍କରେ ସବୁ ପ୍ରକାରର ବ୍ରିଡ ଭ୍ରମଣ କରିବା ପରି ବ୍ୟବସ୍ଥା କରାଯିବ। ବଡ ପ୍ରଜାତିର କୁକୁରଠାରୁ ଆରମ୍ଭ କରି ଛୋଟ ପ୍ରଜାତିର କୁକୁର ବିନା ବାଧାରେ ଭ୍ରମଣ କରିବାର ବନ୍ଦୋବସ୍ତ କରାଯିବ। ଏଥିସହିତ କୁକୁରମାନଙ୍କ ପାଇଁ ସ୍ବତନ୍ତ୍ର ପାଇଖେନା ମଧ୍ୟ ଏହି ପାର୍କରେ ନିର୍ମାଣ କରାଯିବ। ଫଳରେ କୁକୁର ପ୍ରେମୀ ସେମାନଙ୍କର କୁକୁରଙ୍କ ନିତ୍ୟକର୍ମ ପାଇଁ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଆଉ ହେବ ନାହିଁ।

ଏହି ପାର୍କକୁ ସଂପୂର୍ଣ୍ଣ ଭାବେ ପ୍ରାକୃତିକ ଢାଞ୍ଚାରେ କରାଯିବ। ପାର୍କ ମଝିରେ ସ୍ବତନ୍ତ୍ର ଟାଇଲରେ ନିର୍ମିତ ଚଲାରାସ୍ତା ମଧ୍ୟ କରାଯିବ। ସେହିପରି ପାର୍କ ଚାରିପଟେ ଇକୋଫ୍ରେଣ୍ଡଲି ଚ୍ୟାୟର ନିର୍ମାଣ କରାଯିବ। ସେଥିରେ କୁକୁର ମାଲିକମାନେ ବସାଉଠା କରିପାରିବେ। ଏପରିକି ବୟସ୍କ ବ୍ୟକ୍ତିମାନଙ୍କ ସୁବିଧା ପାଇଁ କେତେକ ନିର୍ମାଣ କରାଯିବ ବୋଲି ବିଡିଏ ତରଫରୁ କୁହାଯାଇଛି।

ଏଥିରେ ପିଲାମାନେ ଖେଳିବା ପରେ ବିଭିନ୍ନ ପ୍ରକାରର ସଂରଜାମ କୁକୁରମାନଙ୍କ ପାଇଁ ମଧ୍ୟ ରଖାଯିବ। ଯେପରି ସିଡିରେ ଚଢିବା, କାଠ ପୋଲ ଭିତରେ ଗଳି ଆରପଟକୁ ବାହାରିବା, କାଠର ଚକାକୁ ପେଲିପେଲି ନେବା ଇତ୍ୟାଦି ବିଭିନ୍ନ ସଂରଜାମ ରଖାଯିବ। ଏହି ପାର୍କରେ ଯେପରି ଉଭୟ କୁକୁର ଓ ମାଲିକ ସନ୍ତୁଷ୍ଠ ହେବେ ସେ ନେଇ ସମସ୍ତ ବନ୍ଦୋବସ୍ତ କରାଯିବ। ତେବେ ଏହାର ପ୍ରବେଶ ଫି ନିଆଯିବ କି ନାହିଁ ସେ ନେଇ କୌଣସି ନିଷ୍ପତି ହୋଇ ନାହିଁ।

ବର୍ତ୍ତମାନ ଏହିପରି ଏକ ପାର୍କ କେବଳ ହାଇଦ୍ରାବାଦରେ ରହିଛି। ଭୁବନେଶ୍ବରରେ ଏହି ପାର୍କ ନିର୍ମାଣ ହେଲେ ତାହା ଦେଶର ଦ୍ବିତୀୟ ପାର୍କ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆଇନ ମାନୁନଥିବା ବିଏମ୍‌ସି, ବିଡ଼ିଏ,ପୋଲିସ୍‌ର ଅସାଧୁ କର୍ମଚାରୀଙ୍କୁ ବହିସ୍କୃତ କରାଯାଉ: ପ୍ରତାପ ସାହୁ

ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆ ପାଚେରୀ କଡ଼ରେ ସୁବାସ ପାଣ୍ଡେ ନାମକ ଜଣେ ଉଠାଦୋକାନୀ ଦୀର୍ଘ ୨୦ବର୍ଷ ଧରି ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିଲେ। ସୁବାସ ଲୋନ କରି ଏବଂ କିଛି ହାତ ଉଧାର ଆଣି ସେଠାରେ ବେଲ୍‌ଟ, ପ୍ଲାଷ୍ଟିକ ସାମଗ୍ରୀ, ରୁମାଲ, ଗ୍ଲୋବସ୍‌, ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆଦି ବ୍ୟବସାୟ କରୁଥିଲେ। କିନ୍ତୁ ଉଠାଦୋକାନୀ ଆଇନ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମାନୁନଥିବା ବିଏମ୍‌ସି, ପୋଲିସ୍ ଓ ବିଡ଼ିଏର କିଛି ଅସାଧୁ କର୍ମଚାରୀ ଗତ କିଛିଦି ଧରି ସୁବାସଙ୍କ ଦୋକାନକୁ ବାରମ୍ବାର ଭାଙ୍ଗିଦେବା ଫଳରେ ସେ ମାନସିକ ଚାପରେ ରହୁଥିଲେ। କାରଣ ପାଖରେ ପ୍ରଦର୍ଶନୀ ପଡ଼ିଆ ଥିବାରୁ ଏବଂ ପ୍ରତ୍ୟେକ ସମୟରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁଥିବାରୁ ସେଠାରେ ଲୋକଙ୍କ ଗହଳି ଲାଗି ରହୁଥିଲା ଏବଂ ସୁବାସଙ୍କର ଭଲ ରୋଜଗାର ମଧ୍ୟ ହେଉଥିଲା।

ଭଲ ବେପାର ହେଉଥିବାରୁ ସେ କରିଥିବା ଲୋନ ଏବଂ ହାତ ଉଧାର ଶୁଝିବାକୁ ମଧ୍ୟ ସକ୍ଷମ ହୋଇଥିଲେ। ହେଲେ ହଠାତ୍ ଦୁଇବର୍ଷ ଧରି ମହାମାରୀ କରୋନା ଦେଖାଦେବା ଫଳରେ ସୁବାସଙ୍କ ବେପାରରେ ବାଧା ଉପୁଜିଥିଲା ଏବଂ ପୁନର୍ବାର ହାତଉଧାର କରି ନିଜର ବେପାର ସୁଧାରିବାକୁ ଚେଷ୍ଟା କରୁଥିବା ବେଳେ କ୍ରମାଗତ ଭାବେ ବିଏମ୍‌ସି, ବିଡ଼ିଏ ଏବଂ ପୋଲିସ୍‌ଙ୍କ ମଳିତ ଉଦ୍ୟମରେ ସୁବାସଙ୍କ ଦେକାନକୁ ବାରମ୍ବାର ଭାଙ୍ଗିବାରୁ ସେ ଏକ ପ୍ରକାର ଭାରସାମ୍ୟ ହରାଇ ବସିଥିଲେ। ଫଳରେ ବିଏମ୍‌ସର ଅତ୍ୟାଚାର ସହି ନପାରି ସୁବାସ ରହୁଥିବା ବରଗଡ଼ ବ୍ରିଟ କଲୋନୀ ଭଡ଼ାଘରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ।

ତାଙ୍କ ଆତ୍ମହତ୍ୟା ଖବର ଜଣାପଡ଼ିବା ପରେ ଉଠାଦୋକାନୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଉଠାଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ନିୟମ ଥିବାବେଳେ ଓ ମୁଖ୍ୟମନ୍ତ୍ରୀଙ୍କ ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିବା ବେଳେ ବିଏମ୍‌ସିର ଅସାଧୁ କର୍ମଚାରୀମାନେ କିଭଳି ସୁବାସଙ୍କ ଦୋକାନକୁ ଉଚ୍ଛେଦ କରିଥିଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଠାରେ ପ୍ରକାଶଥାଉକି, ଗତ ୧୨ ଦିନ ତଳେ ମାର୍କେଟ ବିଲ୍‌ଡ଼ିଙ୍ଗରେ ଜଣେ ବ୍ୟବସାୟୀ ତାଙ୍କର ଦୋକାନକୁ ବିଏମ୍‌ସି ଭାଙ୍ଗିଦେବା ଫଳରେ ସେ ମଧ୍ୟ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।

ଏଠାରେ ଉଲ୍ଲେଖଥାଉ କି, ଉଠାଦୋକାନୀ ସର୍ଭେରେ ସୁବାସଙ୍କ ନମା ରହିଛି ଏବଂ ସେ ଫନୀ ଓ କୋଭିଡ଼ ସହାୟତା ମଧ୍ୟ ପାଇଛନ୍ତି। ଏଲ୍‌.ଓ.ଆର. ଜରିଆରେ ସେ ବ୍ୟାଙ୍କରୁ ମଧ୍ୟ ଋଣ କରିଛନ୍ତି। ଆଜି ସୁବାସଙ୍କ ଏକାଦଶାହରେ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଯୋଗଦେଇ ଅମର ଆତ୍ମାର ସଦ୍‌ଗତ କାମନା କରିବା ସହିତ ସୁବାସଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ, ସୁବାସଙ୍କ ଦୁଇଝିଅଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବା ପାଇଁ ଶ୍ରୀଯୁକ୍ତ ସାହୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଅନ୍ୟ ପକ୍ଷରେ ମା ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘର ସେ ଜଣେ ସଦସ୍ୟ ଥିଲେ। ସଂଘର ପ୍ରତିଷ୍ଠାତା ସଭାନେତ୍ରୀ ଗୀତା ବିଶ୍ୱାସ କହିଲେ ଯେ, କିଛି ଅସାଧୁ କର୍ମଚାରୀ, ଅସାଧୁ ବ୍ୟକ୍ତିମାନଙ୍କ ପାଇଁ ଆଜି ସୁବାସ ମୃତ୍ୟୁବରଣ କରିଛନ୍ତି। ସୁବାସଙ୍କୁ ରାଜ୍ୟ ସରକାର ସ୍ମାର୍ଟସିଟିରେ ତିଆରି କରାଯାଉଥିବା ଦୋକାନଟିଏ ତାଙ୍କ ପରିବାରକୁ ପ୍ରଦାନ କରାଯାଉ ଏବଂ ସୁବାସଙ୍କ ସମେତ ମାର୍କେିଟ ବିଲ୍‌ଡ଼ିଙ୍ଗରେ ମୃତ୍ୟୁବରଣ କରିଥିବା ଉଠାଦୋକାନୀଙ୍କ ମୃତ୍ୟୁ ପାଇଁ ଦାୟୀ ବିଏମ୍‌ସି କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Categories
ଫଟୋ ଖବର

ଭୁବନେଶ୍ବରର ତମାଣ୍ଡୋ ଅଞ୍ଚଳରେ ବିଡିଏ, ବିଏମସିର ମିଳିତ ଭାବେ ଚାଲିଛି ଜବର ଦଖଲ ଉଚ୍ଛେଦ

ଭୁବନେଶ୍ବର, ଆଜି ପ୍ରବଳ ବର୍ଷା ସତ୍ବେ ବିଡିଏ ବିଏମସି ଏବଂ ପୋଲିସ ସହାୟତାରେ ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଚାଲିଛି ଜବର ଦଖଲ ଉଚ୍ଛେଦ। ସେଠାରେ ଏକ ଶାରିରୀକ ପ୍ରଶିକ୍ଷଣ ସଂସ୍ଥା କରିବା ପାଇଁ ସରକାରଙ୍କର ରହିଛି ଯୋଜନା।