Categories
ଆଞ୍ଚଳିକ

ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗଦେଲେ ଯୁବ ଓଏଏସ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଯୁବ ଓଏଏସ ଅଧିକାରୀ ଜଗଦୀଶ ଷଡ଼ଙ୍ଗୀ। ଶ୍ରୀ ଷଡ଼ଙ୍ଗୀ ପୁର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ। ୨୦୧୬ ବ୍ୟାଚ ର ଉକ୍ତ ଯୁବ ଓଏଏସ ଅଧିକାରୀ ୨୦୨୦ ମସିହାରୁ ବାଲିଗୁଡାରେ କାର୍ଯ୍ୟରତ ଥିଲେ।

ବିଶେଷ କରି କୋଭିଡ ପରିଚାଳନାରେ ଉଲେଖନୀୟ କାର୍ଯ୍ୟ କରି ଶ୍ରୀ ଷଡ଼ଙ୍ଗୀ ଚର୍ଚ୍ଚାକୁ ଆସିଥିଲେ। ନିକଟରେ ତାଙ୍କର ବାଲିଗୁଡାରୁ ଚିଲିକାକୁ ବଦଳି ହୋଇଥିବା ବେଳେ ଗତକାଲି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ।

ତେବେ ଚିଲିକା ବ୍ଲକରେ କ’ଣ ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧି ପଚାରିବାରୁ, ଜନସାଧାରଣଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ସରକାରଙ୍କ ୫-ଟି ବ୍ୟବସ୍ଥାକୁ କିପରି ଠିକ ଭାବେ ଲାଗୁ କରାଯିବ ସେ ଦିଗରେ ଦୃଷ୍ଟି ଦେବେ ବୋଲି କହିଛନ୍ତି ଶ୍ରୀ ଷଡ଼ଙ୍ଗୀ।

Categories
ଆଞ୍ଚଳିକ

ବାଣପୁର ବିଡିଓଙ୍କୁ କରୋନା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ବାଣପୁର ବ୍ଲକରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଆଜି ବାଣପୁର ବ୍ଲକ ଉନ୍ନୟନ ଅଧିକାରୀ ଡ. ଶୁଭଶ୍ରୀ ତ୍ରିପାଠୀ କରୋନାରେ ସଂକ୍ରମଣ ହୋଇଛନ୍ତି। ଏନେଇ ଡ. ଶୁଭଶ୍ରୀ ନିଜେ ସୂଚନା ଦେଇଛନ୍ତି।

ତେବେ ବିଡିଓ କରୋନା ପଜିଟିଭ ହେବା ପରେ ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। କରୋନା ଭୂତାଣୁ ଆମ ଶରୀର ମଧ୍ୟକୁ ଆସିବା ପାଇଁ ସୁଯୋଗ ଖୋଜୁଥିବାରୁ ଆମ ସମସ୍ତଙ୍କୁ ଅଧିକ ସଜାଗ ରହିବାକୁ ପଡିବ ବୋଲି ବିଡିଓ କହିଛନ୍ତି। ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵ ରଖିବା, ହାତକୁ ଭଲଭାବରେ ସାବୁନରେ ଧୋଇବା ପାଇଁ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଗତ କିଛିଦିନ ତଳେ ବାଣପୁର ତହସିଲଦାର ମନ୍ମଥ ବେହେରା ମଧ୍ୟ କରୋନାରେ ସଂକ୍ରମଣ ହୋଇଥିଲେ। ବର୍ତ୍ତମାନ ସେ ହୋମ ଆଇସୋଲେସନରେ ଥିବାବଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ସୂଚନା ରହିଛି।