Categories
ଆଜିର ଖବର ଜାତୀୟ ଖବର

ଯଦି ମୁଁ ହାରିଯାଏ, ମୁଁ ରାଜନୀତି ଛାଡିଦେବି’: ଅରବିନ୍ଦ କେଜ୍ରିୱାଲଙ୍କୁ ବିତର୍କ ପାଇଁ ଚ୍ୟାଲେଞ୍ଜ କଲେ ସିଦ୍ଧୁ

ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟି (AAP) ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ରାଜନୈତିକ ପର୍ଯ୍ୟଟକ ବୋଲି ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ କହିଛନ୍ତି। ଏବଂ ସିଦ୍ଧୁ କହିଛନ୍ତି ଯେ, ରାଜ୍ୟରେ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ସେ ମିଥ୍ୟା ପ୍ରତିଶୃତି ଦେବା ଆରମ୍ଭ କରିଦେଇଛନ୍ତି।

ଏକ ସାଧାରଣ ସଭାରେ ସମ୍ବୋଧିତ କରି କେଜ୍ରିୱାଲଙ୍କୁ ସିଦ୍ଧୁ ରୋଜଗାର ପ୍ରସଙ୍ଗରେ ବିତର୍କ କରିବାକୁ ଆହ୍ଵାନ ଦେଇଥିଲେ ଏବଂ ଦାବି କରିଥିଲେ ଯେ, ସେ ଦିଲ୍ଲୀରେ ଆଠ ଲକ୍ଷ ଚାକିରୀ ପ୍ରତିଶୃତି ଦେଇଥିଲେ, ମାତ୍ର ୪୪୦ ଟି ଚାକିରୀ ଦେଇଛନ୍ତି।

କଂଗ୍ରେସ ନେତା କହିଛନ୍ତି ଯେ, “ପଞ୍ଜାବ, ଦିଲ୍ଲୀ କିମ୍ବା ଆପଣଙ୍କ ଘରେ, ଯେକୌଣସି ସ୍ଥାନରେ ଉଭୟଙ୍କ ମଧ୍ୟରେ ବିତର୍କ ପାଇଁ ମୁଁ ଆହ୍ଵାନ ଦେଉଛି। ଯଦି ସିଦ୍ଧୁ ହାରିଯାଏ, ତେବେ ମୁଁ ରାଜନୀତି ଛାଡିଦେବି।”

ଅନ୍ୟପକ୍ଷରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଏକ ନୂଆ ଅସୁବିଧାରେ ପଡ଼ିଥିବା ଜଣାପଡିଛି। ନବଜୋତ ସିଂ ସିଦ୍ଧୁଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ନବଜୋତ ସିଂ ସିଦ୍ଧୁ ଦୁର୍ବ୍ୟବହାର କରିଥିଲେ। ସିଦ୍ଧୁଙ୍କ ଦୁର୍ବ୍ୟବହାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।