Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରେଢ଼ାଖୋଲ ଉପଖଣ୍ଡର ୪ ଟି ବିଦ୍ୟାଳୟରୁ ଚୋରି ଅଭିଯୋଗ: ପୋଲିସର ଛାନଭିନ୍

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ୩ଟି ପ୍ରାଥମିକ ବିଦ୍ୟାଳୟ ରୁ ଟିଭି, ଟାବଲେଟ, ଟଙ୍କା ଆଦି ଚୋରି ହୋଇଥିବା ରେଢ଼ାଖୋଲ ଓ ନାକଟିଦେଉଳ ଥାନାରେ ଅଭିଯୋଗ ହୋଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଦୁଇ ଦିନ ହେଲା ରେଢ଼ାଖୋଲ ବ୍ଲକ ରେ କେତୋଟି ପ୍ରାଥମିକ ବିଦ୍ୟାଳୟ ରୁ ଚୋରି ହୋଇ ଥିବା ବେଳେ ଗତକାଲି ରାତିରେ ନାକଟିଦେଉଳ ବ୍ଲକ ଡଇଁଞ୍ଚା ପ୍ରାଥମିକ ବିଦ୍ୟାଳୟ ରୁ ୨ଟି ଏଲ ଇ ଡି ଟିଭି, ଟାବଲେଟ, ସାଉଣ୍ଡ ବକ୍ସ, ପାଖାପାଖି ୧୦ ହଜାର ଟଙ୍କା, ତେରବେଡା ପ୍ରାଥମିକ ବିଦ୍ୟାଳୟ ରୁ ଗୋଟିଏ ଏଲଇଡ଼ି ଟିଭି, ୨ଟି ଟାବଲେଟ, ଗୋଟିଏ ସାଉଣ୍ଡ ବକ୍ସ ଓ ପେଣ୍ଠବାହାଳ ପ୍ରାଥମିକ ବିଦ୍ୟାଳୟରୁ ୧ ଟି ଟିଭି ଚୋରି ହୋଇଥିବା ରେଢ଼ାଖୋଲ ଓ ନାକଟିଦେଉଳ ଥାନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି।

ଖବର ପାଇ ରେଢ଼ାଖୋଲ ଥାନା ଓ ନାକଟିଦେଉଳ ଥାନାରୁ ପୋଲିସ ଆସି ତଦନ୍ତ କରି ଫେରି ଯାଇଛି। ବାରମ୍ବାର ଦୁଇ ଦିନ ମଧ୍ୟ ରେ ମଧ୍ୟରେ ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକ ର ପ୍ରାଥମିକ ବିଦ୍ୟାଳୟ ରୁ ଚୋରି ହୋଇ ଥିଲେ ମଧ୍ୟ ପୋଲିସ କାହାରିକୁ ଏ ପର୍ଯ୍ୟନ୍ତ ଗିରଫ କରି ପାରି ନାହିଁ।