Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଆଉ ଦୁଇ ଦିନ ପାଇଁ ଛୁଟି ରହିବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉ ଦୁଇ ଦିନ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ଏବଂ ୨୦ ତାରିଖ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ଛୁଟି କରିବାକୁ ଘୋଷଣା କରାଯାଇଛି। ଏହାପୂର୍ବରୁ ରାଜ୍ୟ ସରକାର ମଧ୍ୟ ଗତ ୧୬ ତାରିଖ ଯାଏଁ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିଲେ। ଏଥର ଦ୍ଵାଦଶ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟରେ ସକାଳୁଆ ପାଠପଢା ସମୟ ପରିବର୍ତ୍ତନ କରିବାକୁ ଦାବି

ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ଚାଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ପରିବର୍ତ୍ତନ କରିବାକୁ ଦାବି କରିଛି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ। କରୋନା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ତାହାକୁ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ମାଧ୍ୟମରେ ଭରଣା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ପିଜି ଶ୍ରେଣୀର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ବିଦ୍ୟାଳୟସ୍ତରରେ ସରକାର ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସକାଳ ୬ଟାରୁ ପିଲାମାନେ ମା’କୋଳ ଛାଡ଼ି ନଥିବା ବେଳେ ଛୋଟ ଛୋଟ ପିଲାମାନେ କିପରି ବିଦ୍ୟାଳୟକୁ ଆସିପାରିବେ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶିକ୍ଷାଦାନ ସମୟକୁ ସକାଳ ୬.୩୦ରୁ ୯ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ସଂଘ ଦାବି କରିଛି। ୨ବର୍ଷ ଧରି କରୋନା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହାକୁ ମେ ପହିଲାରୁ ଜୁନ୍ ୬ ତାରିଖ ଅର୍ଥାତ୍ ମାତ୍ର ୩୫ ଦିନ ମଧ୍ୟରେ ରିକଭରି କରିବା ଆଦୌ ସଫଳ ହୋଇପାରିବ ନାହିଁ ବୋଲି ସଂଘ ଯୁକ୍ତି ବାଢିଛି। ବ୍ରିଜ କୋର୍ସ ତୃତୀୟ ପକ୍ଷ ଦ୍ୱାରା ଆୟୋଜନ କରିବାକୁ ସଂଘ ଦୃଢ ବିରୋଧ କରିଛି। ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ। ୬ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟରେ ସରକାର ଶିକ୍ଷକ ନିଯୁକ୍ତି କରି ନଥିବାରୁ ନିଜର ଭୁଲ୍‌କୁ ଲୁଚାଇବା ପାଇଁ ତୃତୀୟ ପକ୍ଷକୁ ଦାୟିତ୍ୱ ଦେଉଛନ୍ତି।

ଶିକ୍ଷା ବିଭାଗରେ ତୃତୀୟ ପକ୍ଷ ଦ୍ୱାରା ବ୍ରିଜ କୋର୍ସ ଶିକ୍ଷାଦାନର ତଦାରଖ କରାଗଲେ ନିଯୁକ୍ତ ହୋଇଥିବା ସି.ଆର.ସି.ସି., ବି.ଆର.ସି.ସି., ବିଇଓ, ଡିଇଓ ଓ ଅନ୍ୟ ପଦାଧିକାରୀମାନେ କଣ କରିବେ ବୋଲି ସଂଘ ସରକାରଙ୍କୁ ପ୍ରଶ୍ନ କରିଛି। ସରକାର ଶିକ୍ଷାକୁ ଘରୋଇକରଣ କରିବା ପାଇଁ ପ୍ରତ୍ୟକ୍ଷ ପ୍ରୋତ୍ସାହନ କରୁଛନ୍ତି। ଆଇନ ଯଦି ସମାନ ତବେ ଘରୋଇ ବିଦ୍ୟାଳୟ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ କରାଯାଇ ନାହିଁ। ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ପାଇଁ ସରକାର ନିଜେ ଦାୟୀ ଅଟନ୍ତି।

ମେ ପହିଲାରୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ବ୍ରିଜ କୋର୍ସ ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ସକାଳ ୬ଟା ବଦଳରେ ୬.୩୦ରୁ ୯ଟା କରିବା ପାଇଁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୁପ୍ରସାଦ ସାହୁ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ଆବଶ୍ୟକ: ସର୍ବ ଭାରତୀୟ ଅଭିଭାବକ ସଂଘ

ବ୍ରହ୍ମପୁର: ଆଜି ବ୍ରହ୍ମପୁରଠାରେ ସର୍ବଭାରତୀୟ ଅଭିଭାବକ ସଂଘ ଜୋନାଲସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ସହ ପ୍ରତି ବେସରକାରୀ ଶିକ୍ଷାନୁଷ୍ଠାନ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତକରଣ ହେବା, ଅଭିଭାବକମାନଙ୍କର ଅଭିଯୋଗ ଶୁଣିବା ପାଇଁ ଗୁରୁତ୍ଵ ଦେବା, ପ୍ରତି ବେସରକାରୀ ସ୍କୁଲର ଆର୍ଥିକ ବ୍ୟବସ୍ଥାର ତଦାରଖ, ଅଭିଭାବକ ତଥା ପରିଚାଳନା ବୋର୍ଡର ସଦସ୍ୟମାନଙ୍କ ଭିତରେ ଭାବର ଆଦାନ ପ୍ରଦାନ ଇତ୍ୟାଦି ସଂଖ୍ୟାଧିକ ସୁପାରିଶକୁ ଉକ୍ତ କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଆଇ.ଏସ.ଆର.ଡି. ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ସୁଧୀର ସାବତଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କର୍ମଶାଳାରେ ସର୍ବଭାରତୀୟ ଅଭିଭାବକ ସଂଘର ରାଜ୍ୟ ସଭାପତି ତଥା ବିଶିଷ୍ଟ ମାନବ ଅଧିକାର କର୍ମୀ ପ୍ରଦୀପ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ଵର, ସମ୍ବଲପୁର ଓ ରାଉରକେଲାରେ ଅନୁଷ୍ଠିତ ଜୋନସ୍ତରୀୟ କର୍ମଶାଳା ଗୁଡିକରୁ ଆସିଥିବା ବିଭିନ୍ନ ପ୍ରସ୍ତାବିତ ନିୟାମକ ସମ୍ପର୍କରେ ଆଲୋକପାତ କରିଥିଲେ। ନିଜର ଦୀର୍ଘ ଅଭିଭାଷଣରେ ଚବିଶିଟି ବିଷୟବସ୍ତୁ ଉପରେ ଆଲୋଚନା କରି ସ୍କୁଲମାନଙ୍କରେ ବିଦ୍ୟାଳୟ ପରିଚାଳନା ବିକାଶ କମିଟି ଗଠନକୁ ପ୍ରାଥମିକତା ଦେବା, ଅଭିଯୋଗ ଶୁଣାଣି ଓ ଅଭିଯୋଗ ସମାଧାନ ପ୍ରକ୍ରିୟାକୁ ଦୃଢ ନିଶ୍ଚିତ କରିବା, ଅଭିଭାବକ ସଂଘର ସମସ୍ତ ଦାବି ଯେପରି ପୂରଣହେବ ଏବଂ କୋଠାରି କମିଶନଙ୍କ ସୁପାରିସକୁ କାର୍ଯ୍ୟକାରି କରାଇବା ତଥା ଶିକ୍ଷା ପାଇଁ ବଜେଟରେ ରଖାଯାଊଥିବା ସମସ୍ତ ଅର୍ଥର ସଦୁପଯୋଗ ଇତ୍ୟାଦି ସମ୍ପର୍କରେ ଗୁରୁତ୍ଵଆରୋପ କରିଥିଲେ।

ସର୍ବଭାରତୀୟ ଅଭିଭାବକ ସଂଘର ଗଞ୍ଜାମ ଜିଲ୍ଲା ସମ୍ପାଦକ ଲୋକନାଥ ନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଘ୍ଣେଶ୍ଵର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜୋନ ସ୍ତରୀୟ ଆଗତ ପ୍ରସ୍ତାବିତ ଡ୍ରାଫ୍ଟକୁ ସମର୍ଥନକରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେସରକାରୀ ସ୍କୁଲ ମାନଙ୍କରେ ଭିନ୍ନ ଭିନ୍ନ ଧରଣର ଶୋଷଣ ପ୍ରକ୍ରିୟ ଚାଲୁରହିଥିବା ଏବଂ ନାମକରା ବେସରକାରୀ ବିଦ୍ୟାଳୟ ମାନଙ୍କରେ ଚାଲିଥିବା ଶୋଷଣପ୍ରକ୍ରିୟ ଏବଂ ଅଭିଭାବକ ମାନଙ୍କୁ ସେଠାରେ ଗୁରୁତ୍ଵ ଦିଆ ଯାଉନଥିବାର ପରି  ଅନେକ ଘଟଣାର ଅବତାରଣା କରାଇଥିଲେ।

ଉପସ୍ଥିତ ଅବିଭାବକମାନଙ୍କ ମଧ୍ୟରୁ ଆଇନଜୀବୀ  ପ୍ରଣବ କୁମାର ପଣ୍ଡା, ମନୋଜ ପାଣିଗ୍ରାହି, ବାସୁଦେବ ସାହୁକାର, ମନସ୍ତତ୍ଵବିତ କେ.ଏନ. ରାଣୀ, ଶ୍ରୀମତୀ ଆରୁଣୀ ନାୟକ, ସମାଜସେବୀ ମହେଶ୍ଵର ବରାଡ, ସନ୍ତୋଷ ପାଣିଗ୍ରାହୀ, ସବିତା ସାହୁକାର, ରାଜନୈତିକ କର୍ମୀ ଯୁଧିଷ୍ଟିର ମହାପାତ୍ର ପ୍ରମୁଖ ବିଭିନ୍ନ ଅଭିଯୋଗ ଓ  ପ୍ରସ୍ତାବ ବାଢିଥିଲେ। ଶେଷରେ ସ୍ନେହାମୟୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାରର ବଡ ନିଷ୍ପତ୍ତି: ୱକଫ ଜମିରେ ନିର୍ମାଣ ହେବ ବିଦ୍ୟାଳୟ ଏବଂ ଡାକ୍ତରଖାନା

ନୂଆଦିଲ୍ଲୀ: ସାରା ଦେଶରେ ବ୍ୟାପିଥିବା ୱକଫ ସମ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଖାଲି ୱକଫ ଜମିରେ ସ୍କୁଲ ଏବଂ ଡାକ୍ତରଖାନା ନିର୍ମାଣ କରାଯିବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭିଙ୍କ ଅଧ୍ୟକ୍ଷତାରେ ଆଜି ୮୯ ତମ କେନ୍ଦ୍ରୀୟ ୱକଫ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୱକଫ ବୋର୍ଡ ଜମିକୁ ଏକ ଉତ୍ତମ ଉପାୟରେ ବ୍ୟବହାର କରାଯିବା ଉଚିତ ବୋଲି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଜନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୱକଫ ସମ୍ପତ୍ତି ଉପରେ ବିଦ୍ୟାଳୟ, କଲେଜ, ଆଇଟିଆଇ, ଦକ୍ଷତା ବିକାଶ କେନ୍ଦ୍ର, ହଷ୍ଟେଲ ଏବଂ ସଦଭାବ ମଣ୍ଡପ ନିର୍ମାଣ କରାଯିବ।

ୱକଫ୍ ସମ୍ପତିଗୁଡିକର ହେବ ଜିପିଏସ୍ ମ୍ୟାପିଙ୍ଗ୍:

କେନ୍ଦ୍ର ସରକାର ବର୍ତ୍ତମାନ ଦେଶରେ ହଜାର ହଜାର ୱକଫ ସମ୍ପତ୍ତିର ସବିଶେଷ ତଥ୍ୟ କମ୍ପ୍ୟୁଟରରେ ଗୋଟିଏ ସ୍ଥାନରେ ସଂଗ୍ରହ କରିବେ। ଯାହା ଦ୍ଵାରା ଯେକୌଣସି ଜମିର ପ୍ରକୃତ ଅବସ୍ଥାନ ଗୋଟିଏ କ୍ଲିକରେ ଦେଖାଯିବ। ଏଥିପାଇଁ ୱାକଫ୍ ସମ୍ପତିଗୁଡିକର ଜିପିଏସ୍ / ଜିଏସ୍ ମ୍ୟାପିଂ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି। ଏହି କାମ ଶୀଘ୍ର ଶେଷ ହେବ।

ୱକଫ ଜମିରେ ବିକାଶ କାର୍ଯ୍ୟ ଆରମ୍ଭ ହେବ:

କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକଭି ଟୁଇଟ୍ କରି କହିଛନ୍ତି ଯେ, ଜିପିଏସ୍ ମ୍ୟାପିଂ ମାଧ୍ୟମରେ ଦେଶର ବହୁ ଦୂରବର୍ତ୍ତୀ ୱକଫ୍ ଜମିଗୁଡିକର ସୁରକ୍ଷା ତଥା ସଂରକ୍ଷଣ ମଧ୍ୟ ଏକ ଉନ୍ନତ ଉପାୟରେ କରାଯିବ ଏବଂ ବିକାଶ କାର୍ଯ୍ୟ ମଧ୍ୟ ଶୀଘ୍ର କରାଯାଇପାରିବ। ସ୍ଥାନୀୟ ଲୋକଙ୍କ ନିକଟରେ କେନ୍ଦ୍ରର ଯୋଜନା ପହଞ୍ଚାଇବରେ ମଧ୍ୟ ଉପଯୋଗୀ ହେବ।

Categories
ଆଜିର ଖବର ରାଜ୍ୟ ଖବର

ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ବର : ରାଜ୍ୟରେ ସ୍କୁଲ ଖୋଲିବା ନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ଏହି ମାସରେ ଅର୍ଥାତ୍‌ ନଭେମ୍ବରରେ ହିଁ ସ୍କୁଲ ଖୋଲିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ନବମରୁ ଦ୍ବାଦଶ ଯାଏଁ ସମ୍ପୂର୍ଣ୍ଣ କ୍ଲାସ୍‌ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।  ସେହିପରି ଯଦି ପିଲାମାନଙ୍କୁ ଛାଡିବାକୁ ଅଭିଭାବକ ରାଜି ନ ହେବେ, ତେବେ ଅନଲାଇନ୍‌ର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି ।  ସ୍କୁଲ ଖୋଲିବା ନେଇ ଏସ୍‌ଓପି ପ୍ରସ୍ତୁତି ଚାଲିଥିବାର ଜଣାଇଛନ୍ତି ମନ୍ତ୍ରୀ । ଜିଲ୍ଲାପାଳ ଓ ଡିଇଓମାନଙ୍କ ସହ ଏନେଇ ଆଲୋଚନା କରାଯିବ। କରୋନା ପାଇଁ 30 ପ୍ରତିଶତ ସିଲାବସ୍‌ ହ୍ରାସ ହୋଇଛି । ବାକି 70 ପ୍ରତିଶତ ସିଲାବସ୍‌ ପାଇଁ ନୂତନ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।