Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପାଞ୍ଚ ବର୍ଷ ପାଇଁ ୪୫୦୦ ମେଗାୱାଟ ବିଦ୍ୟୁତ୍ କ୍ରୟ ପାଇଁ ଯୋଜନା ଆରମ୍ଭ କରିଛି ଶକ୍ତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶକ୍ତି ମନ୍ତ୍ରଣାଳୟ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅନୁସାରେ ପାଞ୍ଚ ବର୍ଷ  ପାଇଁ ପ୍ରତିଯୋଗିତାମୂଳକ ଭିତ୍ତିରେ କିମ୍ବା ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍‌ଓଓ) ଆଧାରରେ ସମୁଦାୟ ୪୫୦୦ ମେଗାୱାଟର ବିଦ୍ୟୁତ୍ କ୍ରୟ ପାଇଁ ଏକ ଯୋଜନା ଆରମ୍ଭ କରିଛି।

ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପିଏଫ୍‌ସି କନ୍‌ସଲ୍ଟିଂ ଲିମିଟେଡ୍ (ପିଏଫ୍‌ସି ଲିମିଟେଡ୍‌ର ଏକ ସମ୍ପୂର୍ଣ୍ଣ ମାଲିକାନା ରହିଥିବା ସହାୟକ କମ୍ପାନୀ) ନୋଡାଲ୍ ଏଜେନ୍ସି ଭାବରେ ନିଯୁକ୍ତ ହୋଇଛି। ଏହି ଯୋଜନା ଅଧୀନରେ, ପିଏଫ୍‌ସି କନ୍‌ସଲ୍ଟିଂ ଲିମିଟେଡ୍ ୪୫୦୦ ମେଗାୱାଟ ଯୋଗାଣ ପାଇଁ ବିଡ୍ ଆମନ୍ତ୍ରଣ କରିଛି। ଏପ୍ରିଲ୍ ୨୦୨୩ ରୁ ବିଦ୍ୟୁତ୍ ଯୋଗାଣ ଆରମ୍ଭ ହେବ। ଏଥିପାଇଁ ପ୍ରାୟ ୨୭ ଏମ୍‌ଟିପିଏ ଆବଣ୍ଟନ କରିବାକୁ କୋଇଲା ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି।

ଏହି ଯୋଜନା ପାଇଁ ଆଗ୍ରହ ଦେଖାଇଥିବା ସଂସ୍ଥାଗୁଡିକ ହେଉଛନ୍ତି, ଗୁଜୁରାଟ ଉର୍ଜା ବିକାଶ ନିଗମ ଲିମିଟେଡ୍‌, ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀ ଲିମିଟେଡ୍‌, ମଧ୍ୟ ପ୍ରଦେଶ ପାୱାର୍ ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ୍‌, ନୂଆଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ତାମିଲନାଡୁ ଜେନେରେସନ୍ ଏବଂ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ ଲିମିଟେଡ୍। ବିଡ୍ ଜମା କରିବାର ଅନ୍ତିମ ତାରିଖ ହେଉଛି ୨୧ ଡିସେମ୍ବର ୨୦୨୨।

ପ୍ରଥମ ଥର ପାଇଁ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅଧୀନରେ ବିଡିଂ ଚାଲିଛି। ଏହା ସହିତ ଏହି ବିଡିଂରେ ମଧ୍ୟମ ଅବଧି ପାଇଁ ସଂଶୋଧିତ ପିପିଏ ମଧ୍ୟ ବ୍ୟବହୃତ ହେଉଛି।

ଏହି ଯୋଜନା ବିଦ୍ୟୁତ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟ ଗୁଡିକୁ ସାହାଯ୍ୟ କରିବ ଏବଂ ଉତ୍ପାଦନ ୟୁନିଟ୍ ଗୁଡିକୁ ନିଜର କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ଶକ୍ତି ମନ୍ତ୍ରଣାଳୟ ୨୫ ଅକ୍ଟୋବର ୨୦୨୨ ରେ ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ଅଧୀନରେ ଅର୍ଥ, ମାଲିକାନା ଏବଂ କାର୍ଯ୍ୟ (ଏଫ୍‌ଓଓ) ଆଧାରରେ ଶକ୍ତି କ୍ରୟ ପାଇଁ ନିର୍ଦ୍ଦେଶାବଳୀକୁ ସୂଚିତ କରିଥିଲେ। ଶକ୍ତି ନୀତିର ଅନୁଚ୍ଛେଦ ଖ(ଙ) ବ୍ୟବସ୍ଥାଗୁଡିକ ଅନୁସାରେ କୋଇଲା ଆବଣ୍ଟନର କାର୍ଯ୍ୟପ୍ରଣାଳୀ ୧୧ ମଇ ୨୦୨୨ ରେ ଜାରି କରାଯାଇଥିଲା।