Categories
ଆଞ୍ଚଳିକ

ଆସନ୍ତାକାଲି ବାଣପୁର ଓ ଚିଲିକାରେ ୬ ଘଣ୍ଟାପାଇଁ ହେବ ବିଦ୍ୟୁତ କାଟ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ଚିଲିକା ଅଞ୍ଚଳରେ ୬ ଘଣ୍ଟା ପାଇଁ ବିଦ୍ୟୁତକାଟ ହେବ ବୋଲି ଜଣାପଡିଛି। ଏ ନେଇ ଟିପିସିଓଡ଼ିଏଲ ଏସଡ଼ିଓ ଟୁକୁନା ଦଳେଇ ସୂଚନା ଦେଇଛନ୍ତି।

ତେବେ ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଉଭୟ ଅଞ୍ଚଳରେ ଲୋ ଭୋଲଟେଜ ସମସ୍ୟା ଦୂର କରିବା ପାଇଁ ଟ୍ରାନ୍ସଫର୍ମର ଅପଗ୍ରେଡେସନ ହେବା ନିମନ୍ତେ ଉକ୍ତ ବିଦ୍ୟୁତକାଟ ହେବ ବୋଲି କହିଛନ୍ତି ଶ୍ରୀ ଦଳାଇ।

ଆସନ୍ତକାଲି ବାଣପୁର ଏନଏସି ସମେତ ବାଣପୁର ଓ ଚିଲିକା ବ୍ଲକର ନନ୍ଦପୁର, ବିଷ୍ଣୁଡିହ, ନିମିକ୍ଷେତା, ବଡ଼କୁଳ, ଭବାନୀପୁର, ଦାମିଆ ବରବରା, କୁମାରାଙ୍ଗ ଓ ତୁମୁରାପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ସକାଳ ୯ ରୁ ଅପରାହ୍ନ ୩ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ କାଟ ବିରୋଧରେ ଗ୍ରୀଡକୋ ଅଫିସ ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ବାରମ୍ବାର ବାରମ୍ବାର ବିଦ୍ୟୁତ କାଟ ଏବଂ ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୯ ଜୁନରେ ପ୍ରଦେଶ କଂଗ୍ରେସର ରାଜ୍ୟ ଗ୍ରିଡ଼କୋ ଅଫିସ ସମ୍ମୁଖରେ ବିକ୍ଷୋଭ କରିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପ୍ରଦେଶ ସଭାପତି ଶରତ ପଟ୍ଟନାୟକ।

ଦଳ କହିଛି ଯେ, ସାମାନ୍ୟ ଟିକେ ଖରାଦିନିଆ ମେଘ ପବନ ହେଲେ ରାଜଧାନୀରେ ୬ ଘଣ୍ଟାରୁ ୮ ଘଂଟା ଅନ୍ଧାରରେ ରହୁଛି । ରାଜ୍ୟ ସରକାର ବିଦ୍ୟୁତ ଭିତ୍ତିଭୂମି ପାଇଁ ୨୦୦୦ କୋଟି ଟଙ୍କା ଦେଇଥିଲେ। ତାହା କେଉଁଥିରେ ଖର୍ଚ୍ଚ କରାଗଲା ନା ହାତ ଚିକ୍କଣ କରାଗଲା ବୋଲି ସେ କଟୁ ସମାଲୋଚନା କରିଛନ୍ତି ସଭାପତି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅଘୋଷିତ ବିଜୁଳି କାଟ୍ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା

ଭୁବନେଶ୍ୱର: ରାଜଧାନୀରେ ବାରମ୍ବାର ବିଜୁଳି କାଟ ବିରୋଧରେ ଆଜି ଭୁବନେଶ୍ବର ବିଜେପି ତରଫରୁ ଲଣ୍ଠନ ଧରି ପ୍ରତିବାଦ କରାଯାଇଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜାରାଣୀ ମଣ୍ଡଳ ର ବରଗଡ, ବଡଗଡ ବ୍ରିଟ, ବ୍ରହ୍ମେଶ୍ୱର, ବିଜେବି ନଗର, ନାଗେଶ୍ଵର ଟାଙ୍ଗୀ ଓ ଚିନ୍ତାମଣିଶ୍ୱର୍ ଆଖ ପାଖ ଅଞ୍ଚଳରେ ଗତ କିଛି ଦିନ ହେବ ଘନଘନ ଅଘୋଷିତ ବିଜୁଳି କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ।

ଶକ୍ତି ମନ୍ତ୍ରୀ ଙ୍କ କଥା ଓ କାମରେ ଶକ୍ତି ନାହିଁ । ଯେ ପଯ୍ୟନ୍ତ ସାଧାରଣ ଲୋକ୍ ଏହି ଦୁଃଖ ଦୃଦଶା ରୁ ବର୍ତୀ ନାହାନ୍ତି ଏବଂ OERC ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଉ ମଧୁଚନ୍ଦ୍ରିକା ଅଛି ତାର ପର୍ଦ୍ଧାଫାଶ କରିବା ପଯ୍ୟନ୍ତ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଅମରଜ୍ୟୋତି ଜଗଦ୍ଦେବ, ପ୍ରଭାତ ଦଳବେହେରା, ସିଦ୍ଧାର୍ଥ ଦାସ, ପ୍ରଶାନ୍ତ ନାୟକ, ଜ୍ୟୋତିରେଖ ନାୟକ, ବିନ୍ଦୁଲତା ବଳିୟାରସିଂ, ଗୀତାଞ୍ଜଳୀ ବେହେରା, ସୋୟଂସେବକ ରାୟ, ତାପସ ଦଳାଇ, ମନୋଜ ପଶ୍ଚିମକବାଟ, ମୁରଲୀ ନାୟକ, ବିଶ୍ୱଜିତ୍ ଦାସ, କୁନ୍ତଳା ସାହୁ, ରାକେଶ ମହାନ୍ତି, ଅଭିଜିତ ରଞ୍ଜନ, ଗୟାଧର ରଥ, ନାରାୟଣ ବସ୍ତିଆ, ଅଜିତ୍ କାନୁନଗୋ, ଶୁଭମ୍ ମହାପାତ୍ର, କୁନାଲ ସିଂ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ ବିଦ୍ୟୁତ କାଟ ଯୋଗୁଁ ବିରକ୍ତ ହେଲେ ଧୋନୀଙ୍କ ପତ୍ନୀ ସାକ୍ଷୀ, ଟ୍ୱିଟ କରି ପଚାରିଲେ ପ୍ରଶ୍ନ

ରାଞ୍ଚି: ଦିନକୁ ଦିନ ବଢୁଥିବା ତାପମାତ୍ରା ହେତୁ ଥର୍ମୋମିଟରର ପାରଦ ଉଚ୍ଚତାକୁ ସ୍ପର୍ଶ କରୁଛି। ଏହା ସହିତ ଗ୍ରୀଷ୍ମ ପ୍ରବାହ ଲୋକଙ୍କ ସମସ୍ୟାକୁ ବଢାଇ ଦେଇଛି। ଏଥି ସହିତ ଦିନରେ ଅନେକ ରାଜ୍ୟରେ ଗରମ ପବନ ବହିବା କାରଣରୁ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ସବୁଠାରୁ ବଡ ସମର୍ଥନ ହେଉଛି ବିଦ୍ୟୁତ୍। ଯାହାଫଳରେ ସେମାନେ ଘର ଭିତରେ ଚାଲୁଥିବା ଫ୍ୟାନ୍ ଏବଂ ଏସିରୁ ଆରାମ ପାଇପାରିବେ।

କେତେକ ରାଜ୍ୟରେ ପାୱାର୍ କଟ୍ ଏକ ବଡ ସମସ୍ୟା, ଯେଉଁଥିପାଇଁ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହ ସାଧାରଣ ଲୋକମାନେ ଏହାର ସାମ୍ନା କରିବାକୁ ପଡୁଛି। ନିକଟରେ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ଏମଏସ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ଏକ ଟୁଇଟ୍ କରିଛନ୍ତି। ଯେଉଁଥିରେ ସେ ଝାଡଖଣ୍ଡରେ ବିଦ୍ୟୁତ୍ ସଙ୍କଟ ନେଇ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ, ସାକ୍ଷୀଙ୍କ ଏହି ଟୁଇଟ୍ ଦୀର୍ଘ ସମୟ ପରେ ଆସିଛି, ଯେଉଁଥିପାଇଁ ଝାଡଖଣ୍ଡରେ ବିଦ୍ୟୁତ୍ କାଟ କେତେ ବଡ ସମସ୍ୟା ବୋଲି ଅନୁମାନ କରାଯାଉଛି।

ସାକ୍ଷୀ ଧୋନି ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଝାଡଖଣ୍ଡର ଜଣେ କରଦାତା ଭାବରେ ମୁଁ ଜାଣିବାକୁ ଚାହେଁ କାହିଁକି ଏତେ ବର୍ଷ ଧରି ଝାଡଖଣ୍ଡ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛି? ଶକ୍ତି ସଞ୍ଚୟ କରିବାରେ ଆମେ ଆମର କାର୍ଯ୍ୟ କରୁଛୁ! ‘ ଆମେ ଆପଣଙ୍କୁ କହିବୁ ଯେ, ଏହି ଟୁଇଟ୍ ପୂର୍ବରୁ ମଧ୍ୟ ସେ ପ୍ରାୟ ଦୁଇ ବର୍ଷ ପୂର୍ବେ ଝାଡଖଣ୍ଡରେ ବିଦ୍ୟୁତ୍ କାଟ ବିଷୟରେ ଟ୍ୱିଟ୍ କରିଥିଲେ।

ସେହି ସମୟରେ ମଧ୍ୟ ସେ ବିଦ୍ୟୁତ୍ କାଟ ଉପରେ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ପ୍ରାୟ ୪ ରୁ ୭ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହେଉଛି। ବର୍ତ୍ତମାନ, ସାକ୍ଷୀଙ୍କ ଟ୍ୱିଟକୁ ଦେଖି ଏହା ଅନୁମାନ କରାଯାଇପାରେ ଯେ ଝାଡଖଣ୍ଡରେ ବିଦ୍ୟୁତ କାଟ ବିଷୟରେ ଏତେ ଦିନ ପର୍ଯ୍ୟନ୍ତ କିଛି କରାଯାଇ ନାହିଁ।