Categories
ଆଜିର ଖବର ଜାତୀୟ ଖବର

ଆଜାମ ଖାନଙ୍କ ରଦ୍ଦ ହେଲା ବିଧାନସଭା ସଦସ୍ୟତା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆପତ୍ତିଜନକ ବିବୃତ୍ତି ମାମଲାରେ ତିନି ବର୍ଷ ଦଣ୍ଡିତ ହେବାର ଗୋଟିଏ ଦିନ ପରେ ଆଜି ଏସପି ନେତା ଆଜାମ ଖାନଙ୍କ ୟୁପି ବିଧାନସଭାର ସଦସ୍ୟତା ରଦ୍ଦ କରାଯାଇଛି। ଉତ୍ତରପ୍ରଦେଶ ବିଧାନସଭା ସଚିବଙ୍କ ଦ୍ୱାରା ଏହି ଘୋଷଣା କରାଯାଇଛି। ୟୁପି ବିଧାନସଭାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଦୁବେ କହିଛନ୍ତି ଯେ, ବିଧାନସଭା ସଚିବ ରାମପୁର ସଦର ବିଧାନସଭା ଆସନ ଖାଲି ଘୋଷଣା କରାଯାଇଛି।

ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ, “ବିଧାନସଭା ବାଚସ୍ପତି ସତୀଶ ମହାନା ଜୀଙ୍କର ମହମ୍ମଦ ଆଜମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାର ନିଷ୍ପତ୍ତି ସ୍ୱାଗତଯୋଗ୍ୟ!

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶର ରାମପୁରର ସାଂସଦ/ବିଧାୟକ କୋର୍ଟ ଗୁରୁବାର ଦିନ ଏସପି ନେତା ତଥା ବିଧାୟକ ଆଜମ ଖାନଙ୍କୁ ଆପତ୍ତିଜନକ ବିବୃତ୍ତି ଦେଇ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୨୫ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଜୁଲାଇ ୨୦୧୩ରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଯଦି କୌଣସି ମାମଲାରେ ସାଂସଦ ଏବଂ ବିଧାୟକଙ୍କୁ ଦୁଇ ବର୍ଷରୁ ଅଧିକ ଦଣ୍ଡିତ କରାଯାଏ, ତେବେ ଦଣ୍ଡ ଘୋଷଣା ହେବା ଦିନଠାରୁ ସେମାନଙ୍କର ସଦସ୍ୟତା (ସଂସଦ ଏବଂ ବିଧାନସଭା ଠାରୁ) ରଦ୍ଦ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ଅପମାନଜନକ ଭାଷା ବ୍ୟବହାର କରି ଏବଂ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ସାଧାରଣ ସଭାରେ ଆପତ୍ତିଜନକ ସମ୍ବୋଧିତ କରିଥିଲେ। ଏହାପରେ ମାମଲା ପଞ୍ଜିକୃତ ହୋଇଥିଲା, ଏସପି ନେତାଙ୍କ ଏହି ବିବୃତ୍ତିର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା।

ତେବେ ଗୁରୁବାର ଦିନ ଆଜାମ ଖାନ ଏହି ମାମଲାରେ ଜାମିନ ପାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ଏସପି ନେତା କହିଛନ୍ତି ଯେ, ଏହା ହେଉଛି ସର୍ବାଧିକ ଦଣ୍ଡ। ଏହି ମାମଲାରେ ଜାମିନ ଏକ ବାଧ୍ୟତାମୂଳକ ସର୍ତ୍ତ ଏବଂ ଏହି ଆଧାରରେ ମୁଁ ଜାମିନ ପାଇଛି। ମୁଁ ନ୍ୟାୟ ଉପରେ ବିଶ୍ୱାସ କରେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେଲେ ଆରଜେଡି ବିଧାୟକ ଅନନ୍ତ ସିଂ: ଜାଣନ୍ତୁ କାରଣ

ପାଟନା: AK-47 ଏବଂ ହ୍ୟାଣ୍ଡ ଗ୍ରେନେଡ ମାମଲାରେ ବିଧାୟକ ଅନନ୍ତ ସିଂଙ୍କୁ ଦଶ ବର୍ଷ ଦଣ୍ଡିତ କରାଯାଇଛି। ଏଥିସହିତ ତାଙ୍କ ସେବକଙ୍କୁ ମଧ୍ୟ ଦଶ ବର୍ଷ ଦଣ୍ଡିତ କରାଯାଇଛି। ସାଂସଦ-ବିଧାୟକ କୋର୍ଟର ସ୍ଵତନ୍ତ୍ର ଜଜ୍ ତ୍ରିଲୋକି ନାଥ ଦୁବେଙ୍କ କୋର୍ଟ ବିଧାୟକ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଅଭିଯୁକ୍ତ ଜେଲରେ କେତେ ଦିନ ବିତାଇଛନ୍ତି, ସେହି ହିସାବରେ ଦଣ୍ଡାଦେଶ ହ୍ରାସ କରାଯିବ।

ଏହି ମାମଲା ବାଢ ପୋଲିସ ଷ୍ଟେସନ କେସ୍ ନମ୍ବର ୩୮୯/୨୦୧୯ ସହିତ ଜଡିତ। ଶୁଣାଣି ପରେ ପିପି କହିଛନ୍ତି ଯେ, ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଦଣ୍ଡବିଧାନରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବା ଏବଂ ବିଧାନସଭା ସଦସ୍ଯତା ଆପେ ଆପେ ସମାପ୍ତ ହେବାର ବ୍ୟବସ୍ଥା ରହିଛି। ଏହାକୁ ଆଧାର କରି ସେ ବର୍ତ୍ତମାନ ଜଣେ ପୂର୍ବତନ ବିଧାୟକ ହେବେ। ପ୍ରକାଶ ଯେ, ଅନନ୍ତ ସିଂ ଆରଜେଡିର ଜଣେ ବିଧାୟକ।