Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିପଦପୂର୍ଣ୍ଣ ଦେଶରୁ ଓଡିଶା ଆସିଥିବା  ୪ ଯାତ୍ରୀ କରୋନା ପଜିଟିଭ

ଭୁବନେଶ୍ଵର: ଏବେ କରୋନାର ନୂଆ ଭାରିଆଣ୍ଟ ଓମକ୍ରିନକୁ ନେଇ ସାରା ବିଶ୍ଵ ଭୟଭୀତ ଅଛି। ଦେଶରୁ ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଓଡିଶା ସରକାର ମଧ୍ୟ ଏହାକୁ ନେଇ କଡା ନଜର ରଖିଛନ୍ତି। ସେଥିପାଇଁ ବିଦେଶରୁ ଓଡିଶା ଆସୁଥିବା ଯାତ୍ରୀମାନଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ସମସ୍ତ ବିମାନଯାତ୍ରୀଙ୍କୁ ବିମାନବନ୍ଦରରେ ରୋକାଯାଇ କୋଭିଡ ପରୀକ୍ଷା କରାଯାଉଛି।

ତେବେ ବିପଦପୂର୍ଣ୍ଣ ଦେଶରୁ ଆସିଥିବା ୪ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦେଶଗୁଡିକରୁ ମୋଟ ୯୮୨ ଜଣ ଯାତ୍ରୀ ଆସିଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ୯୮୨ ଜଣ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ନମୁନା ଜେନମ ସିକ୍ଵେନସିଂ ପାଇଁ ପଠାଯାଇଛି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।