Categories
ଆଜିର ଖବର ଜାତୀୟ ଖବର

ବିଭିନ୍ନ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ୩୦୨୭.୮୬ କୋଟି ଅନୁମୋଦନ କଲା ଏଚଏଲସି

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ପ୍ରକଳ୍ପ ଲାଗି ୩୦୨୭.୮୬ କୋଟି ଟଙ୍କା ଅନୁମୋଦନ କରିଛି। ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ ଏବଂ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଏହି କମିଟିର ସଦସ୍ୟ ଭାବେ ୧୦ଟି ରାଜ୍ୟର ୫୦ଟି ଅତ୍ୟଧିକ ବଜ୍ରପାତ ପ୍ରବଣ ଜିଲ୍ଲାରେ ବଜ୍ରପାତ ଆଶଙ୍କାକୁ ହ୍ରାସ କରିବା ପାଇଁ ବଜ୍ରପାତ ନିରାପତ୍ତା ଉପରେ ପ୍ରଶମନ ପ୍ରକଳ୍ପ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍ ଡିଏମ୍ ଏଫ୍)ରୁ ୧୨ଟି ମରୁଡ଼ି ପ୍ରବଣ ରାଜ୍ୟର ୪୯ଟି ଜିଲ୍ଲାକୁ ସହାୟତା ପ୍ରଦାନ ପ୍ରସ୍ତାବ ଉପରେ ବିଚାର କରିଥିଲା।

ଉଚ୍ଚସ୍ତରୀୟ କମିଟି ୨୦୨୨.୧୬ କୋଟି ଟଙ୍କା ବ୍ୟୟଅଟକଳରେ ମରୁଡ଼ି ପ୍ରବଣ ୧୨ଟି ରାଜ୍ୟ ପାଇଁ ସହାୟତା ପ୍ରକଳ୍ପକୁ ଅନୁମୋଦନ କରିଛି, ଯେଉଁଥିରୁ କେନ୍ଦ୍ରୀୟ ଅଂଶ ୧୨୦୦ କୋଟି ଟଙ୍କା ହେବ। ଏହି ୧୨ଟି ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ।

ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପାଇଁ ମୋଟ ୧୮୬.୭୮ କୋଟି ଟଙ୍କା ବ୍ୟୟଅଟକଳରେ ୧୦ଟି ରାଜ୍ୟରେ ବଜ୍ରପାତ ନିରାପତ୍ତା ସମ୍ପର୍କିତ ପ୍ରଶମନ ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି।

କେନ୍ଦ୍ର ଗୃହମନ୍ତ୍ରୀ ୧୯ଟି ରାଜ୍ୟର ୧୪୪ଟି ଉଚ୍ଚ ପ୍ରାଥମିକତା ଜିଲ୍ଲାରେ ମୋଟ ୮୧୮.୯୨ କୋଟି ଟଙ୍କା ବ୍ୟୟଅଟକଳରେ କାର୍ଯ୍ୟକାରୀ କରିବା ପାଇଁ ଜଙ୍ଗଲ ଅଗ୍ନି ବିପଦ ପରିଚାଳନା ପ୍ରଶମନ ଯୋଜନାକୁ ଅନୁମୋଦନ କରିଛନ୍ତି, ଯେଉଁଥିରୁ ଏନଡିଏମଏଫ ଏବଂ ଏନଡିଆରଏଫର କେନ୍ଦ୍ରୀୟ ଅଂଶ ୬୯୦.୬୩ କୋଟି ଟଙ୍କା ହେବ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ଜଙ୍ଗଲ ଅଗ୍ନି ପରିଚାଳନା ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ରଶମନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଯାହା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ନିଆଁ ନିବାରଣ ଏବଂ ପ୍ରଶମନ କାର୍ଯ୍ୟକଳାପକୁ ସୁଦୃଢ଼ ଏବଂ ସମର୍ଥନ କରାଯାଇପାରିବ।

ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମଣିପୁର, ମହାରାଷ୍ଟ୍ର, ମିଜୋରାମ, ମଧ୍ୟପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ଓଡ଼ିଶା, ତାମିଲନାଡୁ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡ ରାଜ୍ୟ ଜଙ୍ଗଲ ନିଆଁ ନିୟନ୍ତ୍ରଣ, ଜଙ୍ଗଲ ନିଆଁ ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ଅଗ୍ନିକାଣ୍ଡ ପରବର୍ତ୍ତୀ ଆକଳନ ଓ ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ କାର୍ଯ୍ୟ ପାଇଁ ନିଜ ନିଜ ପ୍ରସ୍ତାବ ଦାଖଲ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରତିରୋଧୀ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ଦେଶରେ ବିପର୍ଯ୍ୟୟର ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥାକୁ ସୁଦୃଢ଼ କରି ବିପର୍ଯ୍ୟୟ ସମୟରେ ବ୍ୟାପକ ଜୀବନ ଓ ସମ୍ପତ୍ତି କ୍ଷୟକ୍ଷତିକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

ଏହି ପ୍ରସ୍ତାବଗୁଡ଼ିକ ପୂର୍ବରୁ ଏଚଏଲସି ୭ଟି ପ୍ରମୁଖ ସହରରେ ସହରାଞ୍ଚଳ ବନ୍ୟା ବିପଦ ପ୍ରଶମନ ପ୍ରକଳ୍ପ ପାଇଁ ମୋଟ ୩୦୭୫.୬୫ କୋଟି ଟଙ୍କା ବ୍ୟୟରେ, ୪ଟି ରାଜ୍ୟରେ ଜିଏଲଏଫ ବିପଦ ପରିଚାଳନା ୧୫୦ କୋଟି ଟଙ୍କା ବ୍ୟୟରେ ଏବଂ ୧୫ଟି ରାଜ୍ୟରେ ଭୂସ୍ଖଳନ ବିପଦ ପ୍ରଶମନ ପାଇଁ ମୋଟ ୧୦୦୦ କୋଟି ଟଙ୍କା ବ୍ୟୟରେ ଆର୍ଥିକ ସହାୟତାକୁ ଅନୁମୋଦନ କରିଥିଲା।

ଏହାବ୍ୟତୀତ ଚଳିତ ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ୨୪,୯୮୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ୨୭ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରୁ ୧୭୪୭୯.୬୦ କୋଟି ଟଙ୍କା, ୧୮ଟି ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୪୮୦୮.୩୦ କୋଟି ଟଙ୍କା, ୧୩ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ)ରୁ ୧୯୭୩.୫୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ)ରୁ ୦୮ଟି ରାଜ୍ୟକୁ ୭୧୯.୭୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି।

Categories
ଆଜିର ଖବର ଜାତୀୟ ଖବର

ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୧୫.୬୭ କୋଟି ମଞ୍ଜୁର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୧୫.୬୭ କୋଟି ଟଙ୍କା ମଞ୍ଜୁର କରିଛି। ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଏହି କମିଟି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ)ରୁ ପାଣ୍ଠି ଯୋଗାଣ ପାଇଁ ୧୫ଟି ରାଜ୍ୟରେ ଭୂସ୍ଖଳନ ବିପଦ ହ୍ରାସ କରିବା ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ)ର ମଧ୍ୟରୁ ପ୍ରସ୍ତୁତି ଏବଂ ଦକ୍ଷତା ବୃଦ୍ଧି ଅଧୀନରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ପାଇଁ ଅନ୍ୟ ଏକ ପ୍ରସ୍ତାବ ଉପରେ ବିଚାର କରିଥିଲା।

ଉଚ୍ଚସ୍ତରୀୟ କମିଟି ମୋଟ ୧୦ କୋଟି ଟଙ୍କା ବ୍ୟୟରେ ୧୫ଟି ରାଜ୍ୟ (ଅରୁଣାଚଳ ପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଉତ୍ତରାଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ)ରେ ଜାତୀୟ ଭୂସ୍ଖଳନ ବିପଦ ପ୍ରଶମନ ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି କମିଟି ଉତ୍ତରାଖଣ୍ଡ ପାଇଁ ୧୩୯ କୋଟି ଟଙ୍କା, ହିମାଚଳ ପ୍ରଦେଶ ପାଇଁ ୧୩୯ କୋଟି ଟଙ୍କା, ୮ଟି ଉତ୍ତର ପୂର୍ବ ରାଜ୍ୟ ପାଇଁ ୩୭୮ କୋଟି ଟଙ୍କା, ମହାରାଷ୍ଟ୍ର ପାଇଁ ୧୦୦ କୋଟି ଟଙ୍କା, କର୍ଣ୍ଣାଟକ ପାଇଁ ୭୨ କୋଟି ଟଙ୍କା, କେରଳ ପାଇଁ ୭୨ କୋଟି ଟଙ୍କା, ତାମିଲନାଡୁ ପାଇଁ ୫୦ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛି।

ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୧୧୫.୬୭ କୋଟି ଟଙ୍କା ବ୍ୟୟ ଅଟକଳରେ ବେସାମରିକ ପ୍ରତିରକ୍ଷା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ପାଇଁ ଅନ୍ୟ ଏକ ପ୍ରକଳ୍ପକୁ ମଧ୍ୟ ଏଚଏଲସି ଅନୁମୋଦନ କରିଛି। ଏହା ପୂର୍ବରୁ କମିଟି ଏନଡିଏମ୍ଏଫ୍ ରୁ ମୋଟ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ୭ଟି ସହରରେ ସହରାଞ୍ଚଳ ବନ୍ୟା ବିପଦ ପ୍ରଶମନ ପ୍ରକଳ୍ପ ଏବଂ ୪ଟି ରାଜ୍ୟରେ ଜିଏଲ୍ଓଏଫ୍ ବିପଦ ପରିଚାଳନାକୁ ଅନୁମୋଦନ କରିଥିଲା।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ଦେଶରେ ବିପର୍ଯ୍ୟୟର ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛି । ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥାକୁ ସୁଦୃଢ଼ କରି ବିପର୍ଯ୍ୟୟ ସମୟରେ ବ୍ୟାପକ ଧନଜୀବନ ହାନିକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଚଳିତ ବର୍ଷ ରାଜ୍ୟଗୁଡ଼ିକୁ ୨୧,୪୭୬ କୋଟି ରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ୨୬ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରୁ ୧୪,୮୭୮.୪୦ କୋଟି ଟଙ୍କା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୧୫ଟି ରାଜ୍ୟକୁ ୪,୬୩୭.୬୬ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ)ରୁ ୧୧ଟି ରାଜ୍ୟକୁ ୧,୩୮୫.୪୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ)ରୁ ୦୬ଟି ରାଜ୍ୟକୁ ୫୭୪.୯୩ କୋଟି ଟଙ୍କା ରହିଛି।

Categories
ଆଜିର ଖବର ଜାତୀୟ ଖବର

‘‘ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’’ ଯୋଜନା: ଓଡ଼ିଶା ପାଇଁ ୨୦୧.୧୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମିତି ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଓ ଆଧୁନିକୀକରଣ’’ ଯୋଜନା ଅଧୀନରେ ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ୭୨୫.୬୨ କୋଟି ଟଙ୍କାର ତିନୋଟି ପ୍ରକଳ୍ପକୁ ମଞ୍ଜୁର କରିଛି। ଏହି ସମିତି ଛତିଶଗଡ଼ ପାଇଁ ୧୪୭.୭୬ କୋଟି ଟଙ୍କା, ଓଡ଼ିଶା ପାଇଁ ୨୦୧.୧୦ କୋଟି ଟଙ୍କା ଏବଂ ପଶ୍ଚିମବଙ୍ଗ ପାଇଁ ୩୭୬.୭୬ କୋଟି ଟଙ୍କା ମଞ୍ଜୁର କରିଛି । ଉଚ୍ଚସ୍ତରୀୟ ସମିତିରେ କେନ୍ଦ୍ର ଅର୍ଥ ମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ସଦସ୍ୟ ରୂପେ ସାମିଲ ହୋଇଥାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତ ନିର୍ମାଣ ଲକ୍ଷ୍ୟକୁ ପୂରଣ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଦେଶରେ ବିପର୍ଯ୍ୟୟର ପ୍ରଭାବୀ ପ୍ରଶମନ ସୁନିଶ୍ଚିତ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି। ଭାରତରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ମଜବୁତ କରି ବିପର୍ଯ୍ୟୟ ସମୟରେ ବ୍ୟାପକ ଧନଜୀବନ ହାନିକୁ ରୋକିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି।

କେନ୍ଦ୍ର ସରକାର ‘‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ବିସ୍ତାର ଏବଂ ଆଧୁନିକୀକରଣ’’ ଯୋଜନା ଲାଗି ଏନଡିଆରଏଫ ଅଧୀନରେ ୫୦୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏଥିପୂର୍ବରୁ ୧୫ଟି ରାଜ୍ୟ ନିମନ୍ତେ ୨୫୪୨.୧୨ କୋଟି ଟଙ୍କାର ମୋଟ୍ ପରିବ୍ୟୟ ପ୍ରସ୍ତାବକୁ ମଞ୍ଜୁର କରାଯାଇସାରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ଚଳିତ ବର୍ଷ ରାଜ୍ୟଗୁଡ଼ିକୁ ୨୧ ହଜାର ୨୬ କୋଟି ଟଙ୍କାର ଅର୍ଥରାଶି ପୂର୍ବରୁ ଆବଣ୍ଟନ କରାଯାଇ ସାରିଛି। ଏଥିରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ)ରୁ ୨୬ଟି ରାଜ୍ୟକୁ ୧୪ ହଜାର ୮୭୮ କୋଟି ୪୦ ଲକ୍ଷ ଟଙ୍କା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଆରଏଫ)ରୁ ୧୫ଟି ରାଜ୍ୟକୁ ୪,୬୩୭ କୋଟି ଟଙ୍କା, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏସଡିଏମଏଫ)ରୁ ୧୧ଟି ରାଜ୍ୟକୁ ୧୩୮୫ କୋଟି ୪୫ ଲକ୍ଷ ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନଡିଏମଏଫ)ରୁ ତିନୋଟି ରାଜ୍ୟକୁ ୧୨୪ କୋଟି ୯୩ ଲକ୍ଷ ଟଙ୍କା ସାମିଲ ରହିଛି।