Categories
ଆଜିର ଖବର ଜାତୀୟ ଖବର

ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ସମବେଦନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ; “ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ, ଯେଉଁଥିରେ ଆମେ ଜେନରାଲ ବିପିନ୍ ରାୱତ, ତାଙ୍କ ପତ୍ନୀ ଏବଂ ସଶସ୍ତ୍ର ବାହିନୀର ଅନ୍ୟ କର୍ମଚାରୀଙ୍କୁ ହରାଇଛୁ। ସେମାନେ ଅତି ପରିଶ୍ରମର ସହ ଭାରତର ସେବା କରିଛନ୍ତି। ମୋର ସମବେଦନା ଶୋକସନ୍ତପ୍ତ ପରିବାର ସହ ଅଛି।

ଜେନରାଲ ବିପିନ୍ ରାୱତ ଜଣେ ଉଲ୍ଲେଖନୀୟ ସୈନିକ ଥିଲେ। ସେ ଜଣେ ପ୍ରକୃତ ଦେଶପ୍ରେମୀ ଥିଲେ ଏବଂ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଉପକରଣର ଆଧୁନିକୀକରଣରେ ବହୁତ ସହଯୋଗ କରିଥିଲେ। ରଣନୀତି ପ୍ରସଙ୍ଗରେ ତାଙ୍କର ଅନ୍ତର୍ଦୃଷ୍ଟି ଅତୁଳନୀୟ ଥିଲା। ତାଙ୍କର ପରଲୋକ ମୋତେ ଗଭୀର ଦୁଃଖ ଦେଇଛି। ଓମ୍ ଶାନ୍ତି।

ଭାରତର ପ୍ରଥମ ସିଡିଏସ୍ ଭାବରେ, ଜେନରାଲ ରାୱତ ପ୍ରତିରକ୍ଷା ସଂସ୍କାର ସହିତ ଆମ ସଶସ୍ତ୍ର ବାହିନୀର ବିକାଶ ଦିଗରେ କାର୍ଯ୍ୟ କରିଥିଲେ। ତାଙ୍କ ପାଖରେ ସେନାର ବିଭିନ୍ନ ବିଭାଗରେ ସେବା କରିବାର ଗଭୀର ଅଭିଜ୍ଞତା ଥିଲା। ତାଙ୍କର ଅପୂର୍ବ ସେବାକୁ ଭାରତ କେବେ ବି ଭୁଲିପାରିବ ନାହିଁ।”

Categories
ଆଜିର ଖବର ଜାତୀୟ ଖବର

BREAKING NEWS: ହେଲିକାପ୍ଟର ଦୁର୍ଘଟଣାରେ ବିପିନ୍ ରାୱତ ମୃତ୍ୟୁବରଣ କରିଥିବାର ହେଲା ଘୋଷଣା

ନୂଆଦିଲ୍ଲୀ: ଶେଷରେ ଚିଫ ଡିଫେନସ ଷ୍ଟାଫ୍ ଜେନରାଲ ବିପିନ ରାୱାତ ହେଲିକାପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ଏ ନେଇ ଆଜି ଭାରତୀୟ ବାୟୁସେନା ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି ଯେ, ଆଜି ହୋଇଥିବା ବାୟୁସେନା ହେଲିକାପ୍ଟର ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ସେମାନେଙ୍କ ମଧ୍ୟରେ ରାୱାତ ଏବଂ ତାଙ୍କ ପତ୍ନୀ ମଧୁଲିତା ରାୱାତ ମଧ୍ୟ ଅଛନ୍ତି।

ଆଜି ମଧ୍ୟାହ୍ନରେ ତାମିଲିନାଡୁର ନୀଳିଗିରି ଜିଲ୍ଲାରେ ହୋଇଥିବା ହେଲିକାପ୍ଟରରେ ମୋଟ 14 ଜଣ ଯାତ୍ରା କରୁଥିଲେ। ସେଥିରେ ରାୱାତ ଏବଂ ତାଙ୍କ ପତ୍ନୀ ମଧ୍ୟ ଥିଲେ। ଦୁର୍ଘଟଣା ପରେ ମୋଟ 13 ଜଣ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜେନେରାଲ ରାୱାତ ଏବଂ ତାଙ୍କ ପତ୍ନୀ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି।