Categories
ଜାତୀୟ ଖବର ବିଶେଷ ଖବର

ଅଲବିଦା ବିପିନ ରାୱାତ: ଗୋଟିଏ ଜୁଇରେ ସ୍ବାମୀ ସ୍ତ୍ରୀଙ୍କର ଶେଷକୃତ, ଦୁଇ ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ: ଶେଷରେ ପଞ୍ଚଭୂତରେ ବିିଲିନ ହେଲା ଚିଫ ଡିଫେନସ ଷ୍ଟାଫ ଜେନେରାଲ ବିପିନ ରାୱାତଙ୍କ ପାର୍ଥିବ ଶରୀର। ଗୋଟିଏ ଜୁଇରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀ ମଧୁଲିକା ରାୱାତଙ୍କ ସତ୍କାର କରାଯାଇଛି। ଆଜି ଦିଲ୍ଲାର ବରାର ଛକରେ ଥିବା ଶ୍ମଶାନଘାଟରେ ଉଭୟଙ୍କ ଶେଷକୃତ କରାଯାଇଛି। ତାଙ୍କର ଦୁଇ ଝିଅ କ୍ରିତିକା ଏବଂ ତାରିଣୀ ଉଭୟ ବାପା ମାଙ୍କୁ ମୁଖାଗ୍ନି ଦେଇଥିଲେ।

ହିନ୍ଦୁ ରିତିନୀତି ଅନୁସାରେ ଶ୍ମଶାନଘାଟରେ ମନ୍ତ୍ର ଉଚ୍ଚାରଣ କରି ତାଙ୍କର ସମସ୍ତ କର୍ମ କରାଯାଇଥିଲା। ଏଥିରେ ଦୁଇ ଝିଅ ଏହି କର୍ମ କରିଥିଲେ। ଏହା ଶେଷ ହେବା ପରେ କଫିନରୁ ଉଭୟଙ୍କ ମୃତଦେହ ବାହାର କରି ଦାହ କରାଯାଇଥିଲା। ସାମରିକ ନିୟମ ଅନୁସାରେ ବିପିନ ରାୱାତଙ୍କ ପାର୍ଥିବ ଶରୀରରେ ଘୋଡାଯାଇଥିବା ଜାତୀୟ ପତାକାକୁ ସମ୍ମାନର ସହିତ କଢାଯାଇଥିଲା।

ମୁଖାଗ୍ନି ପୂର୍ବରୁ ସାମରିକ ନିୟମ ଅନୁସାରେ ତାଙ୍କୁ 17 ତୋପ ସଲାମି ପ୍ରଦାନ କରାଯାଇଥିଲା। ଏହାପରେ ଦୁଇଝିଅ ମୁଖାଗ୍ନି ପ୍ରଦାନ କରିଥିଲେ। ଉଭୟଙ୍କୁ ଶେଷ ଦର୍ଶନ କରିବା ପାଇଁ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଶ୍ମାସନ ଘାଟରେ ତିନି ସେନାର ମୁଖ୍ୟ ଶେଷ ସଲାମି ପ୍ରଦାନ କରିଥିଲେ।

ଶେଷକୃତ କାର୍ଯ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଜ୍ୟମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୱାଲା ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଶ୍ମଶାନ ଘାଟରେ ଉପସ୍ଥିତ ରହି ସମ୍ମାନ ଜଣାଇଥିଲେ।

ପଞ୍ଚଭୂତରେ ସ୍ବାମୀସ୍ତ୍ରୀଙ୍କ ପାର୍ଥିବ ଶରୀର ବିଲିନ ହେବା ପରେ ବିଧି ଅନୁଯାୟୀ ଉଭୟଙ୍କର ଅସ୍ଥି କଢାଯାଇଥିଲା। ଦୁଇ ଝିଅ ଏହାକୁ ଘରକୁ ନେଇଥିଲେ। ଶନିବାର ଦିନ ଏହାକୁ ହରିଦ୍ବାରରେ ବିସର୍ଜନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ବିପିନ ରାୱତଙ୍କ ହେଲିକାପ୍ଟର ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି

ନୂଆଦିଲ୍ଲୀ: ଚିଫ ଡିଫେନସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ହେଲିକାପ୍ଟର ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ପାଇଛି। ଏହି ସେନା ହେଲିକାପ୍ଟରରେ ବିପିନ ରାୱାତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱାତଙ୍କ ସମେତ ୧୪ ଜଣ ଯାତ୍ରା କରୁଥିଲେ। ତେବେ ବିପିନି ରାୱାତଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣା ପଡିଛି।

ଆଜି ତାମିଲନାଡୁର କନ୍ନୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଯାତ୍ରା କରୁଥିଲେ। ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଜେନରାଲ ବିପନ ରାୱାତଙ୍କ ହେଲିକାପ୍ଟର ଦୁର୍ଘଟଣା, ପ୍ରତିରକ୍ଷା ମନ୍ତ୍ରୀ ଗୃହରେ ରଖିବେ ବିବୃତି

ନୂଆଦିଲ୍ଲୀ: ଚିଫ ଡିଫେନସ ଷ୍ଟାଫ୍ ଦେନରାନ ବିପିନ ରାୱତଙ୍କ ହେଲିକାପ୍ଟର ଦୃଘଟଣା ନେଇ ଆଜି ଗୃହରେ ବିବୃତି ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଦନାଥ ସିଂ। ବିରୋଧୀ ଦାବୀ କରିବା ପୂର୍ବରୁ ଏ ଘଟଣା ସଂପର୍କରେ ସେ ସଂସଦରେ ଘଟଣା ସଂପର୍କରେ ଅବଗତ କରାଇବେ। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ତାମିଲନାଡୁର କନ୍ନୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ ଯାତ୍ରା କରୁଥିଲେ। ଏହି ଘଟଣାରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।