Categories
ଆଜିର ଖବର ରାଜ୍ୟ ଖବର

ବିପିୟୁଟି ରେ ନିଯୁକ୍ତ ହେଲେ ନୂଆ କୂଳପତି, ରାଜ୍ୟପାଳ ଦେଲେ ନିଯୁକ୍ତି

ଭୁବନେଶ୍ବର: ଆଜି ବିପିୟୁଟି ବା ବିଜୁ ପଟ୍ଟନାୟକ ବୈଷିୟକ ବିଶ୍ବବିଦ୍ୟାଳୟର ନୂଆ କୂଳପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ପ୍ରଫେସର ଅମୀୟ କୁମାର ରଥ। ପ୍ରଫେସର ରଥ ବର୍ତ୍ତମାନ ବାଙ୍ଗାଲୁରୁସ୍ଥିତ ନାକ୍ ର ଉପଦେଷ୍ଠା ଭାବେ କାର୍ଯ୍ୟ କରୁଛନ୍ତି।

ତାଙ୍କୁ କୂଳପତି ଭାବେ ପାଞ୍ଚ ବର୍ଷ କିମ୍ବା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରଫେସର ରଥଙ୍କର ପ୍ରାୟ 33 ବର୍ଷର ଶିକ୍ଷା ପ୍ରଦାନର ଅଭିଜ୍ଞତା ରହିଛି। ଏଥିସହିତ ସେ ନଅ ଟି ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ତତ୍ବାବଧାନରେ ଏ ପର୍ଯ୍ୟନ୍ତ 12 ଜଣ ପିଏଚଡି ଏବଂ 17 ଜଣ ପିଜି ସ୍କାଲର କୃତିତ୍ବ ହାସଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଛି। ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଆର୍କିଟେକ୍ଚର, ଫାର୍ମାସୀର ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ବିପିୟୁଟି ୱେବସାଇଟ www.bputexam.in ରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜୁଲାଇ ପ୍ରଥମ ସପ୍ତାହରେ ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ବର : ବାତିଲ୍‌ ହେବନି ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା । ଜୁଲାଇ ପ୍ରଥମ ସପ୍ତାହରେ ହେବ ଅନ୍‌ଲାଇନ୍‌ ପରୀକ୍ଷା । ସବୁ ଜିଲ୍ଲାରେ ଓ ରାଜ୍ୟ ବାହାରେ ପରୀକ୍ଷା କେନ୍ଦ୍ର କରାଯିବ । ଛାତ୍ରଛାତ୍ରୀ ଚାହିଁଲେ ଅଫ୍‌ଲାଇନ୍‌ରେ ବି ପରୀକ୍ଷା ଦେଇପାରିବେ। ତେବେ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ।

ସୂଚନାଯୋଗ୍ୟ, କୋଭିଡ୍ ଭୂତାଣୁର ଭୟାବହତା ଏବଂ ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଶେଷରେ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଫାଇନାଲ୍ ଏବଂ ଫାଇନାଲ୍ ସେମିଷ୍ଟାରର ବାକିଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ପ୍ରତ୍ୟେକ ବିଷୟ ପାଇଁ ମୂଲ୍ୟାୟନ କରି ମାର୍କ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି।