Categories
ଆଜିର ଖବର ଜାତୀୟ ଖବର

ସାମାଜିକ ଗଣମାଧ୍ୟମରେ ବିବାଦୀୟ ଟିପ୍ପଣୀ ଦେଲେ ହେବ ବଡ କାର୍ଯ୍ୟାନୁଷ୍ଠାନ

ପାଟଣା: ସାମାଜିକ ଗଣମାଧ୍ୟମରେ ବିବାଦୀୟ ଟିପ୍ପଣୀ ଦେଉଥିବା ବ୍ୟକ୍ତିଙ୍କ ଉପରେ ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିହାର ପୋଲିସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଯଦି କୌଣସି ସାମାଜିକ ଗଣମାଧ୍ୟମ ୟୁଜର କୌଣସି ସାଂସଦ, ବିଧାୟକ କିମ୍ବା ଅଧିକାରୀଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରନ୍ତି, ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ବିହାର ପୋଲିସ ପକ୍ଷରୁ ଜାରି ହୋଇଥିବା ଏକ ଚିଠି ମାଧ୍ୟମରେ ଦର୍ଶାଯାଇଛି।

ଏହି ଚିଠିରେ ଲେଖା ଯାଇଛି ଯେ, ଏମିତି ବହୁତ ମାମଲା ଦେଖିବାକୁ ମିଳୁଛି। ଯେଉଁଥିରେ ସାମାଜିକ ଗଣମାଧ୍ୟମରେ ସରକାର, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଉଛି। ଏହା ଆଇନଗତ ଅପରାଧ ଏବଂ ସାଇବର ଅପରାଧ ଅନ୍ତର୍ଗତ ଅଟେ। ତେଣୁ ସେଭଳି ବ୍ୟାକ୍ତିଙ୍କ ଉପରେ କାର୍ଯ୍ଯନୁଷ୍ଠାନ ହେବା ଆବଶ୍ୟକ ବୋଲି ପୋଲିସ କହିଛି।

Categories
ଆଜିର ଖବର ଜାତୀୟ ଖବର

ହିନ୍ଦୁଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଲେ ଯୁବରାଜ ସିଂହଙ୍କ ପିତା: ଗିରଫ ଦାବି କଲେ ସୋସିଆଲ ମିଡ଼ିଆ ୟୁଜର୍ସ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିବା ଭିଡିଓ ଭାଇରାଲ ହେବା ପରେ ଯୋଗରାଜଙ୍କ ଗିରଫ ଦାବି କରାଯାଇଛି।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଏକ ତୀବ୍ର ରୂପ ନେଉଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯୋଗରାଜ ସିଂହ।

ତେବେ ଏହି ଆନ୍ଦୋଳନ ସମୟରେ ସେ ହିନ୍ଦୁଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଭାଷଣ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯୋଗରାଜ ସିଂହଙ୍କ ଭାଇରାଲ ଭିଡିଓରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ବେଳେ ହିନ୍ଦୁଙ୍କୁ ଗଦ୍ଦାର କହିଥିବା ନଜର ଆସିଛନ୍ତି। ସେ କହିଛନ୍ତି, ‘ଏଇ ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ଯାଏଁ ମୁଗଲମାନଙ୍କ ଗୋଲାମୀ କଲେ।’ ଏହା ସହିତ ସେ ମହିଳାଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ହେଲେ ଏହି ଭିଡିଓର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଯୋଗରାଜଙ୍କ ଏହି ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ନିନ୍ଦା କରିଛନ୍ତି। ଲୋକେ ତାଙ୍କ ଭାଷଣକୁ ବିବାଦୀୟ, ଘୃଣ୍ୟ ଏବଂ ଆପତ୍ତିଜନକ ବୋଲି କହିଛନ୍ତି। ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।