Categories
ଜାତୀୟ ଖବର ବିଶେଷ ଖବର

କନ୍ୟା ବେଦୀକୁ ଯିବା ବେଳେ ସିଡିରୁ ପଡି ସବୁଦିନ ପାଇଁ ହେଲା ପଙ୍ଗୁ, ଏହାପରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଲକ୍ଷ୍ମୌ, ବିବାହର ହସଖୁସିରେ ସମସ୍ତେ ମସଗୁଲ ଥିବା ବେଳେ କେହି କେବେ ଭାବି ନ ଥିଲେ ଯେ ଏପରି ଏକ ଦୁର୍ଘଟଣା ଘଟିବ ବୋଲି। ବର ଆସି ବେଦୀ ପାଖରେ, କନ୍ୟା ବେଦୀକୁ ଆସିବା ବେଳେ ସିଡିରୁ ଖସିପଡିଲେ। ମେରୁଦଣ୍ଡରେ ପ୍ରବଳ ଆଘାତ ହେଲା। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଗଲା। ହେଲେ ଡାକ୍ତର କହିଲେ ଯେ , ଝିଅଟି ଆଉ ଭଲ ହେବ ନାହିଁ ସବୁଦିନ ପାଇଁ ପଙ୍ଗୁ ହୋଇଗଲା। ଏହାପରେ ସେଠାରେ ସମସ୍ତଙ୍କ ଉପରେ ବଜ୍ର ପଡିଗଲା।

ଏହିପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତର ପ୍ରଦେଶର ପ୍ରତାପଗଡ ଅଞ୍ଚଳରେ। କନ୍ୟା ପ୍ରତିଭା ଶାଢୀ ପିନ୍ଧି ବେଦୀକୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ହଠାତ ଛାତ ସିଡିରୁ ଜଣେ ପିଲାଟିଏ ଖସିପଡିଲା। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିଭା ଯିବା ବେଳେ ସେ ମଧ୍ୟ ସିଡିରୁ ଖସିପଡିଲେ। ତେବେ ତାଙ୍କର ଆଘାତ ଏତେ ଯୋରରେ ହେଲା ଯେ ସେ ସବୁଦିନ ପାଇଁ ପଙ୍ଗୁ ହୋଇଗଲେ।

ଏହାପରେ ପ୍ରତିଭାର ବାପାମା ନିଶ୍ଚିତ ହେଲେ ଯେ ଏହି ବାହାଘର ଭାଙ୍ଗିଗଲା। ହେଲେ ପୁଅର ବାପାମା କହିଲେ ଯେ ପ୍ରତିଭାର ସାନ ଭଉଣୀର ବାହାଘର କରାନ୍ତୁ। ଏଥିରେ ସମସ୍ତେ ରାଜି ମଧ୍ୟ ହେଲେ। ହେଲେ ବର ଏକ ଆଶ୍ଚର୍ଯ୍ୟ ପ୍ରକାରର ଜିଦ କଲେ। ତାହା ହେଲେ ପ୍ରତିଭା ଉପସ୍ଥିତିରେ ଏବଂ ତାଙ୍କ ସମ୍ମତିରେ ଏହି ବାହାଘର ହେବ।

ଏ ନେଇ କନ୍ୟାଘର ଲୋକେ ଡାକ୍ତରଖାନା ସହିତ ଯୋଗାଯୋଗ କଲେ। ସେମାନେ ପ୍ରତିଭାଙ୍କୁ ଆଣିବା ପାଇଁ ରାଜି ହେଲେ। ଫଳରେ ତାଙ୍କୁ ଡାକ୍ତରଖାନାରୁ ଏକ ଷ୍ଟ୍ରେଚରରେ ବାହା ମଣ୍ଡପକୁ ଅଣାଗଲା। ତାଙ୍କ ଉପସ୍ଥିତିରେ ତାଙ୍କ ସାନ ଭଉଣୀର ବାହାଘର ହେଲା। ସେ ବରକନ୍ୟା ଉପରେ ଚାଉଳଫୁଲ ମଧ୍ୟ ପକାଇଲେ। ଏହାପରେ ପୁଣି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଘଟଣା ନେଇ ସେହି ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି।

ସମସ୍ତେ କୁହାକୁହି ହେଉଛନ୍ତି ବାହା ହେବା ପାଇଁ ଥିଲା କିଏ, ଆଉ ବାହା ହେଲା କିଏ

Categories
ଆଜିର ଖବର ରାଜ୍ୟ ଖବର

ଚାଇଲ୍ଡ ଲାଇନ୍ ଦ୍ୱାରା ବିବାହ ବେଦୀରୁ ନାବାଳିକା ଉଦ୍ଧାର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ଜନୈକ ନାବାଳିକାର ବାହାଘର ଧବଳେଶ୍ୱର ପୀଠରେ ହେଉଥିବା ନେଇ ଚାଇଲ୍ଡ ଲାଇନ୍ ସୂଚନା ପାଇବା ପରେ ଗୋପାଳପୁର ଥାନା ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି।

ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ି. ଗଂଜୁ ଗ୍ରାମର କାଳିଆ ବେହେରା ସେହି ଗ୍ରାମର ଏକ ନାବାଳିକାକୁ ମନ୍ଦିରରେ ବିବାହ କରିବାକୁ ନେଉଥିଲେ। ଚାଇଲ୍ଡ ଲାଇନ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଜ୍ୟୋତ୍ସ୍ନା ପାଢ଼ୀ ଓ ଗୋପାଳପୁର ଥାନା କନ୍ୟା ପରିବାକୁ ଭେଟି ବୁଝାବୁଝି ପରେ ଏକ ସ୍ୱୀକାରୋକ୍ତି ପ୍ରଦାନ କରିଥିଲେ ଯେ କନ୍ୟାଟିର ବିବାହ କରିବେ ନାହିଁ। କିନ୍ତୁ କିଛି ମାସ ବିତିବା ପରେ ଆଜି ପୁଣି ବିବାହ କରିବାକୁ ନେଉଥିଲେ।

ଖବର ଆସିବା କ୍ଷଣି କେନ୍ଦ୍ର ସଂଯୋଜକ ସାଇପ୍ରସାଦ ସାମଲଙ୍କ ନିର୍ଦ୍ଦେଶରେ ସହଯୋଗୀ କେନ୍ଦ୍ର ନିର୍ଦ୍ଦେଶକ ଗୋରାଚାନ୍ଦ ଭଟ୍ଟମିଶ୍ରଙ୍କ ଅଧ୍ୟକ୍ଷତାରେ କୁମାରୀ ତଅପୋଇ ସାହୁ ଓ ଗୋପାଳପୁର ଥାନା ଏସ୍‌ଆଇ ମହେନ୍ଦ୍ର ବେହେରାଙ୍କ ସହ ମନ୍ଦିରରେ ଚଢ଼ାଉ କରିଥିଲେ। ବରଯାତ୍ରୀଙ୍କ ସହଯୋଗୀ କୌଣସି ମତେ ସେଠାରୁ ଚମ୍ପଟ ମାରିଥିଲେ। କନ୍ୟା ଏବଂ ପରିବାର ବର୍ଗଙ୍କୁ ପଛପଟ ଏକ କୁଡ଼ିଆ ଘରୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ହୋଇଥିବା ଶିଶୁକନ୍ୟା, ଶିଶୁ ମଙ୍ଗଳ ସମିତି, ଗଂଜାମଙ୍କ ସମ୍ମୁଖରେ ହାଜିରା କରାଇ ଶିଶୁଯତ୍ନ ଗୃହ ଅନୁଷ୍ଠାନକୁ ପଠାଯାଇଛି। ସେ ନିଜେ କହିଛି ଯେ ତାଙ୍କ ବିବାହ କାଳିଆ ବେହେରାଙ୍କ ସହ ଅନୁଷ୍ଠିିତ ହେବାର ଥିଲା ଓ ଉକ୍ତ ବାଲ୍ୟବିବାହରେ ଦୁଇ ପରିବାରଙ୍କ ସହମତି ଥିଲା। ପରେ ଏନେଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ କହିଛନ୍ତି।