Categories
ଆଜିର ଖବର ରାଜ୍ୟ ଖବର

ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସଙ୍କର କରୋନାରେ ପରଲୋକ

ଭୁବନେଶ୍ବର: ଓଡିଶାର ବରିଷ୍ଠ ସାମ୍ବାଦିକ ତଥା ସଂପାଦକ ବିବେକାନନ୍ଦ ଦାସଙ୍କର କରୋନାନେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କରୋନା ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 77 ବର୍ଷ ବୟସ ହୋଇଥିଲା।

ବିବେକାନନ୍ଦ ଦାସଙ୍କର ଓଡିଶାର ଐତିହ୍ୟ ତଥା ସଂସ୍କୃତି ଉପରେ ବେଶ ଋଚି ରହିଥିଲା। ମୁଖ୍ୟତଃ ପାଲା ସଂସ୍କୃତି ଉପରେ ସେ ବେଶ ଆଗ୍ରହ ପ୍ରକାଶ କରୁଥିଲେ। ଏଥିସହିତ ଆଦିବାସୀଙ୍କ ହକ ଉପରେ ମଧ୍ୟ ସେ ନିଜ କଲମ ମାଧ୍ୟମରେ ଆନ୍ଦୋଳନ କରୁଥିଲେ। ବିଭିନ୍ନ ଖବର କାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରି ନିଜର ପରାକାଷ୍ଠା ଦେଖାଇଛନ୍ତି। ସେ ନିଜେ ଜନତନ୍ତ୍ର ନାମିତ ଏକ ଖବର ପ୍ରକାଶିତ କରିଆସୁଥିଲେ।

ତାଙ୍କର ବିୟୋଗରେ ଓଡିଶାର ବରିଷ୍ଠ ସାମ୍ବାଦିକମାନେ ତାଙ୍କର ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ କରିଛନ୍ତି।