Categories
PanchayatElection ଆଜିର ଖବର ରାଜ୍ୟ ଖବର

Panchayat Election: ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ଆଜି ରାତିରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଂଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୁଷଣ ଜେନାଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ତାହା ହେଲା ସେ ଏବଂ ତାଙ୍କର କର୍ମିମାନେ ଗଂଜାମ ଜିଲ୍ଲାର ଗୋଳନ୍ଥରା ସରକାରୀ ସ୍କୁଲରେ ସଭା ଏବଂ ଭୋଜି କରିଥିଲେ। ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ଠିକ୍ ନୁହେଁ ବୋଲି ଦଳ ଅଭିଯୋଗ କରିଛି।

ଏଥିସହିତ ବିଭୂତି ଭୂଷଣ ଏବଂ ତାଙ୍କର କର୍ମିମାନେ ଗଂଜାମର କୋନିସି ଅଞ୍ଚଳରେ ସଂଧ୍ୟା 7ଟାରେ ଏକ ଶୋଭାଯାତ୍ରା କରିଥିଲେ। ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସଂଧ୍ୟାରୁ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ସେମାନେ ଶୋଭାଯାତ୍ରା କରିବା ବେଆଇନି। ଏହା ଉପରେ କମିଶନର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେଡି ଅଭିଯୋଗ କରିଛି।