Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ: ୫,୪୦୦ ନାଲି ଗୋଲାପରେ ସୁଦର୍ଶନ ପଟ୍ଟନାୟକ ତିଆରି କଲେ ସାନ୍ତା କ୍ଲଜର ଏକ ବିରାଟ କଳାକୃତି

ପୁରୀ: ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ପ୍ରାୟ ୫ ହଜାର ୪୦୦ ନାଲି ଗୋଲାପ ସାହାଯ୍ୟରେ ସାନ୍ତା କ୍ଲଜ୍ ର ଏକ ବିରାଟ କଳାକୃତି ସୃଷ୍ଟି କରିଛନ୍ତି। ଖ୍ରୀଷ୍ଟମାସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏହି କଳାକୃତି ପ୍ରସ୍ତୁତ କରାଯାଇଛି।

ଏଥିରେ ଶିଳ୍ପୀ ଶ୍ରୀ ପଟ୍ଟନାୟକ “ମେରୀ ଖ୍ରୀଷ୍ଟମାସ, କୋଭିଡ-୧୯ ନିର୍ଦ୍ଦେଶାବଳୀ ସହିତ ଖ୍ରୀଷ୍ଟମାସ ଉପଭୋଗ କରନ୍ତୁ” ବୋଲି ବାର୍ତ୍ତାରେ ଲେଖିଛନ୍ତି। ସୁଦର୍ଶନ ଲାଲ୍ ଗୋଲାପ ଏବଂ ଅନ୍ୟାନ୍ୟ ଫୁଲ ସାହାଯ୍ୟରେ ବାଲିରେ ତିଆରି ସାନ୍ତାକୁ ସଜାଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଏହାକୁ ତିଆରି କରିବା ପାଇଁ ୫ ହଜାର ୪୦୦ ଗୋଲାପ ଏବଂ ଧଳା ଫୁଲ ବ୍ୟବହାର କରାଯାଇଛି। ଏହି ସୁନ୍ଦର ବାଲୁକା କଳାର ଲମ୍ବା ୫୦ ଫୁଟ ଏବଂ ଚଉଡା ୨୮ ଫୁଟ। ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ଆଠ ଘଣ୍ଟାର ସମୟ ଲାଗିଥିଲା।

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, “ଆମେ ସମସ୍ତେ ଜାଣୁ ଯେ କୋଭିଡ -୧୯ ର ତୃତୀୟ ତରଙ୍ଗ ପ୍ରାୟ ସମଗ୍ର ବିଶ୍ୱରେ ଆରମ୍ଭ ହୋଇଛି, ଏଭଳି ପରିସ୍ଥିତିରେ ମୁଁ ସାନ୍ତାଙ୍କର ଏପରି ଏକ ପ୍ରତିମା ସୃଷ୍ଟି କରିଛି, ଯାହା କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ବାର୍ତ୍ତା ବିସ୍ତାର ଦେଉଛି। ମୁଁ ଆଶା କରୁଛି ଯେ, ଏହି କଳାକୃତି ନିଶ୍ଚିତ ଭାବରେ ରେକର୍ଡ ବହିରେ ସ୍ଥାନପାଇବ। ” କୋଭିଡ ଉପରେ ନିର୍ମିତ ସୁଦର୍ଶନ ପଟ୍ଟନାୟକଙ୍କ କଳାକୃତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଥିଲା।