Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ

ଏସିଆ କପ୍‌ରେ ଏକ ବଡ ରେକର୍ଡ ସୃଷ୍ଟି କଲେ ବାବର ଆଜାମ, ଆମଲା-କୋହଲିଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ: ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ ନେପାଳ ପାକିସ୍ତାନର ଆହ୍ଵାନର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୨ ରନ୍ ସଂଗ୍ରହ କରିଥିଲା। ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜାମ ୧୩୧ ବଲରେ ୧୫୧ ରନର ପାଳି ଖେଳିଥିଲେ। ସେ ନିଜ ଇନିଂସରେ ୧୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ଏହା ବ୍ୟତୀତ ଇଫ୍ତିଖାର ଅହମ୍ମଦ ମାତ୍ର ୭୧ ବଲରେ ୧୦୯ ରନ୍ ସଂଗ୍ରହ କରିଥିଲେ।

ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି …

ତେବେ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି। ନେପାଳ ବିପକ୍ଷରେ ବାବର ଆଜାମ ODI କ୍ୟାରିୟରରେ ଊନବିଂଶ ଶତକ ସ୍କୋର କରିଛନ୍ତି। ୧୦୨ ଇନିଂସରେ ୧୯ ତମ ଥର ପାଇଁ ବାବର ଆଜାମ ଶତକର ମାର୍କ ଅତିକ୍ରମ କରିଛନ୍ତି। ଏହିପରି, ବାବର ଆଜାମ ସର୍ବନିମ୍ନ ସଂଖ୍ୟକ ଇନିଂସରେ ୧୯ ଶତକ ହାସଲ କରିପାରିଛନ୍ତି। ଏଥି ସହିତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ହାସିମ ଆମଲା। ୧୦୪ ଇନିଂସରେ ହାସିମ ଆମଲା ୧୯ ଶତକ ହାସଲ କରିଥିଲେ।

ତାଲିକାରେ ବିରାଟ କୋହଲି କେଉଁଠାରେ …

ଏହା ପରେ ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। ବିରାଟ କୋହଲି ୧୨୪ ଇନିଂସରେ ୧୯ ଶତକ ହାସଲ କରିଥିଲେ। ଏଥି ସହିତ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆର ଓପନର୍ ଡେଭିଡ ୱାର୍ଣ୍ଣର ଅଛନ୍ତି। ୧୩୯ ଇନିଂସରେ ଡେଭିଡ ୱାର୍ନର ୧୯ ଶତକ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକାର ଖେଳାଳି ଏବି ଡି ଭିଲିୟର୍ସ ୧୭୧ ଇନିଂସରେ ୧୯ ଶତକ ହାସଲ କରିଥିଲେ। ଏହିପରି ଭାବରେ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଏହିପରି, ବାବର ଆଜାମ ହାସିମ ଆମଲା, ବିରାଟ କୋହଲି ଏବଂ ଡେଭିଡ ୱାର୍ନରଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କୁ ପଛକୁ ଛାଡିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିରାଟ କୋହିଲି ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବେ ରବି ଶାସ୍ତ୍ରୀ!

ନୂଆଦିଲ୍ଲୀ: ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର ଏକ ନୂତନ କୋଚ୍ ନିଯୁକ୍ତି ହୋଇପାରନ୍ତି। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଟି -୨୦ ବିଶ୍ୱକପ ପରେ ସେ ଆଉ ଟିମ୍ ଇଣ୍ଡିଆର କୋଚ୍ ହେବେ ନାହିଁ। ରବି ଶାସ୍ତ୍ରୀ ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି, ତେଣୁ ସେ ଜଣେ ପ୍ରଶିକ୍ଷକ ଭାବରେ ଯାହା ହାସଲ କରିବାକୁ ଚାହୁଁଥିଲେ ତାହା ହାସଲ କରିବାରେ ସଫଳ ହୋଇଛନ୍ତି।

ତେବେ ଏହା ପୂର୍ବରୁ ଅଧିନାୟକ ବିରାଟ କୋହିଲି ମଧ୍ୟ ପଦ ଛାଡିବା ନେଇ ସଙ୍କେତ ଦେଇଛନ୍ତି। ଟି-୨୦ ବିଶ୍ଵକପ ପରେ ବିରାଟ ଦଳର ଅଧିନାୟକ ପଦ ଛାଡିବେ ବୋଲି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। କିନ୍ତୁ ସେ ଦିନିକିଆ ଏବଂ ଟେଷ୍ଟ ଦଳରେ ଅଧିନାୟିକତ୍ଵ ବଜାୟ ରଖିବେ ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିବେ ବିରାଟ କୋହିଲି, ସୋସିଆଲ ମିଡିଆରେ କଲେ ଘୋଷଣା

ନୂଆଦିଲ୍ଲୀ: ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କୋହିଲି ଏହା ଘୋଷଣା କରିଛନ୍ତି। ସେ ଆସନ୍ତା ଟି -୨୦ ବିଶ୍ୱକପ ପରେ ଟି -୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବେ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିକୁ ଅତି ସତର୍କତାର ସହ ନେଇଛନ୍ତି। କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ହେଲେ ଟେଷ୍ଟ ଓ ଦିନିକିଆ ଦଳରେ ଅଧିନାୟିକତ୍ଵ ବଜାୟ ରଖିବେ ବୋଲି ସେ ସୂଚନା ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଇସିସିର ଅନଲାଇନ୍ ଭୋଟିଂ: ବିରାଟ କୋହିଲି ଏବଂ ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଡା ଟକ୍କର

ନୂଆଦିଲ୍ଲୀ: ଆଇସିସି ଦ୍ଵାରା ଶ୍ରେଷ୍ଠ ଖେଳାଳି ଚୟନ ଲାଗି ଏକ ଭୋଟିଂ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲି ଏବଂ ପାକିସ୍ଥାନର ପୂର୍ବତନ ଅଧିନାୟକ ତଥା ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ଏଇ ଭୋଟିଂରେ ଉଭୟଙ୍କ ମଧ୍ୟରେ  ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କଡା ଟକ୍କର ହୋଇଥିଲା। ଶେଷରେ ଇମ୍ରାନ ଖାଁ ମାତ୍ର ୧ ପ୍ରତିଶତ ଭୋଟରେ କୋହଲିଙ୍କ ଠାରୁ ଅଗ୍ରଣୀ ହୋଇଥିଲେ। ଆଇସିସି ଦ୍ଵାରା କରାଯାଇଥିବା ଏହି ଭୋଟିଂରେ ସର୍ବମୋଟ ୫ ଲକ୍ଷ ୩୬ ହଜାର ଭୋଟ ପଡିଥିଲା। ଯେଉଁଥିରେ ଇମ୍ରାନ ଖାଁ ଙ୍କୁ ୪୭.୩ ପ୍ରତିଶତ ଭୋଟ ମିଳିଥିବା ବେଳେ ବିରାଟଙ୍କୁ ୪୬.୨ ପ୍ରତିଶତ ଭୋଟ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର

ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ: ଶିଶୁ କନ୍ୟାକୁ ଜନ୍ମଦେଲେ ପତ୍ନୀ ଅନୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ ହୋଇଛି। ଆଜି ସେ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପତ୍ନୀ ଅନୁଷ୍କା ଶର୍ମା ଅପରାହ୍ନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବାପା ହେବା ପରେ ଖୁସିରେ ସାମାଜିକ ଗଣମାଧ୍ୟମରେ ଏନେଇ ବିରାଟ ସୂଚନା ଦେଇଛନ୍ତି। ତେବେ କୋହିଲିଙ୍କ ଏହି ସୂଚନା ପରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।