Categories
ଆଜିର ଖବର ଜାତୀୟ ଖବର

INDIA ମିଳିତ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ମଣିପୁର ଗସ୍ତ କରିପାରନ୍ତି ବିରୋଧୀ ଦଳର ନେତା

ନୂଆଦିଲ୍ଲୀ: ମଣିପୁରରେ ହିଂସା ମଧ୍ୟରେ ବୁଧବାର ଦିନ ଦୁଇ ମହିଳାଙ୍କୁ ବର୍ବରତା କରିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓ ଅନେକ ପ୍ରଶ୍ନ ଉଠାଇଛି ଏବଂ ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ, ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳର ନେତା ‘INDIA’ (ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ) ନେତା ଆସନ୍ତା ସପ୍ତାହ ଶେଷରେ ମଣିପୁର ଯାଇପାରନ୍ତି। ସୋମବାର ଦିନ ସଂସଦରେ ବିରୋଧୀ ଦଳର ବୈଠକରେ ତାରିଖର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମଣିପୁର ଯିବାକୁ ସୂଚିତ କରିଛନ୍ତି। ଟିଏମସି ମୁଖ୍ୟ ବାନାର୍ଜୀ ଗୁରୁବାର ଦିନ କହିଛନ୍ତି ଯେ, ସେ ମଣିପୁର ଗସ୍ତ ପାଇଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି।

ସୂଚନାନୁସାରେ, ସେ ମଣିପୁର ଯିବା ବିଷୟରେ ଆଜି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ କଥା ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ଘୋଷଣା ପରେ ବିରୋଧୀ ଦଳର ନେତା ହେଲେ ଜୟନାରାୟଣ ମିଶ୍ର

ଭୁବନେଶ୍ବର: ଆଜି ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଜୟନାରୟଣ ମିଶ୍ର ବିରୋଧୀ ଦଳର ନେତା ହେଲୋ ବୋଲି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳର ନେତା ଆସନରେ ବସିଥିଲେ। ଶନିବାର ଦିନ ବିଜେପି ବିଧାୟକ ଦଳର ନେତା ଭାବେ ଜୟନାରାୟଣଙ୍କ ନାମ ଦଳ ଘୋଷଣା କରିଥିଲା। ଏହାପରେ ଗୃହକୁ ବିଜେପି ବିଧାୟକମାନେ ଜଣାଇବା ପରେ ବାଚସ୍ପତି ଏହି ଘୋଷଣା କରିଥିଲେ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ବିରୋଧୀ ଦଳର ନେତା ଥିବା ପ୍ରଦୀପ୍ତ ନାୟକ ଗୃହ କାର୍ଯ୍ୟରେ ଯୋଗ ଦେଇପାରିଲେ ନାହିଁ। ଫଳରେ ଗୃହରେ ବିଜେପି ବିଧାୟକମାନେ ଯେପରି କାମ କରିବା କଥା ତାହା କରିପାରୁ ନ ଥିଲେ। ଜଣେ ନୂଆ ବିରୋଧୀ ଦଳର ନେତା ଦିଆଯାଉ ବୋଲି ବିଧାୟକମାନେ ଦାବୀ କରି ଆସୁଥିଲେ। ଯାହା ବର୍ତ୍ତମାନ ପୁରଣ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହୁଇଲ ଚ୍ୟାୟରରେ ଭୋଟ ଦେବାକୁ ଆସିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ

ନୂଆଦିଲ୍ଲୀ: ବହୁଦିନ ଧରି ହସପିଟାଲରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ସେ ଦିଲ୍ଲୀର ଏକ ହସପିଟାଲରେ ମାସାଧିକ ସମୟ ଧରି ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀରେ ରହୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନରେ ସଂସଦ ଭବନରେ ଭୋଟ ଦେବାକୁ ଆବେଦନ କରିଥିଲେ। ସେହି ଅନୁସାରେ ତାଙ୍କୁ ଦିଲ୍ଲୀରେ ଭୋଟ ଦେବାକୁ ଅନୁମତି ଦିଆଯାଇଥିଲା। ଆଜି ସେ ଏକ ହୁଇଲ ଚ୍ୟାୟରରେ ସଂସଦ ଭବନକୁ ଆସି ଭୋଟ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ହେବେ ବିରୋଧୀ ଦଳର ନେତା !

ଭୁବନେଶ୍ବର: ଦେଓଗଡର ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ହେବେ ବିରୋଧୀ ଦଳର ନେତା। ଏ ନେଇ ନୂଆଦିଲ୍ଲୀ ଗସ୍ତରେ ଥିବା ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇସାରିଛି। ଖୁବ ଶିଘ୍ର ବିଧାନସଭା ଆରମ୍ଭ ପୂର୍ବରୁ ଘୋଷଣା କରାଯିବ।

ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ସହିତ ଓଡିଶା ବିଜେପି ବିଧାୟକଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ସୁବାଷଙ୍କ ନାମ କୁହାଯାଇଥିଲା। ଏହାପରେ ନଡ୍ଡା ସୁବାଷଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା ମଧ୍ୟ କରିଛନ୍ତି।

ବର୍ତ୍ତମାନ ବିରୋଧୀ ଦଳର ନେତା ପ୍ରଦୀପ ନାୟକ ଅସୁସ୍ଥ ଥିବାରୁ ସେ ଗୃହ କାର୍ଯ୍ୟରେ ଯୋଗ ଦେଇପାରୁ ନାହାଁନ୍ତି। ଫଳରେ ଦଳ ଜଣେ ସୁବାଷଙ୍କୁ ଏହି ଦାୟିତ୍ବ ଦେବା ପାଇଁ ନିଷ୍ପତି କରିଛି।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭାର ବିରୋଧୀ ଦଳର ନେତା ହେଲେ ଅଖିଳେଶ ଯାଦବ, ବିଜେପି ବିରୋଧରେ ସମ୍ଭାଳିବେ ନେତୃତ୍ଵ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟି ବିରୋଧରେ ଦାୟିତ୍ୱ ଗ୍ରହଣ କରିବେ। ଆଜି ଅନୁଷ୍ଠିତ ଦିଧାୟକ ଦଳରେ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଅଖିଲେଶ ଯାଦବ ଚଳିତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ। ସେ ଏହି ନିର୍ବାଚନରେ କରହଲ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଶା ସାଥୀମାନଙ୍କୁ କେନ୍ଦ୍ର ଦେଉଥିବା ଅର୍ଥ ଦିଆ ଯାଉ ନାହିଁ କାହିଁକି- ପ୍ରଦୀପ୍ତ ନାଏକ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କୁ ମାସିକ ଭତ୍ତା ୫ ହଜାର ଟଙ୍କାରୁ ବଢାଇ ୬ ହଜାର କରିଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ତିନି ହଜାର ଟଙ୍କା କାହିଁକି ପ୍ରଦାନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ।

ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ଗତ ୨୦୧୮ ମସିହାରୁ କେନ୍ଦ୍ର ସରକାର ଆଶା ସାଥୀ ମାନଙ୍କର ପାଇଁ ଭତାକୁ ମାସିକ ୫ ହଜାର ଟଙ୍କାରୁ ବଢାଇ ୬ ହଜାର ଟଙ୍କା କରି ସାରିଛନ୍ତି। ମାତ୍ର ଏହା ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାର ସେମାନଙ୍କୁ ଏବେ ମଧ୍ୟ ତିନି ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏହା ଦ୍ୱାରା ସେମାନେ ଶୋଷଣର ଶୀକାର ହେଉଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଶ୍ରୀ ନାଏକ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ।