Categories
ଆଜିର ଖବର ଖେଳ ରାଜ୍ୟ ଖବର

ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

ରାଉରକେଲା: ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୧୬ ଜଣ ଛାତ୍ରଛାତ୍ରୀ ରାଉରକେଲା ଆସି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବସି ବିଶ୍ୱକପ ମ୍ୟାଚ ଦେଖିଛନ୍ତି। ପ୍ରଥମ ଥର ପାଇଁ ବିମାନରେ ଆସି ଷ୍ଟାଡିୟମରେ ସିଧାସଳଖ ଅନ୍ତର୍ଜାତୀୟ ମ୍ୟାଚ ଦେଖିଥିବାରୁ ଏହି ଛାତ୍ରଛାତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚିଥିଲେ।  ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସ୍ୱତନ୍ତ୍ର ବସରେ ସେମାନଙ୍କୁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନିଆଯାଇଥିଲା।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନେ ଷ୍ଟାଡିୟମରେ ବସି ଯେପରି ସୁବିଧାରେ ମ୍ୟାଚ ଦେଖିପାରିବେ ସେଥିଲାଗି ସ୍ୱତନ୍ତ୍ର ସିଟ୍ ସଂରକ୍ଷଣ କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସେଠାରେ ବସି ମ୍ୟାଚର ମଜା ନେଇଥିଲେ। ଅନ୍ତର୍ଜାତୀୟ ସ୍ତରର ହକି ତାରକାମାନଙ୍କୁ ପାଖରୁ ଦେଖିବାର ସେମାନେ ସୁଯୋଗ ପାଇଥିବାରୁ ଖୁସି ହୋଇଥିଲେ।

ଭୁବନେଶ୍ୱରସ୍ଥିତ ଶ୍ରୀହର୍ଷ ମିଶ୍ର ମେମୋରିଆଲ ସ୍କୁଲ ଫର ଦ ଏଚଆଇ, ଏସଆଇଇପି, ଜୁଏଲସ ଇଣ୍ଟରନ୍ୟାସନାଲ ଚେତନା ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟେଲେକଚୁଆଲ ଡିଜାବିଲିଟି ଏବଂ ଏନସିଏସସିଡିଏର ମୋଟ ୧୬ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକ ତଥା ସାମାଜିକ ସୁରକ୍ଷା ତଥା ସଶକ୍ତିକରଣ ବିଭାଗର ଅଧିକାରୀ ରାଉରକେଲା ଆସିଥିଲେ।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ, ଅତିରିକ୍ତ ସଚିବ ସୋନିଆ ବେହେରାଙ୍କ ତତ୍ତ୍ୱାବଧାନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରୁ ବିମାନ ଯାତ୍ରା କରି ରାଉରକେଲାରେ ପହଞ୍ଚିଥିଲେ।

ରାଉରକେଲାରେ ଏହି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡ଼ାସିଂ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ହକି ବିଶ୍ୱକପ୍‌ରେ ଇଂଲଣ୍ଡକୁ ଭେଟିବ ଭାରତ, ଜିତିବା ଦଳକୁ ମିଳିପାରେ କ୍ଵାର୍ଟର-ଫାଇନାଲ ଟିକେଟ

ଭୁବନେଶ୍ବର: ଆଜି ହକି ବିଶ୍ୱକପ୍-୨୦୨୩ ରେ ଇଂଲଣ୍ଡକୁ ଭାରତୀୟ ଦଳ  ଭେଟିବ। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସନ୍ଧ୍ୟା ୭ ଟାରେ ଉଭୟ ଦଳ ମୁହାଁମୁହିଁ ହେବେ। ଉଭୟ ଦଳ ଏକପାଖିଆ ଢଙ୍ଗରେ ସେମାନଙ୍କର ପ୍ରଥମ ମ୍ୟାଚ୍ ଜିତିଥିଲେ, ତେଣୁ ଏହି ମ୍ୟାଚରେ ସଙ୍ଘର୍ଷପୂର୍ଣ୍ଣ ଲଢେଇ ହେବ ବୋଲି ହକି ପ୍ରେମୀମାନେ ଆଶା କରିଛନ୍ତି।

ଭାରତୀୟ ଦଳ ଓପନିଂ ମ୍ୟାଚରେ ସ୍ପେନକୁ ୨-୦ ରେ ପରାସ୍ତ କରିଛି। ସେହିଭଳି ୱେଲ୍ସକୁ ଇଂଲଣ୍ଡ ୫-୧ରେ ପରାସ୍ତ କରିଥିଲା। ଉଭୟ ଦଳ ଭଲ ଫର୍ମରେ ଅଛନ୍ତି। ଉଭୟଙ୍କର ପୂର୍ବ ମ୍ୟାଚ୍ ମଧ୍ୟ ବହୁତ ସଙ୍ଘର୍ଷପୂର୍ଣ୍ଣ ହୋଇଥିଲା। ଗତ ବର୍ଷ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନୋଟି ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ଦୁଇଟି ଡ୍ର ରହିଥିଲା ​​ଏବଂ ଗୋଟିଏ ମ୍ୟାଚ୍ ଭାରତ ଜିତିଥିଲା।

ଦୁଇ ଦଳ ମଧ୍ୟରେ ଶେଷ ମୁକାବିଲା କମନୱେଲଥ ଗେମ୍ସ-୨୦୨୨ ରେ ହୋଇଥିଲା। ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ଥିଲା। ଭାରତୀୟ ଦଳ ଏଠାରେ ୩-୦ ରେ ଅଗ୍ରଣୀ ହାସଲ କରିଥିଲା, କିନ୍ତୁ ଏହା ପରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାହାର ହୋଇଥିଲେ ​​ଏବଂ ଇଂଲଣ୍ଡ ମଜବୁତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚକୁ ୪-୪ ରେ ଡ୍ର ରଖିଥିଲା। ଉଭୟ ଦଳ ଏଥର ପୂର୍ବ ମୁକାବିଲା ଠାରୁ ଅନେକ ଶିକ୍ଷା ଗ୍ରହଣ କରି ପଡ଼ିଆରେ ପ୍ରବେଶ କରିବେ।

ମ୍ୟାଚ୍ ବିଜେତା ସିଧାସଳଖ କ୍ୱାର୍ଟର ଫାଇନାଲରେ ପହଞ୍ଚିବ:

ଏହି ବିଶ୍ୱକପରେ ୧୬ ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଚାରୋଟି ଗ୍ରୁପ ସୃଷ୍ଟି ହୋଇଛି ଏବଂ ପ୍ରତ୍ୟେକ ଗ୍ରୁପରେ ଚାରୋଟି ଦଳ ଅଛନ୍ତି। ପ୍ରତ୍ୟେକ ଗ୍ରୁପରେ ଶୀର୍ଷ ଦଳ କ୍ୱାର୍ଟର ଫାଇନାଲରେ ସିଧାସଳଖ ସ୍ଥାନ ପାଉଥିବାବେଳେ ଗ୍ରୁପରେ ଦ୍ୱିତୀୟ ଏବଂ ତୃତୀୟ ଦଳ କ୍ରସ୍ ଓଭର ମ୍ୟାଚ୍ ମାଧ୍ୟମରେ ଅନ୍ତିମ-ଆଠରେ ପହଞ୍ଚି ପାରିବେ। ଏଭଳି ପରିସ୍ଥିତିରେ ଗ୍ରୁପର ଶୀର୍ଷରେ ରହିବାକୁ ଆଜି ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ସଂଘର୍ଷ ହେବ। ଆଜିର ମ୍ୟାଚର ବିଜେତା କ୍ୱାର୍ଟର ଫାଇନାଲରେ ସିଧାସଳଖ ପ୍ରବେଶ କରିବାର ଅଧିକ ସୁଯୋଗ ପାଇବ।

କ’ଣ ରହିଛି ଉଭୟ ଦଳର ରେକର୍ଡ:

ଏପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୨୧ ଟି ମ୍ୟାଚ୍ ଖେଳାଯାଇଛି। ସେଥିରେ ଭାରତୀୟ ଦଳ ୧୦ ଟି ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ ୭ ଟି ମ୍ୟାଚ୍ ଜିତିଛି। ଦୁଇ ଦଳ ମଧ୍ୟରେ ୪ ଟି ମ୍ୟାଚ୍ ଡ୍ର ରହିଛି।

ଲାଇଭ୍ ମ୍ୟାଚ୍ କୁ କେଉଁଠାରେ ଦେଖିବେ?:

ଏହି ମ୍ୟାଚର ଲାଇଭ ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ପ୍ରଥମ, ଷ୍ଟାର ସ୍ପୋର୍ଟସ ସିଲେକ୍ଟ ୨, ଷ୍ଟାର ସ୍ପୋର୍ଟସ ସିଲେକ୍ଟ ୨ ଏଚଡି ରେ କରାଯିବ। ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ଡିଜନି + ହଟଷ୍ଟାର୍ ଆପ୍ ରେ ଉପଲବ୍ଧ ହେବ।

Categories
Hockey Worldcup23 ଆଜିର ଖବର ଖେଳ ରାଜ୍ୟ ଖବର

ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଯାଉଛନ୍ତି। ସେ ସେଠାରେ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିବେ। ଏହି ହେଉଛି ଏକ ବୃହତ୍ତ ହକି ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ ୪ଟା ୨୦ ମିନିଟ୍‌ରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଉଦ୍‌ଘାଟନ କରିବେ।

ଏହି ଷ୍ଟାଡିୟମ ନିର୍ମାଣରେ ପ୍ରାୟ 12 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହକି ଷ୍ଟାଡିୟମ ସହିତ ସେଠାରେ ଫୁଟବଲ ଷ୍ଟାଡିୟମ, ମଲଟି କାର ପାର୍କି ବ୍ୟବସ୍ଥା, ରିଂ ରୋଡ ସୌନ୍ଦର୍ଯ୍ୟକରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ ଉଦଘାଟନ ସହିତ ସେଠାରେ ବିଶ୍ବକପ ଗ୍ରାମ, ମୋ ବସ ସେବା, ସୁନ୍ଦରଗଡ ମେଡିକାଲ କଲେଜକୁ ମଧ୍ୟ ଉଦଘାଟନ କରିବେ।