Categories
ଆଜିର ଖବର ରାଜ୍ୟ ଖବର

ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

ଭୁବନେଶ୍ବର: ଭାରତରେ ମୁକ୍ତି ସଂଗ୍ରାମରେ ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡାଙ୍କ ଅବଦାନ ଅନବଦ୍ୟ ଓ ଅବିସ୍ମରଣୀୟ। ଭାରତର ଚିରସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଶହୀଦ ବିର୍ସା ମୁଣ୍ଡା ଅନ୍ୟତମ। ଇଂରେଜ ଶାସନ, କୁସଂସ୍କାର, ଅନ୍ଧବିଶ୍ୱାସ ଓ କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧା ଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ବିର୍ସାମୁଣ୍ଡା।

ଜନଜାତି ସଂପ୍ରଦାୟ ତାଙ୍କୁ ଧରତୀଆବା ବା ବିର୍ସା ଭଗବାନ ଆଖ୍ୟା ଦେଇ ସମ୍ମାନ କରି ଆସିଛନ୍ତି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହାନ୍‌ ବିପ୍ଳବୀ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ପୌରୋହିତ୍ୟ କରି  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି।

ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ମୁକ୍ତି ସଂଗ୍ରାମରେ ବିପ୍ଳବୀ ବିର୍ସାମୁଣ୍ଡା ଓ ଜନଜାତିଙ୍କ ଅବଦାନ ଅତୁଳନୀୟ। ଆଜିର ପିଢ଼ି ବିର୍ସାଙ୍କ ସ୍ୱାଧୀନଚେତା, ନିର୍ଭୀକତା, ସ୍ୱାଭିମାନ ଓ ନିଜ ପରିଚିତିକୁ ନେଇ ଗର୍ବ କରିବାର ସୁଗୁଣଗୁଡ଼ିକୁ ଅନୁକରଣ କରି ନିଜ ଜୀବନରେ ଲଗାଇ ପାରିଲେ ସମାଜର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି କହିଥିଲେ।

ଉତ୍ସବରେ ବିଦ୍ୟାଳୟ ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କହିଥିଲେ ବିପ୍ଳବୀ ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ଶହୀଦ ହୋଇଥିଲେ। ସେ ହେଉଛନ୍ତି ଜଣେ ମହାନ୍‌ ସ୍ୱାଧୀନତା ସଂଗ୍ରାମୀ।ବିର୍ସା ଆଜି ପ୍ରତ୍ୟେକ ଜନଜାତିଙ୍କ ହୃଦୟରେଏକ ସ୍ୱତନ୍ତ୍ର ଓ ସମ୍ମାନସ୍ପଦ ସ୍ଥାନ ଅଧିକାର କରିଛନ୍ତି।

ମୁଖ୍ୟବକ୍ତା ଭାବେ ବିଶିଷ୍ଟଶିକ୍ଷାବିତ୍‌ ଏବଂ ଗବେଷକ ଡଃ ସେମା ଚାନ୍ଦ ଯୋଗ ଦେଇ ଭାରତର ଚିରସ୍ମରଣୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଶହୀଦ ବିର୍ସାମୁଣ୍ଡା ଅନ୍ୟତମ ବୋଲି ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବିର୍ସାଙ୍କର ଜୀବନାଦର୍ଶ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

ସୂଚନା ଓ ଲୋକସମ୍ପର୍କ ବିଭାଗନିର୍ଦ୍ଦେଶକ(ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ସ୍ୱାଗତ ଭାଷଣ ଦେଇ କହିଥିଲେ ଭାରତ ସରକାର ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ “ଜନଜାତୀୟ ଗୌରବ ଦିବସ’’ ଭାବେ ପାଳନ କରୁଛନ୍ତି। ଆଜି ତାଙ୍କର ଜନ୍ମବାର୍ଷିକୀ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତାଙ୍କୁ ସମ୍ମାନର ସହ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ସୂଚନା ଓ ଲୋକସମ୍ପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସଂପର୍କ ଅଧିକାରୀ ସୁଶ୍ରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିର୍ସାମୁଣ୍ଡା ଜୟନ୍ତୀ ପାଳନ ଅବସରରେ ସକାଳେ ଜାଭିଅର ମାର୍ଗସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ସୁଦାମମାର୍ଣ୍ଡି, ଜଗନ୍ନାଥ ସାରକା, ସାଂସଦ ଅମର ପଟ୍ଟନାୟକ, ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ ଡଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଉତ୍କଳ ପ୍ରସଙ୍ଗ ଓ ଓଡିଶାରିଭ୍ୟୁ ସମ୍ପାଦିକା କସ୍ତୁରୀ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକଶ୍ ରୀସୁରେନ୍ଦ୍ରନାଥ ପରିଡା ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ପ୍ରମୁଖ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲୋ

 

Categories
ଆଜିର ଖବର ରାଜ୍ୟ ଖବର

ଏସସିଏସଟିଆରଟିଆଇ ପକ୍ଷରୁ ‘ଜନଜାତୀୟ ଗୌରବ ଦିବସ’ ପାଳନ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଆଦିବାସୀ ଜୀବନର ପ୍ରେରଣା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ନଭେମ୍ବର ୧୫କୁ ଦେଶବ୍ୟାପି ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଶୁଭାରମ୍ଭ  କରାଯାଇଛି।

ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗରେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ଆୟୋଜିତ ବିଶେଷ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

‘‘ବିଳ୍ପବୀ ବିର୍ସା ମୁଣ୍ଡାଙ୍କ ବଳିଦାନ କେବଳ ଜନଜାତି ସଂପ୍ରଦାୟ ଲାଗି ପ୍ରେରଣା ନୁହେଁ, ବରଂ ସେ ସାରା ଦେଶ ପାଇଁ ଗର୍ବ ଓ ଗୌରବ। ତେଣୁ ତାଙ୍କ ବିଷୟରେ ଆଗାମୀ ପିଢ଼ିଙ୍କୁ ଜଣାଇବା ସହ ଏହି ଅବସରରେ ଆମ ଜନଜାତିଙ୍କ ଜୀବନ ତଥା ସେମାନଙ୍କ ଅନନ୍ୟ କଳା ଓ ସଂସ୍କୃତି ବିଷୟରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଆମେ ଜନଜାତି ବର୍ଗର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ ଓ ପ୍ରସାର କରିପାରିବା”, କହିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା।

ଓଡ଼ିଶା ଜନଜାତି ଐତିହ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୨୬ ତାରିଖ ଯାଏଁ ଚାଲିବ। ଏଥିରେ ଆଦିବାସୀ କଳା ଓ କଳାକୃତିର ଲାଇଭ୍‌ ଡେମୋ ସହିତ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଏବଂ ଜନଜାତି କବି ସମ୍ମିଳନୀ ଆଦି କାର୍ଯ୍ୟକ୍ରମ କରାଯାଉଛି।

ଉଦଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ରୁପାରୋଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ଜନଜାତି ବର୍ଗଙ୍କ ଜୀବନ ଓ ସାଂସ୍କୃତିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପୂର୍ବତନ ନିର୍ଦ୍ଦେଶକ ନିହାର ରଞ୍ଜନ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ସ୍ୱାଧୀନତା ଆନ୍ଦୋଳନ ବେଳେ ଓଡ଼ିଶାର ଜନଜାତିଙ୍କ ଯୋଗଦାନ ସାରା ଦେଶରେ ଅଗ୍ରଣୀ ଥିଲା। ଜମି, ଜଙ୍ଗଲ ଓ ଜଳ ପାଇଁ ସେମାନଙ୍କ ଉତ୍ସର୍ଗୀକୃତ ଆନ୍ଦୋଳନ ଆଜି ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛି।’’ ଏହି ଅବସରରେ ସେ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ।

ଏସସିଏସଟିଆରଟିଆଇ ତଥା ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। ଜନଜାତିଙ୍କ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ ଅବସରରେ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ଏହି ଅବସରରେ ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ରାଜ୍ୟ ଜନଜାତି ସଂଗ୍ରହାଳୟ ବୁଲି ଦେଖିବା ସହ ଏହା ପରିସରରେ ଚାଲିଥିବା ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତିର ଲାଇଭ୍‌ ଡେମୋ ଦେଖି ଆଦିବାସୀ ଶିଳ୍ପୀଙ୍କ ସହ କଥା ହୋଇଥିଲେ। ଶେଷରେ ଅନସୂଚିତ ଜାତି (କଲ୍ୟାଣ) ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଗଣ୍ଡ ଓ ପରଜା ଜନଜାତି ଉପରେ ଆଧାରିତ ଦୁଇଟି ପ୍ରାମଣିକ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯରାଇଥିଲା।

ବରିଷ୍ଠ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ବାଲେଶ୍ୱର ଜିଲ୍ଲା ଟେଣ୍ଡା ସରକାରୀ ହାଇସ୍କୁଲର ଛାତ୍ରୀ ମାଣିକ ସିଂ ପ୍ରଥମ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ମେଘଡେଗା ସରକାରୀ ହାଇସ୍କୁଲର ଛାତ୍ରୀ ଜେନମଣି ମିଞ୍ଜ ଦ୍ୱିତୀୟ ଏବଂ ରାୟଗଡ଼ା କୁମ୍ଭିକୋଟା ସରକାରୀ ହାଇସ୍କୁଲର ଛାତ୍ର ନିଲୁ ପଡ଼ିଙ୍ଗି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି କନିଷ୍ଠ ବର୍ଗରେ ସମ୍ବଲପୁର ସୁଣ୍ଢିମୁଣ୍ଡି ସରକାରୀ ହାଇସ୍କୁଲର ଛାତ୍ରୀ ଗାଙ୍ଗୀ ସଠ ପ୍ରଥମ, କୋରାପୁଟ ପୋଡ଼ାଗଡ଼ ସରକାରୀ ହାଇସ୍କୁଲର ଛାତ୍ରୀ ଲୀଲାବତୀ ମୁଦୁଲି ଦ୍ୱିତୀୟ ଏବଂ ବାଲେଶ୍ୱର ଢେଲିପାଳ ସରକାରୀ ହାଇସ୍କୁଲର ଛାତ୍ର ରାଜେନ୍ଦ୍ର ମୁର୍ମୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆରଏସପି ଏବଂ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କଲେ ସିକ୍କିମ ଯୁବା ସଙ୍ଗମ ଦଳ

ରାଉରକେଲା: ଏନଆଇଟି ରାଉରକେଲା ଠାରେ ଏକ ଭାରତ ଶ୍ରେଷ୍ଠ ଭାରତ – ଯୁବା ସଂଗମ କାର୍ଯ୍ୟକ୍ରମ ଅଧୀନରେ ଯୁବା ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି। ସିକ୍କିମରୁ ଆସିଥିବା ୩୦ ଜଣିଆ ଛାତ୍ର ପ୍ରତିନିଧି ଦଳ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନରେ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ। ଯୁବକଯୁବତୀମାନେ ଏଠାରେ ଇସ୍ପାତ ତିଆରି ପ୍ରକ୍ରିୟା ଦେଖିବା ସହିତ ବିଭିନ୍ନ ଜ୍ଞାନକୌଶଳ ସମ୍ପର୍କରେ ପଚାରି ବୁଝିଥିଲେ। ଆରଏସପିର ଅତିଥି ସମ୍ପର୍କ ଅଧିକାରୀ ନବୀନ କୁମାର ସିଂ ଓ ତାଙ୍କର ସହଯୋଗୀମାନେ ଅତିଥି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ୟୁନିଟ୍‌ ବୁଲି ଦେଖାଇ ଥିଲେ। ଆଜିର ଦିନର ଶେଷ ଭାଗରେ ଛାତ୍ରଛାତ୍ରୀମାନେ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିଥିଲେ।

ଉତ୍ତର ସିକ୍କିମର ଜଣେ ଛାତ୍ର ଆତସୁର ଗ୍ୟାତସୋ ଲେପଚା ନିଜର ଅଭିଜ୍ଞତା ବିଷୟରେ କହିଛନ୍ତି ଯେ, ଯୁବା ସଂଗମ କାର୍ଯ୍ୟକ୍ରମରେ ଆମେ ଏହି ବିଶାଳ ହକି ଷ୍ଟାଡିୟମ ଦେଖିବାର ସୁଯୋଗ ପାଇଛି।  ସ୍ଥାନୀୟ ପ୍ରଶାସନ ଓ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଆତିଥେୟକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।

ବିବିଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇବା ତଥା ରାଜ୍ୟ ରାଜ୍ୟ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ଭାରତ ସରକାର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବାସଂଗମ ୨୦୨୩ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସିକ୍କିମ ଏନଆଇଟିର ୨୫ ଜଣିଆ ଛାତ୍ରଛାତ୍ରୀଙ୍କ ଦଳ ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଗସ୍ତରେ ଆସିଛନ୍ତି।

ଏନଆଇଟି ସିକ୍କିମର ପ୍ରଫେସର କିର୍ତ୍ତୀ ତିୱାରୀ କହିଛନ୍ତି ଯେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟଶୈଳୀକୁ ଅତି ନିକଟରୁ ଦେଖିବା ଏକ ସ୍ବତନ୍ତ୍ର ଅନୁଭୂତି ଥିଲା। ଛାତ୍ରଛାତ୍ରୀମାନେ ଏଥିରୁ ଭଲ ଅନୁଭୂତି ପାଇଛନ୍ତି। ସେହିପରି ଗିନିଜ୍‌ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିଦର୍ଶନ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁଖଦ ଅନୁଭୂତି ଥିଲା। ଏନଆଇଟି ରାଉରକେଲା ଏବଂ ଅନ୍ୟ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଆତିଥେୟ ପାଇଁ ସେ ଧନ୍ୟବାଦ ଜଣାଇଥିଲେ।

ଆସନ୍ତାକାଲି ସିକ୍କିମର ଛାତ୍ର ପ୍ରତିନିଧିମାନେ ସମ୍ବଲପୁର ଜିଲ୍ଲା ଗସ୍ତ କରି ହୀରାକୁଦ ନଦୀ ବନ୍ଦ ଏବଂ ସମଲେଶ୍ବର ମନ୍ଦିର ଆଦି ସ୍ଥାନ ବୁଲି ଦେଖିବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ହକି ବିଶ୍ଵକପରେ ଦକ୍ଷିଣ ଆଫ୍ରିକାକୁ ୫-୨ ରେ ପରାସ୍ତ କଲା ଭାରତ, ୯ ମ ସ୍ଥାନରେ ରହିଲା ସନ୍ତୁଷ୍ଟ

ନୂଆଦିଲ୍ଲୀ: ଆଜି ରାଉରକେଲାରେ ଚାଲିଥିବା ହକି ବିଶ୍ୱକପ୍‌ର ଶେଷ ମ୍ୟାଚ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୫-୨ ରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ହକି ବିଶ୍ୱକପ-୨୦୨୩ ରେ ୯ ମ ସ୍ଥାନ ହାସଲ କରିଛି। ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତର ପାଞ୍ଚଜଣ ଭିନ୍ନ ଭିନ୍ନ ଖେଳାଳି ଗୋଲ ସ୍କୋର କରି ଟୁର୍ଣ୍ଣାମେଣ୍ଟକୁ ବିଜୟୀ କରିଥିଲେ। ଟୁର୍ଣ୍ଣାମେଣ୍ଟରେ ୯ ରୁ ୧୨ ସ୍ଥାନ ପାଇଁ ଏହି ମ୍ୟାଚ୍ ଖେଳାଯାଇଥିଲା। ଏହାପୂର୍ବରୁ ହରମାନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଗୁରୁବାର ଦିନ ୯ ରୁ ୧୬ ସ୍ଥାନ ପାଇଁ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଛି। ପେନାଲ୍ଟି ସୁଟଆଉଟରେ ନ୍ୟୁଜିଲ୍ୟାଣ୍ଡ ଦ୍ଵାରା କ୍ୱାର୍ଟର ଫାଇନାଲ ଦୌଡରୁ ଟିମ୍ ଇଣ୍ଡିଆକୁ ବାଦ୍ ଦିଆଯାଇଥିଲା।

ଗୋଲ ସାରାଂଶ:

ଭାରତ:

୫ ମିନିଟ- ଅଭିଷେକ ନୈନ
୧୨ ମିନିଟ- ହରମାନପ୍ରୀତ ସିଂ
୪୫ ମିନିଟ- ସମଶର ସିଂ
୪୯ ମିନିଟ- ଆକାଶଦୀପ ସିଂ
୫୯ ମିନିଟ- ସୁଖଜିତ୍ ସିଂ

ଦକ୍ଷିଣ ଆଫ୍ରିକା:

୪୯ ମିନିଟ- ସଙ୍କେଲୋ ମୱିମ୍ବି
୬୦ ମିନିଟ- କାସିମ୍ ମୁସ୍ତଫା।

Categories
ଆଜିର ଖବର ରାଜ୍ୟ ଖବର

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ଅନ୍ୟ କ୍ରୀଡ଼ା ଭିତ୍ତିଭୂମିର ଅଗ୍ରଗତି ଅନୁଧ୍ୟାନ କଲେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ

ରାଉରକେଲା: ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଇଲେକ୍ଟ୍ରୋନିକ୍ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା କ୍ରୀଡ଼ା ଓ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା। ତାଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଆର୍ ଭିନିଲ କ୍ରିଷ୍ଣା ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସ୍ଥାନ ପରିଦର୍ଶନ କରିବା ପରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। କୋଭିଡ୍ ପାଇଁ ଏହି ନିର୍ମାଣ କାର୍ଯ୍ୟ କିଛିଟା ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ନିର୍ଦ୍ଧାରିତ ସ୍ତରରେ ପହଞ୍ଚିଛି। ୨୦୨୨ ଜୁଲାଇ ସୁଦ୍ଧା ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି।

୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି। ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଦେଶ ତଥା ଦେଶ ବାହାରୁ ବହୁ ଖେଳାଳି, ଅଫିସିଆଲ ଏବଂ କ୍ରୀଡ଼ା ସହ ଜଡ଼ିତ ବ୍ୟକ୍ତିମାନେ ଏଠାକୁ ଆସିବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗରର ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସନ୍ଦର୍ଯ୍ୟକରଣ କରାଯାଉଛି। ଏହିସବୁ କାର୍ଯ୍ୟର ଅଗ୍ରଗତି ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିକୁ ମାନ୍ୟବର ମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

ଏହି ଗସ୍ତ ବେଳେ କ୍ରୀଡ଼ା ମନ୍ତ୍ରୀ ଓ ସଚିବ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଖେଳାଳିମାନଙ୍କ ପାଇଁ ଏଠାରେ କରାଯାଉଥିବା ଆଧୁନିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ ମାନର ତିନୋଟି ଇନଡୋର ବ୍ୟାଡମିଣ୍ଟନ କୋର୍ଟ କରାଯାଉଛି। ସେହିପରି ଆଉଟଡୋରରେ ଲନ୍ ଟେନିସ୍ କୋର୍ଟ ନିର୍ମାଣ କରାଯାଉଛି। ଫିଟନେସ ପାଇଁ ଏଠାରେ ଏକ ଅତ୍ୟାଧୁନିକ ଜିମ୍ନାସିୟମ୍ ମଧ୍ୟ କରାଯାଉଛି। ଏହି ଇନଡୋର ଷ୍ଟାଡିୟମକୁ ଖୁବଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ବୋଲି କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ସୂଚନା ଦେଇଥିଲେ।

ଏହି ସବୁ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମି ପ୍ରସ୍ତୁତି ହେଲେ ରାଉରକେଲା ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ୍ ଭାବେ ପରିଚିତ ହେବ। ଏଠାରେ ଆଗାମୀ ଦିନରେ ହକି ସହିତ ଫୁଟବଲ, ବ୍ୟାଡମିଣ୍ଟନ, ଲନଟେନିସ୍ ଏବଂ ବିଭିନ୍ନ ପ୍ରକାରର ଆଥଲେଟିକ୍ ଗେମ୍ ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ। ଏହା ସ୍ଥାନୀୟ ଖେଳାଳିମାନଙ୍କ ଅଭ୍ୟାସ ଏବଂ ଦକ୍ଷତା ବୃଦ୍ଧିରେ ମଧ୍ୟ ବିଶେଷ ସହାୟକ ହୋଇପାରିବ।

ଏହି ଗସ୍ତ ବେଳେ ରାଉରକେଲାର ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ରାଞ୍ଚି: ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଭାରତ ସରକାର ଘୋଷଣା କରିଛନ୍ତି। ଏହି ଉପଲକ୍ଷେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିଛନ୍ତି। ରାଞ୍ଚି ଠାରେ ନିର୍ମାଣ କରାଯାଇଥିବା ଏହି ସଂଗ୍ରହାଳୟ ତଥା ଉଦ୍ୟାନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ। ଝାଡ଼ଖଣ୍ଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ସମାରୋହରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ଏହି ଅମୃତ କାଳରେ, ଭାରତର ଜନଜାତି ପରମ୍ପରା ଏବଂ ଏହାର ଗୌରବଶାଳୀ କାହାଣୀକୁ ଅଧିକ ଅର୍ଥପୂର୍ଣ୍ଣ ଏବଂ ବ୍ୟାପକ ପରିଚୟ ଦେବା ଲାଗି ଦେଶ ନିଷ୍ପତ୍ତି ନେଇସାରିଛି। ଏଥିପାଇଁ, ପ୍ରତି ବର୍ଷ ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସାରା ଦେଶରେ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଐତିହାସିକ ନିଷ୍ପତ୍ତି ଆଜି ଠାରୁ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଐତିହାସିକ ଅବସରରେ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଯାହାଙ୍କ ଦୃଢ଼ ଇଚ୍ଛାଶକ୍ତି କାରଣରୁ ଝାଡ଼ଖଣ୍ଡ ରାଜ୍ୟ ଗଠନ ସମ୍ଭବ ହୋଇପାରିଛି। ଶ୍ରୀ ମୋଦୀ କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ ହିଁ ପ୍ରଥମ ଥର ଲାଗି ଦେଶର ସରକାରରେ ଜନଜାତିଙ୍କ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିଥିଲେ ଏବଂ ଦେଶର ନୀତି ନିର୍ମାଣ ସହିତ ଜନଜାତିମାନଙ୍କ ସ୍ୱାର୍ଥକୁ ଯୋଡ଼ି ପାରିଥିଲେ।

ଭଗବାନ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପାଇଁ ଦେଶର ଜନଜାତି ସମାଜ, ଭାରତର ପ୍ରତ୍ୟେକ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, “ଏହି ସଂଗ୍ରହାଳୟ ବିବିଧତାରେ ପରିପୂର୍ଣ୍ଣ ଆମ ଜନଜାତି ସଂସ୍କୃତିର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ ହେବ, ଏହା ସ୍ୱାଧୀନତା ସଂଗ୍ରାମରେ ଆମ ଜନଜାତି ନାୟକ ଓ ନାୟିକାମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ।”

ଭଗବାନ ବିର୍ସା ମୁଣ୍ଡାଙ୍କ ଦୂରଦୃଷ୍ଟି ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡା ଜାଣିଥିଲେ ଯେ ଆଧୁନିକତାର ନାମରେ ବିବିଧତା, ପ୍ରାଚୀନ ପରିଚୟ ଏବଂ ପ୍ରକୃତିକୁ ନଷ୍ଟ କରିବା ଦ୍ୱାରା ସମାଜର କଲ୍ୟାଣ ହୋଇପାରିବ ନାହିଁ। ଏଥିସହିତ ସେ ଆଧୁନିକ ଶିକ୍ଷାର ଜଣେ ସମର୍ଥକ ଥିଲେ ଏବଂ ନିଜ ସମାଜରେ ରହିଥିବା କଳୁଷତା ଏବଂ କୁପ୍ରଥା ବିରୋଧରେ ମୁହଁ ଖୋଲିବା ଲାଗି ସେ ସାହସ କରିପାରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ କ୍ଷମତା ହସ୍ତାନ୍ତର କରିବା ଏବଂ ଭାରତୀୟମାନଙ୍କ ହାତରେ ଭାରତ ପାଇଁ ନିଷ୍ପତ୍ତି ନେବାର ଶକ୍ତି ଦେବା ସ୍ୱାଧୀନତା ସଂଗ୍ରାମର ଲକ୍ଷ୍ୟ ଥିଲା। କିନ୍ତୁ, ଏଥିସହିତ ‘ଧରତୀ ଆବା’ (ବିର୍ସା ମୁଣ୍ଡା)ଙ୍କ ପାଇଁ ସଂଘର୍ଷର ଲକ୍ଷ୍ୟ ଥିଲା ଭାରତୀୟ ଜନଜାତି ସମାଜର ପରିଚୟକୁ ନଷ୍ଟ କରିବା ଲାଗି ହେଉଥିବା ଉଦ୍ୟମ ବିରୋଧରେ ସ୍ୱର ଉତ୍ତୋଳନ କରିବା।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ, “ଭଗବାନ ବିର୍ସା ମୁଣ୍ଡା ସମାଜ ପାଇଁ ବଞ୍ଚିଥିଲେ, ନିଜର ସଂସ୍କୃତି ଓ ଦେଶ ପାଇଁ ନିଜ ଜୀବନକୁ ବଳୀଦାନ ଦେଇଥିଲେ। ତେଣୁ ସେ ଆଜି ମଧ୍ୟ ଆମ ବିଶ୍ୱାସରେ, ଆମ ଭାବନାରେ ଆମର ଭଗବାନ ଭାବେ ଜୀବିତ ଅଛନ୍ତି।” ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଯେ, ଧରତୀ ଆବା ଏ ଦୁନିଆରେ ବେଶୀଦିନ ପର୍ଯ୍ୟନ୍ତ ବଞ୍ଚିନଥିଲେ। କିନ୍ତୁ ସେ ସ୍ୱଳ୍ପ ସମୟର ଜୀବନକାଳ ମଧ୍ୟରେ ସେ ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ଇତିହାସ ରଚନା କରିଯାଇଛନ୍ତି ଏବଂ ଭାରତର ଅନେକ ପିଢ଼ିକୁ ମାର୍ଗଦର୍ଶନ କରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଉପରେ ଜାତୀୟ ୱେବିନାର

ନୂଆଦିଲ୍ଲୀ/ଭୁବନେଶ୍ଵର: ସାରା ଦେଶର ଜନଜାତି ସମୁଦାୟଙ୍କ ପାଇଁ ‘ଭଗବାନ’ ମାନ୍ୟତା ପାଇଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଭାରତ ସରକାର ‘ଜନଜାତି ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଘୋଷଣା କରିଛନ୍ତି। ସାରା ଦେଶ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରୁଥିବା ସମୟରେ, ଦେଶର ବିଭିନ୍ନ କୋଣ ଅନୁକୋଣରେ ଅତ୍ୟାଚାରୀ ବ୍ରିଟିଶ ଶାସନ ବିରୋଧରେ ସାହସର ସହିତ ସଂଗ୍ରାମ କରି ନିଜର ପ୍ରାଣବଳୀ ଦେଇଥିବା ବହୁ ଆଦିବାସୀ ନେତା ଓ ସଂଗ୍ରାମୀମାନଙ୍କର ମଧ୍ୟ ସ୍ମୃତିଚାରଣ କରାଯାଉଛି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯିବା ଏହି ପୂଜନୀୟ ଆଦିବାସୀ ନେତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଏହା ମଧ୍ୟ ଦେଶର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପରାକ୍ରମ, ଆତିଥେୟ ଓ ଜାତୀୟ ଗୌରବ ଭଳି ଭାରତୀୟ ମୂଲ୍ୟବୋଧର ପ୍ରୋତ୍ସାହନ ଦିଗରେ ଜନଜାତି ସମୁଦାୟଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିଥାଏ।

ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଓ ପ୍ରାଣବଳୀ ଦେଇଥିବା ଅନାଲୋଚିତ ମହାନ ଜନଜାତି ନାୟକମାନଙ୍କ ସ୍ମୃତିଚାରଣ ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ପାଳନ କରାଯିବ। ଏହି ଅବସରରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଆଜାଦୀ କା ଅମୃତ ମହୋତ୍ସବର ସ୍ମରଣୀୟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଜନଜାତି ଲୋକ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ପାଳନ କରିବା ଲାଗି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୧୫ରୁ ୨୨ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୋଜନା କରାଯାଇଛି। ଏହି ସମାରୋହର ଅଂଶବିଶେଷ ସ୍ୱରୂପ, ୱେବିନାର, ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯାହାକି ଅଭିନବ ଜନଜାତି ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମରେ ଜନଜାତି ମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଆଇକନିକ ସପ୍ତାହ ପାଳନର ଅଂଶବିଶେଷ ସ୍ୱରୂପ, “ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଯୋଗଦାନ” ସମ୍ପର୍କରେ ଏକ ଜାତୀୟ ୱେବିନାର (ଭର୍ଚୁଆଲ ମାଧ୍ୟମ) ନଭେମ୍ବର ୧୫ ତାରିଖ ଆୟୋଜନ କରାଯିବ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ଅଧୀନ ଏସସିଏସଟିଆରଟିଆଇ (ଟିଆରଆଇ, ଓଡ଼ିଶା) ଏବଂ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଏହି ୱେବିନାର ଆୟୋଜନ କରାଯାଉଛି।

ୱେବିନାରର ଉଦଘାଟନୀ ଅଧିବେଶନରେ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା,  ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ନଭଲଜୀତ୍ କପୁର, ଏସସିଏସଟିଆରଟିଆଇ (ଟିଆରଆଇ, ଓଡ଼ିଶା)ର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଡକ୍ଟର ଏ.ବି ଓତା ପ୍ରମୁଖ ଯୋଗ ଦେବେ। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ବିଜୟ ଏସ ସହାୟ ଉଦଘାଟନୀ ଅଧିବେଶନରେ ‘ଭଗବାନ ବିର୍ସା ମୁଣ୍ଡା ସଂସ୍କୃତିର ନିର୍ମାଣ : ଚାଷୀ ଆନ୍ଦୋଳନରୁ ସ୍ୱାଧୀନତା ସଂଗ୍ରାମ ଆଡ଼କୁ ଜଣେ ଜନଜାତି ମହାନାୟକଙ୍କ ଯାତ୍ରା’ ଶୀର୍ଷକ ବିଷୟବସ୍ତୁ ଉପରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ।

ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ପ୍ରଫେସର ସୁମହନ ବନ୍ଦୋପାଧ୍ୟାୟ, ଝାଡ଼ଖଣ୍ଡ ରାଞ୍ଚି ଠାରେ ମୁଣ୍ଡାରୀ ଲୋକଭାଷା ପାଠ୍ୟକ୍ରମର ସଂଯୋଜକ ଗୁଞ୍ଜଲ ଇକିର ମୁଣ୍ଡା, ରାଞ୍ଚିସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ସତ୍ୟ ନାରାୟଣ ମୁଣ୍ଡାଙ୍କ ଭଳି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଶିକ୍ଷାବିତ ବୈଷୟିକ ଅଧିବେଶନରେ ଆଲୋଚକ ଭାବେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିବେ।

ଏହି ୱେବିନାରରେ ସାରା ଦେଶରୁ ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ଗବେଷକ, କର୍ମୀ, ଜନଜାତି ବିକାଶ ସଂସ୍ଥାନ (ଟିଆରଆଇ) ଓ ଉତ୍କର୍ଷ କେନ୍ଦ୍ରର ପ୍ରତିନିଧି, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟର ଜନଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ।

Categories
ବିଶେଷ ଖବର

ନଭେମ୍ବର ୧୫କୁ ଜନଜାତୀୟ ଗୌରବ ଦିବସ ଘୋଷଣା ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି (ତା୧୦-୧୧-୨୧) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ନଭେମ୍ବର ୧୫ତାରିଖକୁ ଜନଜାତୀୟ ଗୌରବ ଦିବସଭାବେ ପାଳନ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ମହାନ୍ ପରାକ୍ରମୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏହି ଦିବସକୁ ଉତ୍ସର୍ଗ କରାଯାଇଛି। ଏହାଫଳରେ ଆଗାମୀ ପିଢି ଦେଶ ପାଇଁ ଏହି ମହାନ୍ ଆଦିବାସୀ ସଂଗ୍ରାମୀମାନଙ୍କର ବଳିଦାନ ସମ୍ପର୍କରେ ଅବଗତ ହୋଇପାରିବେ। ଭାରତୀୟ ସ୍ୱାଧୀନତା ସଂଗ୍ରାମର ମୂଳଦୁଆ ଅନେକ ଆଦିବାସୀ ଗୋଷ୍ଠୀ ଯେପରିକି ସାନ୍ତାଳ, ତମାର, କୋହ୍ଲ, ଭିଲ, ଖାସୀ ଓ ମିଜୋ ଯୋଗୁଁ ମଜବୁତ ହୋଇଥିଲା। ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ଦ୍ୱାରା ବୈପ୍ଲବିକ ଆନ୍ଦୋଳନ ସେମାନଙ୍କ ଅସୀମ ପରାକ୍ରମ ଓ ଚରମ ତ୍ୟାଗ ଯୋଗୁଁ ସମ୍ଭବ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ଉପନିବେଶୀୟ ଶାସନ ବିରୁଦ୍ଧରେ ହୋଇଥିବା ଆଦିବାସୀ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ ଯୋଡି ହୋଇ ଦେଶବ୍ୟାପୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲା। ତେବେ ଅଧିକାଂଶ ଆଦିବାସୀ ବୀରମାନଙ୍କ ସମ୍ପର୍କରେ ବିଶେଷ ଜାଣନ୍ତି ନାହିଁ। ୨୦୧୬ ମସିହା ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଭାରତ ସରକାର ଦେଶବ୍ୟାପୀ ଦଶଟି ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସ୍ଥାପନ ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି।

ଏହି ଦିବସଟି ହେଉଛି ବିର୍ସା ମୁଣ୍ଡାଙ୍କ ଶତବାର୍ଷିକୀ ଯାହାଙ୍କୁ ଦେଶବ୍ୟାପୀ ଆଦିବାସୀମାନେ ଭଗବାନଭାବେ ମାନନ୍ତି। ବିର୍ସାମୁଣ୍ଡା ବ୍ରିଟିଶ ଉପନିବେଶୀୟ ଶୋଷଣ ବିରୁଦ୍ଧରେ ଅସୀମ ସାହସର ସହ ସୁଦୀର୍ଘ ସଂଗ୍ରାମର ନେତୃତ୍ୱ ନେଉଥିଲେ ଯାହା ଉଲଗୁଲାନ(ବିପ୍ଳବ) ନାମରେ ପ୍ରସିଦ୍ଧି ଲାଭ କରିଥିଲା। ଜନଜାତୀୟ ଗୌରବ ଦିବସ ଘୋଷଣା ଆଦିବାସୀ ଜନମାନସର ଗୌରବମୟ ଇତିହାସ ଓ ସାଂସ୍କୃତିକ ଐତିହ୍ୟର ଏକ ସ୍ୱୀକୃତି। ଏହି ଦିବସ ପ୍ରତିବର୍ଷ ପାଳିତ ହୋଇ ଆଦିବାସୀମାନଙ୍କ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ଭାରତୀୟ ମୂଲ୍ୟବୋଧ ଓ ଶୌର୍ଯ୍ୟ, ସେବା ଓ ଜାତୀୟ ଗର୍ବ ଲୋକଲୋଚନକୁ ଆଣିବ । ବିର୍ସା ମୁଣ୍ଡା ଶେଷ ନିଶ୍ୱାସ ତ୍ୟାଗ କରିଥିବା ରାଞ୍ଚିର ଜନଜାତି ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ।

ଭାରତ ସରକାର ନଭେମ୍ବର ୧୫ରୁ ୨୨, ୨୦୨୧ ପର୍ଯ୍ୟନ୍ତ ସାତଦିନ ଧରି ଆଦିବାସୀମାନଙ୍କ ୭୫ବର୍ଷର ଗୌରବମୟ ଇତିହାସ ସଂସ୍କୃତି ଓ ସାଫଲ୍ୟକୁ ଉତ୍ସବଭାବେ ପାଳନ କରିବାକୁ ସ୍ଥିର କରିଛନ୍ତି।

ଏହି ଉତ୍ସବ ପାଳନର ଅଂଶସ୍ୱରୂପ ଅନେକ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ହାତକୁ ନେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟକ୍ରମ ମୂଳରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଆଦିବାସୀମାନଙ୍କ ଅବଦାନ ଭାରତ ସରକାରଙ୍କ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଭିତ୍ତିଭୂମି ଓ କୌଶଳ ବିକାଶ କ୍ଷେତ୍ରରେ ନିଆଯାଉଥିବା କଲ୍ୟାଣ ମୂଳକ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା ରହିବ। କାର୍ଯ୍ୟକ୍ରମ ଗୁଡିକରେ ଅନନ୍ୟ୍ୟ ଆଦିବାସୀ  ସାଂସ୍କୃତିକ ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ, ଅଧିକାର ଚଳଣି, ପରମ୍ପରା, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟପେୟ ଓ ଜୀବନଜୀବିକାର ଝଲକ ରହିବ।