Categories
ଆଜିର ଖବର ଖେଳ ଜାତୀୟ ଖବର

କୋହଲିଙ୍କ ବିରାଟ ଇନିଂସ ଏବଂ ଶ୍ରେୟାସଙ୍କ ଉଜ୍ଜ୍ୱଳ ଶତକ, ନ୍ୟୁଜିଲ୍ୟାଣ୍ଡ ଆଗରେ ୩୯୮ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ୫୦ ତମ ଏକଦିବସୀୟ ଶତକ ଏବଂ ଶ୍ରେୟାସ ଆୟରଙ୍କ ଉଜ୍ଜ୍ୱଳ ଶତକ ଯୋଗୁଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ ସ୍କୋର କରିଛି। ଏହି ବିଶାଳ ସ୍କୋର କରିବାରେ ଶୁଭମାନ ଗିଲ ଏବଂ ଅଧିନାୟକ ରୋହିତ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ୭୯ ରନ୍ ସ୍କୋର କରିବା ପରେ ଗିଲ ରିଟାୟର ନେଇଥିଲେ। କିନ୍ତୁ ଶେଷରେ ସେ ଫେରି ୮୦ * ରନ୍ ସ୍କୋର କରିଥିଲେ। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କ ବିପକ୍ଷରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡିଛି।

ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଳର ସମସ୍ତ ବ୍ୟାଟ୍ସମ୍ୟାନ୍ ଉତ୍କୃଷ୍ଟ ଫର୍ମରେ ଦେଖାଯାଉଥିଲେ। ସର୍ବପ୍ରଥମେ ରୋହିତ ଏବଂ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ, ପରେ କୋହଲି ଏବଂ ଆୟରଙ୍କ ଦ୍ଵାରା ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଶେଷରେ, କେଏଲ ରାହୁଲ ଧୂଆଁଧାର ପାଳି ଖେଳିଥିଲେ।

କ୍ୟାପଟେନ ରୋହିତ ଶର୍ମା ଏବଂ ଶୁବମାନ ଗିଲ ପ୍ରଥମ ୱିକେଟ୍ ପାଇଁ ୫୦ ବଲରେ ୭୧ ରନ୍ ସଂଗ୍ରହ କରିଥିଲେ। ଏକ ଭଲ ଆରମ୍ଭ କରିବା ପରେ ରୋହିତ ଶର୍ମା ୯ ଓଭରର ଦ୍ୱିତୀୟ ବଲରେ ଟିମ୍ ସାଉଦିଙ୍କ ଶିକାର ହୋଇଥିଲେ। ୪ ଟି ଚୌକା ଓ ୪ ଟି ଛକା ସହାୟତାରେ ଭାରତୀୟ ଅଧିନାୟକ ୨୯ ବଲରେ ୪୭ ରନ୍ ସଂଗ୍ରହ କରିଥିଲେ। ଏହି ଅବଧି ମଧ୍ୟରେ, ହିଟମ୍ୟାନଙ୍କ ଷ୍ଟ୍ରାଇକ୍ ହାର ୧୬୨.୦୭ ଥିଲା।

ତା’ପରେ ଦ୍ୱିତୀୟ ୱିକେଟ୍ ପାଇଁ ଶୁବମାନ ଗିଲ ଏବଂ ବିରାଟ କୋହଲି ୮୬ ବଲରେ ୯୩* ରନର ଅପରାଜିତ ଭାଗିଦାରୀ କରିଥିଲେ। ଏହି ସହଭାଗୀତା ୯୩ ରନ୍ ରେ ଅପରାଜିତ ରହିଲା। କାରଣ ୨୩ ତମ ଓଭରର ଚତୁର୍ଥ ବଲରେ କ୍ରମ୍ପ କାରଣରୁ ଗିଲ ଅବସର ନେଇଥିଲେ। ତେବେ ଶେଷ ଓଭରରେ ଗିଲ ପୁଣି ଥରେ ବ୍ୟାଟିଂ କରିବାକୁ ବାହାରିଥିଲେ। ଏହା ପରେ ଶ୍ରେୟାସ ଆୟର ଏବଂ ବିରାଟ କୋହଲି ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୧୨୮ ବଲରେ ୧୬୩ ରନର ଭାଗିଦାରୀ କରିଥିଲେ।

୯ ଟି ଚୌକା ଓ ୨ ଟି ଛକା ସହାୟତାରେ କୋହଲି ୧୧୩ ବଲରେ ୧୧୭ ରନର ଇନିଂସ ଖେଳିଥିଲେ। ଏହା ପରେ ଇନିଂସର ଶେଷ ରାଉଣ୍ଡରେ ଶ୍ରେୟସ୍ ଆୟର ଏବଂ କେ.ଏଲ୍ ରାହୁଲ ଚତୁର୍ଥ ୱିକେଟ୍ ପାଇଁ ୨୯ ବଲରେ ୫୪ ରନର ଭାଗିଦାରୀ କରିଥିଲେ, ଯାହା ୪୯ ତମ ଓଭରରେ ଆୟରଙ୍କ ୱିକେଟ୍ ସହିତ ଶେଷ ହୋଇଥିଲା। ୧୫୦ ଷ୍ଟ୍ରାଇକ୍ ହାରରେ ଆୟର୍ ୭୦ ବଲରେ ୧୦୫ ରନ୍ ସଂଗ୍ରହ କରିଥିଲେ। ଆୟରଙ୍କ ଇନିଂସରେ ୪ ଟି ଚୌକା ଏବଂ ୮ ଟି ଲମ୍ବା ଛକା ଅନ୍ତର୍ଭୁକ୍ତ।

ଏହା ପରେ ସୁର୍ଯ୍ୟକୁମାର ଯାଦବ ୫୦ ଓଭରର ପ୍ରଥମ ବଲରେ ୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ପଞ୍ଚମ ସ୍ଥାନରେ ଆସିଥିବା କେ.ଏଲ୍ ରାହୁଲ ଏବଂ ଶୁବମାନ ଗିଲ ଅପରାଜିତ ରହିଥିଲେ। ଗିଲ ୮ ଟି ଚୌକା ଓ ୪ ଟି ଛକା ସହାୟତାରେ ୬୬ ବଲରେ ୮୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଯେତେବେଳେ କି କେ ରାହୁଲ ୧୯୫ ର ଷ୍ଟ୍ରାଇକ୍ ହାରରେ ୨୦ ବଲରେ ୩୯ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୫ ଟି ଚୌକା ଓ ୨ ଟି ଛକା ଅନ୍ତର୍ଭୁକ୍ତ ଥିଲା।

ନ୍ୟୁଜିଲ୍ୟାଣ୍ଡ ପାଇଁ ଦ୍ରୁତ ବୋଲର ଟିମ୍ ସାଉଦି ୧୦ ଓଭରରେ ସର୍ବାଧିକ ୧୦୦ ରନ୍ ଦେଇଥିଲେ। କିନ୍ତୁ ତାଙ୍କୁ ୩ ଟି ୱିକେଟ୍ ମଧ୍ୟ ମିଳିଥିଲା। ଏହା ବ୍ୟତୀତ ବୋଲ୍ଟ ୧୦ ଓଭରରେ ୮୬ ରନ୍ ଦେଇ ଏକ ସଫଳତା ପାଇଥିଲେ। ମିଚେଲ ସାଣ୍ଟନର୍ ୧୦ ଓଭରରେ ୫୧ ରନ୍ ଦେଇଥିବା ବେଳେ ଫର୍ଗୁସନ୍ ୮ ଓଭରରେ ୬୫ ରନ୍ ଦେଇଥିଲେ। ସେହିଭଳି ରଚିନ୍ ୭ ଓଭରରେ ୬୦ ରନ୍ ଏବଂ ଫିଲିପ୍ ୫ ଓଭରରେ ୩୩ ରନ୍ ଦେଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ଵକପ-୨୦୨୩: ଭାରତର ବିଶାଳ ସ୍କୋର, ଶ୍ରୀଲଙ୍କାକୁ ଜିତିବା ପାଇଁ ୩୫୮ ରନ ଲକ୍ଷ୍ୟ

ଭୁବନେଶ୍ଵର: ଆଜି ବିଶ୍ଵକପରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳ ଜାରି ରହିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୩୫୭ ରନ୍ ସଂଗ୍ରହ କରିଛି। ଗିଲ ଭାରତ ପାଇଁ ୯୨ ରନର ସର୍ବାଧିକ ଇନିଂସ ଖେଳିଛନ୍ତି। ୮୮ ରନ୍ ସ୍କୋର କରିବା ପରେ ବିରାଟ କୋହଲି ଆଉଟ୍ ହୋଇଥିଲେ। ଆୟର ୫୫ ବଲରେ ୮୨ ରନ୍ ର ଦୃତ ଇନିଂସ ଖେଳିଥିଲେ। ଶ୍ରୀଲଙ୍କା ପକ୍ଷରୁ ୧୦ ଓଭରରେ ୮୦ ରନ୍ ଦେଇ ମଧୁସଙ୍କା ୫ ୱିକେଟ୍ ନେଇଛନ୍ତି। ତେବେ ୩୫୮ ରନର ଲକ୍ଷ୍ୟ ଶ୍ରୀଲଙ୍କା ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ।