Categories
ଆଞ୍ଚଳିକ

୨୦୨୬ ସୁଦ୍ଧା ବିଶ୍ବରୁ ପୋଲିଓ ରୋଗ ଲୋପ ପାଇବ ରୋଟାରୀ ପକ୍ଷରୁ ବିଶ୍ବ ପୋଲିଓ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ଵ ପୋଲିଓ ଦିବସ ଅବସରରେ ଭୁବନେଶ୍ଵର ରୋଟାରୀ ଜିଲ୍ଲା ପକ୍ଷରୁ, ରୋଟାରୀ କ୍ଲବ ଭୁବନେଶ୍ବର ନେତୃତ୍ବରେ, ଭୁବନେଶ୍ଵର ରୋଟାରୀ ଭବନଠାରେ ଏକ ସଂକ୍ଷିପ୍ତ ସଭା ସହ ପୋଲିଓ ରୋଗରୁ ମୁକ୍ତି ପାଇଁ ଏକ ସଚେତନତା ପଦଯାତ୍ରାକୁ ଜିଲ୍ଲା ଗଭର୍ଣ୍ଣର ଶିକ୍ଷାବିତ୍ ରୋଟାରିଯାନ ଶାନ୍ତନୁ କୁମାର ପାଣି ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ଏସ୍.ଏସ୍ ହରିଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ପାଣି କହିଲେ ଯେ, ପୋଲିଓ ଭଳି ଏକ ମାରାତ୍ମକ ରୋଗକୁ ବିଶ୍ଵରୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ରୋଟାରୀ ସଂସ୍ଥାର କାର୍ଯ୍ୟ ସମଗ୍ର ବିଶ୍ଵରେ ଏକ ଉଦାହରଣ ସୃଷ୍ଟି କରିଛି । ରୋଟାରୀ ସଚେତନତା ସୃଷ୍ଟି କରିବା ସହ ଜନସାଧାରଣଙ୍କ ବନ୍ଧୁ ଭାବରେ ସହଯୋଗର ହାତ ବଢାଇଥାଏ ଆନ୍ତର୍ଜାତିକ ରୋଟାରୀ ସଂସ୍ଥା ସମଗ୍ର ବିଶ୍ବରୁ ପୋଲିଓ ରୋଗର ସମ୍ପୁର୍ଣ ଲୋପ ପାଇଁ ୨୦୨୬କୁ ଧାର୍ଯ୍ୟ ବର୍ଷ ରଖୁଛି ୨୦୨୩ ମସିହାରୁ ସଚେତନତା ସୃଷ୍ଟି କରିବା ସହ ପୂର୍ବବର୍ଷ ମାନଙ୍କ ଭଳି ମାଗଣା ପୋଲିଓ ବୁନ୍ଦା ବଣ୍ଟନ କରିବ ।

ଆଜିର ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଅଧ୍ୟକ୍ଷ ସଚେତନତା କମିଟି ଯଜ୍ଞଶିଶ ମହାପାତ୍ର ସ୍ଵାଗତ ଭାଷଣ ଓ ସମ୍ପାଦକ ଜ୍ଞାନ ରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସେଣ୍ଟ୍ରାଲର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବିକ୍ରମାଦିତ୍ୟ ନାୟକ, ଅଜୟ ପଟ୍ଟନାୟକ, ମମତା ବାଜପେୟୀ, ରାଜନକ୍ଷ୍ମୀ ମିଶ୍ର, ମହେଶ ରଜନୀ, ସ୍ମିତା ସିହ୍ନା।

ଡଃ ଗଗନ ବିହାରୀ ରାଜତଙ୍କ ସମେତ ଭୁବନେଶ୍ବର ସହରରେ କାର୍ଯ୍ୟ କରୁଥିବା ୩୫ଗୋଟି କ୍ଲବର ପ୍ରତିନିଧୂମାନେ ଯୋଗ ଦେଇଥିଲେ ଏହି ସଚେତନତା ଯାତ୍ରା ରୋଟାରୀ ଭବନରୁ ବାହାରି ହାଉସିଂ ବୋର୍ଡ ଛକ ଦେଇ ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ଯାତ୍ରାରେ ପୋଲିଓମୁକ୍ତ ଭାରତ ସ୍ଲୋଗାନ ଦିଆଯାଇଥିଲା କାର୍ଯ୍ୟକ୍ରମକୁ ରୋଟାରିୟାନ ସୁକାନ୍ତ ସାହୁ, ଅନିଲ୍‌ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ଦାସ ପ୍ରମୁଖ ପରିଚଳନା କରିଥିଲେ।