Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିୟନଶିପ୍ ତାଲିକାର ପ୍ରଥମ ସ୍ଥାନରେ ପହଞ୍ଚିଲା ଭାରତ

ବ୍ରିସବେନ୍: ଅଷ୍ଟ୍ରେଲିଆ ବିରୋଧ ନିର୍ଣ୍ଣାୟକ ଟେଷ୍ଟରେ ଭାରତୀୟ ଦଳର ଐତିହାସିକ ବିଜୟ ହୋଇଛି। ଏହି ବିଜୟ ସହ ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ନେଇଛି। ଭାରତ ସିରିଜ ଜିତିବା ସହ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିୟନଶିପର ଏକ ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି। ଏବଂ ନିର୍ଣ୍ଣାୟକ ଟେଷ୍ଟରେ ପରାଜୟ ପରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସିଆସିଛି। କେବଳ ଏହି ଟେଷ୍ଟ ବିଜୟ କାରଣରୁ ଭାରତକୁ ୩୦ ପଏଣ୍ଟ ମିଳିଛି। ଏହି ୩୦ ପଏଣ୍ଟକୁ ମିଶାଇ ବିଶ୍ଵ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୪୩୦ ପଏଣ୍ଟ ହାସଲ କରିଛି।

ତେବେ ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଭାରତ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ ଖେଳିଛି। ସେଥିରୁ  ୯ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ପରାଜିତ ହୋଇଛି ଏବଂ ଗୋଟିଏ ମ୍ୟାଚକୁ ଡ୍ର ରଖିଛି।

ଏହି ଟେଷ୍ଟ ଚାମ୍ପିୟନଶିପରେ ଭାରତ ୪୩୦ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ୪୨୦ ପଏଣ୍ଟରେ ନ୍ୟୁଜିଲ୍ୟାଣ୍ଡ ଦ୍ବିତୀୟ ସ୍ଥାନରେ ଅଛି ଏବଂ ଅଷ୍ଟ୍ରେଲିଆ ୩୩୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।