Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଉଲ୍ଲେଖନୀୟ ଅବଦାନ ଲାଗି ସମ୍ମାନିତ ହେଲେ ପୁରୀ ଟାଉନ ଥାନାଧିକାରୀ

ପୁରୀ: ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ସଫଳ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପୁରୀ ଟାଉନ ଥାନାଧିକାରୀ ସୁନୀଲ କୁମାର ପ୍ରଧାନ ସମ୍ମାନିତ ହୋଇଛନ୍ତି। ଶ୍ରୀ ପ୍ରଧାନଙ୍କୁ ପୁରୀ ରାଜଭବନରେ ସମ୍ମାନିତ କରାଯାଇଛି। ଶ୍ରୀ ଶ୍ରୀକ୍ଷେତ୍ର ସୂଚନା, ପୁରୀ ନାମକ ସାମାଜିକ ସଂଗଠନ ପକ୍ଷରୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଛି।

ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ କୌଣସି କାରଣ ବଶତଃ ରାଜ୍ୟପାଳଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ରାଜ୍ୟପାଳଙ୍କ ପିଆରଓ ଏବଂ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଟାଉନ ଥାନାଧିକାରୀଙ୍କୁ ଉକ୍ତ ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।

ଏହି ଅବସରରେ ଉକ୍ତ ସଂଗଠନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ ଏବଂ ସାଧାରଣ ସମ୍ପାଦକ ରାକେଶ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ନିସ୍ଵାର୍ଥପର ତ୍ୟାଗ ଓ ନିଷ୍ଠାପର ଉଦ୍ୟମ ସହକାରେ ମହାପ୍ରଭୁଙ୍କ ସେବା କରିଥିବାରୁ ଅତିଥି ମାନେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ରଥଯାତ୍ରା ଅବସରରେ ଜିଓର ଅଭିନବ ଜିଓ ଡାଇଭ ଓ ଜିଓ ଟ୍ରୁ ୫ଜି ନେଇ ବିପୁଳ ଉତ୍ସାହ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀରେ ଗୁଣ୍ଡିଚା ମନ୍ଦିର ନିକଟରେ ଜୁନ ୨୧ ତାରିଖରୁ ଆରମ୍ଭ ହୋଇଥିବା ଜିଓ ଷ୍ଟଲରେ ଜିଓର ଭରଚୁଆଲ ରିଆଲିଟି ଉପକରଣ ଜିଓ ଡାଇଭ ଏବଂ ଜିଓ ଟ୍ରୁ ୫ଜି ସେବାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଜୁନ ୨୧ ରୁ ୨୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଜିଓ ଷ୍ଟଲରେ ଜିଓ ଡାଇଭ ର ମଜା ନେଇଛନ୍ତି ଶତାଧିକ ଛାତ୍ରଛାତ୍ରୀ ଓ ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢ଼ି। ଏଥି ସହିତ ଜିଓ ଟ୍ରୁ ୫ଜି ସେବା ଙ ଏହାର ବ୍ୟବହାରିକ ଉପଯୋଗୀତାକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ଦ୍ରୁତଗତିରେ ବାସ୍ତବ ୫ଜି ସେବା ସମ୍ପ୍ରସାରଣ ଜାରି ରଖିଥିବା ରିଲାଏନ୍ସ ଜିଓ ଏବେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସହର ଏବଂ ୨୦୦ ରୁ ଉର୍ଧ୍ୱ ସହର ଓ ନଗରରେ ଟ୍ରୁ ୫ଜି ସେବା ଶୁଭାରମ୍ଭ କରିସାରିଥିବା ବେଳେ ୨୦୨୩ ଶେଷ ସୁଦ୍ଧା ସାରା ରାଜ୍ୟରେ ୫ଜି ସେବା ପହଞ୍ଚାଇବାକୁ ଲକ୍ଷ୍ୟରଖିଛି।