Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର: ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ଅବସରରେ ସୁସ୍ଥତା ଲାଭ କରିଥିବା ରୋଗୀମାନଙ୍କୁ ନେଇ ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସମ୍ମମର ହୋପ୍ ସ୍ପ୍ରିଙ୍ଗ୍‌ସ ବ୍ଲକକୁ ନେଇ ‘ହୋପ୍ ସ୍ପ୍ରିଙ୍ଗ୍ ସାଗା’ କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ହସ୍ପିଟାଲ୍‌ର ଅଙ୍କୋଲଜି ବିଭାଗରେ ଚିକିତ୍ସ୍ଖଚ୍ଛ ହୋଇ କର୍କଟରୁ ମୁକ୍ତ ହୋଇଥିବା ଅନେକ ବ୍ୟକ୍ତି ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସମ୍ମମର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ଅଙ୍କୋ ସାଇନ୍‌ସେସ୍ ବିଭାଗର ଡାକ୍ତର ଚିରରଞ୍ଜନ ଖାଡ଼େଙ୍ଗା, ଡାକ୍ତର ଜିଜ୍ଞାସୁ ମହାନ୍ତି, ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ଡାକ୍ତର ଶୁଭାଶିଷ ମିଶ୍ର ଏବଂ ଡାକ୍ତର ସୁଦତା ରାୟଙ୍କ ସମେତ ଅନେକ ଡାକ୍ତର ଉପସ୍ଥିତ ଥିଲେ।

ଏହି ଅବସରରେ ବ୍ରିଗେଡିୟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟାନ୍ୟ ବରିଷ୍ଠ ଡାକ୍ତରମାନେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସହ କ୍ୟାନ୍ସର ରୋଗୀମାନଙ୍କୁ ଅଧିକ ସଂଖ୍ୟାରେ ସୁସ୍ଥ କରିଥିବାରୁ ଅଙ୍କୋଲୋଜି ବିଭାଗର ଡାକ୍ତରମାନଙ୍କୁ ବ୍ରିଗେଡିୟର ମିଶ୍ର ଙ୍କ ସମେତ ଅନ୍ୟାନ୍ୟ ଡାକ୍ତରମାନେ ଶୁଭେଚ୍ଛା ଜଣାଇଥିଲେ।

କ୍ୟାନ୍ସର ସମ୍ପର୍କରେ ଅଧିକ ସୁଚନା ଦେବା ସହ ସଚେତନ କରାଇବା ଲକ୍ଷ୍ୟରେ ଅଙ୍କୋସାଇନ୍‌ସେସ୍ ବିଭାଗର ଡାକ୍ତରମାନେ ଉପଦେଶ ପ୍ରଦାନ କରିଥିଲେ। ଏହି ଅବସରରେ ହସ୍ପିଟାଲ୍‌ର ନର୍ସିଂ ଷ୍ଟାଫ୍‌ମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା।
ଏହି ଅବସରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ରେଡଏସନ୍ ଥେରାପି ପରେ ସ୍ୱାସ୍ଥ୍ୟର ଯତ୍ନ, ଚିକିତ୍ସାର ଗୁଣବତାକୁ ବୃଦ୍ଧି କରିବାକୁ ଉଦ୍ୟମ ଏବଂ କ୍ୟାନ୍ସର ଚିକିତ୍ସା ନେଇ ରୋଗୀମାନଙ୍କୁ ଅବଗତ କରାଇବା ସହ କ୍ୟାନ୍ସର ରୋଗୀମାନଙ୍କୁ ସୁସ୍ଥ କରାଇବାରେ ସମ୍ମମ୍‌ର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ଅଙ୍କୋଲଜି ବିଭାଗର ଡାକ୍ତରମାନଙ୍କୁ ସେମାନଙ୍କର କାର୍ଯ୍ୟ ଓ ସେବା ନିମନ୍ତେ ଶୁଭେଚ୍ଛା ଜଣାଇଥିଲେ।

“ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆମେ ଉତ୍ସର୍ଗୀକୃତ ଭାବେ ରୋଗୀମାନଙ୍କୁ ଅସାଧାରଣ ଚିକିତ୍ସା ଓ ସେବା ପ୍ରଦାନ କରୁଛୁ। ବିଶ୍ୱ କର୍କଟ ଦିବସ ଅବସରରେ ‘ଦ ହୋପ୍ ସ୍ପ୍ରିଙ୍ଗ ସାଗା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ରୋଗୀମାନଙ୍କୁ ଉତମ ମାନର ଚିକିତ୍ସା ପ୍ରଦାନ କରିବା। ଉନ୍ନତ ମାନର ଡାକ୍ତରୀ ଭିତିଭୂମି ଏବଂ ଅଙ୍କୋଲୋଜି ବିଶେଷଜ୍ଞ ଟିମ୍ ଏହି ଉନ୍ନତମାନର ସ୍ୱାସ୍ଥ୍ର‌୍ୟସେବା ଯୋଗାଇ ଆସୁଛନ୍ତି। କ୍ୟାନ୍ସର ରୋଗୀମାନଙ୍କ ମନରେ ନୂତନ ଆଶାର ସଂଚାର ସୃଷ୍ଟି କରାଇବା ସହ ସେମାନଙ୍କୁ ଉତମ ଜୀବନ ପ୍ରଦାନ କରିବା ନିମେନ୍ତ ଆମେ ବଦ୍ଧ ପରିକର” ବୋଲି ଡକ୍ଟର ଦାଶ କହିଛନ୍ତି।

ସମ୍ମମ୍‌ରେ ରେଡିଏସନ୍ ଅଙ୍କୋଲଜି, ମେଡିକାଲ୍ ଅଙ୍କଲୋଜି, ସର୍ଜିକାଲ ଅଙ୍କୋଲଜି , ପେଡିଆଟ୍ରିକ୍ ଅଙ୍କୋଲଜି, ହିମାଟୋ ଅଙ୍କୋଲଜି, ପାଲିଆଟିଭ୍ ଅଙ୍କୋଲଜି, ଅଙ୍କୋପାଥୋଲୋଜି ଏବଂ ନ୍ୟୁକ୍ଲିୟର ମେଡିସିନ୍ ଭଳି ୮ଟି ସ୍ୱତନ୍ତ୍ର ବିଭାଗ ରହିଛି ଏବଂ ଗୋଟିଏ ଛାତ ତଳେ ଉନ୍ନତମାନର କ୍ୟାନ୍ସର ଚିକିତ୍ସା ପ୍ରଦାନ କରାଯାଉଛି।

ଏଠାରେ ପେଟ ସିଟି ସ୍କାନ୍‌, ଥ୍ରୀ ଟେଲ୍ସା ଏମ୍‌ଆରଆଇ, ଏଚ୍‌ଡିଆର୍ ବ୍ରାକି ଥେରାପି, ଡୁଆଲ୍ ହେଡ୍ ଗାମା କ୍ୟାମେରା ଭଳି ଉନ୍ନତମାନର ଅତ୍ୟାଧୁନିକ ଡାକ୍ତରୀ ସରଞ୍ଜାମ ରହିଥିବା ବେଳେ ଆନ୍ତର୍ଜାତୀୟ ସ୍ତରର ଚିକିତ୍ସା ପ୍ରଦାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ପାଳିତ ହେଲା ବିଶ୍ୱ କର୍କଟ ଦିବସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍  ହସ୍ପିଟାଲ୍‌ରେ ଶୁକ୍ରବାର ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ହସ୍ପିଟାଲ୍‌ର କର୍କଟ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କର୍କଟ ରୋଗକୁ ନେଇ ସଚେତନତା, ପରୀକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଉପସ୍ଥିତ ଥିବା ରୋଗୀମାନଙ୍କୁ ଡାକ୍ତରମାନେ ଅବଗତ କରାଇଥିଲେ।

କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡ଼) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ସମ୍ ହସ୍ପିଟାଲ୍‌ରେ କ୍ୟାନ୍ସର ରୋଗର ସମସ୍ତ ପ୍ରକାର ଚିକିତ୍ସା ଉପଲବ୍ଧ ବୋଲି କହିଥିଲେ। ପ୍ରାରମ୍ଭିକ ସ୍ତରରୁ ରୋଗର ଚିହ୍ନଟ ଏବଂ ଚିକିତ୍ସା ଦ୍ୱାରା ୬୦ ପ୍ରତିଶତ କ୍ୟାନ୍ସର ରୋଗୀ ସୁସ୍ଥ ହୋଇପାରିବେ ବୋଲି ଏହି
ଅବସରରେ ସୂଚନା ଦେଇଥିଲେ ସର୍ଜିକାଲ୍ ଅଙ୍କୋଲୋଜି ବିଭାଗ ଆସୋସିଏଟ୍ ପ୍ରଫେସର ଡାକ୍ତର ସଂଗ୍ରାମ କେଶରୀ ପଣ୍ଡା।

ଚଳିତ ବର୍ଷ ବିଶ୍ୱ କର୍କଟ ଦିବସର ଥିମ୍ “କ୍ଲୋଜ ଦ କେୟାର ଗ୍ୟାପ୍‌”, ଅର୍ଥାତ୍ ଯତ୍ନର ଦୂରତାକୁ କମାଇବା, ସମ୍ପର୍କରେ ମତ ରଖି ମେଡିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୋମ୍ୟ ସୁରଥ ପଣ୍ଡା ରୋଗକୁ ନେଇ ଲୋକମାନେ ସଚେତନ ହେବା ସହ ଭୂଲ ସୂଚନାରୁ ଦୂରେଇ ରୁହନ୍ତୁ ବୋଲି କହିଥିଲେ।

ଏହି ଅବସରରେ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର ମମତା ଦେବୀ ମହାନ୍ତି, ପେଡିଆଟି ୍ରକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ପଣ୍ଡା, ଆସୋସିଏଟ୍ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ, ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁ , ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଦାମ ଷଢ଼ଙ୍ଗୀ, ମେଡିକାଲ୍ ଅଙ୍କୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଲଲାଟେନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁନୀଲ୍ ଅଗ୍ରୱାଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେହିପରି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଆଉଟରିଚ୍ ସେଲ ଓ ସୋଆ ଜାତୀୟ ସେବା ସଂସ୍ଥା ଦ୍ୱାରା ସମ୍ ହସ୍ପିଟାଲ୍‌ ଶିଶୁ କର୍କଟ ୱାର୍ଡରେ ବିଶ୍ୱ କ୍ୟାନସର ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆର କୁଳପତି ପ୍ରଫେସର (ଡାକ୍ତର ) ଅଶୋକ କୁମାର ମହାପାତ୍ର କର୍କଟ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି
ହୋଇଥିବା ଶିଶୁମାନଙ୍କୁ ଭେଟି ସେମାନଙ୍କୁ ଥର୍ମୋଫ୍ଲାସ୍କ ଓ ଶୁଖିଲା ଖାଦ୍ୟ ବିତରଣ କରିଥିଲେ।

ଏହି ସମୟରେ ସମ୍‌ ହସ୍ପିଟାଲର ଅଧ୍ୟୀକ୍ଷକ ପ୍ରଫେସର ସାମନ୍ତସିଂହାର, ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ପଣ୍ଡା, ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ତଥା ଏନଏସଏସ ସଂଯୋଜକ ପ୍ରଫେସର ନଚିକେତା ଶର୍ମା, ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ଡ.ସୌମ୍ୟରଂଜନ ଦାସ, ଡ.ବିକାଶ ଚନ୍ଦ୍ର, ଡ.ଶୋଭନ ପଟ୍ଟନାୟକ ଓ ଓଏସ୍‌ଡି ପ୍ରହ୍ଲାଦ ମହାନ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ତୁଲାଇଥିଲେ ପ୍ରତୀକ ଦାସ, ଅମିତ, ଅବିନାଶ, ସୋମି,ସତ୍ୟମ, ବିଶାନ୍ତ ଓ ରାଜଶ୍ରୀ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର: ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ। ଏହିଭଳି ଆହ୍ୱାନ ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ୱ କର୍କଟ ଦିବସ। ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସପିଟାଲ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି।

ହସପିଟାଲ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରେ ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ନୂଆ କ୍ୟାନସର ରୋଗୀ ବଢ଼ୁଛନ୍ତି। ବର୍ତ୍ତମାନ ୨୫ ରୁ ୩୦ ଲକ୍ଷ ଲୋକ ଏହି ଦୁଃସାଧ୍ୟ ରୋଗରେ ପୀଡିତ ଅଛନ୍ତି ବୋଲି କହି ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଶ୍ୱବ୍ୟାପି ଏହି ସଂଖ୍ୟା ଢ଼େର ଅଧିକ ଥିବାବେଳେ ଏଥିପାଇଁ ସଚେତନତା ଖୁବ୍ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

ପୂର୍ବ ଭାରତର ଏକମାତ୍ର ହସପିଟାଲ୍ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ କ୍ୟାନସର ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ଏବଂ ଉତ୍ତମ ଧରଣର ଚିକିତ୍ସା ପଦ୍ଧତି ଓ ସରଞ୍ଜାମ ରହିଥିବା ବେଳେ ବିଶେଷଜ୍ଞ ଡାକ୍ତର ରୋଗୀ ସେବା ପ୍ରଦାନ କରିଆସୁଛନ୍ତି। ତେଣୁ କ୍ୟାନସରରେ ପୀଡିତ ହେଲେ ବିନା ଦ୍ୱିଧାରେ ସମ୍ ଅଲ୍ଟିମେଟ୍ ଆସି ଚିକିତ୍ସା ଗ୍ରହଣ କରିବାକୁ ବ୍ରିଗେଡିୟର (ଡ.) ମିଶ୍ର ରୋଗୀ ମାନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅଙ୍କୋ ସାଇନସେସ୍ ବିଭାଗର ରେଡିଏସନ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଚିର ରଞ୍ଜନ ଖାଡଙ୍ଗା, ମେଡିକାଲ ଅଙ୍କୋଲୋଜିଷ୍ଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ, ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ ଡାକ୍ତର ଜିଜ୍ଞାସୁ ମହାନ୍ତି, କନ୍‌ସଲ୍‌ଟାଂଟ- ନ୍ୟୁକ୍ଲିୟର୍ ମେଡିସିନ୍ ଡାକ୍ତର ସୁଦତ ରାୟ, ଡେପୁଟି ମେଡିକାଲ ସୁପରିଟେଣ୍ଡେଂଟ ଡ. ଆନନ୍ଦ ମିଶ୍ର ଏବଂ ସମ୍ ହସପିଟାଲର ଅଙ୍କୋଲୋଜିଷ୍ଟ ଡ. ଲଲାଟେନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ରହି କ୍ୟାନସର ରୋଗ ଓ ଏହାର
ନିରାକରଣ ନେଇ ମତବ୍ୟକ୍ତ କରିଥିଲେ।

ଏହି ଦିବସ ପାଳନ ଅବସରରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା କେତେକ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଡାକ୍ତର ମିଶ୍ର। ସମ୍ବର୍ଦ୍ଧନା ଗ୍ରହଣ କରିବା ସମୟରେ ଭାବବିହ୍ୱଳ ହୋଇ ସମ୍ପୃକ୍ତ କ୍ୟାନସର ଯୋଦ୍ଧା ମାନେ ସମ୍‌ ଅଲ୍ଟିମେଟ୍ ଏବଂ ଏହାର ଡାକ୍ତର ମାନଙ୍କୁ ଅନେକ ପ୍ରଶଂସା କରିବା ସହ ସେମାନଙ୍କ ଜୀବନ ବଂଚାଇ ଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ହସପିଟାଲର ବରିଷ୍ଠ ଡାକ୍ତର ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ପ୍ରାରମ୍ଭରୁ ଚିହ୍ନଟ ଏବଂ ଉତ୍ତମ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ପରାସ୍ତ କରିହେବ: ବିଶେଷଜ୍ଞ

ଭୁବନେଶ୍ୱର: ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବିଶେଷଜ୍ଞ। ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ହ ସପିଟାଲ ପକ୍ଷରୁ ଆୟୋଜିତ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏହି ମତ ରଖିଛନ୍ତି ବିଶେଷଜ୍ଞ।

ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁ ମଣିଷ ଶରୀରରେ କ୍ୟାନସର ଭଳି ରୋଗକୁ ପ୍ରାରମ୍ଭରୁ ଚିହ୍ନଟ କରିବା ବର୍ତମାନ ସମୟରେ ସହଜ ହୋଇ ପଡ଼ିଥିବା ବେଳେ ରୋଗୀଙ୍କୁ ଉତ୍କୃଷ୍ଟ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଉପଯୁକ୍ତ ଉପକରଣ ମଧ୍ୟ ବର୍ତମାନ ଉପଲବ୍ଧ ହୋଇ ପାରୁଛି ବୋଲି ଏହି ଅବସରରେ କ୍ୟାନସର ରୋଗୀ, ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି, ସାମାଜିକ କର୍ମୀ ଓ ମେଡିକାଲ ପ୍ରଫେସନାଲ ମାନଙ୍କୁ ସୂଚନା ଦେଇଛନ୍ତି ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର।

 

ସମ୍ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସଚୀ ମିଶ୍ର। କୋଭିଡ ମହାମାରୀ ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ବେଶ୍ ପ୍ରଶଂସାର ପାତ୍ର ହୋଇପାରିଥିବା ସବ୍ୟସଚୀ ନିଜ ବକ୍ତବ୍ୟରେ କ୍ୟାନସର ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ “ଆଶାର ଦୂତ” ବୋଲି ଅଭିହିତ କରିଥିଲେ। ଏହି ଦୂତ ମାନେ ଅନ୍ୟ ରୋଗୀମାନଙ୍କ ମନରେ କ୍ୟାନସର ଭଳି ରୋଗ ସହ ଲଢ଼ି ତାକୁ ପରାସ୍ତ କରିବାପାଇଁ ସକାରାତ୍ମକ ମନୋଭାବ ସୃଷ୍ଟି କରନ୍ତୁ ବୋଲି ମତ ଦେଇଥିଲେ।

ଏହି ଅବସରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କ୍ୟାନସର ନିରାକରଣ ପାଇଁ ଆଗୁଆ ଚିହ୍ନଟ ଜରୁରୀ ବୋଲି ସହମତି ପ୍ରକାଶ କରିବା ସହ ସମ୍ ହସପିଟାଲରେ ଏହି ରୋଗର ଚିହ୍ନଟ ଓ ଚିକିତ୍ସା ନିମନ୍ତେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ଥିବା ସୂଚନା ଦେଇଥିଲେ।

କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସୋଆ ପକ୍ଷରୁ ରାଜ୍ୟ ସରକାରଙ୍କ ସହଭାଗିତାରେ ୨୨୦୦ ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଏବଂ କୋଭିଡ କେୟାର ସେଂଟର ଆରମ୍ଭ କରାଯାଇ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିବା ବେଳେ ଏହି ମହତ୍ କାର୍ଯ୍ୟ ନିମନ୍ତେ ସମ୍ ହସପିଟାଲର ଡାକ୍ତର, ନର୍ସ ଏବଂ ପାରା ମେଡିକ୍ସ ମାନଙ୍କୁ ପ୍ରଫେସର ସାମନ୍ତସିଂହାର ଶୁଭେଚ୍ଛା ଜଣାଇଥିଲେ। ସମ୍ ହସପିଟାଲର ଏହି କୋଭିଡ ଯୋଦ୍ଧା ମାନଙ୍କୁ ସେ ଉଚ୍ଚ ପ୍ରଶଂସା କରିବା ସହ ମହାମାନବ ବୋଲି ଅଭିହିତ କରିଥିଲେ।

ଏହି ଅବସରରେ ହସପିଟାଲର ସର୍ଜିକାଲ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସୁନିଲ୍ ଅଗ୍ରୱାଲ ଏବଂ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡ. ସରୋଜ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ। ଡ. ଅଗ୍ରୱାଲ କହିଥିଲେ ଯେ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ସେମାନେ କିଭଳି ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ କଣ ଚିନ୍ତା କରୁଛନ୍ତି ସେ ଦିଗରେ ସଚେତନ ହେବା ଜରୁରୀ।