Categories
ଆଞ୍ଚଳିକ

କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇ ବ୍ରହ୍ମପୁର ସହରର ଅଗ୍ରଣୀ ଅନୁଷ୍ଠାନ “କ୍ରାନ୍ତି” ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଛି।

ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ। ପୁରା ବିଶ୍ୱରେ ମହିଳା ମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି ବିଷୟକୁ ନେଇ ସଚେତନ ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ଓ ସରକାରୀ ଆଇ ଟି ଆଇ ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରେ ପାଳିତ ହୋଇଯାଇଛି।

ବ୍ରହ୍ମପୁର ସରକାରୀ ଆଇ ଟି ଆଇ ଛାତ୍ରୀ ନିବାସ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥି ମାନଙ୍କ ଗହଣରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ମୁଖ୍ୟଅତିଥି ରୁପେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅର୍ଥନୀତି ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡ଼ଃ ସନ୍ଧ୍ୟାରାଣି ଦାସ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ରୂପେ ଏମ କେ ସି ଜି ମେଡିକାଲ କଲେଜ ଓ ହସପିଟାଲ ଚକ୍ଷୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼ାକ୍ତର ସୁଜାତା ପାଡୀ ଓ ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଇଁ ସସ୍ମିତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।ସମସ୍ତ ମହିଳାଙ୍କୁ ସ୍ଵାଭିମାନୀ ହେବାକୁ ଗୁରୁତ୍ୱ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖିଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ୱରେ ନାରୀ ଶକ୍ତିକୁ ଦୃଢତାର ସହ ସହଯୋଗ କରିବା ପାଇଁ ଚେଷ୍ଟା କରିବା।

ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଆଇ ଟି ଆଇ ଛାତ୍ରୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟ ଓ ଅତିଥି ମାନଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏଥିରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ସିଗ୍ନାଧରାନି ମହାରଣା,ଅରୁଣ ପଟ୍ଟନାୟକ, କଲ୍ୟାଣୀ ଦାସ, ଅନିଲ କୁମାର ସେଠୀ, ଧନଜୟ ପଣ୍ଡା, ଛବିରାଣି ପଟ୍ଟନାୟକ, ରାମହରି ପଣ୍ଡା ଓ ସଂଘମିତ୍ରା ବେହେରା ଓ ଆଇ ଟି ଆଇ ର ସଦସ୍ୟଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ। ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଯେଉଁଠାରେ ମା’ ମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ମହିଳାମାନେ ବହୁତ ଉପରକୁ ଉଠି ପାରିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିବଦ୍ଧତାର ସହ ଉଦ୍ୟମ ଜାରି ରଖିଛନ୍ତି।

ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ସମ୍ମାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା ଅଛି ଯେ ଯେଉଁଠାରେ ମା’ ମାନଙ୍କୁ ସମ୍ମାନ ମିଳେ, ସେଠାରେ ଦେବତାମାନେ ବାସ କରନ୍ତି।

ଓଡିଶାରେ ମହିଳାମାନଙ୍କର ପ୍ରଗତି ଉପରେ ନିଜର ମତାମତ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ମହିଳାମାନେ ଏବେ ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ କହିଲେ ଯେ ରାଜ୍ୟର ୩୦ଟି ଜିଲ୍ଲା ପରିଷଦ ମଧ୍ୟରୁ ୨୦ଟିରେ ମହିଳାମାନେ ନେତୃତ୍ୱ ନେଉଛନ୍ତି। ପଞ୍ଚାୟତ ଓ ପୌର ସଂସ୍ଥା ଗୁଡିକରେ ୫୦ ପ୍ରତିଶତରୁ ଅଧିକ ମହିଳା ପ୍ରତିନିଧିତ୍ୱ କରୁଛନ୍ତି।

ସେହିପରି ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ମିଶନ ଶକ୍ତିର ଉଦାହରଣ ଦେଇ ସେ କହିଥିଲେ ଯେ ଏହା ଦ୍ୱାରା ମା’ମାନେ ଛୋଟ ଛୋଟ ବ୍ୟବସାୟ କରି ଅର୍ଥ ରୋଜଗାର କରି ନିଜ ପରିବାର ପାଇଁ ଅବଦାନ ରଖୁଛନ୍ତି। ଏହା ଏକ ବହୁତ ବଡ ପରିବର୍ତ୍ତନ। ଏହା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ସେମାନଙ୍କୁ ବଡ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଛି।

ରାଜ୍ୟସରକାର ମଧ୍ୟ ମିଶନ ଶକ୍ତି ଜରିଆରେ ମହିଳାମାନଙ୍କୁ କୋଟି କୋଟି ଟଙ୍କାର ସରକାରୀ କାମ ଦେଉଛନ୍ତି। ସେମାନେ ମଧ୍ୟ ଏହି ଦାୟିତ୍ୱ ବହୁତ ଭଲ ଭାବରେ ତୁଲାଉଛନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ପ୍ରକାଶ କରିଥିଲେ। ବର୍ତ୍ତମାନ ମହିଳାମାନେ ଆଉ ଏକ ପାଦ ଆଗକୁ ଯାଇ ଉଦ୍ୟୋଗୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ରାଜ୍ୟସରକାର ଏଥିପାଇଁ ୧୦ ଲକ୍ଷ ଟଙ୍କାର ଋଣ ବିନା ସୁଧରେ ଦେଉଛନ୍ତି। ମା’ ମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ଆପଣମାନେ ଆଗକୁ ବଢନ୍ତୁ , ମୁଁ ଆପଣମାନଙ୍କ ସହିତ ଅଛି’।

ସେହିପରି ମହିଳାମାନଙ୍କ ସାମାଜିକ ଅଧିକାରର ସୁରକ୍ଷା ଓ ପ୍ରତିଷ୍ଠା ବୃଦ୍ଧି ପାଇଁ ମଧ୍ୟ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ମହିଳାମାନଙ୍କୁ ଗୁରୁତ୍ୱ ଦେଇ ଅଧିକ ସୁବିଧା ଦେଉଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳୁଥିବା ବେଳେ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କାର ସୁବିଧା ମିଳୁଛି। ନୂଆ-ଓ ଛାତ୍ରବୃତ୍ତିରେ ଝିଅମାନଙ୍କୁ ଅଧିକ ୧ ହଜାର ଟଙ୍କା ମିଳୁଛି। ଲକ୍ଷ୍ମୀ ବସ୍‌ରେ ମା’ମାନେ ଅଧା ଦାମରେ ମାତ୍ର ୫ ଟଙ୍କାରେ ଯିବାଆସିବା କରୁଛନ୍ତି। କେବଳ ସେତିକି ନୁହେଁ, ରେସନ କାର୍ଡ, BSKY କାର୍ଡ, ପକ୍କା ଘର ଆଦି ସବୁ ମା’ମାନଙ୍କ ନାଁରେ ରହୁଛି। ମହିଳାମାନଙ୍କ ନାଁରେ ଜମି କିଣାହେଲେ ରେଜିଷ୍ଟ୍ରେସନରେ ବହୁତ ରିହାତି ଦିଆ ଯାଉଛି। ଏହି ସବୁ ପଦକ୍ଷେପ ଦ୍ୱାରା ସମାଜରେ ମା’ମାନଙ୍କ ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା’ମାନଙ୍କ ପାଖରେ ବହୁତ ସମ୍ଭାବନା ରହିଛି। ସେମାନେ ଦୃଢ ନିଶ୍ଚୟ ହେଲେ ଜୀବନରେ ବହୁତ କିଛି ହାସଲ କରି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ଜୀବନରେ ସଫଳତା କାମନା କରିବା ସହିତ ସେମାନେ ସବୁ କ୍ଷେତ୍ରରେ ସୁନାମ କରନ୍ତୁ ବୋଲି କହିଥିଲେ। ନୂଆ ଓଡିଶା ଗଠନରେ ମା’ମାନେ ସେମାନଙ୍କ ଅବଦାନ ରଖିବାକୁ ସେ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ ଓ ପ୍ରେରଣାଦାୟୀ ଦିଗ୍‌ଦର୍ଶନ ଜରିଆରେ ମହିଳା ଶିଶୁ ବିକାଶ ବିଭାଗ ବିଭିନ୍ନ ମହିଳାକୈନ୍ଦ୍ରିକ ଯୋଜନା ଯଥା ମାତୃକଲ୍ୟାଣ ଯୋଜନା, ମମତା, ଅଦ୍ୱିକା, ଜାଗୃତି, ମହିଳା ହେଲ୍ପ ଲାଇନ୍‌ , ବିଜୁ କନ୍ୟାରତ୍ନ ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଆଦି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରି ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣକୁ ସୁଦୃଢ କରୁଛନ୍ତି। ମିଶନ ଶକ୍ତି ଆଜି ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଝାରସୁଗୁଡାର DSWO ପୁଣ୍ୟବତୀ ହେଲନସ୍କେ, ମୟୁରଭଞ୍ଜର ପ୍ରୋଗ୍ରାମ ଅଫିସର ଜୋତ୍ସ୍ନା ମହାନ୍ତି, ଜଗତସିଂହପୁର ଜିଲ୍ଲାର ଅଙ୍ଗନବାଡି କର୍ମୀ ନଳିନୀପ୍ରଭା ଦାସ, ସୁନ୍ଦରଗଡ ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁକାନ୍ତୀ ପାତ୍ର, ଗଜପତି ଜିଲ୍ଲାର ଅଙ୍ଗନବାଡି କର୍ମୀ ସୁନୀତା ନାୟକ ଏବଂ କିଶୋରୀ ବାଳିକା ବିକାଶ ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ନବରଙ୍ଗପୁର ଜିଲ୍ଲାର ସରିତା ଗରଡା ଓ କନ୍ଧମାଳ ଜିଲ୍ଲାର ଶରତ ଘିବଲାଙ୍କୁ ପୁରସ୍କୃତ କରିବା ସହ ଆଶୀର୍ବାଦ ଯୋଜନା, ବିଜୁ କନ୍ୟାରତ୍ନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଓ ଅଦ୍ୱିକା ଉପରେ ଆଧାରିତ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଆଠଗଡ ସେକ୍ଟରର ଅଙ୍ଗନବାଡି କର୍ମୀ ଇପ୍ସିତା ମହାନ୍ତି ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ଆଜି ଆମ ଗାଁରେ ମୋ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି। ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଯୋଗୁ ମୋ ଅଙ୍ଗନବାଡି କେନ୍ଦ୍ରର ରୂପରେଖ ବଦଳି ଯାଇଛି। ଅଙ୍ଗନବାଡି କର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। ସେହିପରି କୋରାପୁଟ ଜିଲ୍ଲା କୁନ୍ଦ୍‌ରା ଅଞ୍ଚଳର ମମତା ହିତାଧିକାରୀ ଭଗବତୀ ହରିଜନ ତାଙ୍କ ଅଭିଜ୍ଞତା ବିଷୟରେ କହିଥିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆମ ମା’ମାନଙ୍କ ମନ କଥା ଜାଣି ଆମ ପାଇଁ ସବୁ ସୁବିଧା କରିଛନ୍ତି। ମମତା ଯୋଜନାରେ ପୂର୍ବରୁ ମିଳୁଥିବା ୫ ହଜାର ଟଙ୍କାକୁ ୧୦ ହଜାର କରିଥିବାରୁ ‘ମୋ ପିଲା ଏବଂ ମୁଁ’ ପୋଷଣଯୁକ୍ତ ଖାଦ୍ୟ ଖାଇପାରୁଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ Director, ICDS ମନିଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ବିଶ୍ୱ ମହିଳା ଦିବସରେ ଅନୁପମ ପଟ୍ଟନାୟକଙ୍କ ନୂଆ ଚଳଚ୍ଚିତ୍ର “ତ୍ରିକନ୍ୟା”

ଭୁବନେଶ୍ଵର: ଗ୍ୟାଙ୍ଗସ ଅଫ ପୁରୀ ଏବଂ ବାସ୍ତବଧର୍ମୀ ଚଳଚ୍ଚିତ୍ର ପ୍ରତୀକ୍ଷା ବେଶ ଦର୍ଶକୀୟ ଆଦୃତି ସାଉଁଟିବା ପରେ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଓ ଟେକ୍ନୋ ଆର୍ଟ୍ସ ବ୍ୟାନର ରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ନିର୍ମାଣ କରିଛନ୍ତି ଆଉ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର “ତ୍ରିକନ୍ୟା”। ବିଶ୍ୱ ମହିଳା ଦିବସ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ବେଳେ ଭୁବନେଶ୍ୱର ଶୀତଲ ହୋଟେଲରେ ତ୍ରିକନ୍ୟାର ଟ୍ରେଲର ରିଲିଜ୍ ହୋଇଯାଇଛି।

ଟ୍ରେଲର ରିଲିଜ୍ ଅବସରରେ ଉପଦେଷ୍ଟା ସୀମା ପଟ୍ଟନାୟକ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ସହ ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ଲେଖକ ମାନସ ପଢିଆରୀ, ଗୀତିକାର ସ୍ଥିତ ପଟ୍ଟନାୟକ, ଅଭିନେତା ସୁକାନ୍ତ ରଥ, ପାର୍ଥ ସାରଥୀ, ନିଶାନ୍ତ ମାଜିଥିଆ, ଅମନ, ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ନିଭି, ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ କାହାଣୀ କୁ ନେଇ ଓଡ଼ିଆ ଦର୍ଶକଙ୍କ ରୁଚି କୁ ଆଖିରେ ରଖି ସିନେମା ନିର୍ମାଣ କରିଚାଲିଛନ୍ତି। ତ୍ରିକନ୍ୟା ର କାହାଣୀ ସମ୍ପୂର୍ଣ୍ଣ ନିଆରା। ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ତ୍ରିକନ୍ୟା ଚଳଚ୍ଚିତ୍ର ର କାହାଣୀ ଗତିଶୀଳ। ଅଭିନୟ ରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ଓ ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି।

କାହାଣୀ ଓ ଲେଖକ ମାନସ ପଢ଼ିଆରୀ, ଗୀତ ରଚନା କରିଛନ୍ତି କପିଳେଶ୍ଵର ରାଉତ, ସ୍ଥିତ ପଟ୍ଟନାୟକ ଓ ସୁମିତ ପଣ୍ଡା। ଶ୍ରୀକାନ୍ତ ପଣ୍ଡା ଙ୍କ ସହିତ ମିଳିତ ଭାବେ ଅନୁରାଗ ପଟ୍ଟନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଚିତ୍ରତ୍ତୋଳନ କରିଛନ୍ତି ଦୀପକ କୁମାର, ରଶ୍ମି ରଞ୍ଜନ ଦାସ ସମ୍ପାଦନା ଏବଂ ଶକ୍ତି ସ୍ୱରୂପ ଦ୍ବିବେଦୀ ସାଉଣ୍ଡ ଡିଜାଇନିଂ କରିଛନ୍ତି। ତ୍ରିକନ୍ୟା ରେ ତିନିଟି ଗୀତ ଅଛି। କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଡ଼ି. ଅଭିଷେକ, ସଞ୍ଚିତା, ଅବିନାଶ ଦାଶ ଓ ଅନ୍ତରା ଚକ୍ରବର୍ତ୍ତୀ।

ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଥିବା ତାଙ୍କର ପୂର୍ବ ଚଳଚ୍ଚିତ୍ର ପ୍ରତୀକ୍ଷା ଜରିଆରେ ସାମାଜିକ ପ୍ରସଙ୍ଗ ସମ୍ବନ୍ଧୀୟ ସିନେମା ପ୍ରତି ସେ ନିଜର ପ୍ରତିବଦ୍ଧତା କୁ ପ୍ରମାଣିତ କରିଛନ୍ତି। ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତି କୁ ଗୁରୁତ୍ୱ ଦେଇ ଅନୁପମ ଥିଏଟର ପ୍ରତି ଦର୍ଶକ ଙ୍କ ଆଗ୍ରହ ବଢେଇବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ତେବେ ଆସନ୍ତା ବିଶ୍ୱ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିବା ତ୍ରିକନ୍ୟା ନିଶ୍ଚିତ ଭାବେ ଦର୍ଶାକାଦୃତ ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ମତ ପ୍ରକାଶ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ବାଂଲାଦେଶରେ ବିଶ୍ୱ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହେଲା ସୋଆ

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବାଂଲାଦେଶର ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ସାମିଲ୍ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସୋଆର ପ୍ରୋଚାନସେଲର ପ୍ରଫେସର ଅମିତ ବାନାର୍ଜି ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ବାନାର୍ଜି ଭାରତ – ବାଂଲାଦେଶ ମଧ୍ୟରେ ଥିବା ସୁସମ୍ପର୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥି ସହିତ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ସୋଆର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ପ୍ରଫେସର ବାନାର୍ଜି।

ଏହି କାର୍ଯ୍ୟକ୍ରମରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସରିନ୍ ଅଖତର କହିଥିଲେ ଯେ, ଯେଉଁ ଦିନ ଏକ ସଶକ୍ତ ନାରୀ ପୁରୁଷର ସମକକ୍ଷ ହୋଇ ସମାଜର ବିକାଶରେ ଭାଗୀଦାର ହୋଇପାରିବ ସେହି ଦିନ ହିଁ ଲିଙ୍ଗଗତ ସମାନତା ହାସଲ ହୋଇପାରିବ।

ଏହି ଅବସରରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର କୁଳ ସଚିବ ପ୍ରଫେସର ଏସ୍‌.ଏମ୍‌. ମନିରୁଲ୍ ହାସନ୍ ଭାରତୀୟ ଜ୍ଞାନ ପରଂପରାରେ ସୋଆର ଭୂମିକାକୁ ପ୍ରଂଶସା କରିବା ସହିତ ଆଗାମୀ ଦିନରେ ସୋଆ ଓ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ ନେଇ ଏକ ବୁଝାମଣା ହେବାର ସମ୍ଭାବନା ଥିବାର ସୂଚନା ଦେଇଥିଲେ।

ଏହି ଅବସରରେ ପ୍ରଫେସର ବାନାର୍ଜୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୋଆର ଆନ୍ତର୍ଜାତିକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା। ପ୍ରଫେସର ଶର୍ମା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଏକ ବଙ୍ଗଳା କବିତାରୁ ଉଦ୍ଧୃତ କରି ନାରୀ କିଭଳି ବିଧାତା ଓ ପୁରୁଷର କଳ୍ପନା ମିଶ୍ରିତ ଏକ ଅପରୂପ ସୃଜନ ବୋଲି ବକ୍ତବ୍ୟ ରଖିଥିଲେ।

ବାଂଲାଦେଶ ଗସ୍ତ ସମୟରେ ପ୍ରଫେସର ବାନାର୍ଜି ଓ ପ୍ରଫେସର ଶର୍ମା ଢାକା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଖତାରୁଜ୍ଜଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ଅବସରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ପ୍ରଫେସର ଶର୍ମା ୨୦୦୫ ମାଗସେସେ ବିଜେତା ବାଂଲାଦେଶ ର ସର୍ବବୃହତ ସମ୍ବାଦପତ୍ର “ପ୍ରୋଥମ ଆଲୋ”ରସଂପାଦକ ଅତିଉର ରହମାନଙ୍କୁ ଭେଟି ସୋଆ ପରିଦର୍ଶନରେ ଆସିବା ନିମନ୍ତେ ନିମନ୍ତ୍ରଣ କରିଥିଲେ।

ସେହି ଦିନ ସଂଧ୍ୟ୍ୟାରେ ଅନୁଷ୍ଠିତ ୱେବିନାର ନିମନ୍ତେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସରିନ ଅଖତାର, ବାଂଲାଦେଶ ସ୍ତ୍ରୀରୋଗ ବିଶେଷଜ୍ଞ ସମିତି, ଚଟ୍ଟୋଗ୍ରାମ ଶାଖାର ସଭାପତି ପ୍ରଫେସର (ଡାକ୍ତର) ରୋସନ ମାରେସେଦ ସେମାନଙ୍କର ବିଶେଷ ଭିଡିଓ ବାର୍ତା ପ୍ରଦାନ କରିଥିଲେ।

ଏହି ୱେବିନାର୍‌ରେ ସୋଆ ଏନଏସଏସର ମହିଳା ପ୍ରୋଗ୍ରାମ ଅଫିସର ଡ.ଶାନ୍ତିଲତା ଚମ୍ଫତି, ଡ. ଅବନ୍ତୀ ପ୍ରଧାନ, ଡ.ବିନୀତା ନନ୍ଦ, ମଉ ରଏ, ସୁକୀର୍ତି ମହାନ୍ତି, ମଧୁସ୍ମିତା ନାଏକ ଏବଂ ଆନ୍ତଜାର୍ତିକ ଛାତ୍ରୀ ଇଥିଓପିଆର ସେଗନେଟ, ଭୁଟାନର ସୋନମ ୱାଙ୍ଗମୋ, ସିରିୟାର ରାହାଫ ଆଲୋମର, ନେପାଳ ର ଜଏନାବ ଏମ ଇରାକୀ, ଉଗାଣ୍ଡାର ନାକାଟୋ ଜୋସେଫାଇନ ବୁକରୱେ, ଘାନାର ଫେଲିସିଟି ଆଟୋର୍ସା ଓ ବାଂଲାଦେଶ ର ପ୍ରିୟା ଘୋଷ ଓ ଭାରତର ସୁଧନ୍ୟା ବିଶ୍ୱ ମହିଳା ଦିବସ ଅବସରରେ ସେମାନଙ୍କ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ।

ୱେବିନାରର ସଂଯୋଜନା ସେ।।ଆ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ଶର୍ମା କରିଥିଲେ ଏବଂ ଏଥିରେ ତାଙ୍କୁ ଆଉଟରିଚ ସେଲର ପ୍ରତୀକ ଦାସ ଓ ରାଜଶେଖର ବେହେରା ସହାୟତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ଏନଏସଏସ ର ପ୍ରୋଗ୍ରାମ ଅଫିସର ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ‘ଏକତା ପରିଷଦ ଟ୍ରଷ୍ଟ’ ପକ୍ଷରୁ ଶାଳିଆ ଡ୍ୟାମ ଠାରେ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଅଛି। ସଂଯୁକ୍ତ ରାଷ୍ଟ୍ର ସଂଘ ପକ୍ଷରୁ ୧୯୭୫ରେ ମହିଳା ଦିବସ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇଲା ପରେ ପ୍ରତି ବର୍ଷ ଏକ ନୂଆ ବିଚାର ଥିମ୍ କୁ ନେଇ ମହିଳା ଦିବସ ପାଳନ ହୋଇ ଆସୁଛି।

ଚଳିତ ବର୍ଷର ଥିମ୍ ଥିଲା ‘ଜେଣ୍ଡର ଇକ୍ୱାଲିଟି ଟୁଡେ ଫର ଏ ଷଷ୍ଟେନେବଲ ଟୁମୋରୋ’। କିନ୍ତୁ ଭାରତରେ ଲିଙ୍ଗୀକ ସମାନତା ଏକ ଅସମ୍ଭବ ପ୍ରଶ୍ନ ପରି ଲାଗୁଛି। ବିଶ୍ଵ ଆର୍ଥିକ ଫୋରମ୍ ର ଜେଣ୍ଡର ଗ୍ୟାପ ରିପୋର୍ଟ ଅନୁସାରେ ଭାରତ ୧୪୦ସ୍ଥାନ କୁ ଖସି ମହିଳାଙ୍କ ସ୍ଥିତି ଦର୍ଶାଇ ସାରିଛି। ମହିଳା ଦିବସ ର ପ୍ରାରମ୍ଭିକ ଇତିହାସ ମହିଳା ଓ ଶ୍ରମିକ ମାନଙ୍କ ଅଧିକାର ସୁରକ୍ଷା ପାଇଁ ଥିଲା ଯେଉଁ ଯାତ୍ରାର ଶେଷ ଏବେବି ହୋଇନି। ଆଜିବି ନାରୀ କାମକୁ ନିକୃଷ୍ଟ ମୂଲ୍ୟହିନ ବୋଲି ବିଚାରିବା ପୁରୁଷ ବାଦି ବିଚାରର ସହଜ ପ୍ରବୃତ୍ତି।

ଆଜି ଦେଶରେ ଯେଉଁଠି ସମ୍ବିଧାନ ଓ ସାମ୍ବିଧାନିକ ଅଧିକାର, ଶିକ୍ଷା, କଥା କହିବା, ଜୀବନ ଜୀବିକା ସବୁ କିଛି ବିପନ୍ନ ସେତେବେଳେ ମହିଳା ଦିବସର ଏ ଥିମ୍ ‘ଜେଣ୍ଡର୍ ଇକ୍ୱାଲିଟି ଟୁଡେ ଫର ଏ ଷଷ୍ଟେନେବୁଲ ଟୁମୋରୋ’ କଣ ହେବ ଏହା ଏକ ଆହ୍ୱାନ। ଲୀଙ୍ଗିକ ସମାନତା ଆମ ସାମ୍ବିଧାନିକ ମୌଳିକ ଅଧିକାର ସୁରକ୍ଷା ପାଇଁ ନାରୀ ଶକ୍ତି ପ୍ରଦର୍ଶନର ଆବଶ୍ୟକତା ଅଛି।ଏହି ବାର୍ତ୍ତା କୁ ନେଇ ଆଜିର ଆଲୋଚନା ମହିଳା ସମାନତା ଅଧିକାର ଏବଂ ସଂବିଧାନ କୁ ନେଇ ସମ୍ମିଳନୀ ରେ ଚର୍ଚ୍ଚା କରାଯାଇଥିଲା।

ଏହି କାର୍ଯକ୍ରମକୁ ଏକତା ପରିଷଦ ଟ୍ରଷ୍ଟ ର ମୁଖ୍ୟ ସନ୍ଧ୍ୟା ଦେବୀ ସଞ୍ଚାଳନ କରିଥିଲେ। ଅଞ୍ଚଳର ମହିଳା ଗ୍ରୁପ, ଅଙ୍ଗନୱାଡ଼ି କାର୍ଯ୍ୟକର୍ତ୍ତା, ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ୩୦୦ରୁ ଉର୍ଦ୍ଧ୍ଵ ମହିଳାମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ: ୩୧୪ଟି ବ୍ଲକରେ କରିବେ ପଦଯାତ୍ରା

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସିଲଭର ଗାନ୍ଧୀ ଯାଜପୁର ଜିଲ୍ଲାରୁ ଶୁଭାରମ୍ଭ କରିଥିବା ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୩୧୪ଟି ବ୍ଲକ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତା କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀ ‘ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ’ର ନାରା ଦେଇ ଲୋକମାନଙ୍କୁ ସଚେତନ କରୁଛନ୍ତି।