Categories
ଆଜିର ଖବର ଜାତୀୟ ଖବର

ଆଜି ବିଶ୍ୱ ସାଇକେଲ ଦିବସ: କେନ୍ଦ୍ରମନ୍ତ୍ରୀ ଆରମ୍ଭ କଲେ ଦେଶବ୍ୟାପୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେଠାରେ କେନ୍ଦ୍ର ଆଇନ ଓ ନ୍ୟାୟମନ୍ତ୍ରୀ କିରନ୍ ରିଜିଜ୍ଜୁ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ବୈଦେଶିକ ବ୍ୟାପାର ଓ ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖି, ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସଂସଦ ସଦସ୍ୟ ଡକ୍ଟର ହର୍ଷବର୍ଦ୍ଧନ, ସଂସଦ ସଦସ୍ୟ ମନୋଜ ତିୱାରୀ, ସଂସଦର ସଦସ୍ୟ ରାମେଶ ବିଧୁରୀ, ଯୁବବ୍ୟାପାର ବିଭାଗ ସଚିବ ସଞ୍ଜୟ କୁମାର,କ୍ରୀଡା ସଚିବ ସୁଜାତା ଚର୍ତୁର୍ବେଦୀ ଓ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଦିଲ୍ଲୀର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଯାତ୍ରା ଆରମ୍ଭ କରିଥିବା ସାଇକେଲ ରାଲିର ନେତୃତ୍ୱ ଅନୁରାଗ ଠାକୁର ନେଇଥିଲେ। ସେଠାରେ ଉପସ୍ଥିତ ମନ୍ତ୍ରୀ ଓ ସାଂସଦଗଣ ତାଙ୍କ ସହ ଯୋଗଦେଇଥିଲେ। ଦିଲ୍ଲୀର ଏହି ୭.୫ କିଲୋମିଟର ଦୀର୍ଘ ରାଲିରେ ୧୫ଶହ ବ୍ୟକ୍ତି ଯୋଗ ଦେଇଥିଲେ। ଦେଶରେ ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶହେରୁ ଅଧିକ ସ୍ଥାନ ଓ ୭୫ଟି ଐତିହ୍ୟ କୀର୍ତ୍ତିରାଜି ସ୍ଥଳରୁ ଏନୱାଇକେଏସ୍ ଆୟୋଜନ କରିଥିଲା। ପ୍ରତ୍ୟେକ ରାଲିରେ ୭୫ଜଣ ଲେଖାଏଁ ପ୍ରତିଯୋଗୀ ୭.୫ କିଲୋମିଟର ଦୂର ଅତିକ୍ରମ କରିଥିଲେ। ପତାକା ଦେଖାଇ ରାଲିର ଶୁଭାରମ୍ଭ ପୂର୍ବରୁ ଅନୁରାଗ ଠାକୁର ସମବେତ ବ୍ୟକ୍ତିଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଭାରତ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସମଗ୍ର ଦେଶରେ ସାଇକେଲ ରାଲି ଆୟୋଜନ ପାଇଁ ଏକ ଅନନ୍ୟ ପଦକ୍ଷେପ ନେଇଛି। ଦେଶ ସ୍ୱାଧୀନତାର ୭୫ବର୍ଷ ପାଳନ କରିବାକୁ ଯାଉଥିବାବେଳେ ସୁସ୍ଥ ଭାରତ ଗଠନ ସଂକଳ୍ପ ନେଇ ଏହି ରାଲି ଆୟୋଜିତ ହେଉଛି। ଶାରୀରିକ ଦକ୍ଷତା ନିମନ୍ତେ ଦୈନନ୍ଦିନ ଜୀବନରେ ସାଇକେଲ ଚଳାଇବା ପାଇଁ ଜନସାଧାରଣଙ୍କୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

ଶ୍ରୀ ଠାକୁର କହିଥିଲେ ଯେ “ଦେଶର ଜନସାଧାରଣ ଶାରୀରିକ ଦକ୍ଷତା ଅଭିଯାନରେ ଯୋଗଦେବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱାସ କରନ୍ତି। ଫିଟ ଇଣ୍ଡିଆ ଅଭିଯାନରେ ସାଇକେଲ ଚାଳନା ଏକ ବିରାଟ ଭୂମିକା ଗ୍ରହଣ କରିପାରିବ। ବିଶ୍ୱ ସାଇକେଲ ଦିବସ ଅବସରରେ ସମସ୍ତେ ସେମାନଙ୍କ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ଏକ ଅଂଶ ଭାବେ ବିବେଚନା କରିବାକୁ ଆମେ ସ୍ପଷ୍ଟ ବାର୍ତ୍ତା ଦେଉଛୁ। ସାଇକେଲ ଚାଳନା ଆପଣମାନଙ୍କୁ ସୁସ୍ଥ ରଖିବ ଏବଂ ଏକ ସୁସ୍ଥ ଭାରତ ଗଠନ ମଧ୍ୟ ସହାୟକ ହେବ।”

ଶ୍ରୀ ଠାକୁର ଆହୁରି କହିଥିଲେ ଯେ ସାଇକେଲ ଚାଳନା ଦ୍ୱାରା ଫିଟ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ, କ୍ଲିନ ଇଣ୍ଡିଆ ଓ ହେଲ ଦି ଇଣ୍ଡିଆ ମୁଭମେଣ୍ଟ ସବୁ ହାସଲ କରିହେବ। ଏହା ପ୍ରଦୂଷଣ ସ୍ୱର ମଧ୍ୟ ହ୍ରାସ କରିବ। ସାଇକେଲ ଚଳାଇ ଆମେ ନିଜକୁ ସୁସ୍ଥ ରଖିବା ସହ ଦେଶକୁ ଫିଟ୍ ଇଣ୍ଡିଆର ବାର୍ତ୍ତା ଦେବା। ମନସୁଖ ମାଣ୍ଡଭ୍ୟ ଓ କିରନ୍ ରିଜିଜ୍ଜୁଙ୍କ ଉଦାହରଣ ଦେଇ ଏହି ମନ୍ତ୍ରୀଗଣ କିପରି ସାଇକେଲକୁ ତାଙ୍କର ଯାତ୍ରାର ମାଧ୍ୟମ କରି ଅନ୍ୟମାନଙ୍କୁ ଉତ୍ସାହିତ କରୁଥିବା କହିଥିଲେ।

ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଜାଦୀ କା ଅମ୍ରିତ ମହୋତ୍ସବ ଇଣ୍ଡିଆ @୭୫ ଅଂଶ ବିଶେଷ ଭାବେ ଆଜି ସମଗ୍ର ଦେଶରେ ବିଶ୍ୱ ସାଇକେଲ ଦିବସ ଆୟୋଜନ କରିଛନ୍ତି। ଆଜାଦୀ କା ଅମ୍ରିତ ମହୋତ୍ସବର ଆରମ୍ଭ ୧୨ ମାର୍ଚ୍ଚ, ୨୦୨୧ରେ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏହି ମହୋତ୍ସବର ପରିକଳ୍ପନା ‘ପିଲର ଅଫ ଆକ୍ସନ ଆଣ୍ଡ ରିଜଲଭ @୭୫’ ଅଧୀନରେ କରିଛି।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱ ସାଇକେଲ ଦିବସ: ୭୫୦ ଯୁବ ସାଇକେଲ ଆରୋହୀଙ୍କ ସହ ସାଇକେଲ ଚାଳନା କରିବେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଆଜାଦୀ କା ଅମ୍ରିତ ମହୋତ୍ସବ ଭାରତ @୭୫ ଅଧୀନରେ  ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨, ୨୦୨୧ରେ ଆଜାଦୀ କା ଅମ୍ରିତ ମହୋତ୍ସବର ଉଦ୍‌ଘାଟନୀର ଅଭିଭାଷଣ ଦ୍ୱାରା ଉତ୍ସାହିତ ହୋଇ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଆଜାଦୀ କା ଅମ୍ରିତ ମହୋତ୍ସବ ଅଧୀନ ଆକ୍ସନ ଆଣ୍ଡ ରିଜଲଭ (କର୍ମ ଓ ସଂକଳ୍ପ) @୭୫  ପରିକଳ୍ପନା କରିଛି।

ବିଶ୍ୱ ସାଇକେଲ ଦିବସ ଅବସରରେ ଆଜି ଯୁବ ବ୍ୟାପାର ବିଭାଗ ଏହାର ଦୁଇ ଅଗ୍ରଣୀ ଯୁବ ସଂଗଠନ ନେହେରୁ ଯୁବ କେନ୍ଦ୍ର (NYKS) ଏବଂ ଜାତୀୟ ସେବା ଯୋଜନା (NSS) ଏକା ଶହ ଚାରିଟି କାର୍ଯ୍ୟକଳାପ ହାତକୁ ନେଇଛନ୍ତି। ଯଥା ଦିଲ୍ଲୀରେ ବିଶ୍ୱ ସାଇକେଲ ଦିବସ ପାଳନ, ଦେଶର ୩୫ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ସାଇକେଲ ଶୋଭାଯାତ୍ରା, ଦେଶର ୭୫ଟି କୀର୍ତ୍ତି ରାଜି ସ୍ଥଳକୁ ଶୋଭାଯାତ୍ରା ଓ ଦେଶର ସମସ୍ତ ବ୍ଲକର ରାଲି। କେନ୍ଦ୍ର ଯୁବବ୍ୟାପାର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଆଜି ଏହି ଦେଶବ୍ୟାପୀ କାର୍ଯ୍ୟକ୍ରମ ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଷ୍ଟାଡିୟମରୁ ଶୁଭାରମ୍ଭ କରିବେ।

ଏହି ଅବସରରେ ଭଶ୍ରୀ ଠାକୁର ୭୫୦ଜଣ ଯୁବ ସାଇକେଲ ଆରୋହୀଙ୍କ ସହ ୭.୫ କିଲୋମିଟର ସାଇକେଲ ଯାତ୍ରା କରିବେ। ପରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଦେଶର ୩୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ ୭୫ଟି କୀର୍ତ୍ତିରାଜି ସମ୍ପନ୍ନ ସ୍ଥାନରୁ ସାଇକେଲ ଶୋଭାଯାତ୍ରା ବାହାର କରାଯିବ। ଏଥିରେ ୭୫ଜଣ ଅଂଶଗ୍ରହଣକାରୀ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଯୁବ ସ୍ୱେଚ୍ଛାସେବୀ ଓ ଯୁବ କ୍ଲବର ସଦସ୍ୟଗଣ ଦେଶରେ ସମସ୍ତ ବ୍ଲକରୁ ସ୍ୱେଚ୍ଛାକୃତ ଭାବେ ସାଇକେଲ ଶୋଭାଯାତ୍ରା କରିବେ।

ଏହି ଅବସରରେ  ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେବ।

ସେ ଦୃଷ୍ଟିରୁ ବିଶ୍ୱ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ହଜାର ଯୁବ ସାଇକେଲ ଆରୋହୀ ୯.୬୮ଲକ୍ଷ କିଲୋମିଟରରୁ ଅଧିକ ଦୂରତ୍ୱ ଅତିକ୍ରମ କରିବେ।

ଶରୀରକୁ ସୁସ୍ଥବଳ ଓ ସତେଜ ରଖିବା ସହ ପୃଥ୍ୱଳତ୍ୱ ଆଳସ୍ୟଭାବ, ମାନସିକ ଚାପ ଓ ରୋଗରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଦୈନନ୍ଦିନ ଜୀବନରେ ସାଇକେଲ ଚାଳନା ପାଇଁ ଗୁରୁତ୍ୱ ଆରୋପ କରାଯାଉଛି। ସାଧାରଣ ନାଗରିକମାନେ ସାଇକେଲ ଚାଳନାକୁ ଆପଣାଇବା ଦ୍ୱାରା ଅଙ୍ଗାରକାମ୍ଳ ଉତ୍ସରଣ ମଧ୍ୟ ହ୍ରାସ ପାଇବ। ବିଶ୍ୱ ସାଇକେଲ ଦିବସ  ଅବସରରେ ଦିନକୁ ଅନୂନ୍ୟ ଅଧଘଣ୍ଟା ଶାରୀରିକ କାର୍ଯ୍ୟକଳାପ ନିମନ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯିବ। ତାହା ହେଲା “ ଫିଟ୍‌ନେସ୍  କି ଡୋଜ, ଆଧା ଘଣ୍ଟା ରୋଜ।”

ବିଶ୍ୱ ସାଇକେଲ ଦିବସରେ ମୁଖ୍ୟ କାର୍ଯ୍ୟକଳାପ ମଧ୍ୟରେ  ସୁସ୍ଥ ସବଳ ରହିବା ଉପରେ ଜନସଚେତନତା ଓ ପତାକା ଦେଖାଇ ସାଇକେଲ ରାଲି ଅନ୍ତର୍ଭୁକ୍ତ। ଯୁବକ ଯୁବତୀମାନଙ୍କୁ ମଧ୍ୟ ସେମାନଙ୍କ ଗ୍ରାମ ଓ ଅଞ୍ଚଳରେ ଆଦାଜୀ କା ଅମ୍ରିତ ମହୋତ୍ସବ ଅବସରରେ ଏହି ପ୍ରକାର ର‌୍ୟାଲି ଆୟୋଜନ ପାଇଁ ପ୍ରୋତ୍ସାହିତ କରାଯାଇଛି। ଜନସାଧାରଣ ସାଇକେଲିଂ ଫୋର ଇଣ୍ଡିଆ ଏବଂ ୱାଲ୍‌ଡ ବାଇସାଇଲେକ ଡେ ୨୦୨୨କୁ  ଉତ୍ସାହିତ କରିବାକୁ ନିବେଦନ କରାଯାଇଛି।

ଗଣମାନ୍ୟ ବ୍ୟକ୍ତି, ଜନପ୍ରତିନିଧି, ସାମାଜିକ କର୍ମୀ, କ୍ରୀଡାବିତ୍ ଇତ୍ୟାଦିଙ୍କୁ ବିଭନ୍ନ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରୋତ୍ସାହିତ କରିବାକୁ ନିବେଦନ କରାଯାଉଛି।

କେନ୍ଦ୍ର ସରକାର ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ଅନ୍ୟାନ୍ୟ ସଂଗଠନ ନିଜ ଅଞ୍ଚଳରେ ସାଇକେଲ ର‌୍ୟାଲୀକୁ ସ୍ୱାଗତ କରିବାକୁ ଅନୁରୋଧ କରାଯାଉଛି। ବିଶ୍ୱ ସାଇକେଲ ଦିବସ ଅବସରରେ ଏଥିରେ ଅଧିକରୁ ଅଧିକ ସଂଶ୍ଳିଷ୍ଟ ହେବାକୁ ସମସ୍ତଙ୍କୁ ନିବେଦନ କରାଯାଉଛି।