Categories
ଆଜିର ଖବର ରାଜ୍ୟ ଖବର

ବିଷ୍ଣୁ ସେଠୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ, କରାଗଲା ଅସ୍ଥି କଳସ ବିସର୍ଜନ ଯାତ୍ରା

ଭୁବନେଶ୍ୱର/ ଭଦ୍ରକ: ଦିବଙ୍ଗତ ନେତା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମଙ୍ଗରାଜପୁରରୁ ସ୍ୱର୍ଗତଃ ସେଠୀଙ୍କ ଅସ୍ଥି କଳସ ବିସର୍ଜନ ଶୋଭାଯାତ୍ରା ବାହାରି ତିହିଡି ବଜାର, ଦୋଳସାହି, ବୋଡକ, ସହିଦନଗର, ମଙ୍ଗଳପୁର, ଅସୁରାଳୀ, କୋଠାର, ଧାମନଗର, ଦୋବଲ, ଆନନ୍ଦପୁର ନିର୍ବାଚନୀ ମଣ୍ଡଳୀର ଘର ଘର ବୁଲିବା ପରେ ଶେଷରେ ବୈତରଣୀ ନଦୀ ସିଦ୍ଧେଶ୍ୱର ଘାଟରେ ବିସର୍ଜନ କରାଯାଇଛି।

ଏହି ଶୋଭାଯାତ୍ରାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସହ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ। ଏହି ଅସ୍ଥି ବିସର୍ଜନ କରିଛନ୍ତି ସ୍ୱର୍ଗତଃ ସେଠୀଙ୍କ ପୁଅ ତଥା ବିଧାୟକ ସୂର୍ଯ୍ୟବଂଶୀ ସୁରଜ।

ଏହି ଶୋଭାଯାତ୍ରାରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କୁମାର କର, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ, ଡେପୁଟେସନରୁ ଫେରିଲେ ଉଷା ପାଢୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟ ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଉଷା ପାଢୀଙ୍କୁ ମିଳିଛି ନୂଆ ଦାୟିତ୍ବ। ସେହିପରି ଅନ୍ୟ ଦୁଇ ବରିଷ୍ଠ ଆଇଏଏସ ବିଷ୍ଣୁ ସେଠୀ ଏବଂ ହେମନ୍ତ ଶର୍ମାଙ୍କ ଦାୟିତ୍ବକୁ ହାଲକା କରାଯାଇଛି।

ବର୍ତ୍ତମାନ ବରିଷ୍ଠ ଆଇଏଏ, ଉଷା ପାଢୀଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବରେ ରହିବେ।

ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କ ବିଭାଗକୁ ହାଲକା କରାଯାଇଛି। ସେ ବର୍ତ୍ତମାନ କେବଳ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ରହିବେ। ଏଥିସହିତ ପୂର୍ବ ପରି ସେ ଇପିକଲ ଏବଂ ଇଡକୋର ଅଧ୍ୟକ୍ଷ ଭାବେ ଦାୟିତ୍ବରେ ରହିବେ। ସେହିପରି ବରିଷ୍ଠ ଆଇଏଏ, ବିଷ୍ଣୁପଦ ସେଠୀ କେବଳ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ରହିବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆରମ୍ଭ ହେଲା ଧାମନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି, ନିର୍ବାଚନ ଅଧିକାରୀ କହିଲେ ଏହି କଡା କଥା

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ପାଇଁ ଅକ୍ଟୋବର ୩ ତାରିଖରେ ଜାରି ବିଜ୍ଞପ୍ତି ଅନୁସାରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀ କରାଇ ଧାମନଗର ଉପନିର୍ବାଚନ ସଂପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ।

ଏ ନେଇ ବିଧିବଦ୍ଧ ଗେଜେଟ୍‌ ନୋଟିଫିକେସନ୍‌ ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଅକ୍ଟୋବର ୧୪ ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଅକ୍ଟୋବର ୧୫ ତାରିଖରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ କରାଯିବ ଓ ଅକ୍ଟୋବର ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ।

ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇ ନଭେମ୍ବର ୬ ତାରିଖରେ ଭୋଟଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନଭେମ୍ବର ୮ ତାରିଖ ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକାର ପ୍ରକ୍ରିୟା ଶେଷ ହେବ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ଉପନିର୍ବାଚନ ଘୋଷଣା ଦିନଠାରୁ ଅର୍ଥାତ୍‌ ଅକେଫାବର ୩ ତାରିଖଠାରୁ ଭଦ୍ରକ ଜିଲ୍ଲା ସହ ସମଗ୍ର ବିଧାନସଭା ମଣ୍ଡଳୀରେ ସମସ୍ତ ପ୍ରାର୍ଥୀ, ସବୁ ରାଜନୈତିକ ଦଳ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଥିବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ସଂସ୍ଥାଗୁଡ଼ିକ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ବୋଲି ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୦୧ ଅକ୍ଟୋବର ୨୦୨୨ ସୁଦ୍ଧା ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨,୩୮,୩୬୦। ତନ୍ମଧ୍ୟରେ ୧,୨୩,୦୧୩ ଜଣ ପୁରୁଷ ଭୋଟର ଓ ୧,୧୫,୩୧୪ ଜଣ ମହିଳା ଭୋଟର ଓ ୩୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏତଦ୍‌ବ୍ୟତୀତ ନିର୍ବାଚନ ମଣ୍ଡଳୀରେ ୪୯୫୬ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ୨୫୩୩ ଜଣ ପୁରୁଷ ଓ ୨୪୨୩ ଜଣ ମହିଳା ଭୋଟର ଅଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୭୨୦୬ ଜଣ ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟରଙ୍କ ମଧ୍ୟରୁ ୩୪୯୫ ଜଣ ପୁରୁଷ ଓ ୩୭୧୧ ଜଣ ମହିଳା ଭୋଟର ଅଛନ୍ତି। ନିର୍ବାଚନ ମଣ୍ଡଳୀରେ ସର୍ଭିସ୍‌ ଭୋଟରଙ୍କ ସଂଖ୍ୟା ହେଉଛି ୪୫୬। ଗତ ଜାନୁଆରୀ ୨୦୨୨ରେ ପ୍ରକାଶ ହୋଇଥିବା ଚୂଡ଼ାନ୍ତ ଭୋଟର ତାଲିକା ଏବେ ମଧ୍ୟ ନବୀକରଣ ହେଉଛି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳରେ ଥିବା ଯୋଗ୍ୟ ନିର୍ବାଚକମାନେ ଯେଉଁମାନଙ୍କର ନାମ ଭୋଟର ତାଲିକାରେ ନାହିଁ ସେମାନେ ମଧ୍ୟ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅର୍ଥାତ୍‌ ଅକେଫାବର ୧୪ ତାରିଖ ସୁଦ୍ଧା ଭୋଟର ତାଲିକାରେ ନାମ ଦରଜ କରିବା ପାଇଁ ଆବେଦନ କରିବା ସହ ତଥ୍ୟ ସଂଶୋଧନ ପାଇଁ ଆବେଦନ କରିପାରିବେ ଓ ସେମାନଙ୍କ ନାମ ତାଲିକାଭୁକ୍ତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫୨ଟି ବୁଥ୍‌ ରହିଛି। ଉପନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ମେସିନ୍‌ ମହଜୁଦ୍‌ ରହିଛି ଓ ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ଆସନ୍ତାକାଲିଠାରୁ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ବର୍ତ୍ତମାନ ୫୦୪ ଗୋଟି ବାଲାଟ୍‌ ୟୁନିଟ୍‌, ୫୦୪ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୫୦୪ ଗୋଟି ଭିଭିପ୍ୟାଟ୍‌ ଜିଲ୍ଲା ପ୍ରଶାସନ ନିକଟରେ ମହଜୁଦ୍‌ ଅଛି, ଯାହାକି ଉପନିର୍ବାଚନରେ ବ୍ୟବହାର କରାଯିବ।

ଉପନିର୍ବାଚନ ସମୟରେ ଯଦି କୋଭିଡ୍‌-୧୯ର ପ୍ରଭାବ ଥାଏ, ତାହାହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍‌ ନିର୍ଦ୍ଦେଶାବଳୀ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି। ୮୦ ବର୍ଷରୁ ଊଦ୍ଧ୍ୱର୍ ଓ ଦିବ୍ୟାଙ୍ଗ ଭୋଟର ଯେଉଁମାନେ ଘରେ ରହି ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଉପନିର୍ବାଚନରେ ମତଦାନ କରିବାକୁ ଚାହିଁବେ ସେମାନେ ପ୍ରଥମେ ୧୨(ଘ) ଫର୍ମ ପୂରଣ କରି ପସନ୍ଦ କରି ସଂପୃକ୍ତ ରିଟର୍ଣ୍ଣିଂ ଅଧିକାରୀଙ୍କୁ ପ୍ରଦାନ କରିବେ।

ସେମାନଙ୍କ ଲାଗି ରିଟର୍ଣ୍ଣିଂ ଅଧିକାରୀ ଏକ ତାଲିକା ପ୍ରସ୍ତୁତ କରି ଭୋଟର ତାଲିକାରେ ଚିହ୍ନଟ କରିବେ ଓ ପରେ ପରେ ସେମାନଙ୍କୁ ପୋଷ୍ଟାଲ ବାଲାଟ୍‌ ଯୋଗାଇ ଦିଆଯିବ ଓ ସେମାନେ ଘରେ ରହି ମତଦାନ କରିସାରିବା ପରେ ଉପନିର୍ବାଚନ ଧାର୍ଯ୍ୟ ତାରିଖ ପୂର୍ବରୁ ପୋଷ୍ଟାଲଗୁଡ଼ିକୁ ସଂଗ୍ରହ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ସେହିପରି ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କ ଅପରାଧପ୍ରବଣ ସଂପର୍କରେ ଅତିକମ୍‌ରେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ତିନିଥର ଖବର କାଗଜ ଓ ଟିଭି ମାଧ୍ୟମରେ ପ୍ରଚାର ପ୍ରସାର କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସୂଚନା ପ୍ରଦାନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING NEWS: ଧାମନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ। ଭାରତ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ସେହି ଅନୁସାରେ ଆସନ୍ତା ନଭେମ୍ବର 3 ତାରିଖରେ ଏହି ଉପ ନିର୍ବାଚନ କରାଯିବ। ଏ ନେଇ 7 ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି 14 ଅକ୍ଟୋବର। ଭୋଟ ଗଣତି 6 ନଭେମ୍ବରରେ ହେବ।

ଏହି ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ସେଠୀଙ୍କ ପରଲୋକ ଘଟିଛି। ଫଳରେ ଏହି ଆସନଟି ଖାଲି ପଡିଛି। ଏହିପରି ଦେଶର 7ଟି ରାଜ୍ୟରେ ଖାଲି ପଡିଥିବା ଗୋଟିଏ ଲେଖାଏଁ ବିଧାନସଭା ଆସନ ପାଇଁ ଏହି ଗୋଟିଏ ଦିନରେ ନିର୍ବାଚନ ହେବ।

Categories
ଆଜିର ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, “ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’

ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କର ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

ଭୁବନେଶ୍ୱର : ବିଜେପି ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଭୁବନେଶ୍ବରର ଏମସରେ ଚିକିତ୍ସିତ ହେଉଥିଲେ। କିଛିଦିନ ତଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।

ବିଷ୍ଣୁ ବର୍ତ୍ତମାନ ଧାମନଗର ଆସନର ବିଧାୟକ ଅଛନ୍ତି। ସେ ୨୦୦୦ ମସିହାରେ ଚାନ୍ଦବାଲିରୁ ଏବଂ ୨୦୧୯ରେ ଧାମନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୬୧ ମସିହା ଜୁନ ୫ରେ ସେ ଜନ୍ମଗ୍ରହଣ କରିଥିବା ବିଷ୍ଣୁ ବେଶ ଲୋକପ୍ରିୟ ନେତା ଭାବେ ପରିଚିତ ଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜଣେ ଡାକ୍ତର ଲାଞ୍ଚ ଭାବେ ଏକ ଅଛିଣ୍ଡା ଅଙ୍କର ଟଙ୍କା କାହିଁକି ମାଗିଲେ? ଗୃହରେ ପ୍ରଶ୍ନ କଲେ ବିଷ୍ଣୁ

ଭୁବନେଶ୍ବର: ଗତକାଲି ବିଧାନସଭାରେ ବିରେୋଧୀ ଦଳର ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ ଏକ ପ୍ରଶ୍ନ କରିଥିଲେ। ତାହା ହେଲା ଯେ, ଢେଙ୍କାନାଳର ଜଣେ ଡାକ୍ତର ୧୧ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତାଙ୍କୁ ଭିଜିଲାନସ ଗିରଫ କରିଛି।

ତେବେ ସାଧାରଣରେ ଏକ ପ୍ରଶ୍ନ ଉଠୁଛି ଯେ, ଯେଉଁମାନେ ଲାଞ୍ଚ ମାଗନ୍ତି ସେମାନେ ୧୦ ହାଜାର, ୨୦ ହଜାର, ୩୦ ହଜାର କିମ୍ବା ୪୦  ହଜାର ଦାବୀ କରନ୍ତି। ହେଲେ ଢେଙ୍କାନାଳ ଡାକ୍ତର ଏପରି ଅଛିଣ୍ଡା ୧୧ ହଜାର ଟଙ୍କା ଲାଞ୍ଚ କଣ ପାଇଁ ମାଗିଲେ ?

ବିଷ୍ଣୁ କହିଥିଲେ ଯେ, ଏପରି ଅଛିଣ୍ଡା ଅଙ୍କର ଟଙ୍କା ମାଗିବା ପଛରେ ଏକ କାରଣ ଥିବାର ଅନୁମାନ କରାଯାଉଛି। କାରଣ ସେ ଅନ୍ୟମାନଙ୍କୁ ସେହି ଲାଞ୍ଚ ଟଙ୍କା ଦେବା ପରେ ମୋଟ ଏପରି ଅଛିଣ୍ଡା ଅଙ୍କ ହିସାବକୁ ଆସିଛି। ଏହା ଉପରେ ଅଧିକ ତଦନ୍ତ ହେବା ଆବଶ୍ୟକ ବୋଲି ବିଧାୟକ ବିଷ୍ଣୁ ସେଠୀ କହିଥିଲେ।

ଜୁଲାଇ 19 ତାରିଖରେ ଢେଙ୍କାନାଳ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ଉମାକାନ୍ତ ଖେଜୁରିଆ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସେ ଏଲଆଇସି ଡେଥ୍ କ୍ଲେମ୍ କେସ୍ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ଏଜେଣ୍ଟଙ୍କଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବେଳେ ଧରାପଡି ଗିରଫ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀଙ୍କୁ କରୋନା ପଜେଟିଭରେ ଗୁରୁତର ହେବାରୁ ଏମସରେ ଭର୍ତ୍ତି

ଭୁବନେଶ୍ବର, ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ସ୍ବସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ ଅବସ୍ଥା ସ୍ଥିର ରହିଛି ବୋଲି ଜଣାପଡିଛି।

ତାଙ୍କର ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି।  କିଛିଦିନ ତଳେ ସେ କରୋନା ପଜେଟିଭ ଚିହ୍ନଟ ହୋଇ ଘରେ କ୍ବାରଣ୍ଟାଇନରେ ରହିଥିଲେ। ହେଲେ ଆଜି ସକାଳେ ତାଙ୍କର ଗୁରୁତର ହେବାରୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।