Categories
ଆଜିର ଖବର ଜାତୀୟ ଖବର

ବିହାର ନିର୍ବାଚନ, କଂଗ୍ରେସରେ ସାମିଲି ହେଲେ ପୂର୍ବତନ ମନ୍ତ୍ରୀ ଶରଦ ଯାଦବଙ୍କ ଝିଅ ସୁଭାସିନୀ

ପାଟନା, ଆଜି ପୂର୍ବତନ ମନ୍ତ୍ରୀ ତଥା ଲୋକତାନ୍ତ୍ରୀକ ଜନତା ଦଳର ନେତା ଶରଦ ଯାଦବଙ୍କ ଝିଅ ସୁଭାସିନୀ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ସାମିଲ ହେଲି ବୋଲି ସୁଭାସିନୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବାପାଙ୍କ ଦେହ ଭଲ ରହୁ ନାହିଁ। ନିର୍ବାଚନ ସମୟ ହୋଇଥିବାରୁ କଂଗ୍ରେସ ଦଳରେ ସାମିଲ ହେବା ଉଚିତ ମନେ କଲି ବୋଲି ସେ କହିଛନ୍ତି।

ଏହି ମିଶ୍ରଣ ପର୍ବରେ ନିକଟରେ ଏଲଜେଡିରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ଏମପି କାଳି ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡେ 1984 ମସିହାରେ ଗୋପାଳଗଂଜ ଆସନରୁ ଏମପି ଥିଲେ। ବର୍ତ୍ତମାନ କଂଗ୍ରେସ ଟିକେଟରୁ ସେ ଗୋପାଳଗଂଜ କୁଚ୍ଛାଲକୋଟା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି। ତେବେ ସୁଭାସିନୀ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।