Categories
ଆଜିର ଖବର ଜାତୀୟ ଖବର

ନୀତୀଶ କ୍ୟାବିନେଟରେ ଅଦଳବଦଳ: ବିବାଦୀୟ ମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ବିଭାଗରେ ପରିବର୍ତ୍ତନ

ପାଟନା: ବିହାର ସରକାରରେ ମନ୍ତ୍ରଣାଳୟର ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଆରଜେଡି ନେତା ଆଲୋକ ମେହେଟ୍ଟାଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି। ଏହାପୂର୍ବରୁ ସେ ରାଜସ୍ୱ ମନ୍ତ୍ରୀ ଥିଲେ। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖରଙ୍କୁ ଆଖୁ ଶିଳ୍ପ ବିଭାଗର ମନ୍ତ୍ରୀ କରାଯାଇଛି। ଶିକ୍ଷା ମନ୍ତ୍ରୀ ଚନ୍ଦ୍ରଶେଖର କ୍ରମାଗତ ଭାବରେ ବିବାଦରେ ଥିଲେ।

Categories
ବିଶେଷ ଖବର

ସଂରକ୍ଷଣ ୫୦ ରୁ ୬୫% କୁ ବୃଦ୍ଧି ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କଲେ ବିହାର ସରକାର

ନୂଆଦିଲ୍ଲୀ: ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ଅନୁମୋଦନ ପାଇବା ପରେ ନୀତୀଶ କୁମାର ସରକାର ମଙ୍ଗଳବାର ରାଜ୍ୟର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ବଞ୍ଚିତ ଜାତିଙ୍କ ପାଇଁ ସଂରକ୍ଷଣ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ଉଭୟ ବିଲ୍ ପଦବୀ ଓ ସେବା ସଂଶୋଧନ ବିଲ୍ ଏବଂ ବିହାର ସଂରକ୍ଷଣ (ଶିକ୍ଷାନୁଷ୍ଠାନରେ ନାମଲେଖା) ସଂଶୋଧନ ବିଲ୍, ୨୦୨୩କୁ ଆନୁଷ୍ଠାନିକ ଅନୁମୋଦନ ଦେବା ପରେ ରାଜ୍ୟ ସରକାରଙ୍କୁ ପଠାଇଥିଲେ, ଯାହା ଫଳରେ ରାଜ୍ୟ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ନୂତନ କୋଟା ପ୍ରତିଶତ କାର୍ଯ୍ୟକାରୀ ହେବାର ବାଟ ଖୋଲିଥିଲା।

ରାଜ୍ୟ ସରକାର ବିଧାନସଭାରେ ରାଜ୍ୟର ଐତିହାସିକ ଜାତି ସର୍ବେକ୍ଷଣ ରିପୋର୍ଟର ବିସ୍ତୃତ ବିଶ୍ଳେଷଣ ଉପସ୍ଥାପନ କରିବାର କିଛିଦିନ ପରେ ନିକଟରେ ରାଜ୍ୟ ବିଧାନସଭାରେ ପଦ ଓ ସେବାରେ ଖାଲି ପଦବୀ ସଂରକ୍ଷଣ ସଂଶୋଧନ ବିଲ ଏବଂ ବିହାର ସଂରକ୍ଷଣ (ଶିକ୍ଷାନୁଷ୍ଠାନରେ ନାମଲେଖା) ସଂଶୋଧନ ବିଲ, ୨୦୨୩କୁ ରାଜ୍ୟ ବିଧାନସଭାରେ ଅନୁମୋଦନ ମିଳିଥିଲା। ଉଭୟ ବିଲରେ ଅନୁସୂଚିତ ଜାତି (ଏସସି)ଙ୍କ ସଂରକ୍ଷଣ ୧୬ରୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି (ଏସଟି)ଙ୍କ ୧ରୁ ୨ ପ୍ରତିଶତ, ଅତ୍ୟନ୍ତ ପଛୁଆ ଜାତି (ଇବିସି)ଙ୍କ ପାଇଁ ୧୮ରୁ ୨୫ ପ୍ରତିଶତ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ୧୫ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ବୃଦ୍ଧି କରାଯାଇ ମୋଟ ଜାତିଭିତ୍ତିକ ସଂରକ୍ଷଣ ପରିମାଣ ୫୦ରୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରାଯାଇଛି।

ରାଜ୍ୟପାଳଙ୍କ ଆନୁଷ୍ଠାନିକ ଅନୁମୋଦନ ପରେ ରାଜଭବନ ଉଭୟ ବିଲ ଫେରାଇଦେବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଶା ବ୍ୟକ୍ତ କରିବାର କିଛିଦିନ ପରେ ଆର୍ଲେକରଙ୍କ ଅନୁମୋଦନ ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ଆଇଏଏସ୍, ଆଇପିଏସ୍ ଅଧିକାରୀଙ୍କୁ ବିହାର ସରକାରଙ୍କ ପ୍ରଶ୍ନ: କେତେଜଣ ପିଲା ସରକାରୀ ବିଦ୍ୟାଳୟରେ ପଢୁଛନ୍ତି

ପାଟଣା: ବିହାରର ନୀତୀଶ କୁମାର ସରକାର ଏକ ନୂତନ ଆଦେଶ ଜାରି କରିଛନ୍ତି। ସମସ୍ତ ରାଜ୍ୟ ସରକାର ଆଇଏଏସ୍, ଆଇପିଏସ୍ ଏବଂ ଅନ୍ୟ ଅଧିକାରୀମାନଙ୍କୁ ପଚାରିଛନ୍ତି ଯେ, ସେମାନଙ୍କ ମଧ୍ୟରୁ କେତେଜଣ ପିଲା ସରକାରୀ ବିଦ୍ୟାଳୟରେ ପଢୁଛନ୍ତି। ବିହାର ସରକାରର ଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ କୁମାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧୀକ୍ଷକଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଚିଠିରେ କୁହାଯାଇଛି ଯେ, ପାଟଣା ହାଇକୋର୍ଟଙ୍କ ଆଦେଶ ମୁତାବକ ଏହି ସୂଚନା ମଗାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ନୀତିଶ କୁମାର, ତାଙ୍କ ସହିତ ଆଉ କେତେଜଣ ଶପଥ ନେବେ ଜାଣନ୍ତୁ

ପାଟନା, ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ଅପରାହ୍ଣ 4ଟା 30 ମିନଟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟପାଳ ଫଗୁ ଚୋହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଲଗାତାର ଚତୁର୍ଥ ଥର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ନୀତିଶଙ୍କ ସହ ତାଙ୍କର ମନ୍ତ୍ରିମଣ୍ଡଳର ୧୬ ଜଣ ସଦସ୍ୟ ବି ଶପଥ ନେବା ବୋଲି ଜଣାପଡିଛି। ଭିଆଇପି ଓ ହାମ ଦଳରୁ ଜଣେ ଲେଖାଏଁ ସଦସ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଏଥର ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗତକାଲି ତାରକିଶୋକ ପ୍ରସାଦ ବିଜେପି ବିଧାୟକ ଦଳ ନେତା ଓ ରେଣୁ ଦେବୀ ବିଜେପି ଉପନେତା ନିର୍ବାଚିତ ହୋଇଥିଲେ । ଏହି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ଦୀପାବଳି ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ, ଆଜି ମହାମେଣ୍ଟର ଜରୁରୀ ବୈଠକ

ପାଟନା, ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ପୁଣି ଥରେ ଶପଥ ନେବେ। ତେବେ ଦୀପାବଳି ପରେ ଏହି ଶପଥ ନେବେ ବୋଲି ଜଣାପଡିଛି। ପ୍ରାୟତଃ 16 ତାରିଖରେ ଶପଥ ନେବା ସମ୍ଭାବନା ରହିଛି। ହେଲେ ଏ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଠ ତାରିଖ ଘୋଷଣା କରାଯାଇ ନାହିଁ। ନୀତିଶଙ୍କ ଏନଡିଏ 125 ଆସନ ଜିଣି ମ୍ୟାଜିକ ନମ୍ବରରୁ ମାତ୍ର ତିନି ସଂଖ୍ୟା ଆଗରେ ଅଛନ୍ତି। ଅନ୍ୟପଟେ ଆଜି ମହାମେଣ୍ଟର ଜରୁରୀ ବୈଠକ ଡକାଯାଇଛି। ତେଜସ୍ବୀ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସୁଛି। ପରବର୍ତ୍ତି ରଣନୀତି କଣ ରହିବ ସେ ନେଇ ବିଚାର ବିମର୍ଶ କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ବିହାରରେ ନରେନ୍ଦ୍ର ମୋଦୀଙ୍କୁ ତେଜସ୍ବୀଙ୍କ ପରି ଜଣେ ଆଞ୍ଚଳିକ ନେତା ଟକ୍କର ଦେବା କିଛି ଛୋଟ କଥା ନୁହେଁ

ପାଟନା, ବିହାର ନିର୍ବାଚନର ଫଳାଫଳ ବାହାରି ସାରିଛି। ଶେଷରେ ସେହି ଏନଡିଏ ପୁଣି ଥରେ ଶାସନ ଭାର ଗ୍ରହଣ କରିବ। ହେଲେ ଏହି ନିର୍ବାଚନରେ ନୀତିଶ କୁମାରଙ୍କ ଦେହରୁ ଝାଳ ବାହାରିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ନିର୍ବାଚନ ଫଳାଫଳକୁ ଯଦି ସମୀକ୍ଷା କରାଯାଏ ତେବେ ଏଥର ନୀତିଶଙ୍କ ଦଳ ତଳକୁ ଖସିଯାଇଛି। ନୀତିଶଙ୍କ ଜେଡିୟୁ ତୃତୀୟ ସ୍ଥାନରେ ରହିଛି। ପ୍ରଥମେ ଆରଜେଡି 75 ଟି ଆସନ ହାସଲ କରିଥିବା ବେଳେ ବିଜେପି 74 ଟି ଏବଂ ଜେଡିୟୁ 43ଟି ଆସନ ହାସଲ କରିଛି।

ଯଦି ଭୋଟରଙ୍କ ମନୋଭାବକୁ ନିରେଖି ଦେଖାଯାଏ ତେବେ ଲୋକେ ନୀତିଶଙ୍କ ଅପେକ୍ଷା ତେଜସ୍ବୀଙ୍କୁ ଅଧିକ ପସନ୍ଦ କରିଛନ୍ତି। ନୀତିଶଙ୍କ ଭାଗ୍ୟ ଭଲ ସେ ମୋଦୀଙ୍କ ସହିତ ମେଣ୍ଟ କରିଥିଲେ ବୋଲି ହାରୁ ହାରୁ ଜିତିଗଲେ। ବିହାରରେ ଜେଡିୟୁ ତୃତୀୟ ଦଳ ହୋଇଥିବାରୁ ଅନୁମାନ କରି ହେଉଛି ସେଠାରେ ଭୋଟର ଏନଡିଏକୁ କେବଳ ନରେନ୍ଦ୍ର ମୋଦୀଙ୍କ ପାଇଁ ଭୋଟ ଦେଇଛନ୍ତି। ନୀତିଶଙ୍କୁ ନୁହେଁ।

ଏହି ନିର୍ବାଚନରେ ନରେନ୍ଦ୍ର ମୋଦୀ, ଅମିତ ସାହା, ଯୋଗୀ ଆଦିତ୍ୟନାଥଙ୍କ ସହ ଗଣ୍ଡଗଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ସହିତ ତେଜସ୍ବୀ ଟକ୍କର ଦେବା କିଛି ଛୋଟ କଥା ନୁହେଁ। ଏତେ ହାଇ ପ୍ରୋଫାଇଲ ପ୍ରଚାର ଭିତରେ ତେଜସ୍ବୀ ନିଜର ତେଜକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି। ଯଦି ତେଜସ୍ବୀଙ୍କୁ ରାହୁଳ ଗାନ୍ଧୀଙ୍କ ଲୋକପ୍ରିୟତା ସାଥ୍ ଦେଇଥାଆନ୍ତା ତେବେ ହୁଏତ ଗଣିତ ଓଲଟପାଲଟ ହୋଇଯାଇଥାଆନ୍ତି।

ହେଲେ ରାହୁଳ ଗାନ୍ଧୀଙ୍କ ସହ ମେଣ୍ଟ କରି ତେଜସ୍ବୀ ଯେପରି ସମର୍ଥନ ହାସଲ କରିବା କଥା ତାହା ହେଲା ନାହିଁ। କାରଣ କଂଗ୍ରେସ ମାତ୍ର 19ଟି ଆସନ ହାସଲ କରିବାରେ ମଧ୍ୟ ବହୁ ପରିଶ୍ରମ କରିବାକୁ ପଡିଛି। ବରଂ ତେଜସ୍ବୀଙ୍କ ମେଣ୍ଟରେ ଥିବା ବାମ ଦଳ ତେଜସ୍ବୀଙ୍କୁ ସହଯୋଗ କରିବାରେ ସମର୍ଥ ହୋଇଛନ୍ତି। ମହାମେଣ୍ଟରେ କଂଗ୍ରେସ ଦଳ 70ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଜିତିଛି ମାତ୍ର 19ଟି ଆସନରେ। ହେଲେ ବାମଦଳ 29ଟି ଆସନରେ ପ୍ରାର୍ଥୀ ଦେଇ 16ଟି ଆସନରେ ଜିତିଛନ୍ତି ।

ବିହାରର ପୁରା ଫଳାଫଳକୁ ଅନୁଧ୍ୟାନ କଲେ ଜଣାପଡେ ଯେ, ମୋଟ 243 ଆସନ ମଧ୍ୟରୁ ଏଥର ଏନଡିଏକୁ ମିଳିଛି 125 ଏବଂ ମହାମେଣ୍ଟକୁ ମିଳିଛି 110ଟି ଆସନ । ଏନଡିଏର 125 ଆସନ ମଧ୍ୟରୁ ବିଜେପିକୁ 74 , ଜେଡିୟୁ 43, ଭିଆଇପି ଏବଂ ଏଚଏଏମ 4ଟି ଲେଖାଏଁ ଆସନ ହାସଲ କରିଛନ୍ତି। ସେହିପରି ମହାମେଣ୍ଟକୁ ମିଳିଥିବା ମୋଟ 110ଟ ଆସନ ମଧ୍ୟରୁ ଆରଜେଡିକୁ 75ଟି ଆସନ, କଂଗ୍ରେସକୁ 19 ଟି ଆସନ ଏବଂ ବାମଦଳକୁ 16ଟି ଆସନ ମିଳିଛି। ଏହି ନିର୍ବାଚନରେ ଚିରାଗ ପାଶୱାନଙ୍କ ଏଲଜେପି ମାତ୍ର ଗୋଟିଏ ଆସନ ପାଇଥିବା ବେଳେ ଅନ୍ୟାନ୍ୟ ଦଳ 7ଟି ଆସନ ହାସଲ କରିଛି।

ଏହି ନିର୍ବାଚନରେ ବର୍ତ୍ତମାନ ନୀତିଶ ମ୍ୟାଜିକ ନମ୍ବରରୁ ମାତ୍ର 3ଟି ଆସନ ଅଧିକ ଅଛି। ଯାହା ପୂର୍ବ ତୂଳନାରେ ନୀତିଶଙ୍କ ଲୋକପ୍ରିୟତା ଯଥେଷ୍ଠ  ହ୍ରାସ ପାଇଛି। ପୂର୍ବରୁ ନିର୍ବାଚନ ବିଶେଷଜ୍ଞମାନେ ଯେଉଁ ଆକଳନ କରିଥିଲେ ତାହା ଭୁଲ ହୋଇଛି ସତ, ହେଲେ କେତାକାଂଶରେ ଏହା ସତ ବୋଲି ମାନିବାକୁ ପଡିବ। କାରଣ ସମସ୍ତେ ପ୍ରାୟତଃ ନୀତିଶ ସରକାର ଗଠନ କରିପାରିବେ ନାହିଁ ବୋଲି ମତ ଦେଇଥିଲେ। ହେଲେ ମହାମେଣ୍ଟର ଅଭ୍ୟୁଦୋୟ ହେବ ବୋଲି ଏହି ବୁଥବାହୁଡା ମତରେ ପ୍ରକାଶ ପାଇଥିଲା।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଏତେ କମ ସଂଖ୍ୟାରେ ସରକାର ଚଳାଇବା ନୀତିଶଙ୍କ ପାଇଁ ମଧ୍ୟ ବଡ ଚ୍ୟାଲେଞ୍ଜ ସୃଷ୍ଟି ହେବ। କାରଣ ରାଜନୀତିରେ କେତେବେଳେ କଣ ପରିବର୍ତ୍ତନ ହୋଇଯିବ ତାହା କହିବା ମୁସ୍କିଲ। ତେଣୁ ନୀତିଶ ମୁଖ୍ୟମନ୍ତ୍ରୀ ହେବେ ସତ ହେଲେ ତାଙ୍କ ମୁଣ୍ଡ ଉପରେ ସବୁବେଳେ ଖଣ୍ଡାଟିଏ ଝୁଲି ରହିବ।