Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନସ ହାତରେ ଧରାପଡିଲେ ମହିଳା କନିଷ୍ଠ ଯନ୍ତ୍ରୀ, ଘରୁ ମିଳିଲା ଏତିକି ଟଙ୍କା

ନବରଂଗପୁର: ଆଜି ନବରଂଗପୁର ଜିଲ୍ଲା ଭିଜିଲାନସ ହାତରେ ଧରାପଡିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ସେ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ। ତାଙ୍କଠାରୁ କେମିକାଲ ବୋଳା ଟଙ୍କା ଜବତ କରାଯିବା ସହିତ ତାଙ୍କ ଘର ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ 3 ଲକ୍ଷ 13 ହଜାର ନଗଦ ଟଙ୍କା ମିଳିଛି।

ଏହି କନିଷ୍ଠ ଯନ୍ତ୍ରୀ ଜଣକ ହେଉଛନ୍ତି ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ବୀଣାପାଣି ବେହେରା। ସେ ଏନଆରଜିଏସ ଏକ କାମର 2 ଲକ୍ଷ ଟଙ୍କା ଏକ ବିଲ ପାଶ କରିବା ପାଇଁ ଏହି ଲାଞ୍ଚ ନେଉଥିଲେ। ଏହି ଲାଞ୍ଚ ଟଙ୍କା ମିଳିବା ପରେ ତାଙ୍କ ଘର ଏବଂ ବ୍ଲକ ଅଫିସରେ ଥିବା ଚ୍ୟାମ୍ବରରେ ଚଢାଉ କରାଯାଇଥିଲା। ଭିଜିଲାନସ ତାଙ୍କୁ ଗିରଫ କରି ଅଧିକ ଖୋଳତାଡ ଜାରି ରଖିଛି। ( ଫଟୋ ସୌଜନ୍ୟ ଓଡିଶା ଭିଜିଲାନାସ )