Categories
ଆଜିର ଖବର ରାଜ୍ୟ ଖବର

ଭାରତୀୟ ବୀର ଯବାନଙ୍କୁ ସମ୍ମାନ ଜଣାଇ ରେଢ଼ାଖୋଲରେ ବିଜେପି ପକ୍ଷରୁ ପରାକ୍ରମ ଶୋଭାଯାତ୍ରା

ରେଢ଼ାଖୋଲ (କନ୍ଦର୍ପ ବେହେରା): ଭାରତୀୟ ବୀର ଯବାନଙ୍କୁ ସମ୍ମାନ ଜଣାଇ ରେଢ଼ାଖୋଲ ସହରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଥ କବି ଭୀମ ଭୋଇ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ଥିଲା। ନାରୀଙ୍କ ମଥାରୁ ସିନ୍ଦୂର ପୋଛିଥିବା ପାକିସ୍ଥାନ ପ୍ରୋତ୍ସାହିତ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ହୋଇଥିବା ଅପରେସନକୁ ‘ଅପରେସନ୍ ସିନ୍ଦୂର’ ଭାବେ ନାମିତ କରିବା ଦେଶର ପ୍ରତିଟି ମହିଳାଙ୍କୁ ସମ୍ମାନିତ କରିଛି।

ଅପରପକ୍ଷରେ ପାକିସ୍ଥାନରେ ପଶି ଆତଙ୍କୀ ନିପାତ କରିବାରେ ଭାରତୀୟ ବୀର ଯବାନଙ୍କ ପରାକ୍ରମ ବିଶ୍ଵ ଦେଖିଛିl କାର୍ଯ୍ୟକ୍ରମରେ ବହୁ ପୂର୍ବତନ ସେନା କର୍ମଚାରୀ ସାମିଲ ହେବା ତ୍ରିରଙ୍ଗା ଯାତ୍ରାର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି। ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଓ ବହୁ ସହଯୋଗୀଙ୍କ ସହ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ପ୍ରତାପ କୁମାର ପ୍ରଧାନ, ରାଜା ପାଲ, ରାମାନୁଜ ମହାପାତ୍ର ପ୍ରମୁଖ ବହୁ ବିଜେପି କର୍ମୀ ଏହି ଅନନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବଡଚଣା ନିର୍ବାଚନ ମଣ୍ଡଳୀରେ ‘ପରାକ୍ରମ ଶୋଭାଯାତ୍ରା’: ସାମିଲ୍ ହେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ

ଭୁବନେଶ୍ଵର: ‘ଅପରେସନ ସିନ୍ଦୂର’ ର ସଫଳତା ପାଇଁ ଆମ ବୀର ଯବାନଙ୍କ ପରାକ୍ରମକୁ ସମ୍ମାନ ଜଣାଇ ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେଳିଆ ଛକ ଠାରୁ ଚମ୍ପାପୁର ହାଟ ପର୍ଯ୍ୟନ୍ତ ଆୟୋଜିତ ବିଶାଳ ‘ପରାକ୍ରମ ଶୋଭାଯାତ୍ରା’ରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ୍ ହୋଇଥିଲେ।

ବୀର ଯବାନମାନଙ୍କର ପରାକ୍ରମ ଓ ଶୌର୍ଯ୍ୟ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ସେମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଜଣାଇଥିଲେ।ଆଜିର ଏହି ପଦଯାତ୍ରା ଥିଲା ଆମ ମାତୃଭୂମି ପ୍ରତି ଆମର ସମର୍ପଣ, ସାହସ ଓ ଶକ୍ତିର ନିଦର୍ଶନ।

ଏହି କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ଯାଜପୁର ସାଂସଦ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର ନାୟକଙ୍କ ସମେତ ସ୍ଥାନୀୟ ଯୁବକ ବନ୍ଧୁ, ମାତୃଶକ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ସାମିଲ୍ ହୋଇଥିଲେ।