Categories
ଆଜିର ଖବର ଜାତୀୟ ଖବର

ଇ-ଗଭର୍ଣ୍ଣାନ୍ସରେ ବହୁଭାଷୀ ପ୍ରବେଶକୁ ଆହୁରି ଗଭୀର କରିବା ପାଇଁ ଭାଷିନୀ ସହିତ ହେବ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: ପଞ୍ଚାୟତିରାଜ ଶାସନରେ ଅନ୍ତର୍ଭୁକ୍ତି ଏବଂ ସୁଗମତା ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅତ୍ୟାଧୁନିକ ଏଆଇ ଚାଳିତ ଭାଷା ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରିବାକୁ ଯୋଜନା କରିଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ଭାଷା ଅନୁବାଦ ମିଶନ – ଭାଷିନୀ ସହିତ ଏକ ବୁଝାମଣାପତ୍ର ମାଧ୍ୟମରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗ ସ୍ଥାପନ କରିବାକୁ ଯାଉଛି। ଏହା ପଞ୍ଚାୟତିରାଜ ଶାସନରେ ଅଧିକ ଅନ୍ତର୍ଭୁକ୍ତି ଏବଂ ଉନ୍ନତ ପ୍ରବେଶ ପାଇଁ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ଭାଷା ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର ଲକ୍ଷ୍ୟ ରଖିଛି। ଏହି ବୁଝାମଣାପତ୍ର ଜୁନ୍ ୧୯, ୨୦୨୫ରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଆନେକ୍ସରେ ସ୍ୱାକ୍ଷରିତ ହେବ। ଏହି କାର୍ଯ୍ୟକ୍ରମରେ, କେନ୍ଦ୍ର ପଞ୍ଚାୟତିରାଜ ଏବଂ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ​​ସିଂହ ବାଘେଲ ମଧ୍ୟ ଯୋଗଦେବେ। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ଶ୍ରୀ ବିବେକ ଭରଦ୍ୱାଜ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ. କ୍ରିଷ୍ଣନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ଏହି ପ୍ରୟାସ ପଞ୍ଚାୟତିରାଜ ମନ୍ତ୍ରଣାଳୟର ଡିଜିଟାଲ୍ ପ୍ଲାଟଫର୍ମ ଏବଂ ପ୍ରସାର ପ୍ରୟାସରେ ବହୁଭାଷୀ ପ୍ରବେଶକୁ ବିସ୍ତାର କରିବା ପାଇଁ ଏକ ରଣନୈତିକ ସହଯୋଗ। ଯାହା ଉନ୍ନତ ଅନୁବାଦ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପଞ୍ଚାୟତିରାଜ ପଦକ୍ଷେପ, କାର୍ଯ୍ୟକ୍ରମ, ଆଲୋଚନା ଏବଂ ଲାଇଭ ଇଭେଣ୍ଟଗୁଡ଼ିକରେ ବ୍ୟାପକ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବ। ଏହା ମନ୍ତ୍ରଣାଳୟର ପ୍ଲାଟଫର୍ମଗୁଡ଼ିକୁ ନିରଙ୍କୁଶ ଭାବରେ ବହୁଭାଷୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ଵାରା ଅଂଶୀଦାରମାନଙ୍କୁ ବିଶେଷକରି ନିର୍ବାଚିତ ପ୍ରତିନିଧି, ଅଧିକାରୀ ଏବଂ ଗ୍ରାମୀଣ ଭାରତର ନାଗରିକମାନଙ୍କୁ ସେମାନଙ୍କ ମାତୃଭାଷାରେ ଯୋଜନା ଏବଂ ଶାସନ ବ୍ୟବସ୍ଥା ପାଇବା ପାଇଁ ସଶକ୍ତ କରାଯାଉଛି। ଏହି ସହଭାଗୀତା ପଞ୍ଚାୟତିରାଜ ମନ୍ତ୍ରଣାଳୟର ପ୍ରମୁଖ ପୋର୍ଟାଲ୍ ଏବଂ ପ୍ଲାଟଫର୍ମଗୁଡ଼ିକରେ ଭାଷା ପ୍ରବେଶକୁ ବୃଦ୍ଧି କରିବା ସହିତ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ଅଂଶଗ୍ରହଣକାରୀ ଗଣତନ୍ତ୍ରକୁ ସୁଦୃଢ଼ ​​କରିବା ପାଇଁ AI-ସକ୍ଷମ ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମିର ବ୍ୟବହାରକୁ ପ୍ରୋତ୍ସାହିତ କରିବ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ୨ଟି  ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହିତ ଅମୃତା ବିଶ୍ଵ ବିଦ୍ୟାପୀଠମ୍, କେରଳ ଏବଂ ବ୍ୟାଙ୍କକ ମୁଖ୍ୟ କାର୍ଯ୍ୟାଳୟ ଥିବା ଆଂଚଳିକ ସମନ୍ୱିତ ବହୁମୁଖୀ-ବିପର୍ଯ୍ୟୟ ସଂପର୍କରେ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଅନୁଷ୍ଠାନ (ରାଇମସ୍)  ସହିତ ପୃଥକ୍ ଭାବେ ୨ଟି ବୁଝାମଣା ପତ୍ର ବୁଧବାର ଦିନ  ସ୍ୱାକ୍ଷରିତ ହୋଇଛି। ମୁଖ୍ୟ ଶାସନ ସଚିବ, ଓଡ଼ିଶା ପ୍ରଦୀପ କୁମାର ଜେନା  ଓ ଅତିରିକ୍ତ ମୁଖ୍ୟ  ଶାସନ ସଚିବ ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର  ସ୍ୱାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।

ଅମୃତା ବିଶ୍ୱ ବିଦ୍ୟାପୀଠମ୍ ସହ ସ୍ୱାକ୍ଷରିତ  ବୁଝାମଣା ପତ୍ରରେ ଭୂସ୍ଖଳନ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରାଥମିକ ଆଗୁଆ ସତର୍କ ସୂଚନା ପ୍ରଦାନ କରିବା ଓ ଏହାର ପ୍ରସାରଣ କରାଇବା ସହ ଓଡ଼ିଶାର ଜନସାଧାରଣଙ୍କୁ ଏହାର ପୂର୍ବାନୁମାନ ଦର୍ଶାଇବା ଲକ୍ଷ୍ୟରେ ଏହି ଚୁକ୍ତିନାମାକୁ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା ଏବଂ ଅମୃତା ବିଶ୍ଵ ବିଦ୍ୟାପୀଠମ୍ ର ନିର୍ଦ୍ଦେଶକ  ଡଃ. ମନିଷା  ବିନୋଦିନୀ ରମେଶ ସ୍ୱାକ୍ଷର କରିଛନ୍ତି।

ସେହିପରି ରାଇମସ୍ ଅନୁଷ୍ଠାନ ସହିତ ସ୍ୱାକ୍ଷରିତ ବୁଝାମଣା ପତ୍ରରେ ଓଏସଡିଏମଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ବେହେରା ଏବଂ ରାଇମସ୍  ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଡଃ. କେ. ଜେ. ରମେଶ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ବହୁମୁଖୀ ପ୍ରଭାବ ଆଧାରିତ ବିପର୍ଯ୍ୟୟ ପୂର୍ବାନୁମାନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ବିଶ୍ୱବ୍ୟାଙ୍କ ସମର୍ଥିତ ଓଡ଼ିଶା ରାଜ୍ୟ ସାମର୍ଥ୍ୟ ଓ ସହନଶୀଳ ଅଭିବୃଦ୍ଧି କାର୍ଯ୍ୟକ୍ରମ (ଓଏସସିଆରଜିପି) ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ  ଜ୍ଞାନକେୌଶଳ ପ୍ରଦାନ କରିବା  ଏବଂ ବ୍ୟବସ୍ଥାକୁ ସମନ୍ୱିତ କରିବାରେ ‘ରାଇମସ୍’  ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସହାୟକ ହେବ।

ସ୍ୱାକ୍ଷରିତ ଏହି ସହଭାଗିତା ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତିକୁ ସୁଦୃଢ କରିବା ସହ ଓଡ଼ିଶାର ଜନସାଧାରଣଙ୍କୁ ବିପର୍ଯ୍ୟୟର ପୂର୍ବାନୁମାନ ତଥା ପ୍ରାରମ୍ଭିକ ଚେତାବନୀ ଦର୍ଶାଇପାରିବ। ଓଡ଼ିଶାର ଜନସାଧାରଣଙ୍କୁ  ବିପର୍ଯ୍ୟୟ ପ୍ରସ୍ତୁତିର ମୁଖ୍ୟସ୍ରୋତରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ସଶକ୍ତ ଓଡିଶା ଗଠନ କରିବାରେ ଏହା ସହାୟକ ହେବ। ବୁଝାମଣା ପତ୍ରଗୁଡ଼ିକ ସରକାରଙ୍କ ‘ମିଶନ ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉଦ୍ୟମକୁ ସଫଳ କରାଇବା ଦିଗରେ ସଚେଷ୍ଟିତ ହେବ।

ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ପରିଚିତ ହୋଇଛି। ବିପର୍ଯ୍ୟୟ ପ୍ରାକ୍  ପ୍ରସ୍ତୁତି ହେଉ, ବିପର୍ଯ୍ୟୟ ସମୟରେ ପରିଚାଳନା ହେଉ, ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ହେଉ କିମ୍ବା ବିପର୍ଯ୍ୟୟ ମୁକାବିଲା ରଣନୀତି ଆପଣାଇବା ହେଉ, ଆମେ ପ୍ରତ୍ୟେକ ଥର ଆମର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛୁ। ସ୍ୱାକ୍ଷରିତ ବୁଝାମଣା ପତ୍ର  ବିପର୍ଯ୍ୟୟ ପ୍ରସ୍ତୁତି ଦିଗରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା  ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସାହୁ କହିଥିଲେ ଯେ, ଓଡିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ଅର୍ଜନ କରିଛି। ଆଜିର ସ୍ୱାକ୍ଷରିତ ଉଭୟ ବୁଝାମଣାପତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଅଂଶୀଦାରମାନଙ୍କ ସହଯୋଗ କାମନା କରିଥିଲେ। ଏହି ବୁଝାମଣାପତ୍ର ସ୍ୱାକ୍ଷର  ଅବସରରେ ଓସଡମାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ଉପସ୍ଥିତ ଥିବା ବେଳେ ସାଧାରଣ ପରିଚାଳକ ଶ୍ରୀମତୀ ସୁମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।                                                                                  

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ୧ ଗିଗାୱାଟ ସୌର ଶକ୍ତି ପ୍ରକଳ୍ପର ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ଵର: ଭାରତର ବୃହତ୍ତମ ଜଳ ବିଦ୍ୟୁତ ବିକାଶ ସଂଗଠନ ଏନଏଚପିସି ଲିମିଟେଡ୍‌, ଓଡ଼ିଶା ସରକାରଙ୍କ ଗ୍ରିଡ୍‍କୋ ସହିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଓଡିଶାରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଅତି କମ୍‍ରେ ୨୦୦୦ ମେଗାୱାଟର ସ୍ୱୟଂ ଚିହ୍ନିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ୧୦୦୦ ମେଗାୱାଟର ଅକ୍ଷୟ ଶକ୍ତି ପ୍ରକଳ୍ପ (ଭୂମି ଉପରେ ସୌର ପ୍ରକଳ୍ପ/ ଭାସମାନ ସୌର ପ୍ରକଳ୍ପ) ସ୍ଥାପନ କରିବାକୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ବୁଝାମଣା ୨୩ଜୁନ୍‍ ୨୦୨୩ରେ ଏନଏଚପିସିର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ (ରଣନୀତିକ ବ୍ୟବସାୟ ବିକାଶ ଏବଂ ପରାମର୍ଶ) ରଜତ ଗୁପ୍ତା ଏବଂ ଗ୍ରିଡ୍‍କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ରାଜିନାମା ସ୍ୱାକ୍ଷର ସମୟରେ ଓଡିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରିଡ୍‍କୋର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ, ଏନଏଚପିସି ଲିମିଟେଡର ନିର୍ଦ୍ଦେଶକ (ପ୍ରକଳ୍ପ) ବିଶ୍ୱଜିତ ବସୁ ଏବଂ ଉଭୟ ସଂସ୍ଥାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।