Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଟୋ ଚାଳକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଢାମ୍ବ ଅଞ୍ଚଳର ରାଜେଶ୍ କୁମାର ପଲେଇ ନାମକ ଜଣେ ଅଟୋ ଚାଳକ କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୋଦଳା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, କୋଦଳା ଥାନା ଅଞ୍ଚଳର ଜନୈକା ନାବାଳିକା ଜଣକ ଅଟୋରେ ବସି ନିଜ ଗାଁକୁ ଯିବା ପାଇଁ ଅଟୋ ବୁକ୍ କରି ବସିଥିଲେ। କିନ୍ତୁ ଅଟୋ ଚାଳକ କୋଦଳା ନନେଇ ବ୍ରହ୍ମପୁର ରାସ୍ତାରେ ନେଇ କୌଣସି ଏକ ନିଚ୍ଛାଟିଆ ଜାଗାରେ ଉକ୍ତ ନାବାଳିକାକୁ ଦୁଷ୍କର୍ମ କରି ଛାଡ଼ି ଦେଇଥିଲେ।

ପରବର୍ତ୍ତୀ ସମୟରେ ପୀଡ଼ିତା ନାବାଳିକା ଜଣକ କୋଦଳା ଥାନାରେ ଅଭିଯୋଗ କରିଥିଲେ।  ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଅଟୋ ଚାଳକକୁ ଗିରଫ କରି ଏତଲା ନଂ ୨୭୧/୨୩ ଅନୁଯାୟୀ ପୋକ୍ସୋ ଅଦାଲତକୁ ଚାଲାଣ କରିଛି।