Categories
ଅପରାଧ ଆଜିର ଖବର ଜାତୀୟ ଖବର

କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲି ଫୋଗାଟଙ୍କ ହୋଇଥିଲା ମୃତ୍ୟୁ, ଏବେ ବୁଲଡୋଜର ଚଲାଇଲେ ସରକାର

ପାଣାଜୀ: ଗୋଆର ଅଞ୍ଜୁନାରେ ଥିବା କର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲି ଫୋଗାଟଙ୍କ ଦେହାନ୍ତ ହୋଇଛି। ଏଥି ସହିତ ସରକାରଙ୍କ ନିର୍ଦ୍ଦେଶ ପରେ ଏହି ରେଷ୍ଟୁରାଣ୍ଟରେ ବୁଲଡୋଜର ଚାଲିଛି। ଡିଏସ୍‌ପି କହିଛନ୍ତି ଯେ, “ଭାଙ୍ଗିବା ପାଇଁ ଆମେ ପୋଲିସ ସୁରକ୍ଷା ଯୋଗାଇ ଦେଉଛୁ। ଆଦେଶ ଅନୁଯାୟୀ ଏହାକୁ ଭାଙ୍ଗି ଦିଆଯାଉଛି।

Categories
ଆଜିର ଖବର ଜାତୀୟ ଖବର

ଓଲଟା ବି ଚାଲେ ବୁଲଡୋଜର: ମନ୍ତ୍ରୀଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ: ଯୋଗୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ନେଇ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ଆସିଛି। ଅଖିଳେଶ ଯାଦବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବେଳେବେଳେ ବୁଲଡୋଜର ମଧ୍ୟ ଓଲଟା ଚାଲିଥାଏ। ଅଖିଲେଶ ଯାଦବ ଟୁଇଟ କରି ଲେଖିଛନ୍ତି ଯେ, ମନ୍ତ୍ରୀ ଭାବେ ସମ୍ମାନ ତ ମିଳିଲା ନାହିଁ, କିନ୍ତୁ ଦଳିତ ହେବାର ଅପମାନ ମିଳିଲା। ଭେଦଭାବକାରୀ ବିଜେପି ସରକାରରୁ ଇସ୍ତଫା ଦେବା ନିଜ ସମାଜର ସମ୍ମାନ ରଖିବା ପାଇଁ ଏକମାତ୍ର ଉପାୟ।

Categories
ଆଜିର ଖବର ଜାତୀୟ ଖବର

ଜାହାଙ୍ଗୀରପୁରୀ: ସୁପ୍ରିମକୋର୍ଟଙ୍କ ନିଷେଧାଦେଶ ସତ୍ତ୍ୱେ ବୁଲଡୋଜରରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାହାଙ୍ଗୀରପୁରୀରେ ହିଂସା ପରେ ଏମସିଡି ପକ୍ଷରୁ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଳାଇବା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ କିଛି ସମୟ ପରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଉପରେ ନିଷେଧାଦେଶ ପ୍ରଦାନ କରିଥିଲେ। ଏହା ସତ୍ତ୍ୱେ ଭାଙ୍ଗିବା ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯଥାସ୍ଥିତି ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ରୋଚକ କାହାଣୀ: ରାସ୍ତା ନିର୍ମାଣ ଲାଗି ଶ୍ୱଶୁର ଘରେ ମଧ୍ୟ ଚଳାଇଥିଲେ ବୁଲଡୋଜର

ନୂଆଦିଲ୍ଲୀ: ନିଜର କାର୍ଯ୍ୟ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଚର୍ଚ୍ଚାରେ ଅଛନ୍ତି। ଗଡକରୀ ଗତକାଲି ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ସମୀକ୍ଷା କରି ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏହି ଅବସରରେ ଅଧିକାରୀମାନଙ୍କୁ ତାଗିଦ କରିବା ସହ ଏକ ରୋଚକ କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ମୁଁ ଥରେ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁର ଘରେ ବୁଲଡୋଜର ଚଳାଇଥିଲି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନିତିନ ଗଡକରୀ କହିଛନ୍ତି, “ଯେତେବେଳେ ମୁଁ ନବ ବିବାହିତ ଥିଲି, ସେତେବେଳେ ମୋ ଶ୍ୱଶୁରଙ୍କ ଘର ରାସ୍ତା ମଝିରେ ଆସୁଥିଲା। ମୁଁ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘରେ ବୁଲଡୋଜର ଚଲାଇ ରାସ୍ତା ନିର୍ମାଣ କରିଥିଲି।

ଏକ ପ୍ରଶ୍ନର ଉତ୍ତରରେ ଗଡକରୀ କହିଛନ୍ତି, ଯଦି ଆପଣ ଭଲ ସେବା ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ କିଛି ଅର୍ଥ ଦେବାକୁ ପଡିବ। ଯଦି ଆପଣ ଏକ ଶୀତତାପ ନିୟନ୍ତ୍ରିତ ହଲରେ ଏକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ଭଡା ଦେବାକୁ ପଡିବ। ଅନ୍ୟଥା, ଆପଣ ଖୋଲା ପଡ଼ିଆରେ ମଧ୍ୟ ବିବାହର ଆୟୋଜନ କରିପାରିବେ। ”

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (ଡିଏମଇ) ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଯାତ୍ରା ସମୟକୁ ୨୪ ଘଣ୍ଟାରୁ ୧୨ ଘଣ୍ଟାକୁ ହ୍ରାସ କରିବ। ଏହି ଆଠ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟ ଦେଇ ଯିବ।

ଜାତୀୟ ରାଜଧାନୀ-ଦିଲ୍ଲୀରେ ଟ୍ରାଫିକ ଜାମ୍ ଏବଂ ବାୟୁ ପ୍ରଦୂଷଣ ସମସ୍ୟାକୁ ହ୍ରାସ କରିବା ପାଇଁ ସଡକ ମନ୍ତ୍ରଣାଳୟ ୫୩ ହଜାର କୋଟି ଟଙ୍କା ମୂଲ୍ୟର ୧୫ ଟି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି ବୋଲି ଗଡକରୀ ସୂଚନା ଦେଇଛନ୍ତି। ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଦେଶର ଦୀର୍ଘତମ ଏକ୍ସପ୍ରେସୱେ ହେବ। ଏକ୍ସପ୍ରେସୱେରେ ଯାନବାହନ ପାଇଁ ସର୍ବନିମ୍ନ ଗତି ସୀମା ଘଣ୍ଟା ପ୍ରତି ୧୦୦ କିଲୋମିଟର ହେବ। ସଡକ ମନ୍ତ୍ରଣାଳୟ ଏହାକୁ ଘଣ୍ଟା ପ୍ରତି ୧୨୦ କିଲୋମିଟରକୁ ବୃଦ୍ଧି କରିବାକୁ ଚିନ୍ତା କରୁଛି।